ଅନୀତା ଦାସ

ଉଇକିପିଡ଼ିଆ ରୁ
(ଅନିତା ଦାସ ରୁ ଲେଉଟି ଆସିଛି)
Jump to navigation Jump to search
ଅନୀତା ଦାସ
ଜନ୍ମ ଓ ଜନ୍ମସ୍ଥାନ
ନୟାଗଡ
ମୃତ୍ୟୁମଇ ୧୧, ୨୦୧୮(୨୦୧୮-୦୫-୧୧)
କଟକ, ଓଡ଼ିଶା
ଜାତୀୟତାଭାରତୀୟ
ଜୀବିକାଅଭିନୟ
କାର୍ଯ୍ୟକାଳ୧୯୭୬-୨୦୧୮
ପ୍ରସିଦ୍ଧିଅଭିନେତ୍ରୀ

ଅନୀତା ଦାସ (ଜନ୍ମ: ଅକ୍ଟୋବର ୧, ୧୯୫୭) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୧୦୦ରୁ ଅଧିକ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ କାମ କରିଛନ୍ତି[୧]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ଅନୀତା ଦାସ ଓଡ଼ିଶାର ନୟାଗଡ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ବନମାଳୀ ଦାସ ଓ ମା' ସତ୍ୟଭାମା ଦାସ । ଗାଁ ବିଦ୍ୟାଳୟରେ ପାଠପଢି ୧୯୭୩ ମସିହାରେ ସେ କଟକ ଆସିଥିଲେ ଓ ଶୈଳବାଳା ମହିଳା ମହାବିଦ୍ୟାଳୟରେ ପାଠ ପଢ଼ିବା ସ‌ହ କଳା ବିକାଶ କେନ୍ଦ୍ରର ଛାତ୍ରାବାସରେ ରହି ନୃତ୍ୟ ଶିକ୍ଷା କରିଥିଲେ [୧]। ସେହି ସମୟରେ ସେ ଗୁରୁ କେଳୁଚରଣ ମହାପାତ୍ର ଓ ରଘୁନାଥ ଦାଶଙ୍କ ଠାରୁ ଓଡ଼ିଶୀ ଶିକ୍ଷା କରିଥିଲେ[୧]

କଥାଚିତ୍ର ଜୀବନ[ସମ୍ପାଦନା]

ସ୍ନାତ୍ତକର ଶେଷ ବର୍ଷରେ, ୧୯୭୫ ମସିହାରେ ଯାଯାବର କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଅନୀତା, ନିଜ ପ୍ରଥମ ସଂଳାପରେ ଅଭିଜ୍ଞ ହେମନ୍ତ ଦାସଙ୍କ ବିପକ୍ଷରେ କ‌ହିଥିଲେ,

ତୁମର ତ ଆସିବାର ନଥିଲା, କେମିତି ଆସିଲ ?

। ୧୯୭୬ରେ ମୁକ୍ତିଲାଭ କରିଥିବା, ଦ୍ୱିତୀୟ ଚଳଚ୍ଚିତ୍ର ନାଗଫାଶରୁ କିନ୍ତୁ ସେ ଲୋକପ୍ରିୟତା ଅର୍ଜନ କରିଥିଲେ । ଏଥିରେ ତାଙ୍କ ଉପରେ ଆଧାରିତ ରମ୍ୟ ସଙ୍ଗୀତ 'ନାଥ ନାଥ ହେ ନାଥ, ମୋ ପ୍ରାଣ ନାଥ' ଲୋକପ୍ରିୟତା ଅର୍ଜନ କରିବା ସ‌ହ ତାଙ୍କ ପ୍ରଦର୍ଶନ‌କୁ ମଧ୍ୟ ସମସ୍ତେ ପସନ୍ଦ କରିଥିଲେ[୧] । ୧୯୮୩ରେ 'ଭକ୍ତ ସାଲବେଗ' ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ମା' ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଅଭିନୟ ଜୀବନରେ ଭିନ୍ନ ମୋଡ ଆଣିଥିଲା ଚଳଚ୍ଚିତ୍ର, ପୁଅ ମୋର କଳାଠାକୁର ଓ ଏହା ପରେ ସେ ସିନେ ଜଗତରେ ମା' ଭାବେ ପରିଚିତ ହୋଇଥିଲେ [୧] । ଦୀର୍ଘ ୪୩ ବର୍ଷ ଧରି ସେ ସିନେ ଜଗତରେ ସକ୍ରିୟ ଥିଲେ । ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ହେଉଛି, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା, ଏକ୍ସ୍‌କ୍ୟୁଜ୍ ମି[୧]

