ଓଡ଼ିଆ ଭାଷା ଆନ୍ଦୋଳନ

ଉଇକିପିଡ଼ିଆ ରୁ
Jump to navigation Jump to search
ଓଡ଼ିଆ ରାଜାର ଶକ୍ତି ଓ ସାମର୍ଥ୍ୟ - ଅର୍ଦ୍ଧେକ ଭାରତର ଶାସକ କପିଳେନ୍ଦ୍ରଦେବ
କୋଣାର୍କ ମନ୍ଦିରରେ ଖୋଦିତ ମୁସଲମାନମାନଙ୍କ ବିରୁଦ୍ଧରେ ଲଢୁଥିବା ଓଡ଼ିଆ ନାରୀ ।
ମୋଗଲକାଳୀନ ଓଡ଼ିଶା ।

thumb|ଛିନ୍ନାଙ୍ଗୀ ଓଡ଼ିଶା ଓଡ଼ିଶାରେ ବିଭିନ୍ନ ସମୟରେ ଓଡ଼ିଆ ଭାଷା ପାଇଁ ହୋଇଥିବା ଆନ୍ଦୋଳନ ସାମୁହିକ ଭାବେ ଓଡ଼ିଆ ଭାଷା ଆନ୍ଦୋଳନ ଭାବେ ଜଣା । ଅାଧୁନିକ ଇତିହାସରେ ଏହା ପ୍ରଥମେ ୧୮୬୬ ବ୍ରିଟିଶ ଶାସନ କାଳରେ ଆରମ୍ଭ ହୋଇ ୧୯୦୩ ମସିହାରେ ବିଶାଳ ଆନ୍ଦୋଳନର ରୂପ ନେଇଥିଲା ଯାହାର ପରିଣତି ସ୍ୱରୂପ ୧୯୩୬ ମସିହାରେ ଭାଷା ଭିତ୍ତିରେ ଭାରତର ପ୍ରଥମ ରାଜ୍ୟ[୧] ଭାବେ ଓଡ଼ିଶା ଗଠିତ ହୋଇଥିଲା ।[୨][୩][୪]

୧୯୫୪ ଓଡ଼ିଶା ରାଜଭାଷା ଆଇନ ଅନୁସାରେ ଓଡ଼ିଶାରେ ଓଡ଼ିଆ ରାଜଭାଷା ଭାବେ ବ୍ୟବହାର ହେବାର ନିୟମ ଗୃହୀତ ହୋଇଥିଲା। ୧୯୫୪[୫] [୬] ମସିହାରେ ଓଡ଼ିଶା ବିଧାନ ସଭାରେ ପ୍ରଣୀତ ହେବା ପରେ ୧୯୬୬, ୧୯୬୮, ୧୯୮୫, ୧୯୯୫ ଓ ୨୦୧୨ ମସିହାର ଏହି ଆଇନକୁ କାର୍ଯ୍ୟକାରୀ କରିବା ନିମନ୍ତେ କିଛି ଆଦେଶନାମା ଜାରି ହୋଇଥିଲା।[୭] ୧୯୮୫ ଓ ୧୯୯୫ ମସିହାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହା କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଥିଲେ। । ପରେ ଓଡ଼ିଆ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡଛତିଶଗଡ଼ରେ ଦ୍ୱିତୀୟ ରାଜଭାଷାର ସ୍ୱୀକୃତି ପାଇବା ପରେ ଓଡ଼ିଆ ଭାଷା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ଶିକ୍ଷା, ଅାଇନ ଓ ଶାସନର ଭାଷା ହେବାର ସୁଯୋଗ ମିଳିଲା ।

ବିଷୟସୂଚୀ

ଇତିହାସ[ସମ୍ପାଦନା]

ଚୋଳଗଙ୍ଗଦେବଙ୍କ ମାଉସୀ ତଥା ତାନ୍ତ୍ରିକ ସାତ ଭଉଣୀ
ଭାରତର ସମସ୍ତ ଆଧୁନିକ ଭାରତୀୟ ଭାଷାମାନଙ୍କ ଭିତରେ ଓଡ଼ିଆ ତେଣୁ ସବୁଠାରୁ ଗଣତାନ୍ତ୍ରିକ ବୋଲି କୁହାଯାଇପାରେ- କାରଣ ଏହା ମୋଟରେ ଜନତାଙ୍କପାଇଁ ଓ ଜନତାଙ୍କଦ୍ୱାରା ସୃଷ୍ଟ ଓ ପରିପୁଷ୍ଟ । ଏ ଭାଷା ଆଜି ଯେ ସଗର୍ବରେ ଦଣ୍ଡାୟମାନ, ତାହା ନିଶ୍ଚୟ ଶାସକବର୍ଗର ଉତ୍ସାହ ଓ ଆନୁକୁଲ୍ୟ ଯୋଗୁଁ ନୁହେଁ, ବରଂ ସେମାନଙ୍କର ବିରାଗ, ଅଶ୍ରଦ୍ଧା, ନିରପେକ୍ଷତା ଓ କୌଣସି କୌଣସି କାଳରେ ରୀତିମତ ବିଲୋପ ସାଧନର ପ୍ରଚେଷ୍ଟା ସହେ ବୋଲି ଦମ୍ଭର ସହ କୁହାଯାଇପାରେ। ଅନ୍ୟ କୌଣସି ଭାରତୀୟ ଭାଷାକୁ କେବଳ ନିଜ ସ୍ଥିତିପାଇଁ ଏପରି କଠିନ ସଂଗ୍ରାମ କରିବାକୁ ପଡିନାହିଁ, ଯେପରି ଘଟିଛି ଓଡ଼ିଆ ଭାଷାର ଭାଗ୍ୟରେ ।

ମାୟାଧର ମାନସିଂହ[୮]

ଇତିହାସରୁ ୩ଟି ବୃହତ ଓଡ଼ିଆ ଭାଷା ଅାନ୍ଦୋଳନର ସୂଚନା ମିଳେ। ଏହି ତିନୋଟି ଅାନ୍ଦୋଳନଦ୍ୱାରା ଓଡ଼ିଆ ସୁରକ୍ଷିତ ହେବା ସହିତ ଭାଷା ସହ ଭୂମିକୁ ଯୋଡିବାରେ ସଫଳ ହୋଇଥିଲା। ପ୍ରଥମଟି ୧୦୭୩ ମସିହାରେ ଗଙ୍ଗବଂଶୀ ରାଜା ଚୋଳଗଙ୍ଗ ଦେବ ନିଜକୁ ସକଳୋତ୍କଳ ରକ୍ଷାକର୍ତ୍ତା ଭାବେ ଘୋଷଣା କରିବା ସହିତ ଓଡ଼ିଆ ଭାଷାକୁ ତାମିଲସଂସ୍କୃତ ସହିତ ରାଜଭାଷାର ମାନ୍ୟତା ଦେଇଥିଲେ। ସେହିପରି ଦ୍ୱିତୀୟ ଭାଷା ଅାନ୍ଦୋଳନ ଘଟିଥିଲା ୧୪୩୬ ମସିହାରେ। ଏହି ସମୟରେ କପିଳେନ୍ଦ୍ର ଦେବ ନିଜକୁ ଜଗନ୍ନାଥଙ୍କ ରାଉତ ଭାବରେ ଘୋଷଣା କରି ଓଡ଼ିଶାର ଶାସକ ହେବା ସହିତ ପ୍ରଥମକରି କେବଳ ଓଡ଼ିଆକୁ ଶାସନର ଭାଷା ଭାବରେ ଗ୍ରହଣ କଲେ। ଫଳରେ ଓଡ଼ିଆରେ ସାହିତ୍ୟ ରଚନା ହେବା ସହିତ ଭାରତର ପ୍ରଥମ ରାଜ୍ୟ ଭାବରେ ଶତକଡ଼ା ଶହେଭାଗ ଲୋକ ଶିକ୍ଷିତ ହୋଇପାରିଥିଲେ। ଇଂରେଜ ଶାସନକାଳରେ ତୃତୀୟ ଥର ଭାଷା ଆନ୍ଦୋଳନ ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ସମୟରେ ହୋଇଥିଲା।

ଭାଷା ଅାନ୍ଦୋଳନ୧୮୬୬ - ୧୯୦୩[ସମ୍ପାଦନା]

ଇଂରେଜ ଶାସନାଧୀନ ଓଡ଼ିଶାରେ ଓଡ଼ିଆ ଭାଷା ଆନ୍ଦୋଳନ ତିନୋଟି ପର୍ଯ୍ୟାୟରେ ଉପକୂଳ ଓଡ଼ିଶା, ପଶ୍ଚିମ ଓଡ଼ିଶାଦକ୍ଷିଣ ଓଡ଼ିଶାରେ ଆରମ୍ଭ ହୋଇଥିଲା। ୧୪୩୬ରେ ଅନୁଷ୍ଠିତ ଭାଷା ଅାନ୍ଦୋଳନ ଓଡ଼ିଶାର ରାଜନୈତିକ ପରିବର୍ତ୍ତନ ଅାଣିବା ସହିତ ବିଶାଳ ସାହିତ୍ୟ ରଚନାର ବାଟ ଫିଟାଇଥିଲା। ଠିକ ସେହିପରି ୧୮୬୬ରେ ଅାରମ୍ଭ ହୋଇଥିବା ଓଡ଼ିଆ ଅାନ୍ଦୋଳନ ଓଡ଼ିଶା ଏକତ୍ରୀକରଣର ବାଟ ଫିଟାଇବା ସହିତ ଅାଧୁନିକ ସାହିତ୍ୟ ରଚନାର ବାଟ ଫିଟାଇଥିଲା।

ଦକ୍ଷିଣ ଓଡ଼ିଶା[ସମ୍ପାଦନା]

ବଙ୍ଗଳା ଅଧୀନରେ ଥିବା ଉପକୂଳବର୍ତ୍ତୀ ଓଡ଼ିଶା ଅଞ୍ଚଳ ମାନବୀକୃତନ’ଅଙ୍କ ଦୁର୍ଭିକ୍ଷଦ୍ୱାରା ଅର୍ଦ୍ଧାଧିକ ଓଡ଼ିଆଙ୍କୁ (ସରକାରୀ ହିସାବରେ ଏକତୃତୀୟାଂଶ ବା ମୋଟ ୩୦ ଲକ୍ଷ ଜନସଂଖ୍ୟାରୁ ୧୦ ଲକ୍ଷ) ହରାଇବା ସମୟରେ ଓଡ଼ିଆ ଭାଷା, ଜାତି ଓ ସଂସ୍କୃତିର ସୁରକ୍ଷାପାଇଁ କନ୍ଧମାଳର ଦାରିଙ୍ଗବାଡ଼ି ଅନ୍ତର୍ଗତ କାଟିଙ୍ଗିଆ ଜମିଦାର ଭେଙ୍କଟେଶ୍ୱର ଦେଓ ପ୍ରଥମକରି ଓଡ଼ିଆମାନଙ୍କୁ ଏକାଠି କରିବାକୁ ଉଦ୍ୟମ କରିଥିଲେ। ଜଣେ ଦୂରଦ୍ରଷ୍ଟା, ସ୍ୱାଭିମାନୀ ସ୍ୱାଧୀନଚେତା ଓଡ଼ିଆ ଭାବେ ସେ ଅନୁଭବ କଲେ ଓଡ଼ିଆୀ ଅଞ୍ଚଳକୁ ଏକ ଶାସନାଧୀନ କରିବାପାଇଁ ଏହି ଅଞ୍ଚଳର ଅଧିବାସୀଙ୍କୁ ନିଜ ମାତୃଭାଷାରେ ଶିକ୍ଷିତ ନ କଲେ ଐତିହାସିକ ଗୌରବମୟ ଓଡ଼ିଶା ଭୂଖଣ୍ଡର ବୀର ଉତ୍ତରାଧିକାରୀ ଯେପରି ଇଂରେଜ ଚକ୍ରାନ୍ତରେ ପୋକମାଛି ଭଳି ମରୁଛନ୍ତି, ଏମାନଙ୍କ ପରେ ଆଉ କାହା ଚକ୍ରାନ୍ତରେ ନିଜର ସତ୍ତା ହରାଇ ବସିବେ । ଓଡ଼ିଆଜାତିର ସର୍ବାଙ୍ଗୀନ ବିକାଶପାଇଁ ଏକମାତ୍ର କାର୍ଯ୍ୟ ହେଉଛି ମାନ୍ଦ୍ରାଜ, ମଧ୍ୟପ୍ରଦେଶବଙ୍ଗଳା ଅଧୀନରେ ଥିବା ଓଡ଼ିଆ ଭୂଖଣ୍ଡକୁ ଏକତ୍ରକରି ସମଗ୍ର ଶାସନବ୍ୟବସ୍ଥା ଓଡ଼ିଆ ଓ ଇଂରାଜୀଭାଷା ମାଧ୍ୟମରେ କରାଇବା।

ହିତବାଦିନୀ ସଭା[ସମ୍ପାଦନା]

୧୮୬୬ରେ ଭେଙ୍କଟେଶ୍ୱର ଦେଓ ଜମିଦାରୀ କ୍ଷମତା ପାଇବା ପରେ ହଦଗଡ଼, ମୁଠା (ଟିକାବାଲି), ଚକାପାଦ, ଖଣ୍ଡମ, ଅଠର ଓ ବାରମୁଠାର ସମସ୍ତ ରୟତ, କରଡ଼ା, ରଣବା, ଗଦାପୁର, ପାଲୁର, ହୁମା, ଗଞ୍ଜା, ମହୁରୀ,ସୁରଙ୍ଗୀ, ଜରଡା, ଖଲ୍ଲିକୋଟ, ଆଠଗଡ଼, ଘୁମୁସର, ଧରାକୋଟ, ସୋରଡ଼ା, ଖେମୁଣ୍ଡି,ଚିକିଟି,ଜଳନ୍ତର, ମଞ୍ଜୁଷା, ପାରଳା ଆଦି ଅଞ୍ଚଳର ଦେଶୀୟ ରାଜା, ଭାଷାପ୍ରେମୀ ଶିକ୍ଷିତ ଓଡ଼ିଆ, ବିଭିନ୍ନ ଛୋଟବଡ଼ ସାଂସ୍କୃତିକ ଅନୁଷ୍ଠାନ ଓ ସଂଗଠନ ସଦସ୍ୟଗଣଙ୍କ ସହ ଯୋଗସୂତ୍ର ସ୍ଥାପନ କରି ସେପ୍ଟେମ୍ବର ୧୮୭୦ରେ ରସୁଲକୁଣ୍ଡା (ବର୍ତ୍ତମାନର ଭଂଜନଗର)ଠାରେ ଏକ ସଭାର ଆୟୋଜନ କଲେ । ଏହାର ନାମ ରହିଲା ହିତବାଦିନୀ ସଭା। ଏହା ହେଉଛି ଭାରତର ପ୍ରଥମ ରାଜନୈତିକ ସଂଗଠନ। ଏହି ସଭାରେ ଦକ୍ଷିଣ ଓଡ଼ିଶା ଅଞ୍ଚଳରେ ତେଲୁଗୁଭାୁଷୀଙ୍କ ପ୍ରାଦୁର୍ଭାବ ଓ ଉତ୍‌ପୀଡ଼ନକୁ ତୀବ୍ର ଭର୍ତ୍ସନା କରାଯିବା ସହ ଏଠିକାର ନ୍ୟାୟାଳୟ ଓ ବିଦ୍ୟାଳୟରେ ଓଡ଼ିଆ ପ୍ରଚଳନ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତୁତ ହୋଇଥିବା ସ୍ମାରକପତ୍ର ତ‌ତ୍କାଳୀନ ମାନ୍ଦ୍ରାଜ ଲାଟଙ୍କୁ ପ୍ରଦାନ କରାଯାଇଥିଲା। ଏହି ସଂଗଠନର ଜଣେ ପ୍ରତିଷ୍ଠାତା ସଦସ୍ୟ ତଥା ଘୁମୁସର ତାଲୁକା ଦରୋଦସ୍ତ ଦେବସ୍ଥଳ କମିଟି ସଦସ୍ୟ କନକତୁରର ଶ୍ରୀ ଜନାର୍ଦ୍ଦନ ଦାସ ଦକ୍ଷିଣ ଓଡ଼ିଶାବାସୀଙ୍କ ଏଭଳି ବିପତ୍ତି ସମୟରେ ଉପକୂଳ ଓଡ଼ିଶାବାସୀ ଭାଈ ଭଳି ସେମାନଙ୍କ ସହ ଠିଆ ହେବାକୁ ଆକୁଳ ନିବେଦନ କରିଥିଲେ।[୯] ଏହି ସଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସମଗ୍ର ଓଡ଼ିଆ ଅଞ୍ଚଳ ଏକତ୍ର କରାଯିବାର ଶୁଭଶଙ୍ଖ ସର୍ବ ପ୍ରଥମେ ଏହିଠାରେ ହିଁ ନିନାଦିତ ହୋଇଥିଲା, ଯାହା ବଙ୍ଗ ଓ ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ତ‌ତ୍କାଳୀନ ଜାତୀୟତାବାଦୀ ଓଡ଼ିଆଙ୍କ ହୃଦୟତନ୍ତ୍ରୀରେ କମ୍ପନ ସୃଷ୍ଟି କରିଥିଲା। ପରେ ଅଧିକ ରାଜ୍ୟ ଏହି ସଂଗଠନ ସହ ମିଶିବାରୁ ଏହାର ନାମ ପରିବର୍ତ୍ତନ କରି ରଖାଗଲା ଉତ୍କଳ ହିତବାଦିନୀ ସଭା।ଉତ୍କଳ ହିତବାଦିନୀ ସଭା ପକ୍ଷରୁ ଏହାର ସମ୍ପାଦକ ଭେଙ୍କଟେଶ୍ୱର ଦେଓ ପୂର୍ବରୁ ମାଡ୍ରାସ ଗଭର୍ଣ୍ଣରଙ୍କୁ୧୮୬୯ରେ ଚିଠି ଲେଖି ୪ଟି ଦାବି ରଖିଥିବା ମନ୍ତବ୍ୟକୁ ଦୋହରାଇ ଲଣ୍ଡନରେ ବ୍ରିଟେନ ମହାରାଣୀଙ୍କୁ ଏହାକୁ ପୁଣି ଥରେ ମନେ ପକାଇବାକୁ ବିଲାତ ଆୟବ୍ୟୟ ସଭାରେ ସାକ୍ଷ୍ୟ ଦେବାକୁ ଯାଉଥିବା ବ୍ରିଟିଶ-ଓଡ଼ିଶା ସରକାରି ଅଧିକାରୀ କାଳିପଦ ବନ୍ଦୋପାଧ୍ୟାୟଙ୍କୁ ଅନୁରୋଧ କରିଥିଲେ। ଉତ୍କଳ ଦୀପିକାର ୧୮ ଅକ୍ଝୋବର ୧୮୭୩ ସଂଖ୍ୟାରେ ପ୍ରକାଶିତ ଏହି ଦାବିଗୁଡିକ ହେଲା-

୧-ଗଞ୍ଜାମବାସୀଙ୍କୁ ଓଡ଼ିଆ ଓ ଲିପିରେ ଯୋଗାଯୋଗ କରିବାପାଇଁ ଅନୁମତି ଦିଆଯାଉ। ୨- ସମସ୍ତ ସରକାରି କାଗଜପତ୍ର, ରେକର୍ଡ ଆଦି ଓଡ଼ିଆରେ ଲେଖାଯାଉ। ୩- ସମସ୍ତ ବିଦ୍ୟାଳୟରେ ଓଡ଼ିଆ ମାଧ୍ୟମରେ ଶିକ୍ଷା ଦିଆଯାଉ। ୪- ଓଡ଼ିଆ ଭାଷାରେ ସମସ୍ତ ପରୀକ୍ଷା ଦେବାପାଇଁ ବିଦ୍ୟାର୍ଥୀଙ୍କୁ ଅନୁମତି ଦିଆଯାଉ।[୧୦]

ହିତବାଦିନୀ ସଭାର ଦାବୀ ସିଧାସଳଖ ବ୍ରିଟିଶ ମହାରାଣୀଙ୍କ ନିକଟରେ ପହଞ୍ଚିବା ଫଳରେ ତାଙ୍କରି ଆଦେଶ ବଳରେ ୪ ମାର୍ଚ୍ଚ ୧୮୭୨ ତାରିଖରେ ମାନ୍ଦ୍ରାଜ ପ୍ରେସିଡେନ୍ସୀ ଅଧୀନସ୍ଥ ଓଡ଼ିଆ ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟ ଓ ନ୍ୟାୟାଳୟର କାର୍ଯ୍ୟ ଓଡ଼ିଆ ଭାଷାରେ କରାଯିବ ବୋଲି ଘୋଷଣା କରାଗଲା। ତେବେ ଏହି ଅାନ୍ଦୋଳନର ଫଳ ଖୁବ ଶୀଘ୍ର ଭେଙ୍କଟେଶ୍ୱର ଦେଓଙ୍କୁ ମିଳିଗଲା। ତତ୍କାଳୀନ କନ୍ଧମାଳ ତହସିଲଦାର ଦୀନବନ୍ଧୁ ପଟ୍ଟନାୟକ କୌଶଳ କରି ତାଙ୍କୁ ଜମିଦାରୀରୁ ୨୫.୪.୧୮୭୪ରେ ବଞ୍ଚିତ କରିବାପରେ ବାର୍ଷିକ ୫୦ଟଙ୍କାର ପେନସନଭୋଗୀ ହେଲେ।[୧୧] ସମ୍ପତ୍ତିି ଚାଲିଗଲା ପରେ ନିରୂପାୟଶୂନ୍ୟ ଭେଙ୍କଟେଶ୍ୱର ଦେଓ ଓଡ଼ିଆ ଆନ୍ଦୋଳନକୁ ଗତିଶୀଳ କରାଇ ନ ପାରିବା ଦୁଃଖରେ ମ୍ରିୟମାଣ ହୋଇ ୧୮୮୩ରେ ମୃତ୍ୟୁଲାଭ କଲେ।[୧୨] ତାଙ୍କ ଅନୁଗାମୀ ତଥା ହିତବାଦିନୀ ସଭାର ସମ୍ପାଦକ ଉଇଲିୟମ ମହାନ୍ତି 'ସ୍ୱଦେଶୀ'ନାମକ ଓଡ଼ିଆ ଜାତୀୟତାବାଦୀ ପତ୍ରିକା ପ୍ରକାଶନ କରି ଏହି ଆନ୍ଦୋଳନକୁ ବଞ୍ଚାଇ ରଖିବାରେ ଆପ୍ରାଣ ଚେଷ୍ଟା କରିଥିଲେ।[୧୩]

ପଶ୍ଚିମ ଓଡ଼ିଶା[ସମ୍ପାଦନା]

୧୮୪୯ରେ ରାଜସ୍ୱ‌ତ୍ତ୍ୱଲୋପ ନୀତି ଅନୁସାରେ ସମ୍ବଲପୁର ରାଜ୍ୟ ଇଂରେଜ ଶାସନାଧୀନ ହେବାପରେ ଦକ୍ଷିଣପୂର୍ବ ସୀମାନ୍ତ ଏଜେନ୍ସି ଅନ୍ତର୍ଭୁକ୍ତ ହୋଇ ମୂଳ ଓଡ଼ିଶାଠାରୁ ବିଚ୍ଛିନ୍ନ ହୋଇଗଲା। ୧୮୫୪ରେ ଏହି ଏଜେନ୍ସୀର ନାମକରଣ ଛୋଟନାଗପୁର ଡିଭିଜନ ହେବାପରେ ଏଜେନ୍ସିର କାର୍ଯ୍ୟାଳୟଭାଷା ଭାବେ ହିନ୍ଦୀକୁ ଲାଗୁ କରାଯିବାରୁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାରେ ହିନ୍ଦୀଭାଷା ପ୍ରଚଳନ ହେଲା । ତେବେ ୧୮୬୦ରେ ଏହି ଅଞ୍ଚଳ ଓଡ଼ିଶା ଡିଭିଜନ ମିଶିଯିିବାରୁ ଏଠାରେ ଓଡ଼ିଆର ପୁନଃପ୍ରଚଳନ ହେଲା । ଏପରିକି ୨ବର୍ଷ ପରେ ଅର୍ଥାତ୍ ୩୦ଅପ୍ରେଲ୧୮୬୩ରେ ଏହା ମଧ୍ୟପ୍ରଦେଶ ଡିଭିଜନରେ ମିଶି ଓଡ଼ିଶା ଡିଭିଜନଠାରୁ ଅଲଗା ହୋଇଗଲେ ମଧ୍ୟ ୧୮୯୪ ପର୍ଯ୍ୟନ୍ତ ଓଡ଼ିଆର ପ୍ରଚଳନ ଥିଲା । ମଧ୍ୟପ୍ରଦେଶ ଚିଫକମିଶନର ଉଡ୍‌ବର୍ଣ୍ଣ ୧ଜାନୁଆରୀ ୧୮୯୫ମସିହାରେ ହିନ୍ଦୀ ପ୍ରଚଳନପାଇଁ ନିର୍ଦ୍ଦେଶ ଦେଲେ । ଏହାକୁ ସମ୍ବଲପୁରର ଡେପୁଟି କମିଶନର ଚେପ୍‌ମେନ୍ ସମର୍ଥନ ଜଣାଇବାରୁ ୧ଜାନୁଆରୀ୧୮୯୬ଠାରୁ ହିନ୍ଦୀଭାଷାରେ ଅଦାଲତ ତଥା ଅନ୍ୟାନ୍ୟ କାର୍ଯ୍ୟ ପରିଚାଳିତ ହେଲା । ଅଥଚ ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ନାଗପୁରରେ ମରାଠୀ ଓ ସିରୋଞ୍ଚରେ ତେଲୁଗୁ ଭାଷା ପୂର୍ବପରି ଚାଲୁ ରହିଲା । ଏହି ନିଷ୍ପତ୍ତି ବିରୁଦ୍ଧରେ ସମ୍ବଲପୁରମାଟିରେ ଓଡ଼ିଆ ସୁରକ୍ଷା ଆନ୍ଦୋଳନର ମୂଳଭିତ୍ତି ସ୍ଥାପନହେଲା। ରାଜ୍ୟପାଳ ଫ୍ରେଜରସାହେବ ଜନସାଧାରଣଙ୍କ ଅଭିଯୋଗ ବଡ଼ଲାଟ ଲର୍ଡ ଏଲଗିନ୍‌ଙ୍କୁ ଜଣାଇଲେ ମଧ୍ୟ ବଡ଼ଲାଟ ଫ୍ରେଜରଙ୍କ ପରାମର୍ଶକୁ ପ୍ରତ୍ୟାଖ୍ୟାନ କରି ହିନ୍ଦୀଭାଷା ପ୍ରଚଳନପାଇଁ ନିର୍ଦ୍ଦେଶ ଦେଲେ ।

ଶିମିଳାଯାତ୍ରା[ସମ୍ପାଦନା]

ସୋମନାଥବାବୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାର ପ୍ରସ୍ତାବକ୍ରମେ ମହନ୍ତ ବିହାରୀ ଦାସ, ବ୍ରଜମୋହନ ପଟ୍ଟନାୟକ, ବଳଭ‌ଦ୍ର ସୂପକାର (ସୁଆର), ମଦନମୋହନ ମିଶ୍ରଙ୍କ ସହିତ ଯୁବକ ଶ୍ରୀପତି ମିଶ୍ର ବଡ଼ଲାଟ ଲର୍ଡ କର୍ଜନକୁ ଭେଟି ସମ୍ବଲପୁରରେ ଓଡ଼ିଆ ପ୍ରଚଳନପାଇଁ ଦାବିପତ୍ର ପ୍ରଦାନ କରିବେ ବୋଲି ଶିମିଳା ଯାଇଥିଲେ । ଯାହା ପରବର୍ତ୍ତୀ ସମୟରେ ‘ଶିମିଳା ଯାତ୍ରା’ ନାମରେ ଖ୍ୟାତ। ୧୮୯୯ରେ ସମ୍ବଲପୁର ଅଞ୍ଚଳରେ ଭୟାବହ ଦୁର୍ଭିକ୍ଷ ଦେଖାଦେଇଥିଲା । ଏହା ୧୮୬୬ ମସିହାରେ ଘଟିଯାଇଥିବା ଉପକୂଳ ଓଡ଼ିଶାର ନ’ଅଙ୍କ ଦୁର୍ଭିକ୍ଷ ଭଳି ମନୁଷ୍ୟକୃତ ଥିଲା । ୧୮୯୦ରେ ଝାରସୁଗୁଡ଼ା ଦେଇ ବମ୍ବେ-କଲିକତା ରେଳପଥ ନିର୍ମାଣ ହେବାପରେ ୧୮୯୪ରେ ଝାରସୁଗୁଡ଼ାଠାରୁ ସମ୍ବଲପୁରକୁ ରେଳପଥ ନିର୍ମାଣହେଲା । ଫଳରେ ଏହି ଅଞ୍ଚଳରୁ ଉତ୍ପାଦିତ ଶସ୍ୟକୁ ସଂଗ୍ରହକରି ରେଳ ମାଧ୍ୟମରେ ପଠାଇ ଦିଆଗଲା । ଆବଶ୍ୟକ ସମୟରେ ଶସ୍ୟ ଆମଦାନୀର କୌଣସି ବ୍ୟବସ୍ଥା କରାଯାଇ ନ ଥିଲା । ଖାଦ୍ୟ ରପ୍ତାନୀହାର ଏଭଳି ମାତ୍ରାରେ ବୃଦ୍ଧି ପାଇଲା ଯେ ମାତ୍ର ୩/୪ବର୍ଷ ପରେ ଯେଉଁ ଭୟଙ୍କର ଦୁର୍ଭିକ୍ଷ ଦେଖାଦେଲା, ସେଥିରେ ସମ୍ବଲପୁର ଜିଲ୍ଲାର ୮ ଲକ୍ଷ ମଧ୍ୟରୁ ୧ ଅକ୍ଟୋବର ୧୮୯୯ରୁ ୩୦ ସେପ୍ଟେମ୍ବର୧୯୦୦ମଧ୍ୟରେ ୬୨ହଜାର୯୨୪ଜଣ ଓଡ଼ିଆ ପ୍ରାଣ ହରାଇ ଥିବାବେଳେ ଏହାର ୫ଗୁଣ ସ୍ୱଚ୍ଛଳ ଓଡ଼ିଆ ସବୁକିଛି ହରାଇ ନିଃସ୍ୱ ହୋଇଯାଇଥିଲେ । ଏପରିକି ଏମାନେ ସରକାରଙ୍କୁ ବିଭିନ୍ନ ନିବେଦନ ଓଡ଼ିଆରେ ଲେଖି ପଠାଉଥିବାରୁ ଅଣଓଡ଼ିଆ କିରାଣୀଦଳ ଏହିସବୁ ଦରଖାସ୍ତକୁ ଚିରି ଦେଉଥିଲେ କିମ୍ବା ନାଲିଫିତା ତଳେ ଲୁଚାଇ ରଖି ଦେଉଥିଲେ । ଜିଲ୍ଲା ମୁଖ୍ୟପ୍ରଶାସନିକ କାର୍ଯ୍ୟାଳୟରେ କିରାଣୀ ଥିବା ଦାଶରଥି ମିଶ୍ର ଏ ସଂପର୍କିତ ତଥ୍ୟ ଭାଇ ଶ୍ରୀପତି ମିଶ୍ରଙ୍କ ମାଧ୍ୟମରେ ଅନ୍ୟମାନଙ୍କୁ ସୂଚନା ଦେଇ ହିନ୍ଦୀଭାଷୀ କର୍ମଚାରୀଙ୍କ ଚକ୍ରାନ୍ତ ବିରୁଦ୍ଧରେ ଜନମତ ସୃଷ୍ଟି କରିବାରେ ଚେଷ୍ଟିତ ଥିଲେ । ଆଉଜଣେ ଓଡ଼ିଆପ୍ରାଣ ବ୍ୟକ୍ତିତ୍ୱ ତଥା ସମ୍ବଲପୁରର ଅତିରିକ୍ତ ସହକାରୀ କମିଶନର ବୈକୁଣ୍ଠନାଥ ପୂଜାରୀ ୧୯୦୧ର ଜନଗଣନା କାର୍ଯ୍ୟରେ ଉପୁଜିଥିବା ବିଶୃଙ୍ଖଳାର ତଦାରଖ ଦାୟିତ୍ୱରେ ଥିବାବେଳେ ରାତିରାତି ଅନିଦ୍ରା ହୋଇ ସାଧାରଣ ନିରୀହ ଓଡ଼ିଆଙ୍କୁ କୌଣସି ପ୍ରଲୋଭନର ବଶବର୍ତ୍ତୀ ନ ହୋଇ ଭୟ ଓ ଆଶଙ୍କାରହିତ ଭାବେ ନିଜ ମାତୃଭାଷା ଓଡ଼ିଆ ବୋଲି ଜନଗଣନାକାରୀଙ୍କୁ ଦୃଢ଼ଭାବେ କହିବାପାଇଁ ପରାମର୍ଶ ଦେଉଥିଲେ । ଏହି ସୂଚନା ଜିଲ୍ଲାପାଳ ପାଇବାରୁ ପୂଜାରୀ ମହାଶୟଙ୍କୁ ଜବଲପୁର ବଦଳି କରାଗଲା । ସେହିପରି ଅନ୍ୟଜଣେ ଯୁବନେତୃତ୍ୱ ତଥା ଆଇନଜୀବୀ ଚନ୍ଦ୍ରଶେଖର ବେହେରା ମଧ୍ୟ ଓଡ଼ିଆର ସ୍ଥିତିରକ୍ଷାପାଇଁ ବାହାରି ପଡ଼ିଲେ । ୧୯୦୧ବେଳକୁ ହିନ୍ଦୀଭାଷୀଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସାଧାରଣ ଜନତାଙ୍କ ଭିତରେ ଏଭଳି ଆଲୋଡ଼ନ ସୃଷ୍ଟି ହେଲା ଯେ, ମଇମାସରେ ମଦନମୋହନ ମିଶ୍ରଙ୍କ ନେତୃତ୍ୱରେ ଓ ୨୯ଜୁଲାଇ ୧୯୦୧ରେ ବ୍ରଜମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ନାଗପୁର ଚିଫ୍ କମିଶନର ଫ୍ରେଜର ସାହେବଙ୍କୁ ଓଡ଼ିଆର ପୁନଃ ପ୍ରଚଳନପାଇଁ ଦାବିପତ୍ର ପ୍ରଦାନ ପୂର୍ବକ ନିଜ ଅଧିକାର ସାବ୍ୟସ୍ତ କରିବାକୁ ବାହାରି ପଡ଼ିଲେ। ଓଡ଼ିଆତ୍ୱର ଆବେଗରେ ହଜିଯାଇଥିବା ୫ଜଣ ବ୍ୟକ୍ତି କେତେବେଳେ ଚାଲିଚାଲି, କେତେବେଳେ ଟାଙ୍ଗାଗାଡ଼ି କିମ୍ବା ରେଳଗାଡ଼ି ଯୋଗେ ଦୀର୍ଘପଥ ଅତିକମ୍ର କରି୧୬ସେପ୍ଟେମ୍ବର୧୯୦୧ରେ ଶିମିଳାଠାରେ ପହ୍ଞ୍ଚିଲେ । ମାତ୍ର ଶିମିଳାରେ ଉଭୟ ବଡ଼ଲାଟ ଲର୍ଡ କର୍ଜନ ଓ ମଧ୍ୟପ୍ରଦେଶ ଗଭର୍ଣ୍ଣର ଆଣ୍ଡ୍ୟୁ ଫ୍ରେଜର ଉପସ୍ଥିତ ଥିଲେ ମଧ୍ୟ ସାକ୍ଷାତ ପାଇପାରି ନ ଥିଲେ । ତେବେ ପୂର୍ବରୁ ସମ୍ବଲପୁରର କଲେକ୍ଟର ତଥା ଏହି ସମୟରେ ମଧ୍ୟପ୍ରଦେଶର ଗଭର୍ଣ୍ଣରଙ୍କ ଘରୋଇ ସଚିବ ଭାବେ ନିଯୁକ୍ତି ପାଇଥିବା କ୍ରମ୍ପଟ ସାହେବଙ୍କ ପରାମର୍ଶ କ୍ରମେ ଦାବିପତ୍ର ପ୍ରଦାନ କରି ସମ୍ବଲପୁର ଫେରି ଆସିଥିଲେ ।

ସମ୍ବଲପୁର ଡିଭିଜନ ମିଶ୍ରଣ[ସମ୍ପାଦନା]

ଶିମିଳାଠାରେ ଚାଲିଥିବା ‘ସର୍ବଭାରତୀୟ ଶିକ୍ଷାନୀତି’ ସଂପର୍କିତ ସମ୍ମିଳନୀରେ ବଡ଼ଲାଟ କର୍ଜ୍ଜନ ମଧ୍ୟପ୍ରଦେଶ ସରକାର ଆଣ୍ଡ୍ୟୁ ଫ୍ରେଜରଙ୍କୁ ମଧ୍ୟପ୍ରଦେଶ ଅଧିନସ୍ଥ ନାଗପୁରରେ ମରାଠୀ ଓ ସିରଞ୍ଚ ତେଲୁଗୁ ଭାଷା ପ୍ରଚଳନ ହେଉଥିବା ବେଳେ ସମ୍ବଲପୁରରେ ଓଡ଼ିଆ ପ୍ରଚଳନ ନ ହେବ କାହିଁକି ବୋଲି ସ୍ପଷ୍ଟୀକରଣ ଚାହିଁଥିଲେ। ଓଡ଼ିଆ ପ୍ରଚଳନକୁ ବିରୋଧ କରୁଥିବା ଫ୍ରେଜର ଏହାର ଉତ୍ତର ଦେଇପାରି ନ ଥିଲେ। ତେଣୁ ଏହାପରେ ସେ ନିଜ ପ୍ରତ୍ୟକ୍ଷ ଅନୁଭୂତିକୁ ନିରପେକ୍ଷ ରଖିବାପାଇଁ ସିଧାସଳଖ ସମ୍ବଲପୁର ଆସି ବିଭିନ୍ନ ଜନତାଙ୍କଠାରୁ ମତାମତ ସଂଗ୍ରହ କରିଥିଲେ। ୨୬ ତାରିଖ ସକାଳେ ତାଙ୍କୁ ସମ୍ବଲପୁରବାସୀଙ୍କ‌ଦ୍ୱା‌ରା ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଗଲା। ‘ସମ୍ବଲପୁର ହିତୈଷିଣୀ’ ବର୍ଣ୍ଣନାନୁସାରେ- “ମାନ୍ୟବର ଫ୍ରେଜର ସାହେବ ଯହିଁ ଯହିଁ ଗଲେ, ସେଠାରେ ଓଡ଼ିଆମାନଙ୍କର ହୃଦୟନିହତି ମର୍ମାନ୍ତିକ ବେଦନାଜନିତ ଆର୍ଭିନାଦ ଶ୍ରବଣ କଲେ । ଓଡ଼ିଆଙ୍କ ଦୁଃଖରେ ତାଙ୍କର ହୃଦୟ ବିଗଳିତ ହେଲା । ସେ ତତ୍‌କ୍ଷଣାତ୍ ବୁଝିପାରିଲେ ଯେ, ଓଡ଼ିଆଙ୍କର ଦୁଃଖ କାଳ୍ପନିକ ନୁହେଁ, କିନ୍ତୁ ହୃଦୟଜାତ ଏବଂ ସ୍ୱାଭାବିକ ।” ସମ୍ବଲପୁରବାସୀ ଓଡ଼ିଆମାନଙ୍କର ଭାଷାନିମିତ୍ତି ଗଭୀର ଉଦ୍‌ବେଗ ଲକ୍ଷ୍ୟ କରି କହିଥିଲେ, “ଆମ୍ଭେ ଆପଣମାନଙ୍କର ଦେଶରେ ଉପସ୍ଥିତ ହୋଇ ଆପଣମାନଙ୍କ ଭାଷା ପରିବର୍ତ୍ତନ ଜନିତ ଦୁଃଖକଷ୍ଟ ବିଷୟରେ ଅନୁସନ୍ଧାନ କଲୁ । ଆପଣମାନେ ପ୍ରକୃତରେ କଷ୍ଟ ଅନୁଭବ କରୁଛନ୍ତି ଏବଂ ଏତଦ୍ ଦୃଷ୍ଟିରେ ଆମ୍ଭେ ସମ୍ବଲପୁରରେ ଓଡ଼ିଆ ପୁନଃପ୍ରଚଳନ ନିମନ୍ତେ ନିକଟରେ ଗଭର୍ଣ୍ଣର ଜେନେରାଲ ବାହାଦୁରଙ୍କ ନିକଟକୁ ଲେଖୁଅଛୁ । ଆପଣମାନେ ମନେକରନ୍ତୁ ଯେ ଓଡ଼ିଆ ଆଜିଠାରୁ ସମ୍ବଲପୁରର ଅଦାଲତ ଭାଷା ହେଲା । ଆପଣ ଜାଣିରଖନ୍ତୁ,ଜାନୁଆରୀମାସ ପ୍ରଥମ ତାରିଖଠାରୁ କାଗଜପତ୍ର ଓଡ଼ିଆରେ ଲିଖିତ ହେବାର ଆଦେଶ ଅବିଳମ୍ବେ ପ୍ରଚାରିତ ହେବ ।” (ହିତୈଷିଣୀ, ୧୬ ଅକ୍ଟୋବର ୧୯୦୧, ପୃ-୯୦[୧୪]) ଦୀର୍ଘ ଛଅବର୍ଷର ନିର୍ବାସନ‌ଦଣ୍ତ ପରେ ଓଡ଼ିଆଙ୍କ ମୁଖରେ ଓଡ଼ିଆ ପୁନଃ ପ୍ରଚଳିତ ହେଲା । [୧୫]

