ରାମଚନ୍ଦ୍ର ମିଶ୍ର

ଉଇକିପିଡ଼ିଆ‌ରୁ
(Ramachandra Mishraରୁ ଲେଉଟି ଆସିଛି)
ରାମଚନ୍ଦ୍ର ମିଶ୍ର
Born(1920-10-12)୧୨ ଅକ୍ଟୋବର ୧୯୨୦
Died୨୬ ଜୁନ ୧୯୯୨(1992-06-26) (ବୟସ ୭୧)
Nationalityଭାରତୀୟ

ରାମଚନ୍ଦ୍ର ମିଶ୍ର , ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ଥିଲେ ।[୧] ସେ ୪୦ଟିରୁ ଅଧିକ ନାଟକ ରଚନା କରିଛନ୍ତି । ମଧ୍ୟବିତ୍ତ ପରିବାରର ସୁଖଦୁଃଖର କାହାଣୀ ତାଙ୍କ ନାଟକରେ ବିଶେଷ ସ୍ଥାନ ପାଇଥିଲା ।

ରାମଚନ୍ଦ୍ର ମିଶ୍ର ୧୯୨୦ ମସିହା ଅକ୍ଟୋବର ୧୨ ତାରିଖ ଦିନ ପୂର୍ବତନ ଦଶପଲ୍ଲା ଗଡ଼ଜାତ ରାଜ୍ୟରେ ଜନ୍ମ ଗ୍ରହଣ କରିଥିଲେ ।[୨][୩] କଟକ ମିଶନ୍‌ ସ୍କୁଲ୍‌ରୁ ମାଟ୍ରିକ୍‌ ପାଶ୍‌ କଲାପରେ, ସେ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ, ଓ ଆଇନ୍‌ କଲେଜରୁ ବି. ଏଲ ଡିଗ୍ରି ହାସଲ କରି ପ୍ରଥମେ ପ୍ରାଶସନିକ ସେବା ଏବଂ ପରେ ଆଇନ୍‌ ବ୍ୟବସାୟ କରିଥିଲେ । ବି.ଏ ପଢିଲାବେଳେ ୧୯୪୨ ମସିହାରେ ଭାରତୀ ରଙ୍ଗମଞ୍ଚରେ ତା‘ଙ୍କ ପ୍ରଥମ ନାଟକ ‘ଅଭିମାନ‘ ମଞ୍ଚସ୍ଥ ହୋଇଦର୍ଶକଙ୍କଦ୍ୱାରା ବିଶେଷ ଆଦୃତ ହୋଇଥିଲା ।[୪] ପରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପାଇଁ ‘ଭାଇଭାଉଜ, ଘରସଂସାର, ମୂଲିଆ, ପୁଆଣିଘର, ସେବିକା, ମମତା, ଚାବୁକ୍‌, ନାଟକ ରୀତିମତ୍‌, ନରୋତ୍ତମ ଦାସ କହେ, କିସ ପୁଣି ଦେଖାନଯାଏ, ମନ୍ତ୍ରୀଯୁଗ, ଅର୍ଥଅନର୍ଥ ପ୍ରଭୃତି ୩୬ଟି ନାଟକ ରଚନା କରି ସେ ଓଡ଼ିଶାର ପୁରପଲ୍ଲୀରେ ସୁପରିଚିତ ହୋଇପାରିଥିଲେ । ୧୯୯୨ ଜୁନ ୨୬ ତାରିଖରେ ଇହଧାମ ତ୍ୟାଗ କରିଥିଲେ । ତାଙ୍କ ନାଟକ ପି.ଇ.ଏନ୍‌ଦ୍ୱାରା ସମ୍ମାନିତ ହୋଇଥିଲା । ସେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ମଧ୍ୟ ସମ୍ମାନିତ ହୋଇଥିଲେ ।

ନାଟକ[ସମ୍ପାଦନା]

  • ଅଭିମାନ - ୧୯୪୨[୫]
  • ମୂଲିଆ - ୧୯୪୬ (ଏହି ନାଟକର ଆଧୁନିକ ଓ ପାରମ୍ପାରିକ ମୂଲ୍ୟବୋଧ ମଧ୍ୟରେ ସଂଘର୍ଷକୁ ଦେଖାଯାଇଥିଲା)[୬]
  • ଘର ସଂସାର - ୧୯୫୦ (ଏଥିରେ ପୂର୍ବ ଓ ପଶ୍ଚିମ ସଂସ୍କୃତିର ଦ୍ୱନ୍ଦ୍ୱକୁ ପରିବେଷଣ କରାଯାଇଥିଲା)[୭]
  • ଭାଇ ଭାଉଜ - ୧୯୫୪(ଏଥିରେ ନିଜ ଗାଁ ମାଟିର ଡାକକୁ ଦର୍ଶାଯାଇଥିଲା)
  • ନରୋତ୍ତମ ଦାସ କହେ - ୧୯୬୯( ସମାଜରେ ସତ୍ୟ, ନ୍ୟାୟ ଓ ଧର୍ମର ବିପର୍ଯୟକୁ ଦର୍ଶାଯାଇଥିଲା)
  • ପୁଆଣିଘର
  • ସେବିକା
  • ମମତା
  • ଚାବୁକ୍
  • ରୀତିମତ
  • କିସ ପୁଣି ଦେଖାନଯାଏ
  • ମନ୍ତ୍ରୀଯୁଗ
  • ଅର୍ଥ ଅନର୍ଥ[୮]
  • ଏକାନ୍ତ ନିଜସ୍ୱ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୦/୮୧ (ନାଟକ ରୀତିମତ ପାଇଁ)[୯]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, (ଏକାନ୍ତ ନିଜସ୍ବ ୨୦୦୭)
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ - ୧୯୭୨-୭୩[୧୦]

ଆଧାର[ସମ୍ପାଦନା]

  1. Sangeet Natak. Sangeet Natak Akademi. 2004.
  2. "ଅମ୍ଳାନ ନାଟ୍ୟପ୍ରତିଭା:ରାମଚନ୍ଦ୍ର ମିଶ୍ର". ସମ୍ବାଦ. Retrieved 26 June 2016.
  3. Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
  4. Kala Vikash Kendra, Cuttack (1992). Journal.
  5. http://www.oxfordreference.com/view/10.1093/acref/9780195644463.001.0001/acref-9780195644463-e-0363
  6. Glimpses on Art and Literature, Orissa. Cuttack Students Store. 1976.
  7. Orissa Review. Home Department, Government of Orissa. 1987.
  8. Amaresh Datta (1988). Encyclopaedia of Indian Literature: Devraj to Jyoti. Sahitya Akademi. pp. 1092–. ISBN 978-81-260-1194-0.
  9. http://odisha.gov.in/e-magazine/orissaannualreference/2014/pdf/108-109.pdf
  10. http://odisha.gov.in/e-magazine/orissaannualreference/ORA-2011/pdf/104-108.pdf