Jump to content

ଗୌର ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଗୌର ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ (1944-04-01) ୧ ଅପ୍ରେଲ ୧୯୪୪ (ବୟସ ୮୦)
ସେରଗଡ଼, ଗଞ୍ଜାମ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଠିକଣା ନଥିବା ଚିଠି[]
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର

ଗୌର ପଟ୍ଟନାୟକ (ଜନ୍ମ: ୧ ଅପ୍ରେଲ ୧୯୪୪) ଜଣେ ଓଡ଼ିଆ ପ୍ରାବନ୍ଧିକ, ଗୀତିକବି, କଥାକାର ଓ ସମାଲୋଚକ । ସେ ନିଜ ନିଜ ଗୀତିକବିତା ଗ୍ରନ୍ଥ ଠିକଣା ନଥିବା ଚିଠି ପାଇଁ ୨୦୦୨ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଗୌର ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ସେରଗଡ଼ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଆକାଶବାଣୀ ଜୟପୁର କେନ୍ଦ୍ରରେ କାର୍ଯ୍ୟକ୍ରମ କାର୍ଯ୍ୟନିର୍ବାହୀ ଥିଲେ । ସେ ନିଜେ ଅନେକ ଗୀତିକବିତା, ଗଳ୍ପ, ନାଟକ, ଉପନ୍ୟାସ ଓ ଶିଶୁସାହିତ୍ୟ ରଚନା କରିବା ସହିତ କିଛି ଲୋକପ୍ରିୟ ଓଡ଼ିଆ ଉପନ୍ୟାସକୁ ବେତାର ନାଟ୍ୟରୂପ ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ପ୍ରାୟ ୧୦ଗୋଟି ଚଳଚ୍ଚିତ୍ରରେ ତାଙ୍କର ଷୋଳଟି ଗୀତିକବିତା ଚିତ୍ରାୟିତ ହୋଇଛି ।[][]

ରଚନାବଳୀ

[ସମ୍ପାଦନା]

ଗୀତିକବିତା

[ସମ୍ପାଦନା]
  • ଗୀତିକା (୧୯୯୨)
  • ଠିକଣା ନଥିବା ଚିଠି (୨୦୦୦)
  • ଶୂନ୍ୟ ବ୍ରହ୍ମ ଭଜନ
  • ପଞ୍ଚାମୃତ
  • ଜୀବନର ସ୍ୱରଲିପି
  • ଏବଂ (୧୯୬୬)
  • ବିଶ୍ଳେଷଣ (୧୯୬୮)
  • ଅମାବାସ୍ୟା (୧୯୬୯)
  • ସକାଳର ଖରା
  • ରଙ୍ଗ ଯନ୍ତ୍ରଣା
  • ଜ୍ୟୋତିଷର ଜାତକ
  • ଚନ୍ଦ୍ରକଳା (୧୯୬୮)

ପ୍ରବନ୍ଧ/ଆଲୋଚନା

[ସମ୍ପାଦନା]
  • ଓଡ଼ିଆ ଗୀତିକବିତା (୨୦୨୨)[]

ଶିଶୁସାହିତ୍ୟ

[ସମ୍ପାଦନା]
  • ପଢ଼ିଲେ ଜାଣିବ (କବିତା, ୧୯୯୯)

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ବିଷୁବ ମିଳନ ପୁରସ୍କାର - ୧୯୬୮
  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ୨୦୦୨ (ଠିକଣା ନଥିବା ଚିଠି ପାଇଁ)
  • ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର ୨୦୦୧[]
  • ଓଡ଼ିଆ ଗୀତିକବି ସମାଜ
  • ଭକ୍ତକବି ସାଂସ୍କୃତିକ ପରିଷଦ, ପୁରୀ
  • ଚଲାପଥ ସମ୍ମାନ
  • ସଂଗୀତ ଶିଳ୍ପୀ ପରିଷଦ ପକ୍ଷରୁ ସମ୍ମାନୀତ
  • ବାଳକୃଷ୍ଣ ଦାଶ ପରିଷଦ ପକ୍ଷରୁ ସରସ୍ୱତୀ ସମ୍ମାନ
  • ଭିକାରୀ ବଳ ସ୍ମୃତି ସଂସଦ ପକ୍ଷରୁ ସମ୍ମାନୀତ
  • କୋରାଇ ମହୋତ୍ସବରେ କସ୍ତୁରୀ ସମ୍ମାନ
  • ଗଞ୍ଜାମ କଳା ପରିଷଦ
  • ଋଷିକୁଲ୍ୟା ସମ୍ମାନ
  1. ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ପୁସ୍ତକ ଓ ଲେଖକ". Odisha Sahitya Akademi. Odisha Sahitya Akademi. Retrieved 10 December 2024.
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୩୮୦. ISBN 81-903352-1-9.
  3. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୫୩୩, ୬୯୧. ISBN 81-7400-331-2.
  4. ପଟ୍ଟନାୟକ, ଗୌର (୨୦୨୨). ଓଡ଼ିଆ ଗୀତିକବିତା. ଭୁବନେଶ୍ୱର: ଏଥେନା ବୁକ୍ସ. pp. କଭର ପୃଷ୍ଠା. ISBN 978-93-93100-50-4.
  5. https://magazines.odisha.gov.in/orissaannualreference/ORA-2011/pdf/104-108.pdf