କେଦାରନାଥ ମନ୍ଦିର
କେଦାରନାଥ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | କେଦାରନାଥ |
State | ଉତ୍ତରାଖଣ୍ଡ |
Country | ଭାରତ |
ଉତ୍ତରାଖଣ୍ଡର ରାଜ୍ୟର ଗଡ଼ୱାଲ ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଅବସ୍ତିତ । ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋଲିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜ ମାନ ହେଇଛନ୍ତି । ହିନ୍ଦୁଶାସ୍ତ୍ର,ପୁରାଣ ଓ ପୁରାତନ ରଚନାମାନଙ୍କରେ ଏହି ଅଞ୍ଚଳକୁ କେଦାରଖଣ୍ଡ ଭାବେ ବର୍ଣ୍ଣନା କରାଯାଇଛି ।[୧]
କିମ୍ବଦନ୍ତୀ
[ସମ୍ପାଦନା]କିମ୍ବଦନ୍ତୀ ଅନୁସାରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର ପାଣ୍ଡବମାନଙ୍କଦ୍ୱାରା ନିର୍ମିତ ହେଇଥିଲା ।[୨] ପରିକ୍ଷିତ ମହାରାଜାଙ୍କ ପୁତ୍ର ଜନ୍ମେଜୟ ମନ୍ଦିର ଗର୍ଭଗୃହ ସମ୍ମୁଖ ମଣ୍ଡପ ନିର୍ମାଣ କରେଇଥିଲେ । ବର୍ତ୍ତମାନର ମନ୍ଦିର ଅଷ୍ଟମ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ନିର୍ମିତ ।ସମୟ କ୍ରମେ ମନ୍ଦିର ଜିର୍ଣ୍ଣ ହେଇପଡ଼ିଛି ଏବଂ ପୁନଃ ମନ୍ଦିରର ଜୀର୍ଣ୍ଣ ସଂସ୍କାର କରାଯାଇଛି ।
ପୌରାଣିକ
[ସମ୍ପାଦନା]ପୌରାଣିକ ଆଖ୍ୟାୟିକା ଅନୁସାରେ ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ନିଜରପିତାମହ,ଗୁରୁ ଓ ଭାଇମାନଙ୍କୁ ବିନାଶ କରିବା ଜନିତ ଦୋଷରୁ ମୁକ୍ତି ପାଇବା ପାଇଁ ଭଗବାନ ଶଙ୍କରଙ୍କ ଆଶିର୍ବାଦ ଲାଭ ଉଦ୍ଦେଶ୍ୟରେ କାଶୀ, ଗୁପ୍ତକାଶୀ ଆସି କେଦାରଖଣ୍ଡରେ ପହଞ୍ଚିଲେ । ପ୍ରଭୁ ପାଣ୍ଡବମାନଙ୍କ ଆନ୍ତରିକତା ପରୀକ୍ଷା କରିବା ପାଇଁ ସେମାନଙ୍କୁ ଦର୍ଶନ ନଦେଇ ଏକ ମହିଷ ବା ଷଣ୍ଢ ରୂପରେ ବିଚରଣ କରିବାକୁ ଲାଗିଲେ । ପାଣ୍ଡବମାନେ ଏହା ଜାଣିପାରିବାରୁ ମହିଷରୂପୀ ଶିବ ପୃଥିବୀ ଗର୍ଭରେ ପ୍ରବେଶ କରିବାକୁ ଲାଗିଲେ । ଦ୍ୱିତୀୟ ପାଣ୍ଡବ ମହିଷ ରୂପୀ ଶିବଙ୍କର ପୃଷ୍ଠ ଭାଗକୁ କୁଣ୍ଢାଇ ଧରିବାରୁ ମହିଷର ପୃଷ୍ଠଭାଗ କେଦାରନାଥ ଅନ୍ୟ କେତେକ ଭାଗ ମଦମହେଶ୍ୱର, ତୁଙ୍ଗନାଥ, ରୁଦ୍ରନାଥ ଓ କଳ୍ପେଶ୍ୱରରେ ଏବଂ ଶିରଭାଗ ନେପାଳର କାଠମାଣ୍ଡୁରେ ଶିବଲିଙ୍ଗରୂପେ ପ୍ରକଟିତ ହେଲେ । [୩][୪][୫] ତେଣୁ ବିଶ୍ୱାସ କରାଯାଏ ଶ୍ରୀକେଦାରନାଥ ଓ ପଶୁପତିନାଥ ଏକ ଓ ଅଭିନ୍ନ ଏବଂ ଉଭୟେ ମିଶି ଗୋଟିଏ ଜ୍ୟୋତିର୍ଲିଙ୍ଗ ।[୬]
ମନ୍ଦିର
