କୀଚକେଶ୍ୱରୀ ମନ୍ଦିର
କୀଚକେଶ୍ୱରୀ ମନ୍ଦିର | |
---|---|
![]() | |
Religion | |
ଅନୁବନ୍ଧଗୁଡ଼ିକ | Hinduism |
District | ମୟୂରଭଞ୍ଜ |
Location | |
Country | ଭାରତ |
Architecture | |
ମୟୂରଭଞ୍ଜ ରାଜା |
କୀଚକେଶ୍ୱରୀ ମନ୍ଦିର ମୟୂରଭଞ୍ଜ ଜିଲ୍ଲାର ଖିଚିଂଠାରେ ଅବସ୍ଥିତ ।[୧][୨]ଏଠାରେ ମା କୀଚକେଶ୍ୱରୀଙ୍କୁ ପୂଜା କରାଯାଏ ।
ଅବସ୍ଥାନ[ସମ୍ପାଦନା]
ଏହା ବାରିପଦାରୁ ୧୫୦ କି.ମି. ଓ ବାଲେଶ୍ୱରରୁ ୨୦୫ କି.ମି. ଦୂରରେ ଅବସ୍ଥିତ ।
ନିର୍ମାଣ ଶୈଳୀ[ସମ୍ପାଦନା]
ଏହି ମନ୍ଦିରଟି ସମ୍ପୂର୍ଣ୍ଣ ମୁଗୁନି ପଥରରେ ଗଠନ କରାଯାଇଛି ।
ନିର୍ମାଣ ଇତିହାସ[ସମ୍ପାଦନା]
କୀଚକେଶ୍ୱରୀ ମନ୍ଦିର ଖ୍ରୀଷ୍ଟାବ୍ଦ ୯୨୦ରୁ ୯୨୬ ମଧ୍ୟରେ ମୟୂରଭଞ୍ଜର ତତ୍କାଳୀନ ଭଞ୍ଜବଂଶୀୟ ମହାରାଜାଙ୍କଦ୍ୱାରା ନିର୍ମାଣ କରାଯାଇଥିଲା । ମନ୍ଦିରଟି ବିଭିନ୍ନ କାରଣରୁ ଭାଙ୍ଗିରୁଜି ଯାଇଥିବାରୁ, ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ୧୯୩୪ ମସିହାରେ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୪୨ ମସିହାରେ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା । ମନ୍ଦିରରେ ଲାଗିଥିଲା ୬୦ଭାଗ ପଥର ପୁରୁଣା ମନ୍ଦିରର ଅବଶେଷ ଥିଲା ବେଳେ, ୪୦ଭାଗ ପଥର ନୂଆ ପଥର ଲାଗିଥିଲା । ଏହି ନୂଆ ପଥର ମନ୍ଦିର ପାଖରେ ଥିବା କେଶନା ଓ ଆଦିପୁର ଗାଁ ନିକଟସ୍ଥ ଖଣିରୁ ଅଣା ଯାଇଥିଲା । ମନ୍ଦିର ନିର୍ମାଣରେ ରାଜ୍ୟ ବାହାର ଶିଳ୍ପୀଙ୍କ ବ୍ୟତିତ ଶହ ଶହ ଆଞ୍ଚଳିକ କାରିଗର ନିଯୁକ୍ତ ହୋଇଥିଲେ ।[୩]
ଛୋବି[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Tourists' Spots of Mayurbhanj". Retrieved 27 December 2015.
- ↑ "History meets nature at Khiching". The Telegraph. Retrieved 27 December 2015.
- ↑ "ଖିଚିଂ ପଥର ଖୋଦେଇ ତାଲିମ କେନ୍ଦ୍ରରେ ତାଲା". ନିତିଦିନ ୧୯/୦୯/୨୦୧୬ ପୃଷ୍ଠା ୩. Retrieved 19 September 2016.
ଅଧିକ ତଥ୍ୟ[ସମ୍ପାଦନା]
