ଗୋରଖନାଥ ମନ୍ଦିର

ଉଇକିପିଡ଼ିଆ‌ରୁ
ଗୋରଖନାଥ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଜଗତସିଂହପୁର
Stateଓଡ଼ିଶା
Countryଭାରତ

ଗୋରଖନାଥ ମନ୍ଦିର ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ଏକ ଶିବ ମନ୍ଦିର ।[୧][୨]

ଅବସ୍ଥିତି[ସମ୍ପାଦନା]

ଗୋରଖନାଥ ମନ୍ଦିର, ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ କେରେକେରାଠାରେ ଅବସ୍ଥିତ । ଜଗତସିଂହପୁର ସଦର ମହକୁମାଠାରୁ ଏହି ମନ୍ଦିରର ଦୂରତ୍ୱ ପ୍ରାୟ ୧୨କିମି ।[୩]

ଇତିହାସ[ସମ୍ପାଦନା]

ଜଗତସିଂହପୁର ଅନ୍ତର୍ଗତ କେରକେରା ଗ୍ରାମର ଠାକୁର ବାବା ଗୋରଖନାଥ ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠ ।[୪][୫] ମନ୍ଦିରଟି ଶିବଙ୍କୁ ସମର୍ପିତ । ଜନବିଶ୍ୱାସ ଅନୁଯାୟୀ ନାଥ ସମ୍ପ୍ରଦାୟର ଗୋରଖନାଥକୁ ଅଭିହିତ କରି ମନ୍ଦିରଟିର ସୃଷ୍ଟି । ମନ୍ଦିରରେ ବାବା ଦୀର୍ଘ ଦୁଇଶହ ବର୍ଷ ପୁର୍ବରୁ ପୁଜା ପାଉଛନ୍ତି । ମନ୍ଦିର ତିଆରି ହୋଇ ନଥିବା ବହୁ ପୁର୍ବରୁ ମଧ୍ୟ ବାବା ଏଠାରେ ପୁଜା ପାଇ ଆସୁଛନ୍ତି ।

କିମ୍ବଦନ୍ତୀ[ସମ୍ପାଦନା]

ଲୋକକଥା ଅନୁଯାୟୀ ସର୍ପାଘାତରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କର ବାବାଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ । କୁହାଯାଏ ଡାକ୍ତରଖାନାରୁ ଫେରି ଆସିଥିବା ପୀଡ଼ିତ ବ୍ୟକ୍ତିର ଏଠାରେ ସତିଆ ହୂକୁମରେ ବିଷ ହରଣ ହୋଇଯାଏ । ସର୍ପାଘାତ ପାଇଥିବା ବ୍ୟକ୍ତି ମନ୍ଦିର ପ୍ରାଙ୍ଗଣରେ ଥିବା ପୋଖରିରେ ଗୋଡଧୋଇ ଆସି ବାବାଙ୍କ ପାଖରେ ଅଧିଆ ପଡନ୍ତି । ଅଧିଆ ପଡି଼ବାର କିଛି ସମୟ ପରେ ବାବାଙ୍କ ପଛରେ ଥିବା ବଡ଼ ଝିଟିପିଟି ସତିଆ ଡାକ ଦେବାପରେ ହୁକୁମ କାମକରେ ଓ ବିଷ ହରଣ ହୁଏ । ସତିଆ ଡାକ ପରେ ପିଡି଼ତଙ୍କୁ ବାବାଙ୍କ ବିଭୁତି ଦିଆଯାଇଥାଏ । ଏହାଦ୍ୱାରା ସର୍ପର ସମସ୍ତ ବିଷ ହରଣ ହୋଇଯାଏ ବୋଲି ଅନେକ ପ୍ରମାଣ ରହିଛି । ଠିକ ସେହିପରି ମନ୍ଦିରର ପ୍ରାଙ୍ଗଣରେ ଥିବା ବଟବୃକ୍ଷରେ ଡୋରି ବାନ୍ଧିବାଦ୍ୱାରା ସନ୍ତାନ ସନ୍ତତି ହେଉନଥିବା ମହିଳାମାନଙ୍କ ସନ୍ତାନ ପ୍ରାପ୍ତି ହେବା ସହ ମନୋବାଞ୍ଛା ମଧ୍ୟ ପୁରଣ ହୋଇଥାଏ । ବାବାଙ୍କର ମହିମା ପାଇଁ ପାଖ ଜିଲ୍ଲା ତଥା ରଜ୍ୟ ବାହାରୁ ମଧ୍ୟ ଭକ୍ତ ଏଠାକୁ ଆସିଥାନ୍ତ।

ପର୍ବପର୍ବାଣି[ସମ୍ପାଦନା]

ଗୋରେଖନାଥଙ୍କ ପିଠରେ ମହାଶିବରାତ୍ରି ଓ ମାଘମାସ ଅଗ୍ନି ଉତ୍ସବ ପାଳନ ହୁଏ । ଏହାଛଡା ବବାଙ୍କ ପିଠରେ ବିବାହ, ବ୍ରତ ଓ ଚୁଡାକରଣ(ଚୁଟି/ଚୁଳ ପକା) ପ୍ରାୟ ସବୁ ସମୟରେ ଚାଲିଥାଏ ।

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଇତିହାସ". www.dharitri.com. ଧରିତ୍ରୀ. Archived from the original on 10 December 2022. Retrieved 10 December 2022.
  2. "ଇତିହାସ". www.jagatsinghpur.nic.in. jagatsinghpur.nic.in. Archived from the original on 10 December 2022. Retrieved 10 December 2022.
  3. "ଗୋରଖନାଥ ପୀଠରେ ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ". www.dharitri.com. ଧରିତ୍ରୀ. Archived from the original on 10 December 2022. Retrieved 10 December 2022.
  4. "Rs 10L looted from donation box of Gorakhnath temple". www.newindianexpress.com. The New Indian Express. Archived from the original on 10 December 2022. Retrieved 10 December 2022.
  5. "Odisha: Two-Year-Old Girl Rescued At Gorakhnath Temple". www.sambadenglish.com. ଇଷ୍ଟର୍ଣ ମିଡ଼ିଆ. Archived from the original on 10 December 2022. Retrieved 10 December 2022.

ବାହାର ତଥ୍ୟ[ସମ୍ପାଦନା]