କେ. କାମରାଜ
କୁମାରସ୍ୱାମୀ କାମରାଜ (K. Kamaraj) (୧୫ ଜୁଲାଇ ୧୯୦୩– ୨ ଅକ୍ଟୋବର ୧୯୭୫ )ଚାରି ବର୍ଷ ପାଇଁ (୧୯୬୪--୧୯୬୭) ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ । ନେହେରୁଙ୍କ ମୃତ୍ୟୁ ପରେ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଆସନ ଦେବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସେ ୧୯୫୪ରୁ ୧୯୬୩ ମଧ୍ୟରେ ତାମିଲନାଡୁର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ରାଜ୍ୟରେ 9ଟି ଡ୍ୟାମ ତିଆରି କରି କୃଷକ ତଥା କୃଷିର ଉନ୍ନତି ପାଇଁ ଅନେକ କାର୍ଯ୍ୟ କରିଥିବା ଏହି ନେତା ଜଣକ ଅତ୍ୟନ୍ତ ସରଳ ଜୀବନଯାପନ କରୁଥିଲେ ।[୧] ତାମିଲନାଡୁର ଅନ୍ୟତମ ସର୍ବୋତ୍ତମ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ପାଖରେ ସେ ପରିଚିତ ।[୨]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]କାମରାଜଙ୍କ ଜନ୍ମ ୧୫ ଜୁଲାଇ ୧୯୦୩ରେ ତାମିଲନାଡୁର ବିରୁଦ୍ଧୁନଗରରେ । ପିତା ଥିଲେ କୁମାରସ୍ୱାମୀ ନଦାର ଏବଂ ମାତା ଥିଲେ ଶିବଗାମୀ ଆମାଲ । ତାଙ୍କର ପିତୃମାତୃ ଦତ୍ତ ନାମ ଥିଲା କାମାଚ୍ଚି, କିନ୍ତୁ ପରବର୍ତ୍ତୀ ସମୟରେ ନାମ ବଦଳାଇ କାମରାଜ ରଖାଗଲା । ପିତା ବୃତ୍ତିରେ ଥିଲେ ଜଣେ ବ୍ୟବସାୟୀ । କାମରାହଙ୍କ ଜନ୍ମର ଚାରିବର୍ଷ ପରେ ଅର୍ଥାର ୧୯୦୭ରେ କାମରାଜଙ୍କ ଭଉଣୀ ନାଗମଲଙ୍କ ଜନ୍ମ । ମାତ୍ର ୫ ବର୍ଷ ବୟସରେ ସେ ଗାଁର ପାରମ୍ପରିକ ବିଦ୍ୟାଳୟରେ ନାମ ଲେଖାଇଲେ । ୧୯୦୮ ମସିହାରେ ସେ ୟେନ୍ନାଧୀ ନାରାୟଣ ବିଦ୍ୟା ସାଲାଇରେ ଏବଂ ୧୯୦୯ରେ ବିରୁଦ୍ଧୁପତି ହାଇସ୍କୁଲରେ ନାମ ଲେଖାଇଲେ । କାମରାଜଙ୍କ ବୟସ ଯେତେବେଳେ ମାତ୍ର ଛଅବର୍ଷ, ତାଙ୍କ ବାପା ମୃତ୍ୟୁ ବରଣ କଲେ । ୧୯୧୪ ମସିହାରେ ସେ ପରିବାର ଚଳାଇବା ପାଇଁ ବାଧ୍ୟ ହୋଇ ପାଠପଢ଼ା ଛାଡି ଦେଇଥିଲେ ।[୩]
ରାଜନୀତି ଓ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ
[ସମ୍ପାଦନା]ପରିବାର ପ୍ରତିପୋଷଣ ପାଇଁ ସେ ତାଙ୍କ କକାଙ୍କ ଦୋକାନରେ କାମକରିବା ଆରମ୍ଭ କଲେ । ଏହି ସମୟ ମଧ୍ୟରେ ସେ ଭାରତୀୟ ହୋମ ରୁଲ ଆନ୍ଦୋଳନ ପାଇଁ ହେଉଥିବା ସାଧାରଣ ସଭା ତଥା ଶୋଭାଯତ୍ରାରେ ଯୋଗ ଦେଉଥାନ୍ତି । ପ୍ରତିଦିନ ଖବରକାଗଜ ପଢ଼ି ସେ ତତ୍କାଳୀନ ଭାରତର ରାଜନୈତିକ ସ୍ଥିତି ସମ୍ପର୍କରେ ଖବର ରଖୁ ରଖୁ ଭାରତର ରାଜନୀତିରେ ତାଙ୍କର ରୁଚି ବଢିବାରେ ଲାଗିଲା ।[୪] ଏଭଳି ଏକ ସମୟରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟଣା ତାଙ୍କ ଅଜୀବନର ଗତିପଥ ବଦଳାଇଦେଲା । ଏହି ଘଟଣା ପରେ ସେ ଇଂରେଜ ଶାସନର ଅବସାନ ନିମିତ୍ତ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବାକୁ ସ୍ଥିର କରିନେଲେ । ୧୯୨୦ ମସିହାରେ ତାଙ୍କୁ ଯେତେବେଳେ ମାତ୍ର ୧୮ ବର୍ଷ ବୟସ, ସେ କଂଗ୍ରେସର ସକ୍ରିୟ ସଦସ୍ୟ ଭାବେ ଯୋଗଦାନ କଲେ । ୧୯୨୧ ବେଳକୁ ସେ କଂଗ୍ରେସ ନେତାମାନଙ୍କ ପାଇଁ ବିରୁଦ୍ଧନଗରରେ ସାଧାରଣ ସଭା ସମିତିରର ଆଯୋଜନ କରିବା ତାଙ୍କର କାମ ଥିଲା । ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ସେ ଭାରି ଆଗ୍ରହୀ ଥିଲେ । ଏଭଳି ଏକ ସୂଯୋଗ ଆସିଲା ୟେତେବେଲେ ମହାତ୍ମା ଗନ୍ଧୀ୨୧ ସେପ୍ଟେମ୍ବର ୧୯୨୧ରେ ମଦୁରାଇରେ ଏକ ସାଧାରଣ ସଭାରେ ଯୋଗଦାନ କଲେ । କାମରାଜ ସେତେବେଳେ ଗାନ୍ଧୀଙ୍କୁ ବ୍ୟକ୍ତିଗତଭାବେ ମିଶିବାର ସୂଯୋଗ ପାଇଲେ । ଏହାପରେ ସେ ଗାଁ ଗାଁ ବୁଲି ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର କରିବାକୁ ଲାଗିଲେ ।
୧୯୨୨ ବେଳକୁ ଭାରତରେ ଅସହଯୋଗ ଆନ୍ଦୋଳନ ଚାଲିଥାଏ ଏବଂ କଂଗ୍ରେସ ୱେଲସର ଯୁବରାଜଙ୍କ ଭାରତ ଯାତ୍ରାକୁ ବହିଷ୍କାର କରିବା ନିଷ୍ପତ୍ତି ନେଇଥାଏ । ଏହି ସମୟରେ କାମରାଜା ମାଡ୍ରାସ ଆସି ଏହି କାର୍ଯ୍ୟକ୍ରମରେ ଯୋଗଦେଲେ । ୧୯୨୩-୨୫ ବେଳକୁ କାମରାଜ ନାଗପୁର ପତାକା ସତ୍ୟାଗ୍ରହରେ ସାମିଲ ହେଲେ । ୧୯୨୭ରେ ସେ ମାଡ୍ରାସରେ ସେ ଖଣ୍ଡା ସତ୍ୟାଗ୍ରହରେ ଯୋଗ ଦେଲେ ଏବଂ ପ୍ରସ୍ତାବିତ ନୀଲ ପ୍ରତିମୂର୍ତ୍ତି ସତ୍ୟାଗ୍ରହର ନେତୃତ୍ୱ ପାଇଁ ତାଙ୍କୁ କୁହାଗଲା । ତେବେ ସାଇମନ କମିଶନ ବହିଷ୍କାର ଯୋଗୁଁ ଏହି ପ୍ରସ୍ତାବରୁ ସେ ବିରତ ରହିଲେ ।
ସମ୍ମାନ
[ସମ୍ପାଦନା]କାମରାଜଙ୍କ କର୍ମମୟ ଜୀବନରେ ଦେଶର ସ୍ୱାଷୀନତା ସଂଗ୍ରାମରେ ତାଙ୍କ ଭୂମିକା ତଥା ରାହନେତା ଭାବେ ଦେଶ ଗଠନରେ ତାଙ୍କର ଅବଦାନକୁ ସମ୍ମାନ ଦେଇ ଭାରତ ସରକାର ୧୯୭୬ ମସିହାରେ ତାଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ ।[୫]
ଆଧାର
[ସମ୍ପାଦନା]- ↑ "He raised the bar with simplicity". The Hindu (in Indian English). 16 July 2008. Retrieved 17 August 2018.
- ↑ "Revised edition of book on Kamaraj to be launched". The Hindu (in Indian English). 8 July 2009. Retrieved 17 August 2018.
- ↑ Kapur, Raghu Pati (1966). Kamaraj, the iron man. Deepak Associates. p. 12. Archived from the original on 16 ନଭେମ୍ବର 2014.
- ↑ "P. Kandaswamy" (in ଇଂରାଜୀ). Concept Publishing Company. Retrieved 17 August 2018.
- ↑ "Wayback Machine" (PDF). www.web.archieve.org. 4 March 2009. Archived from the original on 4 March 2009. Retrieved 17 August 2018.
{{cite web}}
: CS1 maint: bot: original URL status unknown (link)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |