ବିଶ୍ୱନାଥ ରଥ (ବିଚାରପତି)
ବିଶ୍ୱନାଥ ରଥ (ଜନ୍ମ: ୦୭.୦୯.୧୯୬୧) ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ତଥା ଓଡ଼ିଶା ରାଜ୍ୟ ବିଧି ଆୟୋଗର ପ୍ରଥମ ଅଧକ୍ଷ।[୧][୨]
ଶିକ୍ଷା ଓ ପେଶା
[ସମ୍ପାଦନା]ବିଶ୍ୱନାଥ ରଥଙ୍କ ଜନ୍ମ ୦୭ ସେପ୍ଟମ୍ବର ୧୯୬୧ରେ କଟକରେ ହୋଇଥିଲା । ପିତା ଥିଲେ ବିଶିଷ୍ଟ ଆଇନଜୀବୀ[୩] ତଥା ସ୍ୱାଧୀନତା ସଂଗ୍ରାମୀ ବିପିନ ବିହାରୀ ରଥ ଏବଂ ମାତା ହେମାବତୀ ରଥ ।[୪] ମାଟ୍ରିକ୍ ପରୀକ୍ଷା ରେଭେନ୍ସା କଲିଜିଏଟ ସ୍କୁଲ, କଟକରୁ ମାଟ୍ରିକ ପରୀକ୍ଷା ସମାପ୍ତ କରି ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇଣ୍ଟରମିଡିଏଟ୍ ଏବଂ ସ୍ନାତକ ଶିକ୍ଷା ଲାଭ କରିଥିଲେ । ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟ, କଟକରୁ ଏଲଏଲ.ବି. ଡିଗ୍ରୀ ହାସଲ କରିବା ପରେ ସେ ୧୯୮୫ ମସିହାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଓକିଲ ଭାବେ ଭର୍ତ୍ତି ହୋଇ ତାଙ୍କ ପିତା ଶ୍ରୀ ବିପିନ ବିହାରୀ ରଥଙ୍କ ମାର୍ଗଦର୍ଶନରେ ଓକିଲାତି ପେଶା ଆରମ୍ଭ କରିଥିଲେ । ଓକିଲାତି ଜୀବନରେ ସେ ଦେୱାନୀ, ଫୌଜଦାରୀ, ସଂବିଧାନ, ସେବା, ଶ୍ରମ, କମ୍ପାନୀ, ନିର୍ବାଚନ, ସୂଚନାର ଅଧିକାର, ଜମି ଅଧିଗ୍ରହଣ ଏବଂ ପ୍ରେସ ସମ୍ପର୍କିତ ବିଭିନ୍ନ ବିଷୟରେ ମାମଲା ପରିଚାଳନା କରିଥିଲେ ।
୦୨.୦୭.୨୦୧୪ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଏକ ବିଚାରପତି ଭାବେ ତାଙ୍କର ପଦୋନ୍ନତି ହୋଇଥିଲା ।[୧]
କାର୍ଯ୍ୟକ୍ଷେତ୍ର
[ସମ୍ପାଦନା]ଶ୍ରୀ ରଥ ବିଭିନ୍ନ ସମୟରେ ଅନେକ ଗୁରୁତ୍ତ୍ୱପୁର୍ଣ୍ଣ ପଦବୀରେ ରହି କାର୍ଯ୍ୟ ନିର୍ବାହ କରିଛନ୍ତି ।
- ଶ୍ରୀ ଜଗନ୍ନାଥ ମନ୍ଦିର ମାନେଜିଂ କମିଟି, ପୁରୀର କାଉନସେଲ ଭାବେ କାର୍ଯ୍ୟ ସଂପାଦନ[୧]
- ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆର୍ବିଟ୍ରେଟର ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ।[୫]
- ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର କାଉନସେଲ ଭାବେ ମଧ୍ୟ ପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ତଥା ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ପରିଚାଳନ କରିଥିଲେ ।[୧]
- ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ତଦାରଖ ତଥା ମରାମତି କମିଟିର ମୁଖ୍ୟ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି .[୬][୭]
- ଓଡ଼ିଶାର ପ୍ରଥମ ଓଡ଼ିଶା ରାଜ୍ୟ ବିଧି ଆୟୋଗର ସେ ହେଉଛନ୍ତି ପ୍ରଥମ ଅଧ୍ୟକ୍ଷ ।[୮][୨][୯]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Judge | Orissa High Court, Cuttack". orissahighcourt.nic.in. Retrieved 2024-12-30.
- ↑ ୨.୦ ୨.୧ Dutta, Jyoti Prakash (2024-12-28). "Odisha Govt Reconstitutes State Law Commission, Appoints Justice Biswanath Rath As Chairperson". www.livelaw.in (in ଇଂରାଜୀ). Retrieved 2024-12-30.
- ↑ archive, From our online (2020-03-08). "Noted jurist Bipin Rath passes away". The New Indian Express (in ଇଂରାଜୀ). Retrieved 2024-12-30.
- ↑ "ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କର ପରଲୋକ | Sambad". web.archive.org. 2020-03-07. Archived from the original on 2020-03-07. Retrieved 2024-12-31.
{{cite web}}
: CS1 maint: bot: original URL status unknown (link) - ↑ "(Consolidated Panel of Arbitrators)" (PDF). www.orissahighcourt.nic.in. Retrieved 30 December 2024.
- ↑ Barik, Satyasundar (2024-07-09). "High level committee recommends opening of Ratna Bhandar of Puri Temple on July 14". The Hindu (in Indian English). ISSN 0971-751X. Retrieved 2024-12-30.
- ↑ Mohapatra, Rajendra Prasad. "Srimandir Ratna Bhandar inspection panel chief Justice Biswanath Rath makes startling revelations". Srimandir Ratna Bhandar inspection panel chief Justice Biswanath Rath makes startling revelations (in ଇଂରାଜୀ). Retrieved 2024-12-30.
- ↑ Bharat, E. T. V. (2024-12-28). "Odisha Forms Its First Law Commission Under Retd HC Judge Justice Biswanath Rath". ETV Bharat News (in ଇଂରାଜୀ). Retrieved 2024-12-30.
- ↑ NEWS, OMMCOM (2024-12-27). "Odisha Constitutes State Law Commission; Justice Biswanath Rath Chairman | Odisha". Odisha News, Odisha Breaking News, Odisha Latest News || Ommcom News (in ଆମେରିକୀୟ ଇଂରାଜୀ). Retrieved 2024-12-30.