ଗୌରହରି ଦାସ

ଉଇକିପିଡ଼ିଆ ରୁ
ଗୌରହରି ଦାସ
ସମ୍ବାଦ ଅଫିସରେ କାର୍ଯ୍ୟରତ ଗୌରହରି ଦାସ
ଜନ୍ମ ୧୯୬୦
ଷଣ୍ଢଗଡ଼ା, ଭଦ୍ରକ, ଓଡ଼ିଶା
ରହିଥିବା ଜାଗା ଅନୁଭବ, ୩୭୮, ବରମୁଣ୍ଡା ଗ୍ରାମ,ଭୁବନେଶ୍ଵର
ବୃତ୍ତି ଲେଖକ, ଗାଳ୍ପିକ, ସ୍ତମ୍ଭକାର
ଭାଷା ଓଡ଼ିଆ
ଜାତୀୟତା  ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ନାଗରିକତା ଭାରତୀୟ
ଆଖିଦୃଶିଆ କାମ ଅହଲ୍ୟାର ବାହାଘର, ମଥୁରାର ମାନଚିତ୍ର, ପିଛିଲା ପଚିଶ
ପୁରସ୍କାର କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର[୧], ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନ ସାଥି ସଂଯୁକ୍ତା ନାୟକ

[[୧] [୨]]


ଗୌରହରି ଦାସ ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ, ଲେଖକ, ସ୍ତମ୍ଭକାର ।[୨] ସେ ୧୯୬୦ ମସିହାରେ ,ଭଦ୍ରକ ଜିଲ୍ଲାର ଷଣ୍ଢଗଡାଠାରେ ଜନ୍ମ ଗ୍ରହଣ କରିଥିଲେ । ଗୌରହରି ଦାସ ଓଡ଼ିଆ ଆଧୁନିକ କଥାସାହିତ୍ୟ ଓ ସ୍ତମ୍ଭ ରଚନା ତଥା ସାହିତ୍ୟ ବକ୍ତବ୍ୟ ପ୍ରଦାନ ମଧ୍ୟ କରିଛନ୍ତି । ସଂପ୍ରତି ସେ ସର୍ବାଧିକ ପ୍ରସାରିତ ଦୈନିକ ଖବରକାଗଜ ସମ୍ବାଦର ମୁଖ୍ୟ ମହା ପ୍ରବନ୍ଧକ ଓ ସମ୍ବାଦ ସ୍କୁଲ ଅଫ୍ ମିଡିଆ ଆଣ୍ଡ୍ କଲ୍ଚରର ଅଧ୍ୟକ୍ଷ ଅଛନ୍ତି ।[୩] ପ୍ରାୟ ୪୦ଟିରୁ ଅଧିକ ପୁସ୍ତକ ସେ ରଚନା କରିଛନ୍ତି । ସେ କେନ୍ଦ୍ର ସାହିତ୍ୟ ଅକାଦେମୀ ସହିତ ଓଡ଼ିଆ ଭାଷାର ଉପଦେଶକ ଭାବରେ ଜଡିତ ରହିଛନ୍ତି ।[୪]

ସାହିତ୍ୟକୃତି[ସମ୍ପାଦନା]

ଉପନ୍ୟାସ[ସମ୍ପାଦନା]

  • ଆପଣଙ୍କ ଆଜ୍ଞାଧୀନ (୨୦୧୦)
  • ଏଇଠୁ ଆରମ୍ଭ (୨୦୦୫)
  • ନିଜ ସଙ୍ଗେ ନିଜର ଲଢ଼େଇ (୧୯୯୯)
  • ଛାୟା ସୌଧର ଅବଶେଷ (୧୯୯୬)

ଗଳ୍ପ[ସମ୍ପାଦନା]

  • ପିଛିଲା ପଚିଶ (୨୦୦୭)
  • ମଥୁରାର ମାନଚିତ୍ର (୨୦୦୭)
  • ଅହଲ୍ୟାର ବାହାଘର (୨୦୦୪)
  • କାଗଜଡଙ୍ଗା (୨୦୦୨)
  • ପରିଚିତ ପରିଧି (୨୦୦୧)
  • ପ୍ରେମ (୨୦୦୧)
  • ଘର (୨୦୦୦)
  • ପିଲାଦିନ (୨୦୦୦)
  • ଦୁର୍‌ ଆକାଶ କା ପନ୍‌ଛୀ (୨୦୦୦)
  • ମାୟା (୧୯୯୮)
  • ଶେଷବାଜି (୧୯୯୭)
  • ପୁନରାବୃତ୍ତି (୧୯୯୬)
  • ମାଟି କଣ୍ଢେଇ (୧୯୯୫)
  • ଭାରତ ବର୍ଷ (୧୯୯୪)
  • ସ୍ୱପ୍ନ ପାଇଁ ରାତି କାହିଁ (୧୯୯୧)
  • ଆଖଡ଼ା ଘର (୧୯୮୯)
  • ଜୁଆର ଭଟ୍ଟା (୧୯୮୧)
  • କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ

ଭ୍ରମଣ କାହାଣୀ[ସମ୍ପାଦନା]

  • ଦୁଇ ଦିଗନ୍ତ (୨୦୦୩)
  • ପ୍ରଥମ ପ୍ରବାସ (୧୯୯୭)

କବିତା[ସମ୍ପାଦନା]

  • ପାଉଁଶର ପାଣ୍ଡୁଲିପି

ଅନୁବାଦ[ସମ୍ପାଦନା]

  • ଯଶପାଲଙ୍କ କାହାଣୀ
  • ଭଗବାନ ରଜନୀଶ (୧୯୯୮)

ଆତ୍ମଜୀବନୀ[ସମ୍ପାଦନା]

  • କର୍ମଯୋଗୀ

ଈଂରାଜୀ ଲେଖା[ସମ୍ପାଦନା]

  • ଦ ଲିଟିଲ ମୋଙ୍କ ଆଣ୍ଡ୍ ଅଦର ଷ୍ଟୋରି

ଫିଚର ଲେଖା[ସମ୍ପାଦନା]

  • ଜୀବନର ଜଳାଛବି
  • ଭିନ୍ନ ଭୂମିକା
  • ପରିଚିତ ପରିଧି

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର (୨୦୧୦)
  • ତୀରତରଙ୍ଗ ପୁରସ୍କାର (୨୦୦୮)
  • ଅମୃତାୟନ ପୁରସ୍କାର (୨୦୦୭)
  • କାଦମ୍ୱନୀ ଉପନ୍ୟାସ ସମ୍ମାନ (୨୦୦୬)
  • ରାଜଧାନୀ ପୁସ୍ତକ ମେଳା ସମ୍ମାନ, ଭୁବନେଶ୍ୱର (୨୦୦୫)
  • ଫକୀରମୋହନ କଥା ସମ୍ମାନ, ଉତ୍କଳ ସାହିତ୍ୟ ସମାଜ, କଟକ (୨୦୦୪)
  • ଅଖିଳଚକ୍ର ସମ୍ମାନ (୨୦୦୩)
  • ସାହିତ୍ୟ ଭାରତୀ ତରୁଣ ସମ୍ମାନ (୨୦୦୨)
  • ବେଷ୍ଟ ୟଙ୍ଗ ପ୍ଲେରାଇଟ୍‌, ସଙ୍ଗୀତ ନାଟକ ଏକାଡେମୀ, ଦିଲ୍ଲୀ –(୨୦୦୧)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୦)
  • ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର (୧୯୯୯)
  • ଅଖିଳ କଥା ସମ୍ମାନ, ଭୁବନେଶ୍ୱର (୧୯୯୮)
  • ଗୋକର୍ଣ୍ଣିକା ସାହିତ୍ୟ ସମ୍ମାନ (୧୯୯୧)

ଆଧାର[ସମ୍ପାଦନା]