କ୍ୟାପିଟାଲ ହାଇସ୍କୁଲ
କ୍ୟାପିଟାଲ ହାଇସ୍କୁଲ | |
---|---|
ଅବସ୍ଥାନ | |
ଭୁବନେଶ୍ୱର, ଓଡ଼ିଶା, ଭାରତ | |
ବିବରଣୀ | |
ପ୍ରତିଷ୍ଠା | ୧୯୫୧ |
ଅଧ୍ୟକ୍ଷ | ନିରୁପମା ମଙ୍ଗରାଜ |
ଶ୍ରେଣୀ | ଶ୍ରେଣୀ ୬ରୁ ୧୦ମ |
ଛାତ୍ରଛାତ୍ରୀ ସଂଖ୍ୟା | ୧,୦୦୦+ |
ୱେବସାଇଟ | capitalhighschoolbhubaneswar.com |
କ୍ୟାପିଟାଲ ହାଇସ୍କୁଲ ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ସରକାରୀ ଓଡ଼ିଆ ମାଧ୍ୟମ ଉଚ୍ଚବିଦ୍ୟାଳୟ ।[୧]
ଅବସ୍ଥିତି
[ସମ୍ପାଦନା]ଏହି ବିଦ୍ୟାଳୟଟି ଭୁବନେଶ୍ୱରର କେନ୍ଦ୍ରସ୍ଥଳ ୩ ନମ୍ବର ଅଞ୍ଚଳରେ ଅବସ୍ଥିତ ।
ବିଶେଷତ୍ୱ
[ସମ୍ପାଦନା]ଏହି ବିଦ୍ୟାଳୟଟି, ଭୁବନେଶ୍ୱରର ଅନ୍ୟତମ ପୁରାତନ ବିଦ୍ୟାଳୟ । ଏଠାରେ ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ କରାଯାଏ ଓ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ପାଠ ପଢ଼ାଯାଇଥାଏ । ଅଧୁନା ଏହି ବିଦ୍ୟାଳୟରେ ପ୍ରାୟ ୧,୫୦୦ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ଏହି ବିଦ୍ୟାଳୟ ସହ ସଂଶ୍ଳିଷ୍ଠ ରହିଛି "ଠକ୍କର ବାପା ଆଦିବାସୀ ଛାତ୍ରାବାସ" । ଏଠାରେ ପ୍ରାୟ ୧୦୦ ଜଣ ଅନ୍ତେବାସୀ ରହି କ୍ୟାପିଟାଲ ହାଇସ୍କୁଲରେ ଶିକ୍ଷାଗ୍ରହଣ କରନ୍ତି । [୨] ଏହି ବିଦ୍ୟାଳୟର ଖେଳ ପଡ଼ିଆରେ ବିଭିନ୍ନ ପ୍ରକାର କ୍ରୀଡାର ସୁବିଧା ରହିଛି । ବିଦ୍ୟାଳୟ ପରିସରରେ ଥିବା ପ୍ରାଥନା ଗୃହଟିରେ ବିଭିନ୍ନ ପ୍ରକାରର ଆଞ୍ଚଳିକ ତଥା ରାଜ୍ଯସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।[୩] [୪][୫]
ଇତିହାସ
[ସମ୍ପାଦନା]କ୍ୟାପିଟାଲ ହାଇସ୍କୁଲ ୧୯୫୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ପ୍ରଥମ ପ୍ରଧାନ ଶିକ୍ଷକ ରୂପେ ଶ୍ରୀ ଗଣେଶ ଚନ୍ଦ୍ର ମିଶ୍ର ୧୬ ଜୁଲାଇ ୧୯୫୧ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହି ବିଦ୍ୟାଳୟ ପ୍ରଥମେ ଆଜିର ଦୁଇ ନମ୍ବର ବାଳିକା ବିଦ୍ୟାଳୟରେ ଚାଲୁଥିଲା । ୧୯୫୮ ମସିହା ଅଗଷ୍ଟ ୨୪ ତାରିଖ ଦିନ ଦୁଇ ନମ୍ବର ମୂଳ ସ୍କୁଲରୁ ଅଲଗା ହୋଇ, କ୍ୟାପିଟାଲ ହାଇସ୍କୁଲ ଏବେକାର ତିନି ନମ୍ବରଠାରେ ଥିବା ନୂତନ କୋଠାଘରକୁ ଆସିଥିଲା । ଗଣେଶ ଚନ୍ଦ୍ର ମିଶ୍ର ମଧ୍ୟ ବଦଳି ହୋଇ ନୂଆ ସ୍କୁଲକୁ ପ୍ରଧାନ ଶିକ୍ଷକ ହୋଇ ଆସିଥିଲେ । ସୁଧାମଞ୍ଜରୀ ଦାସ ବାଳିକା କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇଥିଲେ । ଗଣେଶ ଚନ୍ଦ୍ର ମିଶ୍ରଙ୍କ ପରବର୍ତ୍ତୀ ସମୟରେ ଶ୍ରୀ ଲକ୍ଷ୍ମଣ କର, ଶ୍ରୀ ଶରତ ଚନ୍ଦ୍ର ବସୁ[୬] ଇତ୍ୟାଦି ବହୁ ଛାତ୍ରବତ୍ସଳ ଶିକ୍ଷକ, ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିଯାଇଛନ୍ତି । ଇତି ମଧ୍ୟରେ ବିଦ୍ୟାଳୟଟି ୬୧ ବର୍ଷ ପୁରଣ କରି ସାରିଛି । [୭]୨୮ ଓ ୨୯ ଅପ୍ରେଲ ୨୦୧୨ରେ ବିଦ୍ୟାଳୟର ହୀରକ ଜୟନ୍ତି ପାଳନ କରାଯାଇଥିଲା ।