[ସମ୍ପାଦନା]ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଗର୍ଭଗୃହର ଭିତରପାଖ କାଠରେ ଆବୃତ।ବର୍ତ୍ତମାନର ମନ୍ଦିର ସମ୍ମୁଖରେ ବିରାଟ ନନ୍ଦୀ ବିଗ୍ରହ ଗର୍ଭଗୃହ ମଧ୍ୟକୁ ମୁଖକରି ବିଜେ କରିଛନ୍ତି । ମନ୍ଦିର ପ୍ରବେଶ ଦ୍ୱାରରେ ବିନାୟକ ମୂର୍ତ୍ତି ଧ୍ୟାନମୁଦ୍ରାରେ ବିରାଜମାନ । ଗର୍ଭଗୃହ ସମ୍ମୁଖ ମଣ୍ଡପରେ ଶ୍ରୀକୃଷ୍ଣ, ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ ଓ ଦ୍ରୌପଦୀଙ୍କ ମୂର୍ତ୍ତି ଏବଂ ବୀରଭଦ୍ର ସ୍ୱାମୀ, କେଦାରଗୌରୀ ଓ ଅନ୍ୟ ଦେବଦେବୀଙ୍କ ବିଗ୍ରହ ଶୋଭାପାଉଛି ।
ଶିବଲିଙ୍ଗ
[ସମ୍ପାଦନା]ଗର୍ଭଗୃହରେ ଭଗବାନ ଶଙ୍କର ସଦାଶିବ ରୂପରେ ପୂଜା ପାଉଛନ୍ତି । ଶିବଲିଙ୍ଗ ଏକ ବିରାଟ ଗର୍ତ୍ତ ମଧ୍ୟରୁ ଉପରକୁ ଉଠିଥିବା ଏକ ମହିଷିର ପୃଷ୍ଠଭାଗ ସଦୃଶ ଦୃଶ୍ୟମାନ ହୁଅନ୍ତି । ବିରାଜମାନ ଶିବଲିଙ୍ଗର ଆକୃତି ଲମ୍ବରେ ପ୍ରାୟ ୮.୫ଫୁଟ, ଚଉଡାରେ ପ୍ରାୟ ୪ଫୁଟ ଓ ଉଚ୍ଚତାରେ ୪ଫୁଟ ।
ଦର୍ଶନ
[ସମ୍ପାଦନା]ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ପୂର୍ବାହ୍ନ ଦର୍ଶନକୁ ନିର୍ବାଣ ଦର୍ଶନ କୁହାଯାଏ । ନିର୍ବାଣ ଦର୍ଶନ ସମୟରେ ଭକ୍ତମାନେ ଲିଙ୍ଗକୁ ସ୍ପର୍ଶକରି ପୂଜାର୍ଚ୍ଚନା, ଅଭିଷେକ ଆଦି କରିପାରନ୍ତି । ନିର୍ଦ୍ଧାରିତ ପାଉଣା ଦାଖଲ କଲେ ମନ୍ଦିର କମିଟି ବିଶେଷ ପୂଜା ଓ ଅଭିଷେକର ବ୍ୟବସ୍ଥା କରେଇଥାନ୍ତି । ଜ୍ୟୋତିର୍ଲିଙ୍ଗର ଅପରାହ୍ନ ଦର୍ଶନକୁ ଶୃଙ୍ଗାର ଦର୍ଶନ କୁହାଯାଏ । ଶୃଙ୍ଗାର ଦର୍ଶନ ସମୟରେଜ୍ୟୋତିର୍ଲିଙ୍ଗକୁ ସ୍ପର୍ଶ କରିବା ମନା । ଏହି ସମୟରେ ଜ୍ୟୋତିର୍ଲିଙ୍ଗକୁ ବିବିଧ ପୁଷ୍ପ ଅଳଙ୍କାରରେ ବିଭୁଷିତ କରାଯାଇଥାଏ । ଶୃଙ୍ଗାର ବେଶରେ ପ୍ରଭୁଙ୍କର ସଂଧ୍ୟା ଆଳତି ହୁଏ । ଜ୍ୟୋତିର୍ଲିଙ୍ଗଙ୍କର ଶ୍ରାବଣୀ ଅନ୍ନକୂଟ ମେଳା ରାକ୍ଷୀ ପୂର୍ଣ୍ଣିମା ପୂର୍ବଦିନ ପାଳନ କରାଯାଏ ।
କେଦାର ଉପତ୍ୟକାରେ ପ୍ରବଳ ତୁଷାରପାତ ହେତୁ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ଉପତ୍ୟକା ବରଫାବୃତ ହୋଇଯାଏ । ମନ୍ଦିର, ଶିବଲିଙ୍ଗ, ଯାତ୍ରାପଥ ବରଫରେ ଆଚ୍ଛାଦିତ ହୋଇଯାଏ । ତେଣୁ ଏହି ଛଅ ମାସ କେଦାରନାଥଙ୍କ ଦର୍ଶନ ମିଳେନାହିଁ । ଅପ୍ରେଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କର ଦର୍ଶନ ମିଳେ।ସାଧାରଣତଃ ଅକ୍ଷୟ ତୃତୀୟା ଦିନ ମନ୍ଦିର ଖୋଲାଯାଇଥାଏ ଏବଂ ଦୀପାବଳି ପରଦିନ ବନ୍ଦକରାଯାଏ । ଗର୍ଭଗୃହରେ ଜ୍ୟୋତିର୍ଲିଙ୍ଗଙ୍କ ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ କରାଯାଇ ମନ୍ଦିର ବନ୍ଦ କରାଯାଏ । ଭକ୍ତମାଙ୍କର ବିଶ୍ୱାସ, ଛଅମାସ ପରେ ମନ୍ଦିର ଖୋଲାହେବା ପର୍ଯ୍ୟନ୍ତ ଏହି ଯଜ୍ଞଦୀପ ପ୍ରଜ୍ଜ୍ୱଳିତ ଥାଏ । [୭]
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2012-06-16. Retrieved 2012-12-12.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2012-04-26. Retrieved 2012-12-12.
{{cite web}}
: Cite has empty unknown parameter:|1=
(help) - ↑ "4,000-year-old Mahabharata relic found in Nepal? (With Images)". Thaindian News. 12 August 2009 12:33:45 AM. Archived from the original on 25 August 2013. Retrieved 7 July 2012.
{{cite news}}
:|first=
missing|last=
(help); Check date values in:|date=
(help) - ↑ Thapa, Bharat Bandu (6 Bhadra). "Mandir Anabaran ".
{{cite news}}
: Check date values in:|date=
(help); Unknown parameter|City=
ignored (|location=
suggested) (help); Unknown parameter|Name=
ignored (help) - ↑ Prasai, Dirgha Raj. "Hindu shrine: Pashupatinath (Lord Shiva) and Shivaratri in Nepal". The Indian Post. Archived from the original on 29 October 2013. Retrieved 7 July 2012.
- ↑ http://www.chardhamyatra.org/kedarnath/history-legends.php
- ↑ "ଆର୍କାଇଭ୍ କପି". Archived from the original on 2013-10-29. Retrieved 2012-12-12.
{{cite web}}
: Cite has empty unknown parameter:|1=
(help)
ବାହାର ତଥ୍ୟ
[ସମ୍ପାଦନା]- Char Dham, Official website of Uttarakhand Government
- [the http://www.badrikedar.com/, kedarnath.org, yamunotri.org and gangotri.org domains have moved to http://www.4dham.com]
- Virtual Lord Shiva Darshan and pilgrimage with videos and images
- http://www.badrikedar.com/ Official Site
- http://migranov.ru/kedarnath.php
- story