ଉପକୂଳ ଓଡ଼ିଶା[ସମ୍ପାଦନା]

ଓଡ଼ିଆତ୍ୱ ହନନପାଇଁ ଇଂରେଜ ସରକାରଙ୍କ୍ୱାରା ୧୮୬୫-୬୬ ମସିହାରେ ସୃଷ୍ଟି କରାଯାଇଥିବା ମାନବୀକୃତ ନଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ପଦକ୍ଷେପ ଥିଲା ଓଡ଼ିଆରେ ଶିକ୍ଷାବ୍ୟବସ୍ଥାକୁ ବନ୍ଦ କରିବା। ଏପର୍ଯ୍ୟନ୍ତ ପାରମ୍ପରିକ ଶିକ୍ଷାବ୍ୟବସ୍ଥାକୁ ଗ୍ରହଣ କରିଅାସୁଥିବା ଓଡ଼ିଶାରେ ନିଜ ଶିକ୍ଷାପଦ୍ଧତି ପ୍ରଚଳନପାଇଁ ତତ୍କାଳୀନ ଇଂରେଜ ଶାସକ ହାର୍ଡିଂଜ ବିଦ୍ୟାଳୟ ସଂଖ୍ୟାବୃଦ୍ଧି କରିଚାଲିଥିବାବେଳେ ଏଥିପାଇଁ ଓଡ଼ିଆ ପାଠ୍ୟପୁସ୍ତକ ମୁଦ୍ରଣ ଜାଣିଶୁଣି କରାଗଲା ନାହିଁ । ଓଡ଼ିଆ ପୁସ୍ତକର ଅଭାବ ତଥା କୌଣସି ନୂତନ ଓଡ଼ିଆ ପୁସ୍ତକ ରଚନାପାଇଁ ସରକାର ଉତ୍ସାହିତ ନ କରିବାରୁ ବଙ୍ଗଳା ପୁସ୍ତକ ଓଡ଼ିଆ ବିଦ୍ୟାଳୟରେ ସରକାରୀ ବିନା ଆଦେଶରେ ପ୍ରଚଳିତ ହେଲା । ଫଳରେ ଏହିସବୁ ସ୍କୁଲର ବିଦ୍ୟାର୍ଥୀ ଉଭୟ ଓଡ଼ିଆ ଓ ବଙ୍ଗଳା ଭାଷାରେ ଦକ୍ଷ ନ ଥିବାରୁ ପରୀକ୍ଷାରେ ଅକୃତକାର୍ଯ୍ୟ ହେଲେ । ଏହି ଦ୍ୱିଭାଷିକ ଶିକ୍ଷାବ୍ୟବସ୍ଥାର ମଧ୍ୟରୁ ଓଡ଼ିଆରେ ପଢ଼ାଇବା ଉଚିତ୍ ନୁହେଁ ବୋଲି କେତେକ ଅଧିକାରୀ ଯୁକ୍ତି ବାଢ଼ିଲେ । ଇଂରାଜୀ ଢାଞ୍ଚାରେ ସ୍ଥାପିତ ବିଦ୍ୟାଳୟମାନଙ୍କରେ ବଙ୍ଗଳା ପୁସ୍ତକ ପ୍ରଚନ କରାଯାଇ ବଙ୍ଗ-ଓଡ଼ିଆ ମିଶ୍ରିତ ଶିକ୍ଷାଦାନ କରାଯାଉଥିବା ସମୟରେ ଓଡ଼ିଶାରେ ଅନ୍ୟାନ୍ୟ ଶିକ୍ଷା ବ୍ୟବସ୍ଥା ଯଥା- ଗ୍ରାମାଞ୍ଚଳ ଓ ସହରମାନଙ୍କରେ ମାଟିବଂଶ ଅବଧାନଙ୍କଦ୍ୱାରା ଚାଟଶାଳୀ ଶିକ୍ଷା ଦିଆଯାଉଥିଲା। ତେଣୁ ଏହି ସୀମିତ ପରିସର ମଧ୍ୟରେ ସାମୟିକ ଭାବେ ଶିକ୍ଷାର ମାଧ୍ୟମ ଭାବେ ବ୍ୟବହୃତ ବଙ୍ଗଳାଭାଷାକୁ ଓଡ଼ିଆଜାତିର ଭାଷା ଭାବେ ସରକାରୀ ଘୋଷଣା କରିବାପାଇଁ ଉଦ୍ୟମ ହୋଇଥିଲା।

ଓଡ଼ିଆ ଭାଷାର ସପକ୍ଷ ଓ ବିପକ୍ଷ ମତ[ସମ୍ପାଦନା]

୧୮୬୫ରୁ ୧୮୭୦ ମଧ୍ୟରେ ହୋଇଥିବା ଆଧୁନିକ ଓଡ଼ିଆ ବିଦ୍ୟାଳୟରୁ ଓଡ଼ିଆ ଭାଷା ବିଲୋପ ଚକ୍ରାନ୍ତକୁ ଉତ୍ସାହିତ କରିଥିଲା କଟକ ଡିବେଟିଂ କ୍ଲବ୍, କଟକ ସୋସାଇଟି, ଡି.ପି.ଆଇ. ଅଟକିନ୍ସନ୍ ସାହେବଙ୍କ ମନ୍ତବ୍ୟ । ଅପ୍ରେଲ ୧୮୬୩ରେ ଶିକ୍ଷା ବିଭାଗର ତତ୍କାଳୀନ ଦକ୍ଷିଣ ପଶ୍ଚିମାଞ୍ଚଳ ଶିକ୍ଷା ବିଭାଗୀୟ ଇନ୍ସପେକ୍ଟର ମେଡ଼ଲକିଟ କହିଥିଲେ - “ସାହିତ୍ୟ ନ ଥିବା ଓଡ଼ିଆ ଏକ ଆଞ୍ଚଳିକ ଭାଷା, ତେଣୁ ପ୍ରବେଶିକା ପରୀକ୍ଷାରେ ଓଡ଼ଅ। ପରିବର୍ତ୍ତେ ବଙ୍ଗଳାକୁ ଦ୍ୱିତୀୟଭାଷା ଭାବରେ ଛାତ୍ରମାନେ ଗ୍ରହଣ କରିବା ଉଚିତ ।” ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ଅଟକିନ୍ସନ, ମାତ୍ର ତକ୍ରାଳୀନ ଓଡ଼ିଶା କମିଶନର ଆର୍.ଏନ୍. ସୋର ଏହି ତଥ୍ୟକୁ ବିରୋଧ କରି ବଙ୍ଗସରକାରଙ୍କୁ ଲେଖି ଜଣାଇଲେ - “ବଙ୍ଗଳାପରି ଓଡ଼ିଆ ଏକ ସ୍ୱତନ୍ତ୍ର ଓ ସ୍ୱାଧୀନ ଭାଷା । ପ୍ରବେଶିକା ପରୀକ୍ଷାରେ ଓଡ଼ିଆଛାତ୍ରଙ୍କୁ ବଙ୍ଗଳାଭାଷାରେ ପରୀକ୍ଷା ବୋକୁ ବାଧ୍ୟ କଲେ ଏମାନଙ୍କପାଇଁ ବିଶ୍ୱବିଦ୍ୟାଳୟର ପଥ ସବୁଦିନପାଇଁ ବନ୍ଦ ହୋଇଯିବ ।”(ତା ୯.୬.୧୮୬୩ର ପତ୍ର) ଅପ୍ରେଲ ୧୮୬୪ରେ ଓଡ଼ିଶା ସ୍କୁଲ ସମୁହର ଡେପୁଟି ଇନ୍ସପେକ୍ଟର ଉମାଚରଣ ହାଲଦାର ୧୮୬୪-୬୫ ମସିହାର ଶିକ୍ଷା ସଂପର୍କୀତ ବାର୍ଷିକ ରିପୋର୍ଟରେ - “ଓଡ଼ିଶାରେ ଶିକ୍ଷାର ଉନ୍ନତି ଓ ଅଭିବୃଦ୍ଧିର ପ୍ରକୃତ ପ୍ରତିବନ୍ଧକ ହେଉଛି ସର୍ବତ୍ର ବଙ୍ଗଳା ଓ ଓଡ଼ିଆର ଏକତ୍ର ପ୍ରଚଳନ ଏବଂ ଅଧ୍ୟୟନ । ଓଡ଼ିଆରେ ବ୍ୟାକରଣ ତଥା ଅନ୍ୟାନ୍ୟ ପାଠ୍ୟପୁସ୍ତକର ଅଭାବ ଥିବାରୁ ବଙ୍ଗଳାଭାଷାର ବ୍ୟବହାର ଅନିବାର୍ଯ୍ୟ ହୋଇପଡ଼ିଛି । ଏହି ଦ୍ୱିଭାଷିକ ଶିକ୍ଷାନୀତିର ପରିବର୍ତ୍ତନପାଇଁ ୧-ବଙ୍ଗଳା ଭାଷାକୁ ସରକାରୀଭାଷା ରୂପେ ସ୍ୱୀକାର କରି ସର୍ବତ୍ର ବଙ୍ଗଳାଭାଷା ଓ ପୁସ୍ତକ ପ୍ରଚଳନ କିମ୍ବା ବଙ୍ଗଳା ପୁସ୍ତକ ପ୍ରଚଳନକୁ ସଂପୂର୍ଣ୍ଣ ପରିହାର କରାଯାଇ ଓଡ଼ିଆ ଭାଷାର ଅନୁଶୀଳନ ଓ ଅଭିବୃଦ୍ଧି ଉଦ୍ଦେଶ୍ୟରେ ସେହିଭାଷାର ଉପଯୁକ୍ତ ବ୍ୟାକରଣ, ଅଭିଧାନ ଓ ଅନ୍ୟାନ୍ୟ ପାଠ୍ୟପୁସ୍ତକ ରଚନା ଦିଗରେ ବିଶେଷ ଉପାୟ ଅବଲମ୍ବନ କରାଯାଉ” ଉଲ୍ଲେଖ କରି ତତ୍କାଳୀନ ଇନ୍ସପେକ୍ଟର ହାରିସନ ସାହେବଙ୍କ ନିକଟକୁ ପଠାଇଲେ । ରେଭେନ୍ସା ସାହେବ ତାଙ୍କର ସହକାରୀ ତଥା ଶିକ୍ଷା ବିଭାଗର ପୂର୍ବତନ କର୍ମଚାରୀ ଟେଲର ସାହେବ, କଟକ-ବାଲେଶ୍ୱର ସମୁହର ଡେପୁଟି ସ୍କୁଲ-ଇନ୍ସପେକ୍ଟର ଉମାଚରଣ ହାଲଦାର ଓ ପୁରୀ-ଅନୁଗୁଳ ସମୁହର ଡେପୁଟି ସ୍କୁଲ-ଇନ୍ସପେକ୍ଟର କୈଳାଶ ଚନ୍ଦ୍ର ତର୍କାଳଙ୍କାରଙ୍କ ସାହାଯ୍ୟରେ ୧୮୬୪-୬୫ର ଶିକ୍ଷା ସମ୍ପର୍କୀତ ବାର୍ଷିକ ରିପୋର୍ଟକୁ ଭିତ୍ତିକରି ୧୨.୯.୧୮୬୫ରେ ଏକ ପତ୍ର ମାଧ୍ୟମରେ ଓଡ଼ିଆର ସ୍ୱାତନ୍ତ୍ର୍ୟ ଓ ଭାବପ୍ରକାଶ ଶକ୍ତି, ବିସ୍ତୃତ ଅଞ୍ଚଳରେ ଲୋକଙ୍କ୍ୱାରା ଏହି ଭାଷାର ବ୍ୟବହାର, ଛାତ୍ରର ବିଦ୍ୟାଗ୍ରହଣ ଶକ୍ତି ଓ ପୁସ୍ତକ ପ୍ରକାଶନ ସଂପର୍କରେ ସୂଚନା ଦେଇଥିଲେ । ଓଡ଼ିଶା କମିଶନରଙ୍କ ଏହି ପ୍ରସ୍ତାବ ଉପରେ ତତ୍କାଳୀନ ଦକ୍ଷିଣ-ପଶ୍ଚିମ ଡିଭିଜନର ସ୍କୁଲ ଇନ୍ସପେକ୍ଟର ଆର୍.ଏଲ୍. ମାର୍ଟିିନ ତା ୯.୮.୧୮୬୭ରେ ଲେଖିଥିଲେ - “ବର୍ତ୍ତମାନ ବଙ୍ଗଳାଭାଷା ସହିତ ଓଡ଼ିଆକୁ ସମାନ କରିବାକୁ ହେଲେ ଈଶ୍ୱରଚନ୍ଦ୍ରଙ୍କ ପରି କୌଣସି ବ୍ୟକ୍ତିଙ୍କୁ ବର୍ତ୍ତମାନଠାରୁ ଆରମ୍ଭ କରି ୨୦ବର୍ଷ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ପଡ଼ିବ ।” ଏଥି ସହିତ ବଙ୍ଗଳା ଭଳି ଉନ୍ନତ ଭାଷାକୁ ପ୍ରତ୍ୟେକ ଓଡ଼ିଆ ଗ୍ରହଣ କରିନେବା ଉଚିତ୍ ଓ ଓଡ଼ିଆ ଭାଷା କେବଳ ନିମ୍ନ ଶ୍ରେଣୀର ସୀମା ଭିତରେ ରଖି ଅନ୍ୟ ମଧ୍ୟବିତ୍ତ ଓ ଉଚ୍ଚଶ୍ରେଣୀ ବଙ୍ଗଳା ଭାଷା ଗ୍ରହଣ କରିନେବା ଉଚିତ୍ ତଥା “ଯେଉଁ ଓଡ଼ିଆଛାତ୍ର ବଙ୍ଗଳାଭାଷା ଜାଣିନାହାନ୍ତି, ସେମାନଙ୍କୁ ଭର୍ଣ୍ଣାକୁଲାର ପରୀକ୍ଷା ଉତ୍ତୀର୍ଣ୍ଣ ବୃତ୍ତି ମିଳିବନାହିଁ ” ବୋଲି ମତ ଦେଇଥିଲେ ।

ଓଡ଼ିଆ ସପକ୍ଷରେ ସରକାରି ମତ[ସମ୍ପାଦନା]

ତତ୍କାଳୀନ ସ୍କୁଲ ଇନ୍ସପେକ୍ଟର ମାଟିନସାହେବ ଓଡ଼ିଶାର ବିଦ୍ୟାଳୟ ପରିଦର୍ଶନରେ ଆସି ପ୍ରକୃତ ତଥ୍ୟ ଅନୁଭବ କଲାପରେ ପୂର୍ବପତ୍ର (୯.୮.୧୮୬୭)ରେ ଦେଇଥିବା ମତକୁ ସଂଶୋଧନ କରି ୩୦.୩.୬୮ରେ ସେ ଆଉ ଏକ ପତ୍ର ଲେଖି ଓଡ଼ଅ।ଭାଷାର ସ୍ୱାତନ୍ତ୍ର୍ୟ, ଏହି ଭାଷାଭାଷୀ ଅଞ୍ଚଳ ପରିସର, ଓଡ଼ିଆ ପ୍ରତି ସରକାରଙ୍କ ଅବହେଳା ବର୍ଣ୍ଣନା କରିବା ସହିତ ଓଡ଼ିଶାରେ ଶ୍ରେଣୀ ଅନୁଯାୟୀ ଓଡ଼ିଆ ପ୍ରଚଳନ କରିବାକୁ ପ୍ରସ୍ତାବ ସରକାରଙ୍କୁ ଦେଇଥିଲେ। ଏଥିରେ ସେ ସୂଚାଇଥିଲେ- “ଓଡ଼ିଶାର ଶିକ୍ଷାବିଭାଗ ଉତ୍ତର ଜିଲ୍ଲା ବଙ୍ଗ ପ୍ରଦେଶର, ଦକ୍ଷିଣରେ ଥିବା ଜିଲ୍ଲା ମାନ୍ଦ୍ରାଜ ପ୍ରଦେଶର ଓ ପଶ୍ଚିମରେ ଥିବା ଜିଲ୍ଲା ମଧ୍ୟପ୍ରଦେଶର ଇନ୍ସପେକ୍ଟରଙ୍କଦ୍ୱାରା ପରିଚାଳିତ ହେଉଥିବାରୁ ଏହି କର୍ମଚାରୀମାନେ ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ସ୍କୁଲ ପ୍ରତି ଅଧିକ ଯତ୍ନବାନ ହୋଇଥାନ୍ତି । ଯାହାଫଳରେ ଏହି ତିନୋଟି ଭାଷା ଉନ୍ନତ ହେବା ସହିତ ଓଡ଼ିଆର ଅବନତି ଘଟୁଛି। ତେଣୁ ଶିକ୍ଷା ଦୃଷ୍ଟିରୁ ଏମାନେ ଅନ୍ୟ ଭାଷାଠାରୁ ନିମ୍ନରେ ରହିବାକୁ ବାଧ୍ୟହୁଅନ୍ତି । ଫଳସ୍ୱରୂପ ଓଡ଼ିଶାର ସମସ୍ତ ଚାକିରିବୃତ୍ତି ଏହି ଉଚ୍ଚଶିକ୍ଷିତ ଅଣଓଡ଼ିଆଙ୍କ ହସ୍ତଗତ ହୋଇଥାଏ।” ଓଡ଼ିଆଭଳି ସମୃଦ୍ଧଭାଷାକୁ ସ୍କୁଲ ଶିକ୍ଷାରେ ପ୍ରଚଳନ ତଥା ଓଡ଼ିଆ ପାଠ୍ୟପୁସ୍ତକ ଅଭାବର ତତ୍କାଳ ସମାଧାନପାଇଁ ବିଭିନ୍ନ ଶ୍ରେଣୀର ପୁସ୍ତକ ନିର୍ବାଚନ ସହିତ ଓଡ଼ିଆ ଅନୁବାଦ କରିବା ପ୍ରାଥମିକତା ଭିତ୍ତିରେ ଆବଶ୍ୟକ ହୋଇପଡ଼ିଛି। ଏହିପରି ଭାବରେ ପ୍ରାରମ୍ଭିକ ସମୟରେ ବଙ୍ଗଳାରେ ଅନୁବାଦ ମାଧ୍ୟମରେ ବଙ୍ଗଳା ଭାଷା ଓ ସାହିତ୍ୟ ଉନ୍ନତ ହୋଇଥିଲା । ତେଣୁ ସେହି ସୂତ୍ରରେ ଓଡ଼ିଆ ଓ ସାହିତ୍ୟ ମଧ୍ୟ ଉନ୍ନତ ହୋଇପାରିବ ବୋଲି ସେ ଆଶା କରିଥିଲେ। ଏହି ଆଲେଖ୍ୟରେ ସେ ସମୟର ଚାରି ପ୍ରକାରର ବିଦ୍ୟାଳୟ - (୧) ପୁରୀ ଓ ବାଲେଶ୍ୱର ଜିଲ୍ଲା ସ୍କୁଲ, (୨) ମଧ୍ୟ ଇଂରାଜୀ ଭର୍ଣ୍ଣାକୁଲାର ସ୍କୁଲ, (୩) ମଧ୍ୟ ଭର୍ଣ୍ଣାକୁଲାର ସ୍କୁଲ, (୪) ନିମ୍ନ ଶ୍ରେଣୀ ସ୍କୁଲପାଇଁ କିଭଳି ପାଠ୍ୟପୁସ୍ତକ ଆବଶ୍ୟକତା ଅଛି, ତାହାର ବିବରଣୀ ପ୍ରଦାନ କରିଥିଲେ । କଟକ ଜିଲ୍ଲା କଲେକ୍ଟର ବାଉରିଂ ଓଡ଼ିଆ ପ୍ରଚଳନକୁ ଅସ୍ୱୀକାର କରି ବଙ୍ଗଭାଷା ପ୍ରଚଳନ ଉପରେ ଗୁରୁତ୍ୱ ଦେଇଥିବାବେଳେ କଟକ କମିଶନର ମିଲ୍ସ ଓ ଗୋଲ୍ଡବେରୀ ଓଡ଼ିଆ ସପକ୍ଷରେ ମତ ଦେଇଥିଲେ । ଉତ୍କଳ ଦୀପିକା (୪.୧.୬୮) ମାଧ୍ୟମରେ ଓଡ଼ିଶାବାସୀ ମଧ୍ୟ ଦୃଢ଼ ପ୍ରତିବାଦ ଜଣାଇଥିଲେ। କିନ୍ତୁ ଜନସାଧାରଣଙ୍କଦ୍ୱାରା ବଙ୍ଗ ସରକାରଙ୍କୁ ଦିଆଯାଇଥିବା ଦରଖାସ୍ତରେ ଓଡ଼ିଆଭାଷୀ ଅଞ୍ଚଳ ପ୍ରତି ସରକାର ତଥା ବଙ୍ଗଭାଷୀ କର୍ମଚାରୀମାନଙ୍କର ଅବିଚାରର ତୀବ୍ର ପ୍ରତିବାଦ ଉଲ୍ଲେଖ କରାଯାଇ ନ ଥିଲା।