[୮] ହୀରକ ଜୟନ୍ତି ଅବସରରେ ଭାରତୀୟ ଡାକବିଭାଗ ତରଫରୁ ସ୍କୁଲକୁ ଉତ୍ସର୍ଗୀକୃତ ଏକ ସ୍ୱତନ୍ତ୍ର ଲଫାପା ପ୍ରକାଶ କରାଯାଇଛି ।[୯] ପ୍ରତିଷ୍ଠା ବର୍ଷରୁ ଏ ଯାବତ ବହୁ ଛାତ୍ର ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ଅର୍ଜନ କରିଛନ୍ତି ।
ଗ୍ୟାଲେରି
[ସମ୍ପାଦନା]-
ମୁଖ୍ୟ ପ୍ରବେଶ ପଥ
-
କ୍ୟାପିଟାଲ ହାଇସ୍କୁଲର ହୀରକ ଜୟନ୍ତୀ ସ୍ମରଣୀକା ଉନ୍ମୋଚନ ଅବସରରେ ରାଜ୍ଯପାଳ ଶ୍ରୀଯୁକ୍ତ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ
ଆହୁରି ଦେଖିବେ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Press in India: Part 1 . Ministry of Information and Broadcasting, India. Office of the Registrar of Newspapers (1965)
- ↑ Bijoya Mishra (2011). Higher Education of SC/ST Girls in Orissa: A Study of Participation and Attainment. Gyan Publishing House. pp. 132–. ISBN 978-81-212-1133-8. Retrieved 24 September 2012.
- ↑ "ଆର୍କାଇଭ୍ କପି". Archived from the original on 2013-03-11. Retrieved 2012-09-24.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2018-09-17. Retrieved 2012-09-24.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2013-03-13. Retrieved 2012-09-24.
{{cite web}}
: Cite has empty unknown parameter:|1=
(help) - ↑ Orissa (India). Legislative Assembly (1965). Debates. Retrieved 24 September 2012.
- ↑ http://www.dailypioneer.com/state-editions/bhubaneswar/60987-capital-high-school-goes-gaga-from-today.html
- ↑ "ଆର୍କାଇଭ୍ କପି". Archived from the original on 2013-01-03. Retrieved 2012-09-24.
{{cite web}}
: Cite has empty unknown parameter:|1=
(help) - ↑ http://philamirror.info/2012/05/09/special-cover60-years-of-capital-high-school-bhubaneswar/
ବାହାର ଲିଙ୍କ
[ସମ୍ପାଦନା]- କ୍ୟାପିଟାଲ ହାଇସ୍କୁଲ ୱେବସାଇଟ Archived 2013-05-04 at the Wayback Machine.