ମହାମାୟା ମନ୍ଦିର
| ମହାମାୟା ମନ୍ଦିର | |
|---|---|
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| District | ବିଲାସପୁର |
| Location | |
| ସ୍ଥାନ | ରତନପୁର |
| State | ଛତିଶଗଡ଼ |
| Country | ଭାରତ |
| Architecture | |
| Type | ନାଗରା |
| ହଇହଇ ରାଜ୍ୟର ରାଜା ରତ୍ନଦେବ(ପ୍ରଥମ) | |
| Website | |
| http://mahamayaratanpur.com/ | |
ମହାମାୟା ମନ୍ଦିର, ଭାରତରେ ଥିବା ୫୨ଟି ଶକ୍ତିପୀଠ ମଧ୍ୟରୁ ଗୋଟିଏ ପୀଠ । ଏହା ଛତିଶଗଡ଼ ରାଜ୍ୟର ବିଲାସପୁର ଜିଲ୍ଲାର ରତନପୁରଠାରେ ଅବସ୍ଥିତ ।[୧] ଏଠାରେ ମହାମାୟାଙ୍କୁ( ଲକ୍ଷ୍ମୀ ଓ ସରସ୍ୱତୀଙ୍କର ଯୁଗଳ ଅବତାର) ପୂଜା କରାଯାଏ । ଏହି ମନ୍ଦିରକୁ କଳଚୁରି ବଂଶର ରାଜା ରତ୍ନଦେବ(ପ୍ରଥମ) ଦ୍ୱାଦଶ-ତ୍ରୟୋଦଶ ଶତାବ୍ଦୀରେ ନିର୍ମାଣ କରିଥିଲେ ।.[୨] ରତ୍ନଦେବ(ପ୍ରଥମ) ହଇହଇ ରାଜ୍ୟର ପ୍ରତିଷ୍ଠାତା ଥିଲେ ଓ ରତନପୁର ତାଙ୍କର ରାଜଧାନୀ ଥିଲା ।[୩] "ମହାମାୟା", ରତନପୁର ରାଜ୍ୟର କୂଳଦେବୀ ଥିଲେ । ସୂକ୍ଷ୍ମ କାରୁକାର୍ଯ୍ୟରେ ସଜ୍ଜିତ ମହାମାୟା ମନ୍ଦିର, "ନାଗରା" ଶୈଳୀରେ ନିର୍ମାଣ କରାଯାଇଛି । ମନ୍ଦିରଟି ଉତ୍ତର ମୁହାଁ ଓ ଏହା ନିକଟରେ ଏକ ଜଳାଶୟ ରହିଛି । ମନ୍ଦିରରେ ଚାରିଟି ଦ୍ୱାର ରହିଛି । ମନ୍ଦିରର ଗର୍ଭଗୃହ ଓ ମଣ୍ଡପ ଅଷ୍ଟଦଶ ଶତାବ୍ଦୀର ଶେଷଭାଗରେ ନିର୍ମାଣ କରାଯାଇଥିଲା ।
ମହାମାୟା ମନ୍ଦିର ବେଢା ମଧ୍ୟରେ ଶିବ, ହନୁମାନ ଓ କାନ୍ତିଦେବଲଙ୍କ ମନ୍ଦିର ମଧ୍ୟ ରହିଛି । କାନ୍ତିଦେବଲ ମନ୍ଦିରକୁ ତପସ୍ୱୀ "ସନ୍ତୋଷ ଗିରି" ୧୦୩୯ ମସିହାରେ ନିର୍ମାଣ କରିଥିଲେ ଓ ପଞ୍ଚଦଶ ଶତାବ୍ଦୀରେ କଳଚୁରି ବଂଶର ରାଜା ପୃଥିବୀଦେବ(ଦ୍ୱିତୀୟ) ଏହାକୁ ସମ୍ପ୍ରସାରିତ କରିଥିଲେ ।[୪] ମହାମାୟା ମନ୍ଦିରର ଅନତୀ ଦୂରରେ କାଳଭୈରବ ମନ୍ଦିର ଓ କଡେଇଡିଅଲ ଶିବ ମନ୍ଦିର ଅବସ୍ଥିତ । କାଳଭୈରବଙ୍କୁ ମହାମାୟା ମନ୍ଦିରର ରକ୍ଷକ ମନେ କରାଯାଏ । କାଳଭୈରବ ମନ୍ଦିର ଦର୍ଶନ ନକଲେ ମହାମାୟା ଦର୍ଶନ ଅପୂର୍ଣ୍ଣ ରହିଯାଏ ବୋଲି ଲୋକକଥା ରହିଛି । ମୁଖ୍ୟ ମନ୍ଦିରକୁ ବହୁ ପୂରାତନ ମନ୍ଦିର, ରାଜପ୍ରସାଦ ଓ ଦୁର୍ଗ ଘେରି ରହିଛନ୍ତି । ନବରାତ୍ର ଅବସରରେ ମହାମାୟା ମନ୍ଦିରକୁ ବହୁ ଶ୍ରଦ୍ଧାଳୁ ଆସିଥାନ୍ତି ।
ଆଧାର
[ସମ୍ପାଦନା]- ↑ "Chhattisgarh, a land of temples". The Pioneer. 9 May 2012. Retrieved 14 August 2012.
- ↑ "MAHAMAYA TEMPLE, Ratanpur (District Bilaspur)". Govt of Chhattisgarh, Archeology. Archived from the original on 23 January 2013. Retrieved 14 August 2012.
- ↑ "नवरात्रि में यहां की गई पूजा कभी निष्फल नहीं होती". dainik bhaskar. 26 March 2012. Retrieved 14 August 2012.
- ↑ Bulletin , Volume 25, Issues 1-4. Anthropological Survey of India, India. Dept. of Anthropology. 1980. pp. 71, 77.