ଜୟା ସ୍ୱାମୀ

ଉଇକିପିଡ଼ିଆ‌ରୁ
ଜୟା ସ୍ୱାମୀ
ଜନ୍ମ
ବୃତ୍ତିଅଭିନେତ୍ରୀ (ଓଡ଼ିଆ)
ସକ୍ରିୟ ବର୍ଷ୧୯୭୮-ଏବେଯାଏଁ
ବୈବାହିକ-ସାଥୀଜି କେ ଯୋଗେଶ

ଜୟା ସ୍ୱାମୀ, ଜଣେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ।[୧][୨] ସେ ୫୦ଟିରୁ ଉର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ର ଏବଂ ଅନେକ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି । ସେ ବଙ୍ଗଳା, ଗୁଜରାଟୀ ଓ ରାଜସ୍ଥାନୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଜୟାଙ୍କ ପରିବାର, ବିଶାଖାପାଟଣାର ମୂଳ ନିବାସୀ । ବାପାଙ୍କ ଚାକିରୀ ପାଇଁ ସେମାନେ ଚୌଦ୍ୱାରରେ ରହୁଥିଲେ । ଜୟା ତାଙ୍କ ମାମୁଙ୍କ ଘରେ ଜଗଦଲପୁରଠାରେ ନିଜର ଶିକ୍ଷା ଗ୍ରହଣ କରିଥିଲେ । ଦୟାନିଧି ଦାସଙ୍କଠାରୁ ସେ ଓଡ଼ିଶୀ ନୃତ୍ୟ ଶିକ୍ଷାଲାଭ କରିଥିଲେ । ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜି କେ ଯୋଗେଶଙ୍କୁ ବିବାହ କରିଛନ୍ତି ।

ଅଭିନୟ ଜୀବନ[ସମ୍ପାଦନା]

୧୯୭୮ ମସିହାରେ ମୁକ୍ତି ଲାଭ କରିଥିବା ଝିଲିମିଲି ଚଳଚ୍ଚିତ୍ରରୁ ଜୟା ନିଜ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ୧୯୮୫ ମସିହାର ଚଳଚ୍ଚିତ୍ର ହାକିମ ବାବୁରେ ଅଭିନୟ କରିବା ପରେ ସେ କିଛି ବର୍ଷ ଅଭିନୟରୁ ଦୂରେଇ ରହିଥିଲେ । ପୁଣି ୨୦୦୫ ମସିହାରେ ନିଜ ସ୍ୱାମୀ ଜି କେ ଯୋଗେଶଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଭାଗ୍ୟ ଚକ୍ର ମାଧ୍ୟମରେ ସେ ଅଭିନୟକ ପ୍ରତ୍ୟାବର୍ତ୍ତନ କରିଥିଲେ ।[୩] ଚଳଚ୍ଚିତ୍ର ଭିନ୍ନ ସେ ଅନେକ ଓଡ଼ିଆ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।

ଅଭିନୀତ ଚଳଚ୍ଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Jay Robert Nash (1988). The Motion Picture Guide: 1988 Annual (The Films of 1987). Cinebooks. ISBN 978-0-933997-16-5.
  2. Orissa Reference: Glimpses of Orissa. TechnoCAD Systems. 2001.
  3. "I Have Never Surrendered To My Destiny: Jaya Swami". www.mycitylinks.in. my city links. Archived from the original on 24 April 2021. Retrieved 24 April 2021.
  4. National Film Festival. Directorate of Film Festivals, Ministry of Information and Broadcasting, Government of India. 1990.
  5. "ଜୟାଙ୍କ ଜୟଯାତ୍ରା". enewspapr.com/News/NITIDIN. ୨୩ ଅପ୍ରେଲ ୨୦୨୧. p. ୯. Archived from the original on ୨୩ ଅପ୍ରେଲ ୨୦୨୧. Retrieved 23 April 2021. {{cite web}}: Check date values in: |date= and |archivedate= (help)