ସତ୍ୟପ୍ରିୟ ମହାଳିକ

ଉଇକିପିଡ଼ିଆ‌ରୁ
(Satya Priya Mahalikରୁ ଲେଉଟି ଆସିଛି)
ସତ୍ୟପ୍ରିୟ ମହାଳିକ
ବୃତ୍ତିଔପନ୍ୟାସିକ
ଭାଷାଓଡ଼ିଆ,
ଜାତୀୟତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୧

ସତ୍ୟପ୍ରିୟ ମହାଳିକ (ଜନ୍ମ: ୧୯୬୨) ଜଣେ ଓଡ଼ିଆ ଲେଖକ । ସେ ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ଲେଖନ୍ତି । ଜଣେ ଖବରକାଗଜ ସ୍ତମ୍ଭକାର ଭାବରେ ମଧ୍ୟ ସେ ପରିଚିତ । ୨୦୧୧ ମସିହାରେ ନିଜ ଉପନ୍ୟାସ "ଶୂନ୍ୟକାଳ" ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୧] ବୃତ୍ତିରେ ସେ ଜଣେ ଅଧ୍ୟାପକ ଓ ବର୍ତ୍ତମାନ ଝାଡ଼ଖଣ୍ଡର ବହରାଗୋଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଅବସ୍ଥାପିତ ।[୨]

ରଚନାବଳୀ[ସମ୍ପାଦନା]

  • ଶହେ ବର୍ଷର ଓଡ଼ିଆ ଗଳ୍ପ ଓ ଅନ୍ୟାନ୍ୟ ଆଲୋଚନା - ୧୯୯୯ (ABCD ଭୁବନେଶ୍ୱର)
  • ଗଳ୍ପପୁରୁଷ - ୨୦୦୨ (ଗ୍ରନ୍ଥକୀଟ)
  • କଥାତନ୍ତ୍ର - ୨୦୦୬ (ଟାଇମପାସ)
  • ଭଦ୍ରକ ଇତିହାସ - ୨୦୦୧ (ଗ୍ରନ୍ଥକୀଟ)[୩]
  • ସତ୍ୟବଚନ
  • କୁହୁକ ଦର୍ପଣ
  • ଅଣପୁରୁଷ[୪]
  • ସରିନଥିବା ଏକ ଲୋକକଥା
  • ରବି ପଟ୍ଟନାୟକଙ୍କ ଶ୍ରେଷ୍ଠ ଗଳ୍ପ (ସତ୍ୟପ୍ରିୟ ମହାଳିକଙ୍କଦ୍ୱାରା ସମ୍ପାଦିତ) - ୨୦୧୨ (ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ)

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୧ (ଶୂନ୍ୟକାଳ ପାଇଁ)[୫]
  • ଅଖିଳ କଥା ସମ୍ମାନ - ୨୦୧୩[୬]
  • ଟାଇମପାସ ବୁକର ସମ୍ମାନ - ୨୦୦୯ (ସରିନଥିବା ଏକ ଲୋକକଥା ପାଇଁ)[୭]

ଆଧାର[ସମ୍ପାଦନା]

  1. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Retrieved 24 December 2018.
  2. "PRINCIPAL'S DESK". baharagoracollege.org/. Retrieved 3 January 2019.
  3. "National Library of India". opac.nationallibrary.gov.in. Retrieved 3 January 2019.
  4. "ସତ୍ୟପ୍ରିୟ ମହାଳିକ". www.odiasahitya.com. Retrieved 3 January 2019.
  5. http://sarbasadharana.com/?p=13224[permanent dead link]
  6. "Mahalik to get Akhil Katha Samman". www.dailypioneer.com. Retrieved 3 January 2019.
  7. "Time Pass' announces literary awards". www.thehindu.com. Retrieved 3 January 2019.