ପ୍ରଦୀପ ଭୌମିକ
ଦେଖଣା
ପ୍ରଦୀପ ଭୌମିକ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ପ୍ରଦୀପ ଭୌମିକ ଜଣେ ଭାରତୀୟ ଲେଖକ ଓ ନାଟ୍ୟକାର ।[୧] ସେ ମୁଖ୍ୟତଃ ଓଡ଼ିଆ ନାଟକ ରଚନା କରନ୍ତି । ଏଥି ସହିତ ସେ ନିଜ ମାତୃଭାଷା ବଙ୍ଗଳାରେ କିଛି ନାଟକ ରଚନା ଓ ବଙ୍ଗଳାରୁ ଓଡ଼ିଆକୁ ଅନୁବାଦ ମଧ୍ୟ କରନ୍ତି । ୨୦୦୧ ମସିହାରେ ସେ ତାଙ୍କ ନାଟକ ଔରଙ୍ଗଜେବ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୨] ତାଙ୍କର ଅନ୍ୟାନ୍ୟ ଉଲ୍ଲେଖନୀୟ ରଚନା ମଧ୍ୟରେ ରବୀନ୍ଦ୍ର ବ୍ୟଙ୍ଗ ରଚନାର ଓଡ଼ିଆ ନାଟ୍ୟରୂପ, ନାରୀ ନାଟକ ଗୁଚ୍ଛ, ତିନୋଟି ହାଲୁକା ଫୁଲୁକା ନାଟକ, ତୁଳସୀ ଗଛ, ମଧୁର ଚେଙ୍କ, ଶିଶୁନାଟକ ଗୁଚ୍ଛ, ଲକ୍ଷ୍ମଣରେଖା ଏବଂରଙ୍ଗ, ବ୍ୟଙ୍ଗ, ଏକାଙ୍କ ଆଦି ଅନ୍ୟତମ ।
ଜୀବନୀ
[ସମ୍ପାଦନା]ପ୍ରଦୀପ ଭୌମିକ ବାଲେଶ୍ୱରଠାରେ ୧୯୫୧ ମସିହା ଅକ୍ଟୋବର ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।
ରଚନାବଳୀ
[ସମ୍ପାଦନା]- ରବୀନ୍ଦ୍ର ବ୍ୟଙ୍ଗ ରଚନାର ଓଡ଼ିଆ ନାଟ୍ୟରୂପ
- ନାରୀ ନାଟକ ଗୁଚ୍ଛ
- ତିନୋଟି ହାଲୁକା ଫୁଲୁକା ନାଟକ
- ତୁଳସୀ ଗଛ
- ମଧୁର ଚେଙ୍କ
- ଶିଶୁନାଟକ ଗୁଚ୍ଛ
- ଲକ୍ଷ୍ମଣରେଖା
- ରଙ୍ଗ, ବ୍ୟଙ୍ଗ, ଏକାଙ୍କ
ଆଧାର
[ସମ୍ପାଦନା]- ↑ "ଆରଏସପି କର୍ମଚାରୀଙ୍କଦ୍ୱାରା ନାଟକ ସନ୍ଧ୍ୟାରେ ମଞ୍ଚସ୍ଥ ନାଟକରେ ଦର୍ଶକ ବିମୋହିତ". Sandhan News. 2019-10-17. Retrieved 2023-05-21.
- ↑ "ଓଡ଼ିଶା ସାହିତ୍ଯ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Odisha Sahitya Akademi. Archived from the original on 2023-03-22. Retrieved 2023-05-21.