ନନ୍ଦିନୀ ଶତପଥୀ

ଉଇକିପିଡ଼ିଆ ରୁ
ନନ୍ଦିନୀ ଶତପଥୀ

କାର୍ଯ୍ୟକାଳ
୬ ମାର୍ଚ୍ଚ ୧୯୭୪ – ୧୬ ଡିସେମ୍ବର ୧୯୭୬
ପୂର୍ବ ଅଧିକାରୀ ରାଷ୍ଟ୍ରପତି ଶାସନ
ପର ଅଧିକାରୀ ରାଷ୍ଟ୍ରପତି ଶାସନ
କାର୍ଯ୍ୟକାଳ
୧୪ ଜୁନ ୧୯୭୨ – ୩ ମାର୍ଚ୍ଚ ୧୯୭୩
ପୂର୍ବ ଅଧିକାରୀ ବିଶ୍ଵନାଥ ଦାସ
ପର ଅଧିକାରୀ ରାଷ୍ଟ୍ରପତି ଶାସନ

ଜନ୍ମ ୯ ଜୁନ ୧୯୩୧(1931-06-09)
ପିଠାପୁର, କଟକ, ଓଡ଼ିଶା
ମୃତ୍ୟୁ ୮ ଏପ୍ରିଲ, ୨୦୦୬ (୭୪ ବର୍ଷ)
ରାଜନୀତିକ ଦଳ ଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୈତିକ
ସମ୍ବନ୍ଧ
ଜନତା ପାର୍ଟି, ଜାଗ୍ରତ ଓଡ଼ିଶା
ଜୀବନ ସାଥି ଦେବେନ୍ଦ୍ର ଶତପଥୀ
ସନ୍ତାନ ତଥାଗତ ଶତପଥୀ
ଶିକ୍ଷାନୁଷ୍ଠାନ ରେଭେନ୍ସା ମହାବିଦ୍ୟାଳୟ

ନନ୍ଦିନୀ ଶତପଥୀ (୯ ଜୁନ ୧୯୩୧-୪ ଅଗଷ୍ଟ ୨୦୦୬), ଜଣେ ଓଡ଼ିଆ ରାଜନୈତିକ ନେତ୍ରୀ ଓ ଲେଖିକା ଥିଲେ ୤ ପଦ୍ମଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଜ୍ୟେଷ୍ଠା କନ୍ୟା ନନ୍ଦିନୀ ୧୯୩୧ ମସିହା ଜୁନ୍ ୯ ତାରିଖ ଦିନ ପିଠାପୁର, କଟକ ଠାରେ ଜନ୍ମ ଗ୍ରହଣ କରିଥିଲେ [୧]

ପରିବାର[ସମ୍ପାଦନା]

ନନ୍ଦିନୀ ଶତପଥୀ ଦେବେନ୍ଦ୍ର ଶତପଥୀଙ୍କୁ ବିବାହ କରିଥିଲେ । ତାଙ୍କ ଦୁଇପୁଅଙ୍କ ମଧ୍ୟରୁ ସାନ ତଥାଗତ ଶତପଥୀ ଚଳିତ ପଞ୍ଚଦଶ ଲୋକସଭାର ସଦସ୍ୟ ତଥା ଓଡ଼ିଆ ଖବରକାଗଜ ଧରିତ୍ରୀର ସମ୍ପାଦକ ଅଟନ୍ତି ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ଦୁଇଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । [୩]

  • ଓଡ଼ିଶାର ମୁଖ୍ୟମନ୍ତ୍ରୀ:
    • ୧୯୭୨-୧୯୭୩ ମସିହା
    • ୧୯୭୪-୧୯୭୬ ମସିହା [୪]
  • କେନ୍ଦ୍ରରେ:
    • ୧୯୬୬-୧୯୬୮ (ସୂଚନା ଓ ପ୍ରସାରଣ ବିଭାଗ ଉପମନ୍ତ୍ରୀ)
    • ୧୯୬୮-୧୯୭୨ (ମିନିଷ୍ଟର ଆଟାଚ ଟୁ ପ୍ରାଇମ୍ମିନିଷ୍ଟର)
  • ରାଜ୍ୟସଭା ସଦସ୍ୟା:
    • ୧୯୬୨-୧୯୬୮ ମସିହା
    • ୧୯୬୮-୧୯୭୨ ମସିହା
  • ଅଧ୍ୟକ୍ଷା, ରାଜ୍ୟ ଯୋଜନା ବୋର୍ଡ଼
    • ୧୯୮୯-୧୯୯୦
    • ୧୯୯୫
  • ଓଡ଼ିଶା ବିଧାନସଭା ସଦସ୍ୟା:
    • ୧୯୭୨-୧୯୭୪ (କଟକ ସଦର)
    • ୧୯୭୪-୧୯୭୭ (ଢେଙ୍କାନାଳ)
    • ୧୯୭୭-୧୯୮୦ (ଢେଙ୍କାନାଳ)
    • ୧୯୮୦-୧୯୮୫(ଢେଙ୍କାନାଳ)
    • ୧୯୮୫-୧୯୯୦ (ଢେଙ୍କାନାଳ)
    • ୧୯୯୦-୧୯୯୫ (ଗଁଦିଆ)
    • ୧୯୯୫-୨୦୦୦ (ଗଁଦିଆ)

ସାହିତ୍ୟ ସର୍ଜନା[ସମ୍ପାଦନା]

ଗଳ୍ପ[ସମ୍ପାଦନା]

  • ଅନାଥ-୧୯୪୨
  • କେତୋଟି କଥା-୧୯୬୭
  • ସପ୍ତଦଶୀ-୧୯୮୮

ଉପନ୍ୟାସ[ସମ୍ପାଦନା]

  • ଟିକି ସୁନା ହଜିଗଲା

ଅନୁବାଦ[ସମ୍ପାଦନା]

  • ଗାନ୍ଧୀକଥାମୃତ-୧୯୭୦ (ଏହା କ୍ରିଷ୍ଣା କ୍ରିପାଳିନୀଙ୍କ ‘ଅଲ ମେନ ଆର ବ୍ରଦର୍ସ’ର ଓଡ଼ିଆ ଅନୁବାଦ), କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ୤
  • ରସିଦ୍ ଟିକଟ-୧୯୯୦ (ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଅମୃତା ପ୍ରୀତମ ଙ୍କ ଆତ୍ମଜୀବନୀ ‘ରେଭିନ୍ୟୁ ଟିକେଟ’ର ଓଡ଼ିଆ ଅନୁବାଦ)
ଏହି ଅନୁବାଦ ପୁସ୍ତକ ପାଇଁ ୧୯୯୫ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ବିଜେତା ୤
  • ଲଜ୍ଜା-୧୯୯୩ (ବଙ୍ଗଳା ଲେଖିକା ତସଲିମା ନସରିନଙ୍କ ‘ଲଜ୍ଜା’ ବହିର ଓଡ଼ିଆ ଅନୁବାଦ)
  • କୋଡ଼ିଏଟି ଗଳ୍ପ (ଜ୍ଞାନପୀଠମାଗାସେସେ ପୁରସ୍କାର ବିଜେତା ମହାଶ୍ୱେତା ଦେବୀଙ୍କ ‘ପଚାଶୋଟି ଗଳ୍ପ’ର ଓଡ଼ିଆ ଅନୁବାଦ)
  • ପେନ୍ ପୋର୍ଟ୍ରେଟ ଆଣ୍ଡ ଟ୍ରିବ୍ୟୁଟ୍ସ ବାଇ ଗାନ୍ଧିଜୀ’ ର ଓଡ଼ିଆ ଅନୁବାଦ
  • ଜମି ଯେବେ ଜାଗିଉଠେ (କୃଷ୍ଣ ଚନ୍ଦରଙ୍କ ଉପନ୍ୟାସର ଓଡ଼ିଆ ଅନୁବାଦ)

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ସଂକ୍ଷେପରେ ନନ୍ଦିନୀ
  2. "Ex-CM of Orissa Nandini Satpathy passes away - Times Of India". indiatimes.com. 2012. http://articles.timesofindia.indiatimes.com/2006-08-05/india/27801889_1_oriya-orissa-cm-orissa-chief-minister. Retrieved 2 July 2012. "His younger son Tathagat is a BJD MP from Dhenkanal and owner-editor of oriya daily Dharitri" 
  3. "Brief History of Orissa Legislative Assembly Since 1937". ws.ori.nic.in. 2011. http://ws.ori.nic.in/ola/brief.htm. Retrieved 21 April 2012. "NAME OF THE CHIEF MINISTERS OF ORISSA" 
  4. "The 'Iron lady' of Orissa politics | news.outlookindia.com". news.outlookindia.com. 2012. http://news.outlookindia.com/items.aspx?artid=404278. Retrieved 2 July 2012. "she was sworn in again as Chief Minister for a two-year period from 1974 till 1976" 

ଅଧିକ ତଥ୍ୟ[ସମ୍ପାଦନା]