କେଦାରନାଥ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କେଦାରନାଥ
ସହର
କେଦାରନାଥ
କେଦାରନାଥ
ଦେଶଭାରତ
ରାଜ୍ୟଉତ୍ତରାଖଣ୍ଡ
ଜିଲ୍ଲାରୁଦ୍ରପ୍ରୟାଗ
Elevation
3,553 m (11,657 ft)
Population
 (2001)
 • Total୪୭୯
ଭାଷା
 • ସରକାରୀହିନ୍ଦୀ
Time zoneUTC+5:30 (ଭାରତୀୟ ମାନକ ସମୟ)

କେଦାରନାଥ, ଉତ୍ତରାଖଣ୍ଡ ରାଜ୍ୟର ପ୍ରମୂଖ ସହର ତଥା ଏକ ଧାର୍ମିକ ଯାତ୍ରାଧାମ । ଏହା ପ୍ରମୁଖ ଚାରଧାମ ମଧ୍ୟରୁ ଗୋଟିଏ ଧାମ । ଏଠାକୁ ପ‌ହଞ୍ଚିବାକୁ କୌଣସି ସଡକ ସୁବିଧା କିମ୍ବା ରେଳରାସ୍ତା ନାହିଁ । ୧୪କି ମି ଦୁର୍ଗମ ରାସ୍ତା ଚାଲିବାକୁ ପଡ଼ିଥାଏ । ଶୀତ ଛଅ ମାସ ଏହି ମନ୍ଦିର ବନ୍ଦ ରୁହେ ଓ ଭଗବାନ ଶିବଙ୍କୁ (କେଦାରନାଥ) ଉଖି ମଠରେ ପୂଜା କରାଯାଇଥାଏ । ପ୍ରତିବର୍ଷ ଅକ୍ଷୟ ତୃତୀୟାରେ ଭଗବାନଙ୍କୁ ଉଖି ମଠରୁ କେଦାରନାଥ ଅଣାଯାଇଥାଏ । ସେହିଦିନ କେଦାରନାଥ ମନ୍ଦିର ଖୋଲେ ଏବଂ ଗ୍ରୀଷ୍ମ ଛଅ ମାସ ଭଗବାନ ସେଠାରେ ପୂଜା ପାଇଥାନ୍ତି । ଉଖି ମଠ ରୁଦ୍ରପ୍ରୟାଗରୁ ୪୧ କି ମି ଦୂରରେ ଅବସ୍ଥିତ ।

ଭୂଗୋଳ[ସମ୍ପାଦନା]

କେଦାରନାଥ ଉତ୍ତରାଖଣ୍ତ ରାଜ୍ୟର ରୁଦ୍ରପ୍ରୟାଗ ଜିଲ୍ଲାରେ ଅବସ୍ଥିତ ।

ଇତିହାସ[ସମ୍ପାଦନା]

ଏହି ମନ୍ଦିର ପାଣ୍ତବ ମାନଙ୍କଦ୍ୱାରା ତିଆରି କରାଯାଇଥିଲା ଏବଂ ଆଦି ଶଙ୍କରାଚାର୍ଯ୍ୟ ଏହାର ରଚୟିତା ଥିଲେ । ଏଠାରେ ଶିବ ଗୋଟିଏ ଅଧା ଷଣ୍ଢ ରୂପରେ ପୂଜା ପାଅନ୍ତି । କେବଳ ଷଣ୍ଢର ଦେ‌ହ ଏଠାରେ ଅବସ୍ଥିତ ଥିଲାବେଳେ ମୁଣ୍ତ ଭାଗଟି ନେପାଳର ଭକତପୁରର ଡୋଲେଶ୍ୱର ମହାଦେବ ମନ୍ଦିରରେ ପୂଜା ପାଆନ୍ତି ।

ଯେତେବେଳେ ପାଣ୍ତବମାନେ ମହାଭାରତ ଯୁଦ୍ଧ ଜିତି ସାରି ଶିବଙ୍କ ପାଖକୁ ଏତେ ଲୋକଙ୍କୁ ମାରିବା ପାପରୁ ପ୍ରାୟଶ୍ଚିତ କରିବା ସକାଶେ କାଶୀ ଯାଇଥିଲେ ସେତେବେଳେ ଶିବ ସେମାନଙ୍କୁ ଦେଖି ଲୁଚିଯାଇଥିଲେ । ପାଣ୍ତବମାନେ ଶିବଙ୍କୁ ଖୋଜି ଖୋଜି କାଶୀରୁ କେଦାରନାଥ ଆସିବା ସମୟରେ ନ‌କୁଳ ଓ ସ‌ହଦେବଙ୍କୁ ଗୋଟିଏ ବିଚିତ୍ର ଷଣ୍ଢ ଦେଖାଯାଇଥିଲା । ସେତିକିବେଳେ ଅର୍ଜୁନ ନିଜ ଧନୁରେ ସେହି ଷଣ୍ଢକୁ ଆକ୍ଷେପ କରିଥିବା ବେଳେ ସେହି ଷଣ୍ଢର ମୁଣ୍ତଟି ଯାଇ ନେପାଳରେ ପଡ଼ିଥିଲା ଏବଂ ଦେହଟି କେଦାରନାଥରେ ରହିଥିଲା ।

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ଗଡ଼ୱ୍ଆଲ ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଅବସ୍ତିତ । ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋଲିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜ ମାନ ହେଇଛନ୍ତି । ହିନ୍ଦୁଶାସ୍ତ୍ର,ପୁରାଣ ଓ ପୁରାତନ ରଚନାମାନଙ୍କରେ ଏହି ଅଞ୍ଚଳକୁ କେଦାରଖଣ୍ଡ ଭାବେ ବର୍ଣ୍ଣନା କରାଯାଇଛି ।[୧]

ଗ୍ଯାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2012-06-16. Retrieved 2012-07-25. {{cite web}}: Cite has empty unknown parameter: |1= (help)

ବାହାର ଆଧାର[ସମ୍ପାଦନା]