ନୀଳ ମାଧବ ପଣ୍ଡା
| ନୀଳ ମାଧବ ପଣ୍ଡା | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧୮ ଅକ୍ଟୋବର ୧୯୭୩ ସୋନପୁର, ଓଡିଶା, ଭାରତ |
| ଜୀବିକା | ଫିଲ୍ମ ନିର୍ଦ୍ଦେଶକ, ପ୍ରଯୋଜକ |
| କାର୍ଯ୍ୟକାଳ | ୧୯୯୮-ଏବେଯାଏଁ |
ନୀଳ ମାଧବ ପଣ୍ଡା (ଜନ୍ମ: ୧୮ ଅକ୍ଟୋବର ୧୯୭୩) ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମିତ ଜଣେ କଥାଚିତ୍ର ନିର୍ଦ୍ଦେଶକ । ତାଙ୍କର ଆଇ ଆମ୍ କାଲାମ କଥାଚିତ୍ର ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ଜିତିଅଛି । [୧]
ବିଷୟସୂଚୀ |
ବାଲ୍ୟ ଜୀବନ [ସମ୍ପାଦନା]
ନୀଳ ମାଧବ ପଣ୍ଡା ଓଡ଼ିଶା ର ସୁବର୍ଣ୍ଣପୁର ଜିଲ୍ଲାର ଦଶରାଜପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଆଦିତ୍ୟ ପ୍ରସାଦ ପଣ୍ଡା ଓ ମାତାଙ୍କ ନାମ ମାୟା ପଣ୍ଡା, ତାଙ୍କର ୩ ଭଉଣୀ ଅଛନ୍ତି । ସେ ତାଙ୍କ ପ୍ରାଥମିକ ଶିକ୍ଷା ତାଙ୍କ ନିଜ ଗ୍ରାମ ବିଦ୍ୟାଳୟରେ କରିଥିଲେ । ଗ୍ରାମ ବିଦ୍ୟାଳୟରେ ଉଚ୍ଚପ୍ରାଥମିକ ଶିକ୍ଷା ପାଇଁ ବ୍ୟବସ୍ଥା ନଥିବାରୁ ସେ ତାଙ୍କ ଗ୍ରାମଠାରୁ ୮ କି.ମି ଦୁର ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଚାଲି ଚାଲି ଯିବା ଆସିବା କରି ପାଠ ପଢ଼ିଥିଲେ । ତା' ପରେ ସେ ଉଲୁଣ୍ଡା ଉଚ୍ଚବିଦ୍ୟାଳୟରେ ପଢ଼ିଥିଲେ ଜାହା ତାଙ୍କ ଗ୍ରାମ ଠାରୁ ୯ କି.ମି ଦୁରରେ ଅବସ୍ଥିତ ଥିଲା । ସେତେ ବେଳେ ସେ ସାଇକେଲ୍ ରେ ଯିବା ଆସିବା କରୁଥିଲେ । ସେ ମଧ୍ୟ ଆଇ.ଆଇ.ଏମ୍ ବାଙ୍ଗାଲୋର ରେ ପଢ଼ିଛନ୍ତି । [୨]
ପେସାଦାର ଜୀବନ [ସମ୍ପାଦନା]
୧୯୯୮ ରେ ସେ ଗଠନ କଲେ ମଲ୍ଟିମିଡ଼ିଆ ପ୍ରଡକ୍ସନ୍ ସଂସ୍ଥା "ଏଲିଆନୋରା ଇମେଜ୍ସ୍" । [୩]
ମାନ ସମ୍ମାନ [ସମ୍ପାଦନା]
- ୟୁନାଇଟେଡ୍ ନେସନ୍ସ୍ ଭିଜୁଆଲ୍ ମେଡ଼ିଆ ଫେଲୋସିପ୍ (୨୦୦୨)
- ହିରୋଇଜିମ୍ ଇନ୍ ସିନେମାଟୋଗ୍ରାଫି, (୨୦୦୩) ଟିଏଚ୍ପି, ନ୍ୟୁୟର୍କ୍
- ୟୁକେ ଫିଲ୍ମ୍ ଫେଲୋସିପ୍ (୨୦୦୫)
- କ୍ରିଏଟିଭ୍ ଫ୍ୟୁଚର୍ସ୍ ଓଫ୍ ଇଣ୍ଡିଆ (୨୦୦୫), (ଲଙ୍ଗେସ୍ଟ୍ ଜର୍ଣ୍ଣି ଆଵାର୍ଡ୍), ବ୍ରିଟିଶ୍ କାଉନ୍ସିଲ୍ [୪]
- Excellence in media (2010) for fighting the cause Female foeticide.
- ଅରବିନ୍ଦମ୍ ପୁରସ୍କାରମ୍ (ବେସ୍ଟ ଡେବୁଟ୍ ଆଵାର୍ଡ) (ଆଇ ଆମ କଲାମ) (୨୦୧୦) [୫]
ନିର୍ଦ୍ଦେଶନା [ସମ୍ପାଦନା]
ସମ୍ପୂର୍ଣ୍ଣ ଚଳଚ୍ଚିତ୍ର [ସମ୍ପାଦନା]
- ଆଇ ଆମ୍ କଲାମ୍ (୨୦୧୧) [୬]
- ଦି ଓମେନ୍ ଫ୍ରମ୍ ଜର୍ଜିଆ (ୟୁଏସ୍ଏ,ନିର୍ମାଣାଧିନ)
- ପଜିଟିଭ୍ ନେଗେଟିଭ୍ (ଏଚ୍.ଆଇ.ଭି. ଏଡ୍ସ୍ ଉପରେ ଆଧରିତ/ନିର୍ମାଣାଧିନ)