ରଘୁନାଥ ମହାପାତ୍ର

ଉଇକିପିଡ଼ିଆ‌ରୁ
ରଘୁନାଥ ମହାପାତ୍ର
Born(1943-03-23)୨୩ ମାର୍ଚ୍ଚ ୧୯୪୩
Died୯ ମଇ ୨୦୨୧(2021-05-09) (ବୟସ ୭୮)
Cause of deathକରୋନାଭୂତାଣୁ ରୋଗ ୨୦୧୯
Educationଅଷ୍ଟମ [୨]
Occupationସ୍ଥପତି (ପଥର ଶିଳ୍ପୀ)
Childrenପ୍ରଶାନ୍ତ ମହାପାତ୍ର, ଯଶୋବନ୍ତ ମହାପାତ୍ର
Parent(s)ଦାମୋଦର ମହାପାତ୍ର, ଶକୁନ୍ତଳା ଦେବୀ
Awardsପଦ୍ମବିଭୂଷଣ

ରଘୁନାଥ ମହାପାତ୍ର (୨୩ ମାର୍ଚ୍ଚ ୧୯୪୩ - ୦୯ ମଇ ୨୦୨୧)[୩] ଜଣେ ଓଡ଼ିଆ ପଥର ଶିଳ୍ପୀ ଓ ସ୍ଥପତି ଥିଲେ । ତାଙ୍କ ପଥର ଶିଳ୍ପକଳା ନିମନ୍ତେ ୧୯୭୬ ମସିହାରେ ତାଙ୍କ ଭାରତ ସରକାର ୨୩ ବର୍ଷ ବୟସରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଥିଲେ । ସେ ଭୁବନେଶ୍ୱର ଉପକଣ୍ଠରେ ଥିବା "ଶିଳ୍ପୀ ଗ୍ରାମ" ଓ "ରଘୁନାଥ କ୍ରାଫ୍ଟସ୍"ର[୪] ପ୍ରତିଷ୍ଠାତା ଥିଲେ । ପୁରାତନ ଶୈଳୀରେ ନୂତନ ଭାବେ ନିର୍ମିତ ତାରାତାରିଣୀ ମନ୍ଦିରର ମୁଖ୍ୟ ସ୍ଥପତି ଭାବେ କାର୍ଯ୍ୟ କରିବା ସହ[୫] ସାରା ଭାରତରେ ଅନେକ ପ୍ରମୁଖ ମନ୍ଦିର ନିର୍ମାଣ କରିଥିଲେ ।[୬] ୨୦୧୬ ମସିହାରେ ଓଡ଼ିଶା ସରକାର ତାଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଭାବରେ ନିଯୁକ୍ତି ଦେଇଥିଲେ ।[୭]

କରୋନାଭୂତାଣୁ ରୋଗ ୨୦୧୯ରେ ପୀଡ଼ିତ ହୋଇ ୨୦୨୧ ମଇ ମାସ ୯ ତାରିଖରେ ତାଙ୍କର ଭୁବନେଶ୍ୱରଠାରେ ଦେହାନ୍ତ ହୋଇଥିଲା ।[୮]

ଜୀବନୀ[ସମ୍ପାଦନା]

ସେ ୧୯୪୩ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶାର ପୁରୀସ୍ଥିତ ପଥୁରିଆ ସାହିରେ ଜନ୍ମଗ୍ରହଣ କରିଥିଲେ । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ପାଠପଢ଼ା ଛାଡ଼ି ପଥରରେ ମୂର୍ତ୍ତି ଗଢ଼ିବା ଆରମ୍ଭ କରିଦେଇଥିଲେ । ୧୮ ବର୍ଷ ବୟସରେ ସେ ପୁରୀ ଛାଡ଼ି ଭୁବନେଶ୍ୱର ଚାଲିଆସିଥିଲେ । ଓଡ଼ିଶା ସରକାରଙ୍କ ହସ୍ତକଳା ତାଲିମ ଓ ଡିଜାଇନ ସେଣ୍ଟରରେ ଚାକିରୀ ଆରମ୍ଭ କରିଥିଲେ ।

୨୦୨୧ ମସିହା ମଇ ମାସରେ ତାଙ୍କ ପରିବାରର ଅନେକ ସଦସ୍ୟ କରୋନାଭୂତାଣୁ ରୋଗରେ ପୀଡ଼ିତ ହୋଇଥିଲେ । ସେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ମଇ ୯ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଏହି ରୋଗରେ ତାଙ୍କର ଦେହାନ୍ତ ହୋଇଥିଲା ।[୯][୮]

କଳାକୃତି[ସମ୍ପାଦନା]

  • ଭୁବନେଶ୍ୱର ମାଷ୍ଟରକାଣ୍ଟିନ ଛକରେ ୧୮ଫୁଟ ଲମ୍ବା ଓ ୧୫ଫୁଟ ଉଚ୍ଚତାର କୋଣାର୍କ ଘୋଡ଼ା[୧୦]
  • କଟକ ବାରବାଟୀ ଷ୍ଟାଡିଅମରେ ୧୨ଫୁଟର କୋଣାର୍କ ଘୋଡ଼ା
  • ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ୧୬ଟି କୋଣାର୍କ ଚକ୍ର
  • ଟିଟିଲାଗଡ଼ରେ ୭୦ଫୁଟ ଉଚ୍ଚତାର ୩ଟି ମନ୍ଦିର
  • ଗଞ୍ଜାମର ନୂତନ ତାରାତାରିଣୀ ମନ୍ଦିରର ନିର୍ମାଣ
  • ଭାରତୀୟ ସଂସଦରେ ସ୍ଥାପିତ ୫ଫୁଟ ଉଚ୍ଚତା ବିଶିଷ୍ଟ ସୂର୍ଯ୍ୟ ନାରାୟଣ ମୂର୍ତ୍ତି
  • ରାଜୀବ ଗାନ୍ଧୀଙ୍କ ସମାଧି ପୀଠ
  • ନୂଆଦିଲ୍ଲୀ ଅଶୋକା ହୋଟେଲରେ ୧୪ଫୁଟ ଉଚ୍ଚତାର କୋଣାର୍କ ଚକ୍ର
  • ଧଉଳିରେ ୨ଟି ବୌଦ୍ଧ ମୂର୍ତ୍ତି
  • ଲଦାଖରେ ୨୦ଫୁଟ ଉଚ୍ଚତା ବିଶିଷ୍ଟ ୩ଟି ବୌଦ୍ଧ ମୂର୍ତ୍ତି
  • ଫ୍ରାନ୍ସରେ କାଠର ବିଶାଳ ବୌଦ୍ଧ ମୂର୍ତ୍ତି
  • ଜାପାନରେ ୧୫ଫୁଟ ଉଚ୍ଚତାର ଅଶୋକ ସ୍ତମ୍ଭ
  • [[ବାଲେଶ୍ୱରର ଇମାମି ଜଗନ୍ନାଥ ମନ୍ଦିରର ନିର୍ମାଣ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ପଦ୍ମବିଭୂଷଣ, ୨୦୧୩ [୧୧][୧୨]
  • ପଦ୍ମଭୂଷଣ, ୨୦୦୧
  • ପଦ୍ମଶ୍ରୀ, ୧୯୭୬[୧୩]
  • ଜାତୀୟ ପୁରସ୍କାର, ୧୯୬୪[୧୪]
  • ଶିଳ୍ପୀଗୁରୁ ସମ୍ମାନ ୨୦୦୬
  • ଭରତମୁନି ସମ୍ମାନ - ୨୦୧୪[୧୫]
  • ମହ୍ଲାର ସମ୍ମାନ, ୨୦୧୭[୧୬]

ଆଧାର[ସମ୍ପାଦନା]

  1. "Sculptor Raghunath Mohapatra to get Padma Vibhushan". odishanow.in. Archived from the original on 18 April 2017. Retrieved 26 January 2013. Born in Puri, Mohapatra
  2. Kanungo, Laxminarayan (2013). "Raghunath Mohapatra gets Padma Vibhushan, Padma Shri to 3 Odias | Odisha Reporter". odishareporter.in. Retrieved 26 January 2013. He did not study beyond Std VIII
  3. ବେହେରା, ସୁକେଶ. "ପଥରଘୋଡ଼ା ଛଡ଼ା ଆଉ କୌଣସି ଘୋଡ଼ାବେପାର ଜଣା ନଥିଲା". ଧରିତ୍ରୀ. Retrieved 7 January 2017.
  4. "ଆର୍କାଇଭ୍ କପି". Archived from the original on 2014-04-17. Retrieved 2014-04-23. {{cite web}}: Cite has empty unknown parameter: |1= (help)
  5. "Orissa: Pratistha Utsav of Grand temple at Tara Tarini to be held in March, Orissa District News". orissadiary.com. 2011. Retrieved 26 January 2013. Padmavibhusan Raghunath Mohapatra was the master architect of this modern temple built up in ancient form.[permanent dead link]
  6. ‌‌‌‌‌ପ୍ରଗତିବାଦୀ, ଗୁରୁବାର, ୧୮ ଅପ୍ରେଲ ୨୦୧୩, ପୃଷ୍ଠା: ୯
  7. ସମ୍ବାଦ ୦୩/୦୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୫ http://sambadepaper.com/Details.aspx?id=228976&boxid=22739316. Retrieved 3 February 2016. {{cite news}}: Missing or empty |title= (help)[permanent dead link]
  8. ୮.୦ ୮.୧ "Rajya Sabha MP Padma Vibhushan Raghunath Mohapatra dies of Covid-19 | Sambad English". Sambad English (in English). Bhubaneswar: sambadenglish.com. 9 May 2021. Archived from the original on 9 May 2021. Retrieved 9 May 2021.{{cite news}}: CS1 maint: unrecognized language (link)
  9. Barik, Satyasundar (2021-05-09). "Eminent sculptor Raghunath Mohapatra is dead". The Hindu (in Indian English). ISSN 0971-751X. Retrieved 2021-05-10.
  10. Barik, Satyasundar (2013). "The Hindu : States / Other States : An award for my devotion to sculpture: Mohapatra". thehindu.com. Retrieved 5 February 2013. The 18-feet-long, 15-feet-high Konark Horse carved by him and installed at the Master Canteen Square is a famous landmark of the city
  11. "Press Information Bureau English Releases". pib.nic.in. 2013. Retrieved 5 February 2013. Shri Raghunath Mohapatra
  12. "The Hindu : News / National : Padma Vibhushan for Yash Pal, Roddam, S.H. Raza, Mohapatra". thehindu.com. 2013. Retrieved 26 January 2013. Renowned sculptor Raghunath Mohapatra and painter S. Haider Raza were chosen for Padma Vibhushan
  13. "Padma Awards Directory (1954 - 2013)" (PDF). Ministry of Home Affairs. Retrieved 23 April 2014.
  14. Barik, Satyasundar. "An award for my devotion to sculpture: Mohapatra". The Hindu. Retrieved 7 January 2017.
  15. ସମ୍ବାଦ ୧୮/୧୨/୨୦୧୪ ପୃଷ୍ଠା ୧୫
  16. "ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ମହ୍ଲାର ସମ୍ମାନ". ଧରିତ୍ରୀ. 7 January 2017. Retrieved 7 January 2017.