Jump to content

ଶେଖର ଘୋଷ

ଉଇକିପିଡ଼ିଆ‌ରୁ
ଶେଖର ଘୋଷ
ଜନ୍ମ (1948-11-11) ୧୧ ନଭେମ୍ବର ୧୯୪୮ (ବୟସ ୭୭)
ପୁରୀ, ଓଡ଼ିଶା
ଜାତୀୟତା ଭାରତୀୟ
ପ୍ରସିଦ୍ଧିଓଡ଼ିଆ ଗାୟକ
ବୈବାହିକ-ସାଥୀସ୍ୱପ୍ନା ଘୋଷ
ପିତାମାତାପୂର୍ଣ୍ଣଚନ୍ଦ୍ର ଘୋଷ, ଲୀଳା ଘୋଷ

ଶେଖର ଘୋଷ (ଜନ୍ମ ୧୧ ନଭେମ୍ବର ୧୯୪୮)[] ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଛଦପଟ ଗାୟକ ।[] ଓଡ଼ିଆ ଚଳଚ୍ଚିତ୍ର ବ୍ୟତୀତ, ସେ ଜଣେ ଭଜନ ଓ ଜଣାଣ ଗାୟକ ଭାବରେ ମଧ୍ୟ ଖୁବ ଲୋକପ୍ରିୟ । ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଆହୁତି ଥିଲା ସେ କଣ୍ଠଦାନ କରିଥିବା ପ୍ରଥମ ଚଳଚ୍ଚିତ୍ର । ୧୯୭୯ ମସିହାର ଚଳଚ୍ଚିତ୍ର ସମର ସଲିମ ସାଇମନ ଗୀତ "ହୃଦୟର ଏହି ଶୂନ୍ୟତା" ପାଇଁ ବହୁ ଜନପ୍ରିୟ ।

କ୍ୟାରିଅର

[ସମ୍ପାଦନା]

ଶେଖର ଘୋଷ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ ଓ ଗୁରୁ କ୍ଷିତିଶ ଚନ୍ଦ୍ର ମୈତ୍ରଙ୍କଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ । ୧୯୭୦ ମସିହାରେ ତାଙ୍କୁ ଆକାଶବାଣୀ କଟକରେ ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଭାବରେ ସ୍ୱୀକାର କରାଯାଇଥିଲା ।[] ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଆହୁତି []ଚଳଚ୍ଚିତ୍ରରେ ତାଙ୍କୁ ପ୍ରଥମ ଥର ପାଇଁ ପ୍ରଛଦପଟ ଗାୟକ ହିସାବରେ ସୁଯୋଗ ମିଳିଥିଲା । ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରରେ ସେ ଗାଇଥିବା ଗୀତ "ସୂର୍ଯ୍ୟ ହେ ତୁମ ଉଦୟ ରଙ୍ଗ" ତାଙ୍କୁ ଲୋକଲୋଚନକୁ ଆଣିଥିଲା । ୧୯୭୯ ମସିହାର ଚଳଚ୍ଚିତ୍ର ସମର ସଲିମ ସାଇମନ ଗୀତ "ହୃଦୟର ଏହି ଶୂନ୍ୟତା" ତାଙ୍କୁ ଅପାର ସଫଳତା ଆଣିଦେଇଥିଲା । ଆହୂତିସମର ସଲିମ ସାଇମନ ବ୍ୟତୀତ ଶଂଖ ମହୁରୀ, ବିଲ୍ୱମଙ୍ଗଳ, ମଥୁରା ବିଜୟ, ଜୟଦେବ, କାହ୍ନା, କାଚଘର ପ୍ରଭୃତି ୪୩ଟି କଥାଚିତ୍ରରେ କଣ୍ଠଦାନ କରି ଜନପ୍ରିୟ ଗାୟକ ଭାବେ ବେଶ ସ୍ୱୀକୃତ ।

ଏଚଏମଭି କମ୍ପାନୀର କଣ୍ଠଶିଳ୍ପୀ ଭାବେ ଗ୍ରାମଫୋନ ରେକର୍ଡରେ ବହୁ ଆଧୁନିକ ଓ ଭଜନ ଯଥା: ‘ନୂଆ ବୋଉ ମୋର ନୂଆ ବୋଉ’ ହେଉ ବା ‘କୁନିଲୋ ଘାଘରା ପିନ୍ଧି’, ‘ଲଗନ ପରେ ମଙ୍ଗନ’, ‘ପାଦ ଯୋଡିକ ଥାଇ ବୋଇଲେ’, ‘ ଏ ତ ଦଶରା ବଜାର ଭିଡ଼’, ‘କୈବଲ୍ୟ ପାଇଁ ମନ ଝୁରିଲା’ କିମ୍ବା ‘କାଳିଆରେ ଏଇ ଭାଗ୍ୟ ମୋର ସତେ ହେବ’ ସହ ସେ ବିଭିନ୍ନ କ୍ୟାସେଟ ମାଧ୍ୟମରେ ଶହଶହ ଗୀତ ଗାଇଛନ୍ତି । 'ବଡ଼ ଦାଣ୍ଡେ ମୁ ବସିଛି ବାହୁ ମେଲେଇ', 'ହସୁଥାରେ ଚକାଡୋଳା ତୋର ଆଜି ରଥଯାତ୍ରା','ଜଗାରେ ତୋ କୈବଲ୍ୟ ପାଇଁ ମନ ଝୁରିଲା' ଇତ୍ୟାଦି ତାଙ୍କର ଲୋକପ୍ରିୟ ଭଜନ ମଧ୍ୟରୁ ଅନ୍ୟତମ ।

ଓଡ଼ିଆ କଥାଚିତ୍ରକୁ ଅବଦାନ

[ସମ୍ପାଦନା]
କଥାଚିତ୍ରଭୂମିକାନିର୍ଦ୍ଦେଶକବର୍ଷ
ବଡ଼ ଭାଉଜପ୍ରଚ୍ଛଦପଟ୍ଟ ଗାୟକରଜନୀକାନ୍ତ୧୯୮୮
କାଚଘରପ୍ରଚ୍ଛଦପଟ୍ଟ ଗାୟକବ୍ୟୋମକେଶ ତ୍ରିପାଠୀ୧୯୮୧
ମଥୁରା ବିଜୟପ୍ରଚ୍ଛଦପଟ୍ଟ ଗାୟକଏ. ସଞୀବି୧୯୭୯
ସମର ସଲିମ ସାଇମନପ୍ରଚ୍ଛଦପଟ୍ଟ ଗାୟକଶୈଳଜା ନନ୍ଦ୧୯୭୯
ଶଙ୍ଖ ମହୂରୀପ୍ରଚ୍ଛଦପଟ୍ଟ ଗାୟକଅକ୍ଷୟ ମହାନ୍ତି କାଶ୍ୟପ, ଆର୍. ଜି. ଗୋପ୧୯୭୮
ଆହୁତିପ୍ରଚ୍ଛଦପଟ୍ଟ ଗାୟକଦେବି ଦାସ୧୯୭୭

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ନିତାଇ ପାଲିତ ପୁରସ୍କାର, ୨୦୧୬[]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୦୭-୦୮[]
  • ସଙ୍ଗୀତ ସରସ୍ୱତୀ ସମ୍ମାନ
  • ସଙ୍ଗୀତ ସରୋଜ ସମ୍ମାନ
  1. ଚିରଞ୍ଜିତ, ଚିତ୍ତରଞ୍ଜନ. "ସୂର୍ଯ୍ୟ ହେ ତୁମ ଉଦୟ ରଙ୍ଗ...!". ଦ ସଣ୍ଡେ ଇଣ୍ଡିୟାନ. Retrieved 30 November 2013.[permanent dead link]
  2. Orissa reference: glimpses of Orissa. TechnoCAD Systems. 2001.
  3. ତରଙ୍ଗ ଟିଭିରେ ୦୬/୦୨/୨୦୧୩ଦିନ ପ୍ରସାରିତ କାର୍ଯ୍ୟକ୍ରମ 'ନମସ୍କାର ଓଡ଼ିଶା'
  4. "ଆର୍କାଇଭ୍ କପି". Archived from the original on 2013-01-24. Retrieved 2012-08-07. {{cite web}}: Cite has empty unknown parameter: |1= (help)
  5. "ଶେଖର ଘୋଷ ପାଇଲେ ନିତାଇ ପାଲିତ ପୁରସ୍କାର". ଧରିତ୍ରୀ. 16 January 2017. Retrieved 16 January 2017.
  6. Odisha Reference Annula-2014, p-114

ବାହାର ଆଧାର

[ସମ୍ପାଦନା]