ରାଜନୀତି ଜୀବନ[ସମ୍ପାଦନା]

ତ‌ତ୍‌କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟରେ ତାଙ୍କୁ ଧର୍ମଶାଳା ଆସନରେ ପାର୍ଥୀ କରିବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ ସେ ମନା କରିଦେଇଥିଲେ । ଏହାପରେ ୧୯୯୨ରେ କଂଗ୍ରେସ ତରଫରୁ ସେ ଯାଜପୁର ରୋଡ଼୍‌ରୁ ଅଧ୍ୟକ୍ଷା ପାର୍ଥୀ ହୋଇ ଅଳ୍ପକେ ପରାଜିତ ହୋଇଥିଲେ ।ଏହାପରେ ସେ ରାଜନୀତିରୁ ଦୂରେଇ ଯାଇଥିଲେ ।[୧]

ଓଡ଼ିଆ କଥାଚିତ୍ର[ସମ୍ପାଦନା]

ହିନ୍ଦୀ ଚଳଚ୍ଚିତ୍ର[ସମ୍ପାଦନା]

ପୁରସ୍କାର[ସମ୍ପାଦନା]

  • ବାଣୀଚିତ୍ର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ଼[୧୦]
  • 'ଭକ୍ତ ସାଲବେଗ', 'ତପସ୍ୟା' ଓ 'ଏଇତ ଦୁନିଆ' ଚଳଚ୍ଚିତ୍ର ପାଇଁ ରାଜ୍ୟ ସରକାରଙ୍କଦ୍ୱାରା ସମ୍ମାନିତ ।[୧]
  • ଚିତ୍ରପୁରୀ[୧]
  • ବାଣୀ ଚିତ୍ର[୧]
  • ସିନେମା ସଂସାର[୧]
  • ଚଳଚ୍ଚିତ୍ର ଜଗତ[୧]
  • ସିନେକ୍ରିଟିକ୍[୧]

ମୃତ୍ୟୁ[ସମ୍ପାଦନା]

୨୦୧୮ ମସିହା ମଇ ମାସ ୧୧ ତାରିଖରେ ଅନୀତାଙ୍କର କଟକ ମିଶନରୋଡ଼ସ୍ଥିତ ବାସଭବନରେ ହୃଦ୍‌ଘାତରେ ତିରୋଧାନ ଘଟିଥିଲା ।[୧୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ ୧.୨୩ ୧.୨୪ ୧.୨୫ ୧.୨୬ ୧.୨୭ ୧.୨୮ ୧.୨୯ ୧.୩୦ ୧.୩୧ ୧.୩୨ ୧.୩୩ ୧.୩୪ ୧.୩୫ ୧.୩୬ ୧.୩୭ ୧.୩୮ ୧.୩୯ "ପରଲୋକରେ ଅନୀତା ଦାସ". ସମାଜ. p. 1. |access-date= requires |url= (help) ଆଧାର ଭୁଲ: Invalid <ref> tag; name "" defined multiple times with different content ଆଧାର ଭୁଲ: Invalid <ref> tag; name "" defined multiple times with different content
  2. [୧], OM NAMAH SHIVAYA
  3. [୨], AALO MORA KANDHEI
  4. [୩], AMA BHITARE KICHI ACHI
  5. [୪], SWAYAMSIDDHA
  6. [୫], DON
  7. [୬], AKASHE KI RANGA LAGILA
  8. [୭], CAST & CREW
  9. "ଓଡ଼ିଆ ଫିଲ୍ମର ସୁଦାମା ଚାଲିଗଲେ". ନଜର୍ (ନିତିଦିନ). Retrieved 22 August 2016. |first1= missing |last1= in Authors list (help)
  10. Patra, Pratyush. "Stars shine at awards night". The Telegraph. Retrieved 22 August 2016.
  11. "ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଅନୀତା ଦାସଙ୍କ ପରଲୋକ". ସମ୍ବାଦ ଡଟ ଇନ. Retrieved 11 May 2018.

ଅଧିକ ତଥ୍ୟ[ସମ୍ପାଦନା]