ବଇତାଳ ଦେଉଳ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବଇତାଳ ଦେଉଳ
Vaitala Mandira.jpg
ବଇତାଳ ଦେଉଳ is located in ଓଡ଼ିଶା
ବଇତାଳ ଦେଉଳ
ବଇତାଳ ଦେଉଳ
ଓଡ଼ିଶାରେ ଅବସ୍ଥାନ
Geography
ଦିଗବାରେଣି 20°16′N 85°15′E / 20.267°N 85.250°E / 20.267; 85.250Coordinates: 20°16′N 85°15′E / 20.267°N 85.250°E / 20.267; 85.250
ଦେଶ ଭାରତ
State ଓଡ଼ିଶା
ଅବସ୍ଥିତି ଭୁବନେଶ୍ଵର
Culture
ମୁଖ୍ୟ ଆରାଧ୍ୟ ବଇତାଳ (ଶକ୍ତି)
Architecture
ତିଆରି ଶୈଳୀ କଳିଙ୍ଗ ସ୍ଥାପତ୍ୟ କଳା

ବୈତାଳ ଦେଉଳ ଓଡ଼ିଶାର ଭୁବନେଶ୍ଵରଠାରେ ଥିବା ୯ମ ଶତକରେ କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏକ ଖାକରା ଶୈଳୀର ଚାମୁଣ୍ଡା ଦେଉଳ ।

ସ୍ଥାପତ୍ୟ କଳା[ସମ୍ପାଦନା]

ବୈତାଳ ଦେଉଳର ମୁଖ୍ୟ ମନ୍ଦିର ଅର୍ଦ୍ଧ-ନଳାକାର ଯାହାର ଉପରିଭାଗ ଦକ୍ଷିଣ ଭାରତର ଗୋପୁରମ ମନ୍ଦିର ପରି ଖାକରା ଶୈଳୀରେ ତିଆରି । ଏହାର ଶିଖରରେ ଦକ୍ଷିଣ ଭାରତ ମନ୍ଦିର ସହ ସମାନତା ଦେଖାଯାଇଥାଏ ।[୧] ଏହି ଦେଉଳଟି ଭୂଲମ୍ବ ଓ ଜଗମୋହନଟି ଚାରିକୋଣାକାର,

ବୈତାଳ ଦେଉଳର ବାହାର କାନ୍ଥରେ ଶିବ, ଶକ୍ତି ରୂପରେ ପାର୍ବତୀ, ନାନାଦି ଶିକାର ଅଭିଯାନ, ବଣୁଆ ହାତୀ ଧରା ଓ ରତିକ୍ରୀଡାସକ୍ତ ଯୁଗଳ ଦମ୍ପତିଙ୍କ ମୂର୍ତ୍ତିମାନ ଦେଖିବାକୁ ମିଳିଥାଏ ।

ଜଗମୋହନ ଉପରେ ଦେଉଳର ଆଗ ପଟରେ ଦୁଇଜଣ ଚୈତ୍ୟଙ୍କର ଝରକା ରହିଛି - ତଳଟିରେ କାରୁକାର୍ଯ୍ୟକରା (ସୂର୍ଯ୍ୟ)ଙ୍କ ମୂର୍ତ୍ତି ରହିଛି, ଯାହା ଉଷା ଓ ପ୍ରତ୍ୟୁଷରେ ଆଲୋକ ବିତରଣ କରୁଥିବାର ପ୍ରତୀତ ହୁଏ ଓ ଆଗରେ ଅରୁଣ ସାତଟି ଘୋଡ଼ାଚାଳନା କରୁଥିବାର ମୂର୍ତ୍ତି ରହିଛି ।

ଚୈତ୍ୟ ଉପରେ ଥିବା ପିଣ୍ଡିରେ ଦଶଭୁଜ ନଟରାଜ ବା ନାଟ୍ୟମୁଦ୍ରାରେ ଶିବଙ୍କ ମୂର୍ତ୍ତି ରହିଛି । ସମତଳ ଛାତ ଥିବା ଜଗମୋହନକୁ ଦୁଇଗୋଟି ବୁଦ୍ଧ ସମ ପ୍ରତୀତ ହେଉଥିବା ମୂର୍ତ୍ତି ଧମ୍ମ-ଚକ-ପବତନ (ଧର୍ମ୍ମ-ଚକ୍ର-ପ୍ରବର୍ତ୍ତନ) ମୁଦ୍ରା ଏବଂ ଭୂମି-ସ୍ପର୍ଶ-ମୁଦ୍ରାରେ ଧରିରଖିଛନ୍ତି ।

ଏହି ମନ୍ଦିରରେ ତନ୍ତ୍ର ସାଧନା ସହ ସମ୍ବନ୍ଧିତ ମୂଳ ଦେଉଳରେ ଥିବା ଚାମୁଣ୍ଡା ବା କପାଳିନୀଙ୍କ ମୂର୍ତ୍ତି ଦେଖିବାକୁ ମିଳିଥାଏ ।

ଅଧିଷ୍ଠାତ୍ରୀ ଦେବୀ[ସମ୍ପାଦନା]

ଏଠାକାର ଅଧିଷ୍ଠାତ୍ରୀ ଦେବୀ, ଚାମୁଣ୍ଡା ବା ଚର୍ଚିକା ଏକ ବିଲୁଆ ଓ ପେଚାଙ୍କ ମଧ୍ୟରେ ଏକ ଶବ ଉପରେ ମୁଣ୍ଡ-ମାଳ-ହାର ପିନ୍ଧି ବସିଥିବାର ମୂର୍ତ୍ତି ଏଠାରେ ରହିଅଛି । ସେ କ୍ରମଶଃ ସାପ, ଧନୁ, ଢାଲ, ଖଣ୍ଡା, ତ୍ରିଶୂଳ, ବର୍ଛା ଓ ଏକ ଅସୁରର ଗଳାକୁ ବିଦ୍ଧ କରିଥିବା ଶକ୍ତି ଧରିଛନ୍ତି । ଏହି ମନ୍ଦିରର ବାତାୟନରେ ଚୈତ୍ୟ ସଦୃଶ ଭାସ୍କର୍ଯ୍ୟ ରହିଚି,ଯେଉଥିରେ ଶିବ ଏବଂ ପାର୍ବତୀଙ୍କର ସ୍ଥାପତ୍ୟ ରହିଅଛି । ଦେବୀ ଚାମୁଣ୍ଡା ନିଜର ଉଭୟ ପାର୍ଶ୍ବରେ ଅନେକ ଭୈରବ ଏବଂ ଯୋଗିନିଙ୍କ ଦ୍ବାରା ବେଷ୍ଟିତ ଏହା ଦେଉଳର ନିମ୍ନ ଭାଗରେ ଉତ୍କୀର୍ଣ୍ଣ ହୋଇଅଛି । ପୂର୍ବ ଭାଗରେ ଦେବୀଙ୍କ ସହମିଥୁନ ଭୈରବ ଦେବତାଙ୍କ ମୂର୍ତି ରହିଛି ।

ଉତ୍ତର କାନ୍ଥରେ ଉତ୍କୀର୍ଣ୍ଣ ଭସ୍କର୍ଯ୍ୟରେ ଦେବୀ କରାଳିନୀଙ୍କ ବିଗ୍ରହ ରହିଛି,ସେ ଏକ ହସ୍ତରେ ଅସୁରର ଛିନ୍ନ ମସ୍ତକ ଏବଂ ଅନ୍ୟ ହସ୍ତରେ ରକ୍ତ ପୂର୍ଣ୍ଣ କପାଳ ଧରଣ କରିଛନ୍ତି । ଅନ୍ୟ ଏକ ତ୍ରିପଦୀ ଉପର ପାତ୍ରରେ ଦୁଇଟି ମୁଣ୍ଡ ରହିଛି ଯାହା ଦେବୀଙ୍କୁ ନିବେଦନ କରାହୋଇଛି ,ଦକ୍ଷିଣପାର୍ଶ୍ବରେ ଗୋଟିଏ ଶୃଗାଳ ଛିଡାହୋଇଛି,ଯେ କି ଉପରକୁ ଦେଖୁଅଛି ଓ ବାମପାର୍ଶ୍ବରେ ଏକ ଯୋଗିନି ଧ୍ୟାନ ମୁଦ୍ରାରେ ଦେବୀଙ୍କୁ ଲୟ କରୁଛି।

ଏହି ଦେଉଳର ତାନ୍ତ୍ରିକ ଔପାସନର ପ୍ରମାଣ ଏହାର ଜଗମୋହନସ୍ଥ ବଳିପୀଠ ହରିକାଠ ବା ଯୁପସ୍ତମ୍ଭରୁ ଜାଣିହୁଏ। ସକାଳର ସୂର୍ଯ୍ୟ କିରଣ ଏହାର ଗର୍ଭ ଗୃହ ମଧ୍ୟରେ ପଡୁଥିଲେ ହେଁ ଅନ୍ୟ ସମୟରେ ଭିତରକୁ ଯିବାପାଇଁ କୃତ୍ରିମ ଆଲୋକର ସହାୟତା ଆବଶ୍ୟକ ହୋଇଥାଏ।

Gallery[ସମ୍ପାଦନା]

See also[ସମ୍ପାଦନା]

ଆଧାର[ସମ୍ପାଦନା]

  • ଅଧ୍ୟାପକ କରୁଣାକର ବେହେରା,କଳିଙ୍ଗର ସ୍ଥାପତ୍ୟ ଓ ମନ୍ଦିର ଭାସ୍କର୍ଯ୍ୟ ,ଗ୍ରନ୍ଥ ମନ୍ଦିର,୧୯୬୪

Footnotes[ସମ୍ପାଦନା]

  1. D.P.Ghosh, Nirmal Kumar Bose and Y.D.Sharma. Designs from Orissan Temples. P.24

Reference[ସମ୍ପାଦନା]