ମହାମାୟା ମନ୍ଦିର

ଉଇକିପିଡ଼ିଆ‌ରୁ
ମହାମାୟା ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtବିଲାସପୁର
Location
ସ୍ଥାନରତନପୁର
Stateଛତିଶଗଡ଼
Countryଭାରତ
Architecture
Typeନାଗରା
ହଇହଇ ରାଜ୍ୟର ରାଜା ରତ୍ନଦେବ(ପ୍ରଥମ)
Website
http://mahamayaratanpur.com/

ମହାମାୟା ମନ୍ଦିର, ଭାରତରେ ଥିବା ୫୨ଟି ଶକ୍ତିପୀଠ ମଧ୍ୟରୁ ଗୋଟିଏ ପୀଠ । ଏହା ଛତିଶଗଡ଼ ରାଜ୍ୟର ବିଲାସପୁର ଜିଲ୍ଲାର ରତନପୁରଠାରେ ଅବସ୍ଥିତ ।[୧] ଏଠାରେ ମହାମାୟାଙ୍କୁ( ଲକ୍ଷ୍ମୀ ଓ ସରସ୍ୱତୀଙ୍କର ଯୁଗଳ ଅବତାର) ପୂଜା କରାଯାଏ । ଏହି ମନ୍ଦିରକୁ କଳଚୁରି ବଂଶର ରାଜା ରତ୍ନଦେବ(ପ୍ରଥମ) ଦ୍ୱାଦଶ-ତ୍ରୟୋଦଶ ଶତାବ୍ଦୀରେ ନିର୍ମାଣ କରିଥିଲେ ।.[୨] ରତ୍ନଦେବ(ପ୍ରଥମ) ହଇହଇ ରାଜ୍ୟର ପ୍ରତିଷ୍ଠାତା ଥିଲେ ଓ ରତନପୁର ତାଙ୍କର ରାଜଧାନୀ ଥିଲା ।[୩] "ମହାମାୟା", ରତନପୁର ରାଜ୍ୟର କୂଳଦେବୀ ଥିଲେ । ସୂକ୍ଷ୍ମ କାରୁକାର୍ଯ୍ୟରେ ସଜ୍ଜିତ ମହାମାୟା ମନ୍ଦିର, "ନାଗରା" ଶୈଳୀରେ ନିର୍ମାଣ କରାଯାଇଛି । ମନ୍ଦିରଟି ଉତ୍ତର ମୁହାଁ ଓ ଏହା ନିକଟରେ ଏକ ଜଳାଶୟ ରହିଛି । ମନ୍ଦିରରେ ଚାରିଟି ଦ୍ୱାର ରହିଛି । ମନ୍ଦିରର ଗର୍ଭଗୃହ ଓ ମଣ୍ଡପ ଅଷ୍ଟଦଶ ଶତାବ୍ଦୀର ଶେଷଭାଗରେ ନିର୍ମାଣ କରାଯାଇଥିଲା ।

ମହାମାୟା ମନ୍ଦିର ବେଢା ମଧ୍ୟରେ ଶିବ, ହନୁମାନକାନ୍ତିଦେବଲଙ୍କ ମନ୍ଦିର ମଧ୍ୟ ରହିଛି । କାନ୍ତିଦେବଲ ମନ୍ଦିରକୁ ତପସ୍ୱୀ "ସନ୍ତୋଷ ଗିରି" ୧୦୩୯ ମସିହାରେ ନିର୍ମାଣ କରିଥିଲେ ଓ ପଞ୍ଚଦଶ ଶତାବ୍ଦୀରେ କଳଚୁରି ବଂଶର ରାଜା ପୃଥିବୀଦେବ(ଦ୍ୱିତୀୟ) ଏହାକୁ ସମ୍ପ୍ରସାରିତ କରିଥିଲେ ।[୪] ମହାମାୟା ମନ୍ଦିରର ଅନତୀ ଦୂରରେ କାଳଭୈରବ ମନ୍ଦିର ଓ କଡେଇଡିଅଲ ଶିବ ମନ୍ଦିର ଅବସ୍ଥିତ । କାଳଭୈରବଙ୍କୁ ମହାମାୟା ମନ୍ଦିରର ରକ୍ଷକ ମନେ କରାଯାଏ । କାଳଭୈରବ ମନ୍ଦିର ଦର୍ଶନ ନକଲେ ମହାମାୟା ଦର୍ଶନ ଅପୂର୍ଣ୍ଣ ରହିଯାଏ ବୋଲି ଲୋକକଥା ରହିଛି । ମୁଖ୍ୟ ମନ୍ଦିରକୁ ବହୁ ପୂରାତନ ମନ୍ଦିର, ରାଜପ୍ରସାଦ ଓ ଦୁର୍ଗ ଘେରି ରହିଛନ୍ତି । ନବରାତ୍ର ଅବସରରେ ମହାମାୟା ମନ୍ଦିରକୁ ବହୁ ଶ୍ରଦ୍ଧାଳୁ ଆସିଥାନ୍ତି ।

ଆଧାର[ସମ୍ପାଦନା]

  1. "Chhattisgarh, a land of temples". The Pioneer. 9 May 2012. Retrieved 14 August 2012.
  2. "MAHAMAYA TEMPLE, Ratanpur (District Bilaspur)". Govt of Chhattisgarh, Archeology. Archived from the original on 23 January 2013. Retrieved 14 August 2012.
  3. "नवरात्रि में यहां की गई पूजा कभी निष्फल नहीं होती". dainik bhaskar. 26 March 2012. Retrieved 14 August 2012.
  4. Bulletin , Volume 25, Issues 1-4. Anthropological Survey of India, India. Dept. of Anthropology. 1980. pp. 71, 77.

ଅଧିକ ତଥ୍ୟ[ସମ୍ପାଦନା]