ହରିହର ମିଶ୍ର

ଉଇକିପିଡ଼ିଆ‌ରୁ
ହରିହର ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1940-11-19) ୧୯ ନଭେମ୍ବର ୧୯୪୦ (ବୟସ ୮୩)
ବୃତ୍ତିଅଧ୍ୟାପକ
ଭାଷାଓଡ଼ିଆ
ଜାତୀୟତା ଭାରତୀୟ
ସାହିତ୍ୟ କୃତିଦିବ୍ୟ ଅସନ୍ତୋଷ [୧]
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର
ଶାରଳା ପୁରସ୍କାର
ପିତାମାତାମଣିରାମ ମିଶ୍ର, ସେବତୀ ଦେବୀ

ହରିହର ମିଶ୍ର (ଜନ୍ମ: (1940-11-19)୧୯ ନଭେମ୍ବର ୧୯୪୦


)[୨] ଏକାଧାରରେ ଜଣେ କବି, ଗାଳ୍ପିକ, ଅନୁବାଦକ ଓ ନାଟ୍ୟକାର ।[୩] ଅଧ୍ୟାପନା ବୃତ୍ତିରେ ଥାଇ ସେ ସାହିତ୍ୟ ସର୍ଜନା ସହିତ ବେତାର ନାଟକରେ ଅଭିନୟ ମଧ୍ୟ କରିଛନ୍ତି ।[୪] ୨୦୧୬ମସିହାରେ, ସେ ଓଡ଼ିଶା ସାହିତ୍ୟ ଏକାଡେମିର ୩୧ତମ ସଭାପତି ଭାବରେ ନିଯୁକ୍ତ ହୋଇଥିଲେ ।[୫] । ୧୯୭୦/୮୦ ଦଶକରେ ଓଡ଼ିଆ ସାହିତ୍ୟରେ ପ୍ରଭାବ ବିସ୍ଥାର କରିଥିବା ଅନାମ କବିତା ଆନ୍ଦୋଳନରେ ସେ ସଂଶ୍ଳିଷ୍ଠ ଥିଲେ ।[୬]

ଜୀବନୀ[ସମ୍ପାଦନା]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ହରିହର ମିଶ୍ର ୧୯୪୦ ମସିହା ନଭେମ୍ବର ୧୯ ତାରିଖରେ ପୁରୀର ମାର୍କଣ୍ଡେଶ୍ୱର ସାହିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମଣିରାମ ମିଶ୍ର (ଓରଫ ଚିନ୍ତାମଣି ମିଶ୍ର) ଓ ମାତାଙ୍କ ନାମ ସେବତୀ ଦେବୀ ଥିଲା । ସେ ଓଡ଼ିଆ ଭାଷାସାହିତ୍ୟରେ ସ୍ନାତକୋତ୍ତର ହାସଲ କରିଛନ୍ତି । ସେ ଅଧ୍ୟାପନା ବୃତ୍ତିରେ ଥିଲେ ।

ସାହିତ୍ୟିକ ଜୀବନ[ସମ୍ପାଦନା]

ସେ କବିତା, ଏକାଙ୍କିକା, ନାଟକ, ଉପନ୍ୟାସ, ଗଳ୍ପ ଓ ସମାଲୋଚନା ଆଦି ବିଭାଗରେ ନିଜ ଲେଖନୀ ଚାଳନା କରିଛନ୍ତି । ସମାବେଶ ପତ୍ରିକା ସେ ସମ୍ପାଦନା କରିଛନ୍ତି ।[୭]

ରଚନାବଳୀ[ସମ୍ପାଦନା]

କଥାଚିତ୍ରରେ ଭୂମିକା[ସମ୍ପାଦନା]

ହରିହର ଶ୍ରୀ ଶ୍ରୀ ପତିତପାବନ (୧୯୬୨) କଥାଚିତ୍ରର ଗୀତ ଓ ସଂଳାପ ରଚୟିତା ଓ ସହ ନିର୍ଦ୍ଦେଶକ ଥିଲେ ।[୮] ପରେ ଚିଲିକା ତୀରେ (୧୯୭୮) କଥାଚିତ୍ରର ସଂଳାପକାର ଓ ସହ ନିର୍ଦ୍ଦେଶକ ଥିଲେ ଓ ତପସ୍ୟା (୧୯୮୦) କଥାଚିତ୍ରର ଗୀତ ଲେଖିଥିଲେ । [୯]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର (ରାତ୍ରିର ଦୁଇଟି ଡେଣା ପାଇଁ), ୧୯୭୭[୧୦]
  • ଶାରଳା ପୁରସ୍କାର (ଦିବ୍ୟ ଅସନ୍ତୋଷ ପାଇଁ), ୨୦୧୧[୧୧]
  • ଭାନୁଜୀରାଓ ସ୍ମାରକୀ ପୁରସ୍କାର, ୨୦୦୭[୧୨]
  • ଜୀବନ ରଙ୍ଗ ପୁରସ୍କାର, ୧୯୮୩
  • ଝଙ୍କାର ବିଷୁବ ଗଳ୍ପ ପୁରସ୍କାର, ୧୯୬୦
  • ଝଙ୍କାର ବିଷୁବ କବିତା ପୁରସ୍କାର, ୧୯୬୯
  • ବିଷୁବ ପୁରସ୍କାର (ସାମଗ୍ରିକ କୃତି ପାଇଁ), ୧୯୭୪
  • ଧରିତ୍ରୀ ସମ୍ମାନ, ୧୯୭୭

ଆଧାର[ସମ୍ପାଦନା]

  1. "Harihar Mishra Honored with Sarala Award 2011". odisha.360.batoi.com. 2011. Retrieved 9 January 2013. decided to present him the award for his book "Dibya Asantosha", penned in 2009
  2. "Puri poet to head Sahitya Akademi". The Telegraph. Retrieved 5 May 2016.
  3. "Orissa CM gives away Think Odisha Leadership Awards, 2010". timesofindia-economictimes. Retrieved 5 May 2016.
  4. ସମ୍ବାଦ ୦୫/୦୫/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮ରେ ପ୍ରକାଶିତ ଖବର "ହରିହର ମିଶ୍ର ହେବେ ଓଡ଼ିଶା ସାହିତ୍ୟ ଏକାଡେମି ସଭାପତି"
  5. ସମ୍ବାଦ ୦୭/୦୫/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪ରେ ପ୍ରକାଶିତ ଖବର "ସାହିତ୍ୟ ଏକାଡେମୀର ୩୧ତମ ସଭାପତି ହେଲେ ହରିହର ମିଶ୍ର"
  6. "କବି ଓ ନାଟ୍ୟକାର ହରିହର ମିଶ୍ରଙ୍କ ସହ ସାକ୍ଷାତକାର". odiasahitya.com. 2011. Retrieved 9 January 2013. ହରିହରିଙ୍କ ସୃଷ୍ଟି
  7. "ବ୍ୟକ୍ତିତ୍ୱ". No. ଧରିତ୍ରୀ ଛୁଟିଦିନ ଫେବୃଆରୀ ୨୦-୨୬ ପୃଷ୍ଠା ୬. ଧରିତ୍ରୀ. Archived from the original on 21 February 2022. Retrieved 21 February 2022.
  8. "ଶ୍ରୀ ଶ୍ରୀ ପତିତପାବନ". ନଜର୍ (ନିତିଦିନ). Retrieved 25 September 2016.[permanent dead link]
  9. ଦେଓ, ସୂର୍ଯ୍ୟ. ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯). ସୃଜନ. p. 230. ISBN 9788192546537.
  10. "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Odisha Sahitya Akademi. Retrieved 5 May 2016.
  11. "The Hindu: Sarala Puraskar conferred on Harihar Mishra". thehindu.com. 2011. Retrieved 9 January 2013. Eminent Oriya litterateur and dramatist Harihar Mishra was conferred the coveted Sarala Puraskar (award)
  12. "The Telegraph - Calcutta (Kolkata) | Nation | Author honoured". telegraphindia.com. 2007. Retrieved 9 January 2013. Bhanujee Rao Smaraki Puraskar of Rs 20,000 for 2007 to poet Harihar Mishra

ଅଧିକ ତଥ୍ୟ[ସମ୍ପାଦନା]