ଓଡ଼ିଶା କମିଶନରଙ୍କ ନିର୍ଦ୍ଦେଶନାମା[ସମ୍ପାଦନା]

କମିଶନର ରେଭେନ୍ସା ୨୧-୧୧-୬୭ରେ ସରକାରଙ୍କୁ ଦେଇଥିବା ପତ୍ରରେ ଲେଖିଥିଲେ - “ଓଡ଼ିଶାରେ ବାସ କରୁଥିବା ବଙ୍ଗାଳୀମାନେ ଅସ୍ଥାୟୀ, ଏଠିକାର ସ୍କୁଲ ଶିକ୍ଷକ, ଡେପୁଟି ଇନ୍ସପେକ୍ଟର ଇତ୍ୟାି ହେଉଛନ୍ତି ବଙ୍ଗାଳୀ। ତେଣୁ ସ୍ୱାଭାବିକ୍ ଭାବରେ ନିଜଭାଷା ପ୍ରଚଳନପାଇଁ ଏମାନେ ଆଗ୍ରହୀ ଅଛନ୍ତି । ଫଳରେ ଓଡ଼ିଆ ସଂପୂର୍ଣ୍ଣ ରୂପେ ଅବହେଳିତ । ଓଡ଼ିଆମାନଙ୍କ ମଧ୍ୟରେ ଶିକ୍ଷା ବିସ୍ତାର କରିବା ଆମର ମୌଳିକ ଲକ୍ଷ୍ୟ, ତେବେ ବିକଳ୍ପ ବଙ୍ଗଳାଭାଷାର ପ୍ରଚଳନ ଏ କ୍ଷେତ୍ରରେ ସଂପୂର୍ଣ୍ଣ କ୍ଷତିକାରକ।” ଏହି ପତ୍ରରେ ସେ ବଙ୍ଗଳାଭାଷାକୁ ‘Extra Language’ କହି ଏହାର ପରିସୀମାକୁ ଓଡ଼ିଶାରେ ସୀମିତ କରିବା ସହ କହିଥିଲେ - “ଓଡ଼ିଶାର ବିଦ୍ୟାଳୟରେ ଯେ କୌଣସି ଭାଷାର ଛାତ୍ର ଓଡ଼ିଆରେ ଶିକ୍ଷା ପାଇବେ। ବଙ୍ଗଳାଭାଷା ପଢ଼ିବାକୁ ଇଚ୍ଛାକଲେ ଏହାକୁ ଅତିରିକ୍ତ ଭାଷା ଭାବରେ ନେଇପାରନ୍ତି। ଓଡ଼ିଆ ବାଧ୍ୟତାମୂଳକ କରିବାର କାରଣ ହେଲା- ବଙ୍ଗଳାଭାଷାରେ ବଙ୍ଗାଳୀମାନେ ପାଶ୍ କରି ଚାକିରି ପାଉଥିବାବେଳେ ଓଡ଼ିଆମାନେ ଅକୃତକାର୍ଯ୍ୟ ହୋଇ ସରକାରୀ ନିଯୁକ୍ତିରୁ ଯେଉଁ ବଞ୍ଚିତ ହେଉଛନ୍ତି, ତାହା ଆଉ ଘଟିବ ନାହିଁ । ବରଂ ଓଡ଼ିଶାମାଟିରେ ଓଡ଼ିଆଙ୍କୁ ପ୍ରଶାସନ କାର୍ଯ୍ୟରେ ନିୟୋଜିତ କରି ଶାସନ ପ୍ରଣାଳୀକୁ ଆହୁରି ସ୍ଥାୟୀ ଓ ସୁଦୃଢ଼ କରିପାରିବା।” ଶେଷରେ ସେ ଦୁଇଟି ପରାମର୍ଶ ଦେଇ ଲେଖିଥିଲେ -(୧) ଓଡ଼ିଆ ମାଧ୍ୟମରେ ଶିକ୍ଷାାନର ବ୍ୟବସ୍ଥା ଓ ନର୍ମାଲ ସ୍କୁଲ ଗୁରୁ(ଶିକ୍ଷକ)ଟ୍ରେନିଂ ସ୍କୁଲ ସ୍ଥାପନ ତଥା ଓଡ଼ିଶାପାଇଁ ଏକ ସ୍ୱତନ୍ତ୍ର ଶିକ୍ଷାବିଭାଗର ଇନ୍ସପେକ୍ଟର ପଦବୀ ସୃଷ୍ଟି କରିବା ଆବଶ୍ୟକ । (୨) ପୁସ୍ତକ ରଚନା ଓ ଏହାର ପ୍ରକାଶନ ଉପରେ ଗୁରୁତ୍ୱ ଦେବା। ଏଥିପାଇଁ କୌଣସି ମନୋନୀତ ଅନୁବାଦ ପୁସ୍ତକକୁ ଅନୁବାଦକଙ୍କଠାରୁ ସ୍ୱତନ୍ତ୍ର କ୍ରୟକରି ପୁସ୍ତକ ପ୍ରକାଶ କରିବା, କିମ୍ବା ଆର୍ଥିକ ସାହାଯ୍ୟ ପ୍ରଦାନ କରିବା। ପୁସ୍ତକ ନିର୍ବାଚନବେଳେ ଲେଖକଙ୍କୁ ନିର୍ଭର ପ୍ରତିଶ୍ରୁତି ଦିଆଯିବା ଆବଶ୍ୟକ ଯେ ତାଙ୍କ ପୁସ୍ତକଟି ନିଶ୍ଚିତ ପାଠ୍ୟପୁସ୍ତକ ଭାବେ ସ୍ଥାନିତ ହେବ ଓ ଏଥିରୁ ନିର୍ଦ୍ଦିଷ୍ଟ ସଂଖ୍ୟକ ପୁସ୍ତକ ସରକାର କିଣିବେ । ଉଚ୍ଚକୋଟୀର ପୁସ୍ତକକୁ ବୋନସ୍ ଦେଲେ ଲେଖକ ଏବଂ ପ୍ରକାଶକ ଉତ୍ସାହିତ ହୋଇ ପୁସ୍ତକ ରଚନା ଓ ପ୍ରକାଶ କରିବେ । ସମୟକ୍ରମେ ପୁସ୍ତକ ଚାହିା ଅଧିକ ତଥା ସୁନିଶ୍ଚିତ ହେଲେ ସରକାରୀ ସାହାଯ୍ୟ ବନ୍ଦ କରିିଆଯିବ । ଏହି ପୁସ୍ତକ ଓଡ଼ିଶା ସହିତ ମାନ୍ଦ୍ରାଜ ଓ ମଧ୍ୟପ୍ରଦେଶ ଅଧୀନସ୍ଥ ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାରେ ଥିବା ବିଦ୍ୟାଳୟମାନଙ୍କରେ ମଧ୍ୟ ପ୍ରଚଳନ ହେବ ।[୧୬]

ଭାଷା ଅାନ୍ଦୋଳନ ୧୯୦୩ - ୧୯୨୦[ସମ୍ପାଦନା]

ଅକ୍ଟୋବର ୧୯୦୧ରେ ଆଣ୍ଡ୍ୟୁ ଫ୍ରେଜର ମତାମତ ଦେବାପରେ ବଡ଼ଲାଟ ଲର୍ଡ କର୍ଜନଙ୍କ ଆଦେଶାନୁସାରେ ୧ଜାନୁଆରୀ୧୯୦୩ରୁ ଓଡ଼ିଆ ସମ୍ବଲପୁରରେ ଲାଗୁ ହେବା ସହ୫୦ଟି ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଆଶିକ୍ଷା ପ୍ରଚଳନ ହେଲା । ଭାଷା ଆନ୍ଦୋଳନରେ ସଫଳ ହେବାପରେ ସମ୍ବଲପୁରକୁ ଓଡ଼ିଆ ଭୂଖଣ୍ଡରେ ମିଶାଇବାପାଇଁ ଶକ୍ତି ମିଳିଗଲା । ଏହି ଅାନ୍ଦୋଳନ ଯୋଗୁଁ ବୁଦ୍ଧିଜୀବୀ ସ୍ତରରେ ଏକତା ଅାସିଲା । ଫଳସ୍ୱରୂପ, ୧୮୯୬ ମସିହାରେ କଟକର ମଧୁସୂଦନ ଦାସଙ୍କୁ ବଙ୍ଗ ଲାଟ୍‍ସଭା ପ୍ରାର୍ଥୀ କରାଯିବ ବୋଲି ସମ୍ବଲପୁରରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଅାଗଲା।[୧୭] ଓଡ଼ିଶା ସ୍ତରରେ ଏହି ଏକତା ଜାତୀୟତାର ଉନ୍ମେଷରେ ଖୁବ୍‍ ସହାୟକ ସିଦ୍ଧ ହେଲା । ଏହି ସମୟବେଳକୁ ଛୋଟଲାଟ ହୋଇଥିବା ଫ୍ରେଜର ସମ୍ବଲପୁରବାସୀଙ୍କଦ୍ୱାରା ୮ ଜାନୁଆରୀ ୧୯୦୪ ରିଖ ସକାଳ ଆଠଟାରେ ସମ୍ବଲପୁର ଜିଲ୍ଲାସ୍କୁଲରେ ଅନୁଷ୍ଠିତ ବୈଠକରେ ଗୃହୀତ ପ୍ରସ୍ତାବକୁ ଗୃହୀତ କରିନେଲେ। କିନ୍ତୁ ବିସ୍ମୟର କଥା ବଙ୍ଗଳାର ଗଭର୍ଣ୍ଣର ଭାବେ ବଦଳି ହୋଇ ଆସିଥିବା ଫ୍ରେଜର ଯଦିଓ ସମ୍ବଲପୁର ମିଶ୍ରଣକୁ ଗ୍ରହଣ କରିଥିଲେ, ମାତ୍ର ଗଞ୍ଜାମ ମିଶ୍ରଣକୁ ସଂପୂର୍ଣ୍ଣ ବିରୋଧ କରିଥିଲେ। ପୂର୍ବରୁ ଏହି ମିଶଣ୍ରକୁ ବିରୋଧ କରୁଥିବା ମାନ୍ଦ୍ରାଜ ଗଭର୍ଣ୍ଣର ଆମ୍ପଥିଲ୍ ଏହି ସମୟରେ କର୍ଜ୍ଜନଙ୍କ ଅନୁପସ୍ଥିତିରେ କାର୍ଯ୍ୟନିର୍ବାହୀ ବଡ଼ଲାଟ ଭାବେ ନିଯୁକ୍ତ ପାଇବାରୁ ଉଭୟ ମିଶି ଗଞ୍ଜାମ ସମେତ ମାନ୍ଦ୍ରାଜ ଅଧିନସ୍ଥ ସମସ୍ତ ଓଡ଼ିଆଅଞ୍ଚଳ ଓଡ଼ିଶାରେ ମିଶ୍ରଣ ପ୍ରସ୍ତାବକୁ ତୀବ୍ର ବିରୋଧ କଲେ । ଫଳରେ ପରବର୍ତ୍ତୀ କାଳରେ ଲର୍ଡ କର୍ଜ୍ଜନଙ୍କଦ୍ୱାରା ପ୍ରସ୍ତୁତ ରିସ୍‌ଲେ ଆଦେଶନାମା ଅନୁସାରେ ସମ୍ପୂର୍ଣ୍ଣ ଓଡ଼ିଆଅଞ୍ଚଳ ଏକତ୍ରିକରଣ କାର୍ଯ୍ୟ ସଫଳ ହୋଇପାରିଲା ନାହିଁ । ତେବେ ବଙ୍ଗ ଭଙ୍ଗବେଳେ କିଛି ଅଂଶକୁ ନେଇ ଓଡ଼ିଶା ଏକାଠି ହେବା ଥିଲା ଓଡ଼ିଆ ଜାତିପାଇଁ ଏକ କୌତୁହଳପୂର୍ଣ୍ଣ ଅବିସ୍ମରଣୀୟ ଘଟଣା । ସେ ଯାହାହେଉ, ଚତୁର ରାଜନୈତିକ ଗୋଟିଚାଳନାଦ୍ୱାରା ବ୍ୟବସାୟୀ ଇଂରେଜ ପ୍ରଶାସକ ଶକ୍ତିଶାଳୀ ଓଡ଼ିଆଜାତିକୁ ତିନି ଭାଗରେ ବିଭକ୍ତ କରି ପଡ଼ୋଶୀ ତେଲୁଗୁ, ବଙ୍ଗାଳୀ ଓ ହିନ୍ଦୀଭାଷୀଙ୍କଦ୍ୱାରା ଧନ, ଧର୍ମ ଓ ଭାଷା ଧ୍ୱଂସ କରିବାର ଛଦ୍ମ ପ୍ରଚେଷ୍ଟା ମଧ୍ୟରେ ନିଜକୁ ଓଡ଼ିଆ ଜାତିର ହିତାକାଂକ୍ଷୀ ଭାବେ ବିଶ୍ୱସନୀୟ ପରିଚୟଟିଏ ସ୍ଥାପନ କରିବାରେ ବହୁ ବିଳମ୍ବରେ ସଫଳ ହେଲେ । ଯଦିଓ ଇଂରେଜଶାସକର ଏହି କୌଶଳକୁ ତ‌ତ୍କାଳୀନ ଓଡ଼ିଆ ବୁଦ୍ଧିଜୀବୀ ବୁଝିପାରି ନଥିଲେ, ତଥାପି ସର୍ବସ୍ୱହରାଇ କେବଳ ସ୍ୱାଭିମାନକୁ ଜାବୁଡ଼ି ଧରିଥିବା ଏହି ଜାତିକୁ ପୁଣିଥରେ ଏକାଠି କରିବାର ସୂତ୍ର ଏହିଭାଷା ଆନ୍ଦୋଳନ‌ଦ୍ୱାରା ମିଳିଗଲା; ଯାହା ସମଗ୍ର ଭାରତବର୍ଷର ଅନ୍ୟ ଭାଷାଭାଷୀମାନଙ୍କପାଇଁ ଈର୍ଷାର କାରଣ ପାଲଟି ଯାଇଥିଲା। ଏହି ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅାନ୍ଦୋଳନର ମଞ୍ଜ ପଡିଥିଲା ମାନ୍ଦ୍ରାଜ ଅଧୀନସ୍ଥ ରମ୍ଭାଠାରେ ଅନୁଷ୍ଠିତ ଓଡ଼ିଶା ଏକତ୍ରୀକରଣ ମୂଳ ମନ୍ତ୍ର ଗଞ୍ଜାମ ସମ୍ମିଳନୀରେ। ଏହା ହିଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଉତ୍କଳ ସମ୍ମିଳନୀ ଗଠନପାଇଁ ପ୍ରେରଣା ମିଳିଥିଲା।

ଉତ୍କଳ ସମ୍ମିଳନୀ ଗଠନ[ସମ୍ପାଦନା]

୨୮-୩୦ ଡିସେମ୍ବର ୧୯୦୩ ମସିହାରେ ମାନ୍ଦ୍ରାଜଠାରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସର ୧୯ଶତମ ବାର୍ଷିକ ଅଧିବେଶନରେ ଏହାକୁ ବିରୋଧ କରି ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା, ସେଥିରେ ସଦସ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ବିଭେଦ ସୃଷ୍ଟି ହୋଇଯାଇଥିଲା । ଏହି ଅଧିବେଶନରେ ଗଞ୍ଜାମବିଶାଖପାଟଣା ଅଞ୍ଚଳ ଓଡ଼ିଶାରେ ମିଶିବାକୁ ନେଇ ବ୍ରହ୍ମପୁରର ଜି. ରଙ୍ଗାରାଉ ମାନ୍ଦ୍ରାଜ ପ୍ରଦେଶରୁ କୌଣସି ଅଂଶ ବିଚ୍ଛିନ୍ନ କରା ନ ଯାଇ ବୋଲି ବଙ୍ଗ ଭଙ୍ଗ ବିରୁଦ୍ଧରେ ଆସିଥିବା ପ୍ରସ୍ତାବରେ ଯୋଡ଼ିବାକୁ ଏକ ସଂଶୋଧନ ପ୍ରସ୍ତାବ ଆଣିଥିଲେ। ଏହି ସଂଶୋଧନ ପ୍ରସ୍ତାବକୁ ମାନ୍ଦ୍ରାଜ ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ତଥା ମାଇଲାପୁରର ପ୍ରତିନିଧି ତାମିଲଭାଷୀ ଭି. କୃଷ୍ଣସ୍ୱାମୀ ଆୟାର କହିଥିଲେ ଯେ – ଏହି ବିବାଦୀୟ ବିଷୟ ଉପରେ ଜାତୀୟ କଂଗ୍ରେସ କୌଣସି ପ୍ରସ୍ତାବ ଗ୍ରହଣ ନ କରୁ । ଓଡ଼ିଆମାନଙ୍କ ପରି ତେଲୁଗୁମାନେ ମଧ୍ୟ ନିଜ ସ୍ୱାର୍ଥ ରକ୍ଷା ଦୃଷ୍ଟିରୁ ଭାରତ ସରକାରଙ୍କୁ ନିବେଦନ କରିବା ଉଚିତ।[୧୮] ଠିକ୍ ଏହି ସମୟରେ ଅର୍ଥାତ୍ ୩୦-୩୧ ଡିସେମ୍ବର ୧୯୦୩ରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କଟକର ଇଦିଗା ପଡ଼ିଆରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀପାଇଁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ, ବିଭିନ୍ନ ପ୍ରସ୍ତାବ, ସରକାରଙ୍କ ଅନୁମତି ଏବଂ ସୁପରିଚାଳନାପାଇଁ ୧୫/୧୦/୨୦୦୩ଠାରୁ ୨୪/୧୨/୧୯୦୩ ତାରିଖ ପର୍ଯ୍ୟନ୍ତ ଆଠଟି ସ୍ୱତନ୍ତ୍ର ବୈଠକ କଟକର କନିକା ରାଜବାଟିରେ କରାଯାଇଥିଲା । ଏହି ଅଧିବେଶନରେ ଗୃହୀତ ୧୧ଟି ପ୍ରସ୍ତାବ ମଧ୍ୟରୁ ପ୍ରମୁଖ ୭ଟି ପ୍ରସ୍ତାବ ହେଲା – ୧. ଉତ୍କଳଭାଷୀ ଅଞ୍ଚଳମାନଙ୍କୁ ଏକ ଶାସନାଧୀନରେ ରଖିବାଯୋଗୁଁ ବଡ଼ଲାଟଙ୍କୁ ଧନ୍ୟବାଦ । ୨. ସମ୍ବଲପୁରରେ ଓଡ଼ିଆ ପୁନଃ ପ୍ରଚଳନ କରାଇବାଯୋଗୁଁ ଛୋଟଲାଟଙ୍କୁ ଧନ୍ୟବାଦ । ୩. ଅନ୍ୟାନ୍ୟ ଜାତିମାନଙ୍କ ସଙ୍ଗେ ଉତ୍କଳୀୟମାନଙ୍କର ଭାତୃଭାବ ସମ୍ବର୍ଦ୍ଧନ । ୪. ଆବଶ୍ୟକୀୟ ସାମାଜିକ ସଂସ୍କାର ନିମନ୍ତେ ସ୍ଥାୟୀ କମିଟି ଗଠନ । ୫. ଓଡ଼ିଆ ସାହିତ୍ୟର ଉନ୍ନତି ନିମନ୍ତେ କମିଟି ଗଠନ । ୬. ଦେଶୀୟ ଶିଳ୍ପର ଉନ୍ନତି ଏବଂ ବାର୍ଷିକ ପ୍ରଦର୍ଶନୀର ବ୍ୟବସ୍ଥା । ୭. ବାଳକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସୁଚାଳିତ ଉପାୟ ନିର୍ଦ୍ଧାରଣ ।

ଉତ୍କଳ ସମ୍ମିଳନୀର ଅାଭିମୁଖ୍ୟ[ସମ୍ପାଦନା]

ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ଓଡ଼ିଆ ଅଞ୍ଚଳରେ ଓଡ଼ିଆ ପ୍ରଚଳନ ପରେ ଓଡ଼ିଶା ଏକତ୍ର କରାଯାଇ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆଯିବା ପଥ ପରିଷ୍କାର ହୋଇଅାସୁଥିଲା। ତେବେ ଏହା ମିଳିବା ପୂର୍ବରୁ ଶିକ୍ଷା ଓ ଅର୍ଥନୀତିରେ ଦୁର୍ବଳ ଓଡ଼ିଶାବାସୀଙ୍କ ସାମଗ୍ରିକ ବିକାଶପାଇଁ ଏକ ନିର୍ଦ୍ଦିଷ୍ଟ ଫୋରମ ମାଧ୍ୟମରେ ଗଠନମୂଳକ କାର୍ଯ୍ୟ କରିବା ଏହାର ଲକ୍ଷ୍ୟ ଥିଲା। ଯଦି ରାଜ୍ୟ ନ ହୁଏ, ତେବେ ବିଭିନ୍ନ କାର୍ଯ୍ୟକ୍ରମ ଭିତରେ ଓଡ଼ିଆ ଜାତୀୟ ଚେତନା ଉନ୍ମେଷ ଘଟାଇ କଂଗ୍ରେସ ଭଳି ଏକ ଆନ୍ଦୋଳନାତ୍ମକ ଅନୁଷ୍ଠାନ ଗଢ଼ିତୋଳିବାପାଇଁ ଏଭଳି ଜାତୀୟ ସମ୍ମିଳନୀର ଆବଶ୍ୟକତା ମଧୁବାବୁ ଏବଂ ଗୌରୀଶଙ୍କର ଅନୁଭବ କଲେ । ଡିସେମ୍ବର ୩ ତାରିଖରେ ରିସଲେ ନିର୍ଦ୍ଦେଶନାମା ପ୍ରକାଶିତ ହେବାପରେ ଡିସେମ୍ବର ୨୦ ତାରିଖରେ ସମ୍ମିଳନୀର ପ୍ରସ୍ତାବ ହିଁ ସୂଚୀତ କରାଏ ଉତ୍କଳ ସମ୍ମିଳନୀ ସୃଷ୍ଟି ପଛରେ ଓଡ଼ିଶା ଏକତ୍ରୀକରଣପାଇଁ ସରକାରଙ୍କଠାରେ ଚାପ ସୃଷ୍ଟି କରିବା ବଦଳରେ ଓଡ଼ିଆଙ୍କଠାରେ ଜାତୀୟ ଚେତନା ଜାଗରଣ ପୂର୍ବକ ଭାତୃଭାବ ବିକଶିତ କରିବା ଓ ଓଡ଼ିଶାର ସର୍ବାଙ୍ଗୀନ ବିକାଶପାଇଁ କିଛି ଚିନ୍ତାନାୟକ ତିଆରି କରିବା ସହିତ ଓଡ଼ିଆ ଯୁବପ୍ରାଣଙ୍କ ମଧ୍ୟରେ ଓଡ଼ିଆତ୍ୱର ନବଉନ୍ମାଦନା ସୃଷ୍ଟିକରି ଜାତୀୟ ଜୀବନକୁ ଅତୀତ ଭଳି ଶକ୍ତିଶାଳି କରି ଗଢ଼ିତୋଳିବା ଏକ ପ୍ରମୁଖ କାରଣ ଥିଲା । ଉକ୍ତ ସମ୍ମିଳନୀରେ ସରକାରୀ କର୍ମଚାରୀ ଯୋଗ ନ ଦେବାକୁ ସରକାର ନିର୍ଦ୍ଦେଶ ଦେବାପରେ କେତେକ ଜାତିପ୍ରେମୀ ସରକାରୀ ଚାକିରିରୁ ଇସ୍ତଫା ଦେବାରୁ ୨୪ ତାରିଖ ଦିନ ହୋଇଥ#ବା ପ୍ରସ୍ତୁତି ବୈଠକ ନିଷ୍ପତ୍ତି ଅନୁସାରେ କାର୍ଯ୍ୟନିର୍ବାହୀ ସମିତିର ସମ୍ପାଦକ ମଧୁବାବୁ ବଙ୍ଗ ସରକାରଙ୍କୁ ସମ୍ମିଳନୀର ଉଦ୍ଦେଶ୍ୟ ଓ ଉପସ୍ଥାପନ ହେବାକୁ ଯାଉଥିବା ପ୍ରସ୍ଥାବ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ ପୂର୍ବକ ସୂଚନା ଦେଇ ଉଲ୍ଲେଖ କରିଥିଲେ ଯେ – ରାଜନୈତିକ କଂଗ୍ରେସ ସଲଗ୍ନ ପ୍ରଦର୍ଶନୀକୁ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ସାହାଯ୍ୟ କରୁଅଛନ୍ତି । ଯେଉଁ ସମ୍ମିଳନୀ ସଙ୍ଗେ ରାଜନୀତିର ସମ୍ପର୍କ ନାହିଁ, ଏପରି ସମ୍ମିଳନୀରେ ବୋମ୍ବାଇଠାରେ ହାଇକୋର୍ଟ ଜର୍ଜ ଏବଂ ଗଭର୍ଣ୍ଣମେଣ୍ଟଙ୍କ ସେକ୍ରେଟାରି ସଭାପତି ହୋଇଅଛନ୍ତି । ଓଡ଼ିଆମାନେ ଗଭର୍ଣ୍ଣମେଣ୍ଟଙ୍କର ଓଡ଼ିଆଙ୍କ ନିକଟରେ ଅବିଶ୍ୱାସଜନକ ଏପରି କିଛି କାର୍ଯ୍ୟ କରି ନାହାନ୍ତି କି ଯହିଁରେ ଗଭର୍ଣ୍ଣମେଣ୍ଟଙ୍କର ଓଡ଼ିଆଙ୍କପ୍ରତି ବିଶ୍ୱାସ ଉଠି ଯାଇଛି । (ଉତ୍କଳସମ୍ମିଳନୀ ପ୍ରଥମ ଅଧିବେଶନର ବିବରଣୀ ପୁସ୍ତିକା)।

ଉତ୍କଳ ସମ୍ମିଳନୀର ପ୍ରତ୍ୟକ୍ଷ ଆନ୍ଦୋଳନ[ସମ୍ପାଦନା]

ପ୍ରାଥମିକ ଅବସ୍ଥାରେ ଉତ୍କଳ ସମ୍ମିଳନୀର ଲକ୍ଷ୍ୟ ଇଂରେଜ ସରକାରଙ୍କୁ ବିରୋଧ ନ କରି ସେମାନଙ୍କ ସଦିଚ୍ଛାରେ ଗଠନମୂଳକ ଓଡ଼ିଶା ନିର୍ମାଣ। ମାତ୍ର ଓଡ଼ିଆଙ୍କ ଦାବିକୁ ଉପେକ୍ଷା କରି ମେଦିନାପୁର ବ୍ୟତୀତ ବଙ୍ଗ ଅଧୀନସ୍ଥ ଓଡ଼ିଆ ଓ ବିହାର ଅଞ୍ଚଳକୁ ନେଇ ୧ ଅପ୍ରେଲ୍ ୧୯୧୨ ମସିହାରେ ବିହାର-ଓଡ଼ିଶା ରାଜ୍ୟ ଗଠନ କରାଗଲା। ଏହି ନିଷ୍ପତ୍ତିଦ୍ୱାରା ପ୍ରଥମେ ଗଞ୍ଜାମ, ଫୁଲଝର, ଚନ୍ଦ୍ରପୁର, ପଦ୍ମପୁର ଓ ବର୍ତ୍ତମାନ ମେଦିନାପୁର ମୂଳ ଓଡ଼ିଆ ଭୂଖଣ୍ଡଠାରୁ ବିଚ୍ଛିନ୍ନ ହୋଇ ରହିଗଲା। ବିହାର-ଓଡ଼ିଶା ରାଜ୍ୟଗଠନ ସମ୍ପର୍କୀତ ହାର୍ଡିଞ୍ଜ ଡେସପାଚ୍ ଅନୁମୋଦନପାଇଁ ବ୍ରିଟିଶ ପାର୍ଲ୍ୟାମେଣ୍ଟର ଉଚ୍ଚସଦନରେ ବିତର୍କ ଚାଲିଥିବାବେଳେ ଓଡ଼ିଆମାନଙ୍କ ଅସ୍ତିତ୍ୱକୁ ଭଲଭାବେ ଚିହ୍ନିଥିବା ଲର୍ଡ କର୍ଜନ ଏହାର ବିରୋଧ କରି କହିଥିଲେ – "ଭାଷା, ଚଳଣି କୌଣସିରେ ସମ୍ବନ୍ଧ ନ ଥିବା ଦୁଇଜାତିକୁ ଏକାଠି ରଖିବା ଠିକ୍ ନୁହେଁ । ଉଭୟ ପ୍ରଦେଶ ପର୍ବତ ଓ ନଦୀଦ୍ୱାରା ପରସ୍ପର ଅଲଗାହୋଇ ରହିଛି । ଆମେ ଏପର୍ଯ୍ୟନ୍ତ ଏ ବ୍ୟବଧାନ ଦୂର କରିବାପାଇଁ ରେଳରାସ୍ତାଟିଏ ମଧ୍ୟ ତିଆରି କରିପାରୁ ନାହୁଁ । ମୁଁ ଭବିଷ୍ୟତବାଣୀ କରିପାରେ ଯେ, ଏ ଭୁଲ କଦାପି ଦୀର୍ଘକାଳ ରହିବ ନାହିଁ । ଓଡ଼ିଆମାନେ ତୀବ୍ର ଆନ୍ଦୋଳନ ନ କରିବା ହେତୁ ଆଜି ତାଙ୍କର ସ୍ୱାର୍ଥକୁ ବଳି ଦିଆଗଲା।"[୧୯] ଇଂରେଜ ପ୍ରଶାସନର ସ୍ତାବକ ଭାବରେ ଦୀର୍ଘ ଆଠବର୍ଷ କାଳ ଉତ୍କଳ ସମ୍ମିଳନୀ ଅପେକ୍ଷା କଲାପରେ ଉପଯୁକ୍ତ ନ୍ୟାୟ ଓ ପାଇବାରୁ ଏହି ସ୍ୱତନ୍ତ୍ର ଅଧିବେଶନ ହିଁ ଓଡ଼ିଆ ନବଜାଗରଣର ପ୍ରଥମ ଶଙ୍ଖନାଦ କରିଥ#ଲା । ଏହାପରଠାରୁ ଉତ୍କଳ ସମ୍ମିଳନୀ ରଚନାତ୍ମକ କାର୍ଯ୍ୟଧାରାରୁ ଧୀରେଧୀରେ ମୁକ୍ତହୋଇ ଜାତୀୟତାବାଦୀ ଆନ୍ଦୋଳନ ଭାବଧାରାକୁ ଗ୍ରହଣ କରିନେବା ଫଳରେ ଓଡ଼ିଆ-ଯୁବମାନସରେ ଯେଉଁ ପ୍ରତିକ୍ରିୟା ଦେଖାଦେଇଥିଲା, ତାହାହିଁ ସତ୍ୟବାଦୀ ପଞ୍ଚସଖା ସୃଜନର ମାର୍ଗ ଫିଟାଇଥିଲା ।

ସତ୍ୟବାଦୀ ବନ ବିଦ୍ୟାଳୟ[ସମ୍ପାଦନା]

ସତ୍ୟବାଦୀ ବନ ବିଦ୍ୟାଳୟ ଭାରତର ପ୍ରଥମ ମୁକ୍ତ ବିଦ୍ୟାଳୟ । ଏହି ଶିକ୍ଷାନୁଷ୍ଠାନଟି ୧୯୧୧ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ , ପଣ୍ଡିତ ଗୋଦାବରୀଶ ମିଶ୍ର , ପଣ୍ଡିତ କୃପାସିନ୍ଧୁ ମିଶ୍ର , ଆଚାର୍ଯ୍ୟ ହରିହର , ପଣ୍ଡିତ ଲିଙ୍ଗରାଜ ମିଶ୍ର , ଶ୍ରୀୟୁକ୍ତ ନନ୍ଦ କିଶୋର ଦାସଙ୍କ ମିଳିତ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ହୋଇଥିଲା। ସେ ସମୟରେ ଓଡ଼ିଶାର ଜଣାଶୁଣା ପଣ୍ଡିତ ଜ୍ଞାନୀ ଦେଶଭକ୍ତମାନେ ଏହି ବିଦ୍ୟାଳୟର ଶିକ୍ଷକ ଥିଲେ। ମୁକ୍ତାକାଶ ତଳେ ଶିକ୍ଷା ପ୍ରଦାନ କରି ଓଡ଼ିଆଜାତିର ଉପଯୁକ୍ତ ଉତ୍ତରଦାୟାଦ ତିଅାରି କରିବା ଥିଲା ଏହାର ମୂଳ ଲକ୍ଷ୍ୟ। ଏହି ଲକ୍ଷ୍ୟ ଯଦିଓ ସମ୍ପୂର୍ଣ୍ଣ ସଫଳ ହୋଇପାରି ନ ଥିଲା, ମାତ୍ର ତତ୍କାଳୀନ ଯୁବପ୍ରାଣରେ ଭାଷା ଓ ଜାତିପ୍ରୀତିର ମନ୍ତ୍ର ଫୁଙ୍କିବାରେ ଏହା ସଫଳ ହୋଇଥିଲା।

ଭାଷା ଅାନ୍ଦୋଳନ୧୯୨୦ - ୧୯୩୬[ସମ୍ପାଦନା]

ମଧୁବାବୁ ଓ କନିକାରାଜା ମଣ୍ଟେଗୁ ଚେମସଫୋର୍ଡ କମିଟିକୁ ପ୍ରଦାନ କରିଥିବା ଉତ୍କଳ ସମ୍ମିଳନୀର ୧୨ଶ ଅଧିବେଶନରେ ପ୍ରସ୍ତୁତ ଓଡ଼ିଶା ରାଜ୍ୟଗଠନ ରିପୋର୍ଟ ପ୍ରତ୍ୟାଖ୍ୟାତ ହେଲା। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନେତୃତ୍ୱରେ ବ୍ୟାପକ ଜନଆନ୍ଦୋଳନ ହେବା ଫଳରେ ସିଂହଭୂମି ଡେପୁଟି କମିଶନର ଛୋଟନାଗପୁର ଡେପୁଟି କମିଶନରଙ୍କୁ ଚିଠିଲେଖି ଜଣାଇଲେଯେ ପୋଡ଼ାହାଟ, ଧଳଭୂମି ହେଉଛି ଓଡ଼ିଆ ଅଞ୍ଚଳ। ଏଠି ବଙ୍ଗଳାଭାଷା ପଢ଼ାଇବା ଏକଛତ୍ରବାଦର ନିଦର୍ଶନ। ଏଇ ଦୁଇ ସ୍ଥାନରେ ଓଡ଼ିଆ ଟ୍ରେନିଂ ସ୍କୁଲ ସ୍ଥାପନ ତଥା କୋର୍ଟ କଚେରିରେ ଓଡ଼ିଆ ଭାଷା ଚଳାଇବା ଉଚିତ। ଛୋଟନାଗପୁର ଡିଭିଜନ କମିଶନର ମି.ବି. ଫୋଲେ ମାର୍ଚ୍ଚ ୧୯୧୯ରେ ସରକାରଙ୍କୁ ଜଣାଇଲେ ଯେ – ଧଳଭୂମିର ପଶ୍ଚିମଭାଗ କୋହ୍ଲାଣ, ଷଢେ଼ଇକଳା, ଖରସୁଆଁ, ସିଂହଭୂମି ଓଡ଼ିଆ ଅଞ୍ଚଳ ଓଡ଼ିଶା ସହିତ ମିଶିଯିବା ଉଚିତ। ୧୯୦୩ରେ ଅାରମ୍ଭ ହୋଇଥିବା ଜାତୀୟତାବାଦୀ ଅାନ୍ଦୋଳନ ଧୀରେଧୀରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚୁଥିଲା। ଏହି ସମୟର ଶିକ୍ଷିତ ଯୁବସମାଜ ନେତୃତ୍ୱ ପ୍ରତି ସାଧାରଣ ଜନତାଙ୍କ ଅାସ୍ଥା ବୃଦ୍ଧି ପାଇବାରେ ଲାଗିଲା।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି[ସମ୍ପାଦନା]

ସିଂହଭୂମି ଜିଲ୍ଲାର ଚକ୍ରଧରପୁରଠାରେ ଜଗବନ୍ଧୁ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ୧୬ତମ ଅଧିବେଶନ (ଡିସେମ୍ବର ୧୯୨୦)ରେ ପଣ୍ଡିତ ଗୋପବନ୍ଧୁ ସମ୍ମିଳନୀର ଲକ୍ଷ୍ୟ ଦେଶମିଶ୍ରଣ ନ ରହି ସ୍ୱରାଜ୍ୟପ୍ରାପ୍ତି ହେଉ ବୋଲି ପ୍ରସ୍ତାବ ଦେଲେ। ସମ୍ବଲପୁରର ଚନ୍ଦ୍ରଶେଖର ବେହେରା ଏହି ପ୍ରସ୍ତାବକୁ ସମର୍ଥନ କରିବାପରେ ଏହା ଗୃହୀତ ହୋଇଥିଲା। ଗୋପବନ୍ଧୁଙ୍କ ଉଦ୍ଦେଶ୍ୟ ଥିଲା ଉତ୍କଳସମ୍ମିଳନୀ କଂଗ୍ରେସ ଆଭିମୁଖ୍ୟକୁ ଗ୍ରହଣ କରିନେଲେ ପ୍ରଦେଶ କଂଗ୍ରେସ କମିଟି ଗଠନ କରିବା ସହଜ ହୋଇଯିବ। ଅର୍ଥାତ୍ ପରୋକ୍ଷରେ ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନପାଇଁ କଂଗ୍ରେସର ସମର୍ଥନ ମିଳିଯିବ । ମାତ୍ର ଭାଷା ଓ ଜାତି ଆନ୍ଦୋଳନକୁ ଗୁରୁତ୍ୱ ଦେଉଥିବା ବହୁ ସଦସ୍ୟ ଏହାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ସନ୍ଦେହ କରି ଦୂରେଇ ଯିବା ଫଳରେ "ଉତ୍କଳ ସମ୍ମିଳନୀ' ମୌଳିକ ଲକ୍ଷ୍ୟଠାରୁ ଧୀରେଧୀରେ ଦୂରେଇଗଲା। ଅନ୍ୟପକ୍ଷରେ ସିଂହଭୂମି ଜିଲ୍ଲା କଂଗ୍ରେସ କମିଟି ନବଗଠିତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କିମ୍ବା ବିହାର କଂଗ୍ରେସ କମିଟି ଭୁକ୍ତ ହେବ, ଏ ସମ୍ପର୍କରେ ଏକ ତଦନ୍ତ କମିଟି ଗଠିତ ହେଲା। ଏହାର ସଦସ୍ୟ ରହିଲେ ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ (ଓଡ଼ିଶା), ଦୀପ ନାରାୟଣ ଏବଂ ମୌଲବୀ ସାଫୀ (ବିହାର)। ସିଂହଭୂମି ଜିଲ୍ଲାର ୪ ଅଣିଆ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ ଭୋଟ ନିଆଗଲା ଓଡ଼ିଶା ସପକ୍ଷରେ ୧୬ ଅଣାରୁ ୧୪ଅଣା ବିହାରପକ୍ଷରେ ଦେଢ଼ଅଣା ଏବଂ ଅଧାଅଣା ଉଦାସୀନ ଭାବରେ ମତ ପ୍ରଦାନ କଲେ। ଏହି ନିଷ୍ପତ୍ତି ଓଡ଼ିଆ ପକ୍ଷରେ ପୂର୍ଣ୍ଣରୂପେ ଯାଇଥିବାରୁ ସିଂହଭୂମି ଜିଲ୍ଲା କଂଗ୍ରେସ କମିଟି ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ସହିତ ସଂଯୁକ୍ତ ହେବାପାଇଁ ସିଂହଭୂମିଠାରେ ଅନୁଷ୍ଠିତ କଂଗ୍ରେସ ସଭାରେ ରାଜେନ୍ଦ୍ର ପ୍ରସାଦ ସ୍ୱୀକୃତ ଦେଲେ।

ଜାତୀୟ କଂଗ୍ରେସର ଅାଭିମୁଖ୍ୟ[ସମ୍ପାଦନା]

ନବଗଠିତ ଉତ୍କଳ ପ୍ରଦେଶକଂଗ୍ରେସ କମିଟି ଓ ଆନ୍ଧ୍ର କଂଗ୍ରେସ କମିଟି ଗଞ୍ଜାମ ଜିଲ୍ଲାରେ ନିଜର ସୀମା ନିର୍ଦ୍ଧାରଣ କରିବାକୁ ନେଇ ବିବାଦ ଭୟଙ୍କର ହୋଇଗଲା। ଫଳରେ ମହାତ୍ମାଗାନ୍ଧୀ ୧୯୨୧ରେ ଗଞ୍ଜାମ ଭ୍ରମଣରେ ଆସି ବ୍ରହ୍ମପୁରଠାରେ ଉଭୟ କମିଟିର କର୍ମକର୍ତ୍ତାଙ୍କ ଦାବି ଶୁଣି ଏହି ଅବସରରେ ହୋଇଥିବା ଏକ ବିରାଟ ସଭାରେ କହିଥିଲେ – କାଲି ସୂର୍ଯ୍ୟୋଦୟ ପୂର୍ବରୁ ଓଡ଼ିଆ ଓ ତେଲେଙ୍ଗା ଗଣ୍ଡଗୋଳର ସମାଧାନ ହେବା ଉଚିତ। ସବଳ ଆନ୍ଧ୍ରମାନେ ଦୁର୍ବଳ ଓଡ଼ିଆଙ୍କ ଦାବି ମାନି ନିଅନ୍ତୁ। ଗାନ୍ଧିଙ୍କ ନିର୍ଦ୍ଦେଶ ଥିଲା ଦୁଇ କମିଟିର ପ୍ରତିନିଧି ବ୍ରହ୍ମପୁରଠାରେ ମିଳିତ ହୋଇ ସୀମାବିବାଦର ସମାଧାନ କରିବେ। ୧୦.୫. ୧୯୨୧ରେ ଏଥିପାଇଁ ଉଭୟପକ୍ଷରୁ ଗୋପବନ୍ଧୁ ଦାସ ଓ କୋଣ୍ଡା ଭେଙ୍କଟାପାୟା ମନୋନୀତ ହେଲେ। ମାତ୍ର ନିର୍ଦ୍ଧାରିତ ଦିନରେ ଆନ୍ଧ୍ର ପ୍ରତିନିଧି ଉପସ୍ଥିତ ହେଲେ ନାହିଁ। ପରେ ୧୦.୭.୧୯୨୧ରେ ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋପବନ୍ଧୁ, ତଥା ଶ୍ରୀଟି.ପ୍ରକାଶମ ଓ ବି.ପଟ୍ଟାଭି ସୀତାରାମାୟା ସଦସ୍ୟ ଏବ ସଭାପତି – ଡାକ୍ତର ବି.ଏସ୍. ମୁଞ୍ଜେକୁ ନେଇ କମିଟି ଗଠନ କରାଗଲା। ୨୮.୯.୧୯୨୧ରେ ଏହି କମିଟି ବସିବାପରେ ଆନ୍ଧ୍ରସଦସ୍ୟଦ୍ୱୟ ଆଲୋଚନାପାଇଁ ପ୍ରସ୍ତୁତ ନ ଥିବାରୁ ମାସେ ସମୟ ଚାହିଁଲେ। ପରେ ଏହି କମିଟି ଆଉ ବସିଲା ନାହିଁ। ନିଖିଳ ଭାରତ କଂଗ୍ରେସ କମିଟିର କାକିନାଡ଼ା ଅଧିବେଶନ (୨.୧.୧୯୨୪)ର ୫ମ ପ୍ରସ୍ତାବରେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ ଅଧ୍ୟକ୍ଷତାରେ ଉଭୟ କମିଟିର ଦୁଇଜଣ ପ୍ରତିନିଧିଙ୍କ ମାଧ୍ୟମରେ ୩୧.୩.୧୯୨୪ ସୁଦ୍ଧା ଏହି ବିଷୟରେ ଶେଷ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଗଲା । ମାତ୍ର ରାଜଗୋପାଳଚାରୀ ୧.୩.୧୯୨୪ରେ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେବାରୁ ୨୪.୪.୧୯୨୪ରେ ରାଜେନ୍ଦ୍ର ପ୍ରସାଦକୁ ଉକ୍ତ କମିଟିର ସଦସ୍ୟଭାବରେ ମନୋନୀତ କରାଗଲା। ସେ ଜୁନ୍ ମାସ ପୂର୍ବରୁ ବିଚାର କରିପାରିବେ ନାହିଁ ସ୍ପଷ୍ଟଭାବେ କହିଥିଲେ ମଧ୍ୟ ପରବର୍ତ୍ତୀ କାଳରେ ଏହି ବୈଠକ ବସି ନ ଥିଲା କିମ୍ବା କଂଗ୍ରେସଦ୍ୱାରା ଏହି ବିବାଦର ସମାଧାନ ହୋଇପାରି ନ ଥିଲା।

ଫିଲିଫ-ଡଫ କମିଟି ରିପୋର୍ଟ[ସମ୍ପାଦନା]

ଏହି ସମୟରେ ଭାରତ ସରକାରଙ୍କ ଘରୋଇ ବିଭାଗ ନଂ.ଏଫ୍-୬୬୯/୧-୧୦-୧୯୨୪ରିଖ ବିଜ୍ଞପ୍ତିରେ ଓଡ଼ିଆ ଅଞ୍ଚଳ ମିଶ୍ରଣ ପ୍ରସ୍ତାବରେ ବଡ଼ଲାଟଙ୍କ ପରିଷଦ ସନ୍ତୁଷ୍ଟ ହୋଇପାରୁ ନାହାନ୍ତି ବୋଲି ଜଣାଇଲେ। ମିଶ୍ରଣତାର ଶେଷ ନିଷ୍ପତ୍ତି ଶୁଣାଣିପାଇଁ ଶ୍ରୀ ସି.ଏଲ୍.ଫିଲିପ ଓ ଶ୍ରୀ ଏ.ସି. ଡଫଙ୍କୁ ବଡ଼ଲାଟ ନିଯୁକ୍ତ କଲେ। ଉଭୟ ଗଞ୍ଜାମ, ବିଶାଖାପାଟଣା ଅଞ୍ଚଳ ବୁଲି ଜନସାଧାରଣଙ୍କ ମତ ନେବାପରେ ରମ୍ଭାଠାରେ ୧୭.୧୨.୧୯୨୪ରୁ ୨୧.୧୨.୧୯୨୪ ପର୍ଯ୍ୟନ୍ତ ରହି ଉଭୟ ପକ୍ଷର ଦାବି ଶୁଣି ୨୬.୧୨.୧୯୨୪ରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଭାରତସରକାରଙ୍କୁ ପ୍ରଦାନ କଲେ। ଏଥିରେ ଉଭୟ ଓଡ଼ିଆଙ୍କ ଦାବିକୁ ଯଥାର୍ଥ ବୋଲି ସ୍ୱୀକାର କରି ଗଞ୍ଜାମର ନାରସେନାପଟା ବ୍ୟତୀତ ଅନ୍ୟସବୁ ଅଞ୍ଚଳ, ପାରଳାଖେମୁଣ୍ଡି ରାଜ୍ୟ, ତରଳା, ଟିକାଲି, ମଞ୍ଜୁଷା, ଜଳନ୍ତର, ବୁଢ଼ାର ସିଂହ, ଚିକିଟି, ଧରାକୋଟ, ସୁରଙ୍ଗି, ଶରଗଡ଼, ବଡ଼ଗଡ଼, ବଡ଼ଖେମୁଣ୍ଡି, ସାନଖେମୁଣ୍ଡି, ଆଠଗଡ଼, ଖଲ୍ଲିକୋଟ, ବିରୁଳି, ପାଲର, ହୁମା ଜମିଦାରୀ ସମେତ ବ୍ରହ୍ମପୁର, ଛତ୍ରପୁର ଓ ଘୁମୁସର ସବଡିଭିଜନ, ଜିଲ୍ଲାର ମାଳଅଞ୍ଚଳ, ବିଖାଖାପାଟଣା ଜିଲ୍ଲାର ଜୟପୁର ଜମିଦାରି ପ୍ରଭୃତି ଓଡ଼ିଆଅଞ୍ଚଳ ଓଡ଼ିଶାରେ ମିଶିଯିବା ଉଚିତ ବୋଲି ଅକାଟ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ।

ଓଡ଼ିଶା ଲିବରାଲ ଲିଗ[ସମ୍ପାଦନା]

ଭାରତ ଶାସନ ସଂସ୍କାରପାଇଁ ୧୯୨୭ରେ ଜନ ସାଇମନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କଲେ। କଂଗ୍ରେସ ଏହାକୁ ସାରା ଭାରତରେ ବିରୋଧ କରିବାରୁ ଓଡ଼ିଶାରେ ଅନୁରୂପ ଭାବରେ ସାଇମନଙ୍କ ଆଗମନକୁ ବିରୋଧ କରାଗଲା। ଏହି ସ୍ଥିତିରୁ ଲକ୍ଷ୍ୟ ଆଦାୟପାଇଁ କୁଳବୁଦ୍ଧ ଯେକୌଣସି ଉପାୟରେ ସ୍ୱାଗତ ଜଣାଇବାକୁ କନିକାରାଜାଙ୍କୁ ନିର୍ଦ୍ଦେଶ ଦେଲେ। ଏହି ସମୟ ବେଳକୁ ଉତ୍କଳ ସମ୍ମିଳନୀର ଅସ୍ତିତ୍ୱ ନ ଥିବାରୁ ଆଉ ଏକ ସମିତି ଓଡ଼ିଶା ଲିବରାଲ ଲିଗ ଗଠନ କରି ୮ଫେବୃଅାରି ୧୯୨୮ ତାରିଖରେ ବ୍ରଜସୁନ୍ଦର ଦାସଙ୍କ ନେତୃତ୍ୱରେ ଗୋପାଳଚନ୍ଦ୍ର ପ୍ରହରାଜ, ବାରିଷ୍ଟର ବିଶ୍ୱନାଥ ମିଶ୍ର, ଭିକାରି ପଟ୍ଟନାୟକ, ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉକ୍ରଳ ସମ୍ମିଳନୀର ଗୋଲାପୀ ପଗଡି ପିନ୍ଧି ବିହାରର ପାଟଣା ରେଳଷ୍ଟେସନଠାରେ ସାଇମନ କମିଶନଙ୍କୁ ସ୍ୱାଗତ ଜଣାଇ ଓଡ଼ିଶା ପ୍ରତି ନ୍ୟାୟ ବିଚାର କରିବାକୁ ନିବେଦନ କଲେ। ସାଇମନ କମିଶନ ଏହି ନିବେଦନକୁ ଗ୍ରହଣ କରି ଅଟଲି ସବକମିଟି ଗଢ଼ି ଓଡ଼ିଶା ରାଜ୍ୟଗଠନ ଦାବିର ବିଚାର କରିବାକୁ ଦାୟିତ୍ୱ ଦେଲେ। ଅଟଲି ସବକମିଟି ପୂର୍ବର ଫିଲିପ୍-ଡଫ୍ କମିଶନ ରିପୋର୍ଟକୁ ଗୁରୁତ୍ୱ ଦେଇ ପାରଳା ଓ ଜୟପୁର ଜମିଦାରୀ ଛାଡ଼ି ବାକି ଅଂଶ ଓଡ଼ିଶାରେ ମିଶାଇବାପାଇଁ ପରାମର୍ଶ ଦେଲେ। ଜୟପୁର ମହାରାଜା ବିକ୍ରମଦେବ ଏବଂ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବ ଏହା ବିରୁଦ୍ଧରେ ପ୍ରତିବାଦ ପତ୍ର ପଠାଇବା ସହ ଗୋଲଟେବୁଲ ବୈଠକରେ ଉଭୟ ଉପସ୍ଥିତ ରହି ଓଡ଼ିଶାରେ ପାରଳା ଓ ଜୟପୁର ଜମିଦାରୀ ମିଶାିବାପାଇଁ ଦୃଢ ଦାବି କଲେ।

ଉତ୍କଳ ୟୁନିୟନ କମିଟି[ସମ୍ପାଦନା]

ଓଡ଼ିଶା ରାଜ୍ୟ ଗଠନ ପୂର୍ବରୁ ଏହାର ସୀମା ନିର୍ଦ୍ଧାରଣ କରିବାପାଇଁ ଭାରତ ସରକାର ସାର୍ ସାମୁଏଲ ଓଡ଼ନେଲ ଅଧ୍ୟକ୍ଷ ତଥା ସଦସ୍ୟ ଭାବେ ଆସାମର ଶ୍ରୀ ତରୁଣରାମ ଫୁକନ, ବମ୍ବେର ଏଚ୍.ଏଏମ. ମେହେଟ୍ଟାଙ୍କୁ ସଭ୍ୟ ରୂପେ ଏବଂ ବି.ସି. ମୁଖାର୍ଜୀଙ୍କୁ ସଚିବ ଭାବେ ନିଯୁକ୍ତ କରାଗଲା । ଏହି କମିଟିର ସହଯୋଗୀ ସଦସ୍ୟ ରହିଲେ ପାରଳାରାଜା କୃଷ୍ଣଚନ୍ଦ୍ର ଗଜପତି ମାନ୍ଦ୍ରାଜର, ସି.ଭି.ଏସ. ନରସିଂହ ରାଜୁ, ବିହାରର ସଚ୍ଚିଦାନନ୍ଦ ସିଂହ। ପୂର୍ବରୁ ମଣ୍ଟେଗୁ- ଚେମସଫୋର୍ଡ କମିଟି ନିକଟରେ ଓଡ଼ିଶାର ସୀମା ସମ୍ପର୍କୀତ ଦାବୀ ଉତ୍କଳ ସମ୍ମିଳନୀ କରିଥିଲା । ମାତ୍ର ୧୯୩୧ ବେଳକୁ ଏହାର ଅସ୍ତିତ୍ୱ ନ ଥିବାରୁ ମଧୁବାବୁଙ୍କ ପରାମର୍ଶରେ ଉତ୍କଳ ୟୁନିୟନ କମିଟି ଗଠନ କରାଯାଇ ଓଡନେଲ କମିଟି ଆଗରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖାଗଲା। ଓଡ଼ନେଲ କମିଟି ଦକ୍ଷିଣର ବିଭିନ୍ନ ସ୍ଥାନରେ ସାକ୍ଷ୍ୟ ଗ୍ରହଣ କରୁଥିବାବେଳେ ସବୁଠାରେ ଓଡ଼ିଶା ସହିତ ମିଶିବାପାଇଁ ଜନତାଙ୍କ ଆଗ୍ରହ ତଥା ଅନ୍ୟ ଦୁଇ ସଦସ୍ୟଙ୍କ ସମର୍ଥନ ସତ୍ତେ୍ୱ ଓଡ଼ନେଲ ଇଚ୍ଛାପୁର, ମଞ୍ଜୁସା, ତରଳା ପାରଳା, ଟିକାଲି, ଜୟପୁର ବ୍ୟତୀତ ଅନ୍ୟସବୁ ଅଞ୍ଚଳ ଓଡ଼ିଶାରେ ମିଶିବ ବୋଲି ମତ ଦେଲେ । ମଧ୍ୟପ୍ରଦେଶର ବସ୍ତର, ରାୟଗଡ଼, ସାରଙ୍ଗଗଡ଼ ଭଳି ବହୁ ଓଡ଼ିଆ ଅଞ୍ଚଳ ବ୍ୟତୀତ କେବଳ ଖଡ଼ିଆଳ ଓ ପଦ୍ମପୁର ମିଶିବା ସପକ୍ଷରେ ମତ ଦେଲେ । ବିହାରରେ କେବଳ ଷଢେ଼ଇକଳା ଓ ଖରସୁଆଁକୁ ମିଶାଇବପାଇଁ ମତ ଦେଇଥିଲେ । ଏହି ପ୍ରସଙ୍ଗରେ ସିଂହଭୂମି, ଧଳଭୂମି ଆଲୋଚନା ପର୍ଯ୍ୟାୟକୁ ଆସି ନ ଥିଲା । ବଙ୍ଗପ୍ରଦେଶର ମେଦିନପୁର ବିଷୟରେ କମିଶନରଙ୍କ ମତ ଥିଲା ସମ୍ପୂର୍ଣ୍ଣ ପକ୍ଷପାତ ମୂଳକ । ଗୋଟିଏ ଗୋଟିଏ ଗାଁରେ ଦୁଇ ତିନି ହଜାର ଓଡ଼ିଆ ଥିବାବେଳେ ସେଠାରେ ଜଣେ ମାତ୍ର ଓଡ଼ିଆ ବାସ କରୁଛନ୍ତି ବୋଲି ଲେଖାଗଲା । ଏହି କ୍ରମରେ ଛଅଲକ୍ଷ ଥିବା ଓଡ଼ିଆ ଅଞ୍ଚଳ ୪୫ ହଜାରକୁ କମି ଆସିଲା। ଯାହାର ଫଳଶ୍ରୁତି ମେଦିନିପୁର ବଙ୍ଗାଳୀ ଅଞ୍ଚଳ ବୋଲି ସହଜରେ ପ୍ରମାଣିତ ହୋଇଗଲା।

ଭାଷାଭିତ୍ତିକ ରାଜ୍ୟ ଗଠନ ଘୋଷଣା[ସମ୍ପାଦନା]

ଓଡ଼ନେଲ କମିଟି ସୁପାରିଶ ଅନୁସାରେ ଓଡ଼ିଶା ପ୍ରଦେଶ ଗଠନପାଇଁ ପ୍ରକାଶିତ ଶ୍ୱେତପତ୍ରରେ ୯୬ ପ୍ରତିଶତ ଓଡ଼ିଆ ଅଞ୍ଚଳ ଜୟପୁର ଓ ପାରଳା ଜମିଦାରିକୁ ମଧ୍ୟ ମିଶାଯାଇ ନଥିଲା। କମିଟିର ଉଭୟ ସଦସ୍ୟଙ୍କ ମତକୁ ଅଗ୍ରାହ୍ୟ କରି ଓଡେ଼ନାଲ ଯେଉଁ ପକ୍ଷପାତମୂଳକ ରିପୋର୍ଟ ଦେଇଥିଲେ, ତାହାର ପ୍ରତିବାଦ ଉଭୟ କରିଥିଲେ ଓ ଓଡ଼ିଆ ନେତାଗଣ ଜଏଣ୍ଟ ପାର୍ଲ୍ୟାମେଣ୍ଟାରି କମିଟି ଆଗରେ ଏହି ବିଷୟରେ ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିଲେ। ଡିସେମ୍ବର ୧୯୩୨ରେ ଅନୁଷ୍ଠିତ ତୃତୀୟ ଗୋଲଟେବୁଲ ବୈଠକରେ ଦକ୍ଷିଣ ଭାରତ ଜମିଦାରଙ୍କ ପ୍ରତିନିଧି ଭାବେ ଯୋଗଦେଇ ମହାରାଜ ରାମଚନ୍ଦ୍ର ମର୍ଦ୍ଦରାଜ ଓଡ଼ିଶା ପ୍ରଦେଶ ଗଠନପାଇଁ ପୁଣିଥରେ ଦୃଢ଼ ଦାବୀ ଜଣାଇଲେ। ଫଳରେ ୨୪.୧୨.୧୯୩୨ ଦିନ ଲର୍ଡ ସାଙ୍କିଙ୍କ ସଭାପତିତ୍ୱରେ ବସିଥିବା ପ୍ରତିନିଧି ସଭାରେ ସେକ୍ରେଟେରୀ ଅଫ୍ ଷ୍ଟେଟ ସାମୁଏଲ ହୋର ସିନ୍ଧୁ ଓ ଓଡ଼ିଶା ରାଜ୍ୟ ଗଠନ କଥା ଘୋଷଣା କଲେ।[୨୦]

ହବାକ କମିଟି[ସମ୍ପାଦନା]

ଏହାପରେ ଓଡ଼ିଶା ଗଠନପାଇଁ ଜନ୍ ଅଷ୍ଟିନ ହବାକ ସଭାପତିତ୍ୱରେ ଏକ କମିଟି ଗଠିତ ହୋଇ ସୀମା ସମସ୍ୟା ଓ ଆର୍ଥିକ ପରିସ୍ଥିତି ବିଚାରପାଇଁ ରମ୍ଭାଠାରେ ୬.୧୦.୧୯୩୩ରେ ବୈଠକ ବସିଥିଲା। ବିସ୍ତୃତ ଆଲୋଚନାପରେ ୧୯୩୫ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବାର ଘୋଷଣା ପ୍ରକାଶ ପାଇଲା। ଏହାର ପ୍ରଥମ ଲାଟ ହେଲେ - ଜନ୍ ଅଷ୍ଟିନ୍ ହବାକ୍ । ୧୯୩୬ରେ ୬୦ ସଦସ୍ୟ ବିଶିଷ୍ଟ ବିଧାନ ସଭାପାଇଁ ହୋଇଥିବା ନିର୍ବାଚନରେ କଂଗ୍ରେସ ୩୬ଟି ଆସନ ପାଇଥିଲା । କଂଗ୍ରେସ ଦଳର ନେତା ବିଶ୍ୱନାଥ ଦାସଙ୍କୁ ମନ୍ତ୍ରୀମଣ୍ଡଳ ଗଢ଼ିବାପାଇଁ ଲାଟ ଅନୁରୋଧ କଲେ ମଧ୍ୟ ମନ୍ତ୍ରିମଣ୍ଡଳର ସୁପାରିଶ ଲାଟ ଗ୍ରହଣ କରିବାକୁ ବାଧ୍ୟ – ଏହି କଥା ନେଇ କଂଗ୍ରେସ ଓ ଲାଟଙ୍କ ମଧ୍ୟରେ ମତାନ୍ତର ହେବାରୁ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଢ଼ିଲା ନାହିଁ। ଫଳରେ ପାରଳା ରାଜାଙ୍କୁ ମନ୍ତ୍ରିମଣ୍ଡଳ ଗଢ଼ିବାପାଇଁ ଲାଟ୍ ଅନୁରୋଧ କରିବାରୁ ୧.୪.୧୯୩୭ରେ ମାନଧାତା ଗୋରାଚାନ୍ଦ ପଟ୍ଟନାୟକ ଓ ମୌଲାନା ଲତିଫୁର ରହେମନଙ୍କୁ ନେଇ ସେ ମନ୍ତ୍ରୀମଣ୍ଡଳ ଗଠନ କଲେ।

ଭାଷା ଅାନ୍ଦୋଳନ ୧୯୩୬-୧୯୫୪[ସମ୍ପାଦନା]

୧ ଅପ୍ରେଲ ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାପରେ ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ଓ ଶାସନକାର୍ଯ୍ୟପାଇଁ ପଦକ୍ଷେପ ନିଅାଗଲା। ପଣ୍ଡିତ ନୀଳକଣ୍ଠଙ୍କ ନେତୃତ୍ୱରେ ଓଡ଼ିଆ ପ୍ରଶାସନିକ ଶବ୍ଦକୋଷ ପ୍ରସ୍ତୁତ କରାଯିବା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲା। ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ କରିବାପାଇଁ ବିପୁଳ ଅର୍ଥ ଖର୍ଚ୍ଚ ଓଡ଼ିଶାର ରାଜା ଜମିଦାରଙ୍କଠାରୁ ସଂଗୃହୀତ ହେଉଥିବାରୁ ଏହାର ଭାର ଜନସାଧାରଣ ଉପରେ ପଡ଼ିଲା । ପ୍ରଜାମାନଙ୍କ ବାରମ୍ବାର ପ୍ରତିବାଦକୁ ଦୃଷ୍ଟିରେ ରଖି ସରକାର ବଟଲର କମିଶନ ବସେଇଥିଲେ ମଧ୍ୟ ପ୍ରଜା ବଦଳରେ ରାଜାମାନଙ୍କୁ ଅଧିକ ସୁବିଧା ଓ ଅଧିକାର ଦେବାପାଇଁ ଏହି କମିଶନ ୧୯୩୭ ମସିହାରେ ନୂଆ ସନନ୍ଦ ଦେଲେ। ଗଡ଼ଜାତ ପ୍ରଜାଙ୍କ ଅବସ୍ଥା ଅନୁଧ୍ୟାପାଇଁ ନିଖିଳ ଭାରତ କଂଗ୍ରେସ କମିଟି ଜବାହରଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ "ଷ୍ଟେଟ ପିପୁଲସ୍ ଷ୍ଟାଣ୍ଡିଂ କମିଟି' ଗଠନ କରାଗଲା ।

ପ୍ରଜା ଅାନ୍ଦୋଳନ[ସମ୍ପାଦନା]

୧୯୩୧ରେ ଓଡ଼ିଶାରେ ଭୁବନାନନ୍ଦ ଦାସଙ୍କ ସଭାପତିତ୍ୱରେ "ଗଡ଼ଜାତ ପ୍ରଜା ସମ୍ମିଳନୀ' ଗଠିତ ହୋଇଥିଲା । ୨୪.୬.୧୯୩୭ରେ କଟକରେ ସାଧାରଣ ସଭା ଅନୁଷ୍ଠିତ କରାଯାଇ ପଟ୍ଟାଭି ସୀତାରାମେୟାଙ୍କୁ ସଭାପତି ଓ ସାରଙ୍ଗଧର ଦାସଙ୍କୁ ସମ୍ପାଦକ ଭାବେ ମନୋନୀତ କରାଗଲା । ୧୯୩୮ରେ ଏକ ଅନୁସନ୍ଧାନ ସମିତି ଗଠନ କରାଯାଇ ହରେକୃଷ୍ଣ ମହତାବ, ଲାଲମୋହନ ପଟ୍ଟନାୟକ, ବଳବନ୍ତ ରାୟ ମେହେଟ୍ଟା ସଦସ୍ୟ ରହିଲେ । ଅନୁସନ୍ଧାନ କମିଟି ଦୁଇହଜାର ଲୋକଙ୍କଠାରୁ ସାକ୍ଷ୍ୟନେଇ ଦୁଇ ଭାଗରେ ରିପୋର୍ଟ ପ୍ରସ୍ତୁତ କଲେ। ଏହି ସମୟରେ ଢେଙ୍କାନାଳ, ନୀଳଗିରି, କନିକା ଓ ରଣପୁରଠାରେ ପ୍ରଜାବିଦ୍ରୋହ ଭୟଙ୍କର ରୂପ ନେଲା। ରଣପୁରର ୨ଯୁବକ ରଘୁ ଓ ଦିବାକର ପଲଟିକାଲ ଏଜେଣ୍ଟ ବେଜେଲଗେଟଙ୍କୁ ହତ୍ୟା କଲେ। ଶେଷରେ ପ୍ରଜାମଣ୍ଡଳ ଦାବି ସରକାର ଶୁଣିଲେ।

କୋଶଳୋତ୍କଳ ପ୍ରଜା ପରିଷଦ[ସମ୍ପାଦନା]

ବ୍ରିଟିଶଭାରତ ତଥା ଦେଶୀୟ ରାଜ୍ୟର ଏକତ୍ରୀକରଣ – ୧୨ମଇ ୧୯୪୬ରେ ଦେଶୀୟ ରାଜ୍ୟପାଇଁ ଏକ ସ୍ୱତନ୍ତ୍ର ଶ୍ୱେତପତ୍ର ବ୍ରିଟିଶ ସରକାର ପ୍ରକାଶ କରି ଘୋଷଣା କଲେ ଯେ ଦେଶୀୟ ରାଜ୍ୟର ସମ୍ରାଟଙ୍କୁ ସର୍ବୋଚ୍ଚ କ୍ଷମତା ଅଧିକାର ସମାପ୍ତ ହେଲା ଏବଂ ସେମାନେ ସ୍ୱାଧୀନ ହେଲେ । ସ୍ୱାଧୀନତା ସମୟରେ ଭାରତରେ ୯ଟି ପ୍ରଦେଶ ଓ ୫୪୨ଟି ଦେଶୀୟରାଜ୍ୟ ଥିଲା । ତେଣୁ ଏହି ଅଧିନିୟମ ବଳରେ ନରେନ୍ଦ୍ର ମଣ୍ଡଳୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଲା । ୧୮ଜୁଲାଇ ୧୯୪୬ରେ ପାଟଣା ରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ନେତୃତ୍ୱରେ ଓଡ଼ିଶା ଓ ମଧ୍ୟପ୍ରଦେଶର ଗଡଜାତରାଜ୍ୟମାନଙ୍କୁ ମିଶାଇ ରାଷ୍ଟ୍ରସଂଘ ଭାବରେ କୋଶଳୋତ୍କଳ ରାଜ୍ୟ ଗଠନ କରିବାପାଇଁ କୋଶଳୋତ୍କଳ ପ୍ରଜା ପରିଷଦ ଗଠନ କଲେ। ଏହାର ପ୍ରଥମ ବୈଠକ କଲିକତାଠାରେ ଅନୁଷ୍ଠିତ ହେଲା । ପରେ ୧ ଅଗଷ୍ଟ୧୯୪୭ରେ ରାୟପୁରଠାରେ ଏମାନେ ମିଳିତ ହୋଇ ନିଜର ସମ୍ବିଧାନ ପ୍ରସ୍ତୁତ କରିବା ସହ ରାୟପୁରଠାରେ ରାଜଧାନୀ ନିର୍ମାଣପାଇଁ ଅର୍ଥସଂଗ୍ରହ କରିଥିଲେ।

ଗଡଜାତ ରାଜ୍ୟ ମିଶ୍ରଣ[ସମ୍ପାଦନା]

୧୫ ଅଗଷ୍ଟ୧୯୪୭ରେ ଭାରତ ଦ୍ୱିଖଣ୍ଡିତ ହେଲାବେଳେ ଓଡ଼ିଶା ଖଣ୍ଡବିଖଣ୍ଡିତ ନ ହେବାପାଇଁ ଏକତ୍ରିକରଣ କାର୍ଯ୍ୟ ଆରମ୍ଭ ହେଲା । ଭାରତ ସ୍ୱାଧୀନ ହେଲେ ମଧ୍ୟ ମୋଗଲବନ୍ଦୀ ବା ଉପକୂଳ ଅଞ୍ଚଳରେ ଥିବା ଗଡଜାତ ରାଜ୍ୟର ପ୍ରଜାଗଣ ସ୍ୱାଧୀନତାରୁ ବଞ୍ଚିତ ହେବାରୁ ପ୍ରଜା ଆନ୍ଦୋଳନ ବ୍ୟାପକ ରୂପ ଧାରଣ କଲା । ଏହି ଆନ୍ଦୋଳନରେ ରାଜାଗଣ ମିଳିତ ହୋଇ ଏଥିରେ ହସ୍ତକ୍ଷେପ କରିବାକୁ ମହାତ୍ମାଗାନ୍ଧୀଙ୍କୁ ଅନୁରୋଧ କଲେ । ମହାତ୍ମାଗାନ୍ଧୀ ମଧ୍ୟ ଏ ବିଷୟରେ ପଦକ୍ଷେପ ନେବାକୁ ଗୃହମନ୍ତ୍ରୀ ପଟେଲଙ୍କୁ ଅନୁରୋଧ କଲେ । ତେବେ ଏହି ସମୟରେ ନିଳଗିରି ରାଜାଙ୍କଦ୍ୱାରା ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ବୃଦ୍ଧିପାଇବାରୁ ଓଡ଼ିଶା ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଭାରତ ସରକାରଙ୍କୁ ନିବେଦନ କଲେ । ଭାରତ ସରକାରଙ୍କ ଅନୁମତି ପରେ ଓଡ଼ିଶା ପୋଲିସ ନୀଳଗିରିରେ ପ୍ରବେଶକଲା । ରାଜା ଅନ୍ୟ ଉପାୟ ନ ପାଇ ୧୪ ନଭେମ୍ବର ୧୯୪୭ ମଧ୍ୟାହ୍ନରେ ଶାସନ ଦାୟିତ୍ୱ ଓଡ଼ିଶା ସରକାରଙ୍କୁ ପ୍ରଦାନ କଲେ । ଏହା ଥିଲା ଭାରତ ବର୍ଷର ପ୍ରଥମ ଦେଶିୟ ରାଜ୍ୟ ମିଶ୍ରଣ । ତେବେ ଦେଶୀୟ ରାଜ୍ୟ ବିଲୟ ପତ୍ରରେ ରାଜା ହସ୍ତାକ୍ଷର କରିବାପରେ ଭାରତୀୟ ସଂଘରେ ସାମିଲ ହୋଇପାରିବା ନିୟମ ଥିବାରୁ ଏହାର ସଂଘୀୟ ସ୍ୱୀକୃତିପାଇଁ ୨୦ ନଭେମ୍ବର୧୯୪୭ରେ ଦିଲ୍ଲୀଠାରେ ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ, ସ୍ୱରାଷ୍ଟ୍ରବିଭାଗ ସଚିବ ଭି.ପି.ମେନନ, ସମ୍ବଲପୁର ଆଞ୍ଚଳିକ କମିଶନରଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକର ନିଷ୍ପତ୍ତିରେ ସର୍ଦ୍ଧାର ପଟେଲ ସହମତ ହେଲେ । ନୀଳଗିରିମିଶ୍ରଣ ପଦ୍ଧତି ପଟେଲଙ୍କୁ ଏଭଳି ପ୍ରଭାବିତ କରିଥିଲା ଯେ, ହାଇଦ୍ରାବାଦ ମିଶ୍ରଣରେ ସେହି ସମାନ ପଦ୍ଧତି ପ୍ରୟୋଗ କରାଗଲା। ମୟୂରଭଞ୍ଜ ବ୍ୟତୀତ ଓଡ଼ିଶା ମଧ୍ୟରେ ଥିବା ୨୬ଟି ଗଡ଼ଜାତ ଓଡ଼ିଶାରେ ମିଶିଗଲେ । ଗଡ଼ଜାତଗୁଡ଼ିକର ମିଶ୍ରଣ ପରେ ଓଡ଼ିଶାର ଆୟତନ ୬୦.୧୬୪ ବର୍ଗମାଇଲ ଓ ଜନସଂଖ୍ୟା ୧ କୋଟି ୭୦ ଲକ୍ଷ ଥିଲା । ଓଡ଼ିଶା ବାହାରେ ୪ ହଜାର ବର୍ଗମାଇଲ ଓ ୧୦ ଲକ୍ଷ ଓଡ଼ିଆ ଅଞ୍ଚଳ ଓ ଲୋକ ରହିଗଲେ ଓ ନବଗଠିତ ଓଡ଼ିଶା ରାଜ୍ୟରେ ୧୩ଟି ଜିଲ୍ଲା ରହିଲା

ସ୍ୱତନ୍ତ୍ର ମୟୂରଭଞ୍ଜ ଦେଶ ଗଠନ[ସମ୍ପାଦନା]

ନୀଳଗିରି ଘଟଣା ପରେ ଗଡଜାତ ରାଜାଗଣ ବ୍ୟସ୍ତ ହୋଇ ପରଦିନ ଅର୍ଥାତ ୧୫ ନଭେମ୍ବର ୧୯୪୭ରେ କଲିକତାଠାରେ ମିଳିତ ହେଲେ ଓ ୧ ଡିସେମ୍ବର ୧୯୪୭ରେ ଦିଲ୍ଲୀ ଯାଇ ପଟେଲଙ୍କୁ ଭେଟି ସେମାନଙ୍କ ପ୍ରସ୍ତାବ ଗ୍ରହଣ କରିବାକୁ ଅନୁରୋଧ କଲେ। ସେ ୧୩ ଡିସେମ୍ବର୧୯୪୭ରେ ଗଡଜାତ ରାଜାମାନଙ୍କୁ ଡକାଇ ସେମାନଙ୍କ ଅଭିଯୋଗ ଶୁଣିଲେ ଓ ୧୪ତାରିଖରେ ରାଜାମାନଙ୍କୁ ସ୍ପଷ୍ଟ ଭାବରେ ଜଣାଇଦେଲେ ଯେ, ଓଡ଼ିଶାରେ ନ ମିଶିଲେ ତୁମ ଦାୟିତ୍ୱ ଆଉ ଭାରତ ସରକାର ନୁହେଁ, ତୁମେ ନିଜେ ସମ୍ଭାଳିବ । ତେଣୁ ଏହି ଦିନଠାରୁ ମିଶ୍ରଣ ଚୁକ୍ତିପତ୍ରରେ ରାଜାମାନଙ୍କର ସ୍ୱାକ୍ଷର ପ୍ରକ୍ରିୟା ଆରମ୍ଭ ହେଲା । ତେବେ ଏହି ସମ୍ମିଳନୀରେ ଯୋଗ ଦେବାପୂର୍ବରୁ ମୟୁରଭଞ୍ଜ ରାଜା ଗୋଟିଏ ମନ୍ତ୍ରୀମଣ୍ଡଳ ଗଠନ କରି ରାଜ୍ୟ ଶାସନ ଦାୟିତ୍ୱ ନ୍ୟସ୍ତ କରିଥିବାରୁ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କରିବେନାହିଁ ବା ଏଥିପାଇଁ ତାଙ୍କୁ ଆଇନଗତ ବାଧ୍ୟ କରାଯାଇପାରିବନାହିଁ ବୋଲି ଯୁକ୍ତି ଉପସ୍ଥାପନ କଲେ।

ଷଢେ଼ଇକଳା ଓ ଖରସୁଆଁ ବିବାଦ[ସମ୍ପାଦନା]

୧ଜାନୁଆରି ୧୯୪୮ରେ ମୟୁରଭଞ୍ଜ ବ୍ୟତୀତ ବିଧିବଦ୍ଧ ଭାବରେ ନୀଳଗିରି ସମେତ ସମସ୍ତ ଗଡଜାତରାଜ୍ୟ ଓଡ଼ିଶାରେ ମିଶିଲେ ବୋଲି ଘୋଷଣା କରାଗଲା । ମୟୁରଭଞ୍ଜ ନ ମିଶିବାରୁ ସଢେଇକଳା ଓ ଖରସୁଆଁ ଗଡଜାତ ରାଜ୍ୟ ଓଡ଼ିଶାରେ ମିଶି ମଧ୍ୟ ବିଛିନ୍ନ ରହିଲା । ଏ ଦିଗରେ ପଟେଲ କୌଣସି ପଦକ୍ଷେପ ନ ନେବାରୁ ମହତାବ ୧୬.୫.୧୯୪୮ରେ ଭାରତ ସରକାରଙ୍କୁ ଏକ ପତ୍ର ଲେଖି ଅସ୍ଥାୟୀ ଭାବରେ ଉକ୍ତ ଦୁଇ ଅଞ୍ଚଳ ନିଜ ଅଧୀନରେ ରଖିବାକୁ ଅନୁରୋଧ କଲେ । ଭାରତ ସରକାର ଏହା ପରଦିନ ଉକ୍ତ ଦୁଇ ଅଞ୍ଚଳର ଶାସନଭାର ବିହାର ସରକାରଙ୍କୁ ପ୍ରଦାନ କଲେ । ବିହାର ପ୍ରଧାନମନ୍ତ୍ରୀ ଶ୍ରୀକୃଷ୍ଣ ସିହ୍ନା ଏହି ଅଞ୍ଚଳକୁ ବିହାରରେ ସ୍ଥାୟୀଭାବରେ ମିଶ୍ରଣପାଇଁ ବିଧାନ ସଭାରେ ପ୍ରସ୍ତାବ ଗୃହୀତ କରାଇଲେ ଓ ଏହା ପରଦିନ ଅର୍ଥାତ ୧୮.୫.୧୯୪୮ରେ ଭାରତ ସରକାର ସଢେଇକଳା ଓ ଖରସୁଆଁ ଗଡଜାତ ରାଜ୍ୟ ଓଡ଼ିଶାରେ ମିଶ୍ରଣପାଇଁ ୧୪.୧୨.୧୯୪୭ ଓ ୧୫.୧୨.୧୯୪୭ରେ ପଟେଲଙ୍କ ଉପସ୍ଥିତିରେ କରିଥିବା ଚୁକ୍ତିକୁ ବାତିଲ କରି ବିହାର ସହ ମିଶ୍ରଣ ହେଲା ବୋଲି ଅଧିସୂଚନା ଜାରି କଲେ। ଏପରିକି ମୟୁରଭଞ୍ଜ ରାଜାଙ୍କ ସହୃଦୟତା ଯୋଗୁଁ ପୁଣି ଥରେ ୧.୧.୧୯୪୯ରେ ଏହି ରାଜ୍ୟ ଓଡ଼ିଶା ସହିତ ମିଶିଥିଲେ ମଧ୍ୟ ଓଡ଼ିଶାକୁ ଆଉ ସଢେଇକଳା ଓ ଖରସୁଆଁ ମିଳି ନ ଥିଲା। ପୂର୍ବରୁ ୧୯୪୨ ସାଧାରଣ ନିର୍ବାଚନରେ ବିହାର ବିଧାନ ସଭାକୁ ଷଢେ଼ଇକଳାର ଶ୍ରୀ ମିହିର କବି ଷଢେ଼ଇକଳା ଓ ଖରସୁଆଁ ଓଡ଼ିଶାରେ ମିଶିବା ପ୍ରସ୍ତାବ ଉପରେ ଭୋଟ ନିଦ୍ଦ୍ୱର୍ନ୍ଦରେ ଜୟଯୁକ୍ତ ହୋଇ ଓଡ଼ିଆଙ୍କ ବାସ୍ତବ ଇଚ୍ଛା ଓ ବିହାରୀଙ୍କ ଦାବୀରେ ଅସାରତା ପ୍ରତିପାଦନ କଲେ । ଏହାବ୍ୟତୀତ ବିଧାନ ସଭାର ୫ଜଣ "ହୋ' ସଦସ୍ୟ ବିହାରରୁ ସିଂହଭୂମିକୁ ନେଇ ଓଡ଼ିଶା ସହ ସଂଯୁକ୍ତ କରାଯାଉ ବୋଲି ଦାବୀ କଲେ । ମାତ୍ର ଭାରତ ସରକାର ଏସବୁ ଦାବୀ ପ୍ରତି କର୍ଣ୍ଣପାତ କଲେ ନାହିଁ ।

ଭାଷା ଅାଇନ ୧୯୫୪[ସମ୍ପାଦନା]

୧୯୪୭ ମସିହାରେ ଭାରତ ସ୍ୱାଧୀନତା ହେବା ପରେ ସ୍ୱାଧୀନ ଭାରତର ସାମ୍ବିଧାନିକ ଭା ଷା ଭାବରେ ଓଡ଼ିଆ ଗ୍ରହଣ କରାଗଲା। ଏହି ଅନୁସାରେ ୧୯୫୪ ମସିହାରେ ଓଡ଼ିଶା ସରକାରି ଭାଷା ଅାଇନ ଓଡ଼ିଶା ବିଧାନ ସଭାରେ ଗୃହୀତ କରାଗଲା।୨୬.୭.୧୯୪୮ରେ ଓଡ଼ିଶାପାଇଁ ନୂଆ ଉଚ୍ଚନ୍ୟାୟାଳୟ କଟକଠାରେ ସ୍ଥାପନ କରାଗଲା । ୧୩.୫.୧୯୪୮ରେ ପଣ୍ଡିତ ନେହେରୁ ହୀରାକୁଦ ନଦୀବନ୍ଧର ଶୁଭ ଦେଲେ । ୬.୨.୧୯୫୪ରେ ଉତ୍କଳ ସମ୍ମିଳନୀର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଷଢେ଼ଇକଳା ମିଶ୍ରଣ ସମ୍ପର୍କରେ ସେଠାରେ ଅନୁଷ୍ଠିତ ଏକ ବୈଠକରେ ଯୋଗ ଦେଇଥିବା କଳାହାଣ୍ଡି ମହାରାଜା ପ୍ରତାପକେଶରୀ ଦେବପଣ୍ଡିତ ଗୋଦାବରୀଶ ମିଶ୍ର ଆଦିଙ୍କୁ ସ୍ଥାନୀୟ ବିହାରୀଗୁଣ୍ଡା ମାଡ଼ଦେଲେ । ୧୯୫୪ରେ ଭାରତ ସରକାର କେତେକ ପ୍ରଦେଶର ସୀମା ନିରୂପଣ କରିବା ନିମନ୍ତେ ଓଡ଼ିଶା ରାଜ୍ୟପାଳ ସୟଦ ଫଜଲ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ପଣ୍ଡିତ ହୃଦୟନାଥ କୁଞ୍ଜରୁଡାକ୍ତର ପନିକରଙ୍କୁ ସଦସ୍ୟଭାବେ ନେଇ ସୀମାକମିଶନ ଗଠିତ ହେଲା । ଏହି ସମୟରେ ଓଡ଼ିଶା ସୀମାରେ ୪ଟି ରାଜ୍ୟରେ ଥିବା ଓଡ଼ିଆ ଅଞ୍ଚଳକୁ ମିଶାଇବାପାଇଁ ପୁଣିଥରେ ଦାବି କରାଗଲା । ମାତ୍ର ଏହା ମଧ୍ୟ ପୂର୍ବପରି ବିଫଳ ହେଲା । ସୀମା କମିଶନଙ୍କ ବିଚାରରେ କ୍ଷୁର୍ଣ୍ଣ ହୋଇ ଓଡ଼ିଆ ନେତାଗଣ ପୁଣି ଆନ୍ଦୋଳନ କରିବାରୁ ଧେବର କମିଟି ନିଯୁକ୍ତ ହେଲା। ଏହାର ସଦସ୍ୟ ହେଲେ ମୌଲାନା ଆବୁଲ କାଲାମ ଆଜାଦ, ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ। ୧୯୫୬ ମସିହା ଜାନୁୟାରୀ ୨୨ ଓ ୨୩ରେ ଓଡ଼ିଶା ମିଶ୍ରଣ ଆନ୍ଦୋଳନ ଭୟଙ୍କର ରୂପ ନେଲା । ପୁଲିସ ଗୁଳିମାଡ଼ରେ ପୁରୀରେ ବେଙ୍ଗପାଣିଆ ଓ କଟକର ସୁନୀଲ ଦେ ଶହୀଦ ହେଲେ । ତଥାପି ଏହାର କୌଣସି ଫଳ ମିଳିଲା ନାହିଁ । ଓଡ଼ିଆ ଅଞ୍ଚଳ ଅନ୍ୟ ରାଜ୍ୟରେ ସେହିଭଳି ମିଶି ରହିଛି ଆଜିଯାଏ।

ଭାଷା ଅାନ୍ଦୋଳନ ୧୯୫୪ - ୨୦୦୦[ସମ୍ପାଦନା]

ଭାରତର ଦ୍ୱିତୀୟ ରାଜ୍ୟ ଭାବରେ ଓଡ଼ିଶା ସରକାରି ଭାଷା ଆଇନ ୧୯୫୪ରେ ଲାଗୁ କଲା। ଏଥିପାଇଁ ୨ଟି କାରଣ ମୁଖ୍ୟତ ଦାୟୀ ଥିଲା। ସମ୍ବିଧାନର ୧୭ଶ ଭାଗ ଅନ୍ତର୍ଗତ ଧାରା ୩୪୫ ଅନୁସାରେ ଯେଉଁ ରାଜ୍ୟରେ ଭାଷା ଆଇନ ରହିଥିବ, ସେହି ରାଜ୍ୟରେ ଇଂରାଜୀ ଭାଷାରେ ଆଉ କାର୍ଯ୍ୟ ହୋଇପାରିବନାହିଁ। ଭାଷା ଆଇନ ନ କରିଥିବା ରାଜ୍ୟରେ ପୂର୍ବପରି ଇଂରାଜୀ ଭାଷାରେ ଶାସନ କାର୍ଯ୍ୟ ଚାଲିବ। ଅନ୍ୟ କାରଣ ହେଲା ୧.୧୦.୧୯୫୩ରେ ଭାଷାଭିତ୍ତିକରାଜ୍ୟ ଆନ୍ଧ୍ରପ୍ରଦେଶ ଗଠନ ହେବାପରେ ଭାରତର ଅନ୍ୟ ଅଞ୍ଚଳରେ ଭାଷାଭିତ୍ତିକ ରାଜ୍ୟଗଠନପାଇଁ ଆନ୍ଦୋଳନ ହେବାରୁ ୨୨.୧୨.୫୩ରେ କେନ୍ଦ୍ର ସରକାର ଓଡ଼ିଶାର ରାଜ୍ୟପାଳ ନ୍ୟାୟମୂର୍ତ୍ତୀ ଫଜଲ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ରାଜ୍ୟପୁନର୍ଗଠନ ଆୟୋଗ ଗଠନ କଲେ। ଆୟୋଗ ୩୦.୧୨.୫୪ରେ ନିଜ ରିପୋର୍ଟ ସରକାରଙ୍କୁ ସମର୍ପଣ କରିବା ପୂର୍ବରୁ ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳକୁ ଏକତ୍ର କରିବାର ସୁଯୋଗ ଉପସ୍ଥିତ ଥିବାରୁ ଓଡ଼ିଆଙ୍କ ପ୍ରାଣରେ ଜାତୀୟତାଭାବ ସୃଷ୍ଟିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ୧୪ ଅକ୍ଟୋବର ୧୯୫୪ରେ ଓଡ଼ିଶା କାର୍ଯ୍ୟାଳୟ ଭାଷାଆଇନ-୧୯୫୪ ପ୍ରଣୟନ କଲେ। ଏହାର କାରଣ ଥିଲା ଓଡ଼ିଆଙ୍କ ଜାତୀୟତାବୋଧ ଅଭାବ ଯୋଗୁଁ ୬ ଫେବୃଅାରି୧୯୫୪ରେ ଉତ୍କଳ ସମ୍ମିଳନୀର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ପ୍ରସଙ୍ଗରେ କଳାହାଣ୍ଡିରାଜା ପ୍ରତାପ କେଶରୀ ଦେବପଣ୍ଡିତ ଗୋଦାବରୀଶ ମିଶ୍ର ମାଡଖାଇବା ଘଟଣା। ଓଡ଼ିଶା ସରକାରି ଭାଷା ଆଇନ-୧୯୫୪ ଗୃହୀତ ହେବାପରେ ଓଡ଼ିଆ ସବୁ କ୍ଷେତ୍ରରେ ପ୍ରଚଳନ ହେବାର ବାଟ ଫିଟିଲା।

ଭାଷା ଅାଇନ ସଂଶୋଧନ[ସମ୍ପାଦନା]

ଭାରତର ପ୍ରଥମରାଜ୍ୟ ଭାବରେ ଓଡ଼ିଶା ଇଂରାଜୀଭାଷାକୁ ପ୍ରତ୍ୟାଖ୍ୟାନ କରି ୩ ଅଗଷ୍ଟ ୧୯୬୪ରେ ଓଡ଼ିଶା ସରକାରଙ୍କ ଘରୋଇ ବିଭାଗଦ୍ୱାରା ସରକାରି ସଂକେତ ଗୃହୀତ କରାଇଲେ। ଏଥିରେ “ଓଡ଼ିଶା ଶାସନ” ଓଡ଼ିଆ ଓ ନାଗରି ଲିପିରେ ଲେଖିବାଦ୍ୱାରା ରାଜ୍ୟସରକାର- ଓଡ଼ିଆରେ ସବୁକାମ କରିବାପାଇଁ ଯେ ବଦ୍ଧପରିକର, ତାହା ପୁଣିଥରେ ପ୍ରମାଣିତ ହେଲା।

ଭାରତର ଭାଷା ଅାଇନ[ସମ୍ପାଦନା]

ସାମ୍ବିଧାନିକ ନିୟମ ଅନୁସାରେ ଭାରତର କୌଣସି ଗୋଟିଏ ଭାଷା ରାଷ୍ଟ୍ରଭାଷା ହୋଇ ନ ଥିବାବେଳେ ଅଷ୍ଟମ ଅନୂସୂଚୀରେ ସ୍ଥାନୀତ ଭାରତୀୟ ଭାଷା କାର୍ଯ୍ୟାଳୟର ଭାଷା ଭାବରେ ଗୃହୀତ ହେଲା। ତେବେ ଆନ୍ତଃରାଜ୍ୟ ଓ କେନ୍ଦ୍ର ରାଜ୍ୟ ସମ୍ପର୍କପାଇଁ ସର୍ବଭାରତୀୟ ସ୍ତରରେ ପ୍ରଥମ କାର୍ଯ୍ୟାଳୟ ଭାଷା ହିନ୍ଦୀ ଓ ସହଯୋଗୀ ଭାଷା ଭାବରେ ଇଂରାଜୀକୁ ଗ୍ରହଣ କରାଗଲା। ସମ୍ବିଧାନ କାର୍ଯ୍ୟକାରି ହେବାର ୧୫ବର୍ଷପାଇଁ ଅସ୍ଥାୟୀ ଭାବରେ ଇଂରାଜୀକୁ ଭାରତର କାର୍ଯ୍ୟାଳୟର ଭାଷା ଭାବରେ ରଖାଯାଇଥିଲା। ମାତ୍ର ତାମିଲନାଡୁରେ ଏହାର ତୀବ୍ର ବିରୋଧ ତଥା ଇଂରାଜୀକୁ କେନ୍ଦ୍ର ସହିତ ଯୋଗାଯୋଗର ଭାଷା ଭାବରେ ରଖିବାର ଯିଦଖୋର ମନୋଭାବ ଫଳରେ କାର୍ଯ୍ୟାଳୟ ଭାଷା ଅଧିନିୟମ-୧୯୬୩ ଗୃହୀତ କରାଯାଇ ୧୯୬୫ ମସିହାରୁ ସର୍ବଭାରତୀୟ ସ୍ତରରେ ଇଂରାଜୀକୁ ସହଯୋଗୀ କାର୍ଯ୍ୟାଳୟଭାଷା ଭାବରେ ଗ୍ରହଣ କରାଗଲା। ପ୍ରଶାସନରେ ଓଡ଼ିଆ, ହିନ୍ଦୀ ଆଦି ୧୪ଟି ସାମ୍ବିଧାନିକ ଭାଷାକୁ ଗୁରୁତ୍ୱ ଦେବାପାଇଁ ଉଚ୍ଚଶିକ୍ଷା ବ୍ୟବସ୍ଥା ଇଂରାଜୀ ସହିତ ଏହିସବୁ ୧୪ଟି ଭାଷାରେ କରିବାକୁ କୋଠାରି କମିଶନଙ୍କ ପ୍ରସ୍ତାବକୁ୧୮.୧.୧୯୬୮ରେ ପାର୍ଲ୍ୟାମେଣ୍ଟ ଗୃହୀତ କଲା। ସଂଶୋଧିତ ଭାଷାଆଇନ୧୯୬୩ର ଧାରା-୩ ଅନୁସାରେ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଭାଷା କମିଟି ପ୍ରସ୍ତାବ ଅନୁସାରେ କାର୍ଯ୍ୟାଳୟ ଭାଷା ନିୟମାବଳୀ ୧୯୭୬ରେ ଗଠନ ହେଲା। ୧୯୭୯ରେ ସର୍ବଭାରତୀୟ ପ୍ରଶାସନିକ ସେବା ନିଯୁକ୍ତି ପରୀକ୍ଷା ସମସ୍ତ ସାମ୍ବିଧାନିକ ଭାଷାରେ ଆୟୋଜନ କରାଗଲା। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ରର ଏହି ନିଷ୍ପତ୍ତିକୁ ରାଜ୍ୟ ଗ୍ରହଣ କରିବାକୁ ବାଧ୍ୟ ଥିବାରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟ ୧୯୬୫ମସିହା ପୂର୍ବରୁ ନିଜନିଜ ବିଧାନ ସଭାରେ ଭାଷା ସଂଶୋଧନ ଆଇନ ଆଣି ପୁଣି ଥରେ ଇଂରାଜୀ ଭାଷାକୁ ରାଜ୍ୟ ଭାଷା ସହିତ କାର୍ଯ୍ୟାଳୟର ଭାଷା ଭାବରେ ଗୃହୀତ କରାଇଲେ । ଏହି ସମୟ ଭିତରେ କେତେକ ରାଜ୍ୟ ନିଜନିଜ ରାଜ୍ୟରେ ରାଜ୍ୟଭାଷା ଓ ଇଂରାଜୀ / ହିନ୍ଦୀ ଭାଷାର ସୁଷମ ପ୍ରଚଳନପାଇଁ କେନ୍ଦ୍ରଢାଞ୍ଚାରେ ଭାଷାନିୟମାବଳି ପ୍