କେଦାରନାଥ ମହାପାତ୍ର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କେଦାରନାଥ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ କେଦାରନାଥ ମହାପାତ୍ର
୨୮ ଅକ୍ଟୋବର ୧୯୧୧(1911-10-28)
ମୃତ୍ୟୁ

୨୦ ଅପ୍ରେଲ, ୧୯୮୧ (୬୯ ବର୍ଷ)

[୧]
ଜାତୀୟତା ଭାରତୀୟ
ପ୍ରସିଦ୍ଧି ଐତିହାସିକ, ପ୍ରତ୍ନତତ୍ତ୍ଵ ବିଶାରଦ

କେଦାରନାଥ ମହାପାତ୍ର, ଜଣେ ଓଡ଼ିଆ ଐତିହାସିକ, ଗବେଷକ ଏବଂ ପ୍ରତ୍ନତତ୍ତ୍ଵ ବିଶାରଦ ଥିଲେ ।[୨] ଓଡ଼ିଶାର ଇତିହାସ, ସଂସ୍କୃତି, ପରମ୍ପରା ଉପରେ ସେ ବହୁ ଗବେଷଣାତ୍ମକ ପୁସ୍ତକ ରଚନା କରିଛନ୍ତି । ଚଉଷଠି ଯୋଗିନୀ ମନ୍ଦିରକୁ ଲୋକଲୋଚନକୁ ଆଣିବାର ଶ୍ରେୟ କେଦାରନାଥଙ୍କୁ ହିଁ ଯାଏ ।[୩]

କେଦାରନାଥ ୧୯୧୧ ମସିହା ଅକ୍ଟୋବର ୨୮ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଭୁବନେଶ୍ୱରର ପ୍ରଥମ ସ୍ନାତକ ଅଟନ୍ତି । ରେଭେନ୍ସା ମହାବିଦ୍ୟାଳୟରୁ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । କଟକସ୍ଥିତ ରାଧାନାଥ ଟ୍ରେନିଙ୍ଗ କଲେଜରୁ ଉତ୍ତୀର୍ଣ୍ଣ ହୋଇ, ସେ ୧୯୩୫ମସିହାରେ ଖୋର୍ଦ୍ଧା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ । ଆଠ ବର୍ଷ ଶିକ୍ଷକତା କରିବା ପରେ, ୧୯୪୩ ମସିହାରେ ସେ କଳାହାଣ୍ଡିଠାରେ ରାଜା ପ୍ରତାପ କେଶରୀ ଦେଓଙ୍କଦ୍ଵାରା ଖୋଲିଥିବା ପ୍ରାଚୀନ ସଂସ୍କୃତି ଗବେଷଣା କେନ୍ଦ୍ରରେ ଯୋଗ ଦେଇଥିଲେ । ଏଠାରୁ ତାଙ୍କର ଗବେଷକ ଜୀବନ ଆରମ୍ଭ ହୋଇଥିଲା । ୧୯୫୦ ପର୍ଯ୍ୟନ୍ତ ଏହି ଅନୁଷ୍ଠାନରେ କାର୍ଯ୍ୟ କରି, ଅନେକ ପ୍ରାଚୀନ ପୋଥି, ମନ୍ଦିର, ଦେବ ପ୍ରତିମା, ଶିଳାଲେଖ ଇତ୍ୟାଦି ଉଦ୍ଧାର କରିଥିଲେ ।[୪] ଗଡ଼ଜାତ ସମ୍ମିଶ୍ରଣ ପରେ, ସେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଜଣେ ପ୍ରତ୍ନତତ୍ତ୍ଵବିତ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଚଉଷଠି ଯୋଗିନୀ ଭଳି ବହୁ ପୁରାତନ ମନ୍ଦିରକୁ ଲୋକଲୋଚନକୁ ଆଣିବାରେ ସମର୍ଥ ହୋଇଥିଲେ ଓ ସେଗୁଡିକର ପୁନରୁଦ୍ଧାର ଦିଗରେ କାର୍ଯ୍ୟ କରିଥିଲେ ।

୧୯୮୧ ଅପ୍ରେଲ ୨୦ତାରିଖରେ କେଦାରନାଥଙ୍କ ନିଧନ ଘଟିଥିଲା । ବିନ୍ଦୁସାଗର କୂଳରେ କେଦାରନାଥ ଗବେଷଣା ପ୍ରତିଷ୍ଠାନ ତାଙ୍କ ସ୍ମୃତି ବହନ କରି, ପ୍ରତ୍ନତତ୍ତ୍ଵ ଓ ଇତିହାସର ଗବେଷଣା ଦିଗରେ କାର୍ଯ୍ୟ କରୁଛି ।[୫]

ସାହିତ୍ୟକୃତି[ସମ୍ପାଦନା]

କେଦାରନାଥ ଓଡ଼ିଆ, ହିନ୍ଦୀଇଂରାଜୀ ଭାଷାରେ ପ୍ରତ୍ନତତ୍ତ୍ଵ, ଇତିହାସ, ଧର୍ମ ଓ ସଂସ୍କୃତି ସମ୍ପର୍କିତ ବହୁ ପ୍ରବନ୍ଧ ଓ ପୁସ୍ତକ ରଚନା କରିଯାଇଛନ୍ତି ।

  • ଖୁରଧା ଇତିହାସ[୬]
  • ଖାରବେଳ
  • ଶ୍ରୀ ଜୟଦେବ ଓ ଶ୍ରୀ ଗୀତଗୋବିନ୍ଦ[୭]
  • ଶ୍ରୀ ଜଗନ୍ନାଥ ସଂସ୍କୃତିର କ୍ରମବିକାଶ
  • ପୋଥି ଓ ପଥର
  • ଧଉଳି(ତୋଶାଳି)ର ଇତିହାସ
  • The Jagannatha temples in eastern India
  • A descriptive catalogue of Sanskrit manuscripts of Orissa in the collection of the Orissa State Museum
  • Little known aspects of Orissan culture
  • Jyotisha and Gaṇita manuscrits
  • Smṛti manuscrits
  • Purāṇa manuscrits
  • History of Orissa: Bhauma Kings of Orissa[୮]
  • Orissa Culture[୯]

କେଦାରନାଥଙ୍କ କାମ ଓ ଅବଦାନ ଉପରେ ରଚିତ ପୁସ୍ତକ

  • ଐତିହାସିକ କେଦାରନାଥ - ନୀଳମଣି ମିଶ୍ର
  • ଐତିହାସିକ କେଦାରନାଥ ମହାପାତ୍ର - ଉଦୟନାଥ ସାହୁ
  • Kedarnath : the historian by Rabinārāẏaṇa Dāśa[୧୦]
  • Souvenir on late K.N. Mahapatra = Kedāranātha-smaraṇikā[୧୧]

ଆଧାର[ସମ୍ପାଦନା]

  1. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୨୦/୦୪/୨୦୧୭ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୬. http://www.sambadepaper.com/Details.aspx?id=348550&boxid=31247640. Retrieved 20 April 2017. 
  2. The Orissa Historical Research Journal. Superintendent of Research and Museum. ୨୦୦୪. 
  3. http://www.telegraphindia.com/1110523/jsp/orissa/story_14017561.jsp
  4. Jitāmitra Prasāda Siṃhadeba (୨୦୦୬). Archaeology of Orissa: with special reference to Nuapada and Kalahandi. R.N. Bhattacharya. ISBN ୯୭୮-୮୧-୮୭୬୬୧-୫୦-୪. 
  5. http://odisha.gov.in/e-magazine/orissaannualreference/ORA-2004/pdf/research_institutions_in_orissa.pdf
  6. Gopinath Mohanty; Jeeban Kumar Patnaik; Santosha Kumāra Ratha; State Level Vyasakabi Fakir Mohan Smruti Samsad (୨୦୦୩). Cultural heritage of &#୯୧;Orissa&#୯୩;. State Level Vyasakabi Fakir Mohan Smruti Samsad. ISBN ୯୭୮-୮୧-୯୦୨୭୬୧-୩-୯. 
  7. Lord Jagannath. Sanbun Publishers. ୨୦୧୦. pp. ୧୭୮–. ISBN ୯୭୮-୯୩-୮୦୨୧୩-୨୨-୪. 
  8. Kedarnath Mahapatra (୨୦୦୪). History of Orissa: Bhauma Kings of Orissa. Kedaranatha Gaveshana Pratisthan. 
  9. http://odishaarchives.nic.in/node/163832
  10. Kedarnath: The Historian. Kedarnath Gaveshana Pratisthan. ୨୦୦୭. 
  11. http://www.worldcat.org/identities/lccn-n81-95093/