ଶ୍ରୀନିବାସ ଉଦ୍‌ଗାତା

ଉଇକିପିଡ଼ିଆ‌ରୁ
ଶ୍ରୀନିବାସ ଉଦ୍‌ଗାତା
Born (1935-01-07) ୭ ଜାନୁଆରୀ ୧୯୩୫ (ବୟସ ୮୯)
ମାଣିକାଗୋଡ଼ା, ଦିବ୍ୟସିଂହପୁର ଶାସନ, ପୁରୀ, ଓଡ଼ିଶା
Nationalityଭାରତୀୟ
Known forଓଡ଼ିଆ କବି, ଗାଳ୍ପିକ, ଅନୁବାଦକ ଓ ନାଟ୍ୟକାର
Spouseସୌଦାମିନୀ ଉଦ୍‌ଗାତା
Parentଶ୍ରୀଧର ଉଦ୍‌ଗାତା (ବାପା)
Relativesଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା (ବଡ଼ ଭାଇ)
Awardsପଦ୍ମଶ୍ରୀ, ୨୦୦୮

ଶ୍ରୀନିବାସ ଉଦ୍‌ଗାତା (ଜନ୍ମ: ୭ ଜାନୁଆରୀ ୧୯୩୫) ଜଣେ ଓଡ଼ିଆ କବି, ଲେଖକ, ଔପନ୍ୟାସିକ, ନାଟ୍ୟକାର ଏବଂ ଅନୁବାଦକ ।[୧][୨] ଉଦ୍‌ଗାତା ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହି ଓଡ଼ିଆ ସାହିତ୍ୟର ପ୍ରଚାର କରିଛନ୍ତି ।[୩] ତାଙ୍କର ଏଯାବତ ପ୍ରାୟ ୨୧୦ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି । ୧୯୯୪ରୁ ୧୯୯୭ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ଭାବରେ କାର୍ଯ୍ୟନିର୍ବାହ କରିଛନ୍ତି । ସାହିତ୍ୟ ପାଇଁ ତାଙ୍କର ଅବଦାନ ନିମନ୍ତେ ୨୦୦୮ ମସିହାରେ ପଦ୍ମଶ୍ରୀ ଉପାଧୀରେ ସମ୍ମାନୀତ ।[୪][୫]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଶ୍ରୀନିବାସ ୧୯୩୫ ମସିହା ଜାନୁଆରୀ ୧୩ ତାରିଖରେ ପୁରୀ ଜିଲ୍ଲାର ମାଣିକାଗୋଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୬] ଶ୍ରୀନିବାସ ଉଦ୍‌ଗାତାଙ୍କର ପିତାମହ ସ୍ୱର୍ଗତ କପିଳ ରାୟଗୁରୁ ମୁକ୍ତି ମଣ୍ଡପ ସଭା ପଣ୍ଡିତ ଥିଲେ । ପିତା ଶ୍ରୀଧର ଉଦ୍‌ଗାତା, ଜଣେ ସିଦ୍ଧ କବି ଓ ଚିତ୍ରକର ତଥା ଗୋପବନ୍ଧୁଙ୍କର ସହକର୍ମୀ ଥିଲେ । ବଡ଼ଭାଇ ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଙ୍କୁ ଶ୍ରୀନିବାସ ନିଜର ଶିକ୍ଷାଗୁରୁ ଭାବରେ ସ୍ୱୀକାର କରିଛନ୍ତି । ପରିବାରର ଅନ୍ୟମାନେ ବଲାଙ୍ଗୀରରେ ସଂସ୍କୃତ ଶିକ୍ଷା, ଜ୍ୟୋତିଷ, କର୍ମକାଣ୍ଡ ଓ ସାରସ୍ୱତ ଭୂମିର ପ୍ରତିଷ୍ଠାତା ଭାବରେ ପରିଗଣିତ । ସେ ବର୍ତ୍ତମାନ କବି କୁଟୀର, ରାଧାରାଣୀପଡା, ବଲାଙ୍ଗୀରରେ ଅବସ୍ଥାନ କରୁଅଛନ୍ତି । ଶ୍ରୀନିବାସ ଉଦ୍‌ଗାତାଙ୍କର ସହଧର୍ମିଣୀ, ସୌଦାମିନୀ ଉଦ୍‌ଗାତା ଜଣେ ଲେଖିକା । ତାଙ୍କର ଏଯାବତ ୧୬ଟି ପୁସ୍ତକ ପ୍ରକାଶିତ ହୋଇ ସାରିଛି ।

ରଚନାବଳୀ[ସମ୍ପାଦନା]

ଶ୍ରୀନିବାସ ଉଦ୍‌ଗାତାଙ୍କ ରଚନାବଳୀସମୂହ ହେଲା[୭]:

କବିତା ସଙ୍କଳନ[ସମ୍ପାଦନା]

  • ପୂରବୀ (୧୯୬୧)
  • ଆପଣାର ଗୀତ (୧୯୭୮)
  • ପୁନଶ୍ଚ..ପୁନଶ୍ଚ (୧୯୮୭)
  • ଚୈତ୍ରରଥ (୧୯୮୧)
  • ପ୍ରିୟତମାସୁ (୨୦୦୧)
  • ଅପ୍ରମେୟସୁ (୨୦୦୨)
  • ଭାବ ସମାଧି (୨୦୦୪)

ଉପନ୍ୟାସ[ସମ୍ପାଦନା]

  • ନୀଳ ନୟନ ତଳେ (୧୯୫୭)
  • ଶେଷ ରାତ୍ରୀ ପ୍ରଥମ ସକାଳ (୧୯୬୧)
  • ଆଲୁଅର ଡାକ (୨୦୦୩)
  • ବ୍ୟାଘ୍ରାରୋହଣ (୧୯୯୯)

ଗଳ୍ପ ସଙ୍କଳନ[ସମ୍ପାଦନା]

  • ପୂର୍ଣ୍ଣିମା (୧୯୫୭)
  • ପାର୍ବତୀ (୧୯୬୨)
  • ଦିବ୍ୟ ପୁରୁଷ (୧୯୯୦)

ଅନୁବାଦ ଗ୍ରନ୍ଥ[ସମ୍ପାଦନା]

  • ନାଟ୍ୟଶାସ୍ତ୍ରମ୍‌ (ମୂଳଲେଖା: ସଂସ୍କୃତ, ୨୦୦୩)
  • କବି କାହାଣୀ (ମୂଳଲେଖା: ବଙ୍ଗଳା)
  • ଶୋଭାଯାତ୍ରା
  • ଭବଭୂତି (ମୂଳଲେଖା: ଇଂରାଜୀ)
  • ନୀଳ ହ୍ରଦ (ମୂଳଲେଖା: ହିନ୍ଦୀ, ଗଳ୍ପସଂଗ୍ରହ)
  • ଶବଯାତ୍ରା (ଉପନ୍ୟାସ)
  • ଉତ୍ସବା (କବିତା)
  • ମଧୁଶାଳା

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ପଦ୍ମଶ୍ରୀ, ୨୦୦୮[୫]
  • ଶାରଳା ପୁରସ୍କାର, ୨୦୦୨[୮]
  • ଝଙ୍କାର ପୁରସ୍କାର (୨୦୦୨ ଓ ୧୯୭୪)[୯]
  • ସାରଳା ସମ୍ମାନ, ୨୦୦୧
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ ନିମନ୍ତେ), ୧୯୯୨[୧୦]
  • ପ୍ରଜ୍ଞାପ୍ରଣାମ, ୨୦୧୩[୧୧]
  • ଆଚାର୍ଯ୍ୟ ବିଦ୍ୟାସାଗର ସମ୍ମାନ (୨୦୦୨)
  • ଡି.ଲିଟ୍ (ସମ୍ବଲପୁର ବିଶ୍ୱବିଦ୍ୟାଳୟ)
  • ବିଦ୍ୟାବାଚସ୍ପତି (ପ୍ରୟାଗ ସାହିତ୍ୟ ସମ୍ମେଳନ)
  • ୟୁ.ପି. ହିନ୍ଦୀ ସାହିତ୍ୟ ସଂସ୍ଥା ସମ୍ମାନ
  • ଲକ୍ଷ୍ନୌ-ସୌହାର୍ଦ୍ଦ୍ୟ ସମ୍ମାନ
  • ସାହିତ୍ୟ ଭାରତୀ ସମ୍ମାନ - ୨୦୨୩ (ଗଙ୍ଗଧର ରଥ ଫାଉଣ୍ଡେସନ ପ୍ରଦତ୍ତ)[୧୨]

ଆଧାର[ସମ୍ପାଦନା]

  1. National Book Trust (1996). Beyond the roots: an anthology of Oriya short stories. National Book Trust, India. ISBN 978-81-237-2246-7. Retrieved 7 November 2012.
  2. Pratiyogita Darpan (March 2008). Pratiyogita Darpan. Pratiyogita Darpan. pp. 19–. Retrieved 7 November 2012.
  3. Sahitya Akademi (1999). Who's who of Indian Writers, 1999: N-Z. Sahitya Akademi. ISBN 978-81-260-0873-5. Retrieved 7 November 2012.
  4. "Padma Awards". General Administration,Govt. of Odisha. Retrieved 3 March 2017.
  5. ୫.୦ ୫.୧ Laxmikanth. Current Affairs Reckoner. Tata McGraw-Hill Education. pp. 1–. ISBN 978-0-07-022166-6. Retrieved 7 November 2012.
  6. "ଆର୍କାଇଭ୍ କପି". Archived from the original on 2012-09-17. Retrieved 2012-11-07. {{cite web}}: Cite has empty unknown parameter: |1= (help)
  7. ମିଶ୍ର, ମହେନ୍ଦ୍ର (2012). "ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କ ସହିତ ସାକ୍ଷାତକାର". odiasahitya.com. Retrieved 7 January 2013. ଡ.ଶ୍ରୀନିବାସ ଉଦ୍‌ଗାତାଙ୍କ ସୃଷ୍ଟି
  8. http://www.imfa.in/social-responsibility/saralaaward.htm
  9. "Guru Gangadhar Pradhan..." OrissaDiary. Retrieved 17 December 2014.[permanent dead link]
  10. "AKADEMI TRANSLATION PRIZES (1989-2015)". ସାହିତ୍ୟ ଏକାଡେମୀ. Retrieved 3 March 2017.
  11. "ସୂର୍ଯ୍ୟପ୍ରଭାର ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି". Odishan. Retrieved 17 December 2014.
  12. "ଶ୍ରୀନିବାସ ଉଦଗାତା ପାଇବେ ସାହିତ୍ୟ ଭାରତୀ ସମ୍ମାନ". No. ସମ୍ବାଦ ୦୩/୦୩/୨୦୨୩ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 3 March 2023. Retrieved 3 March 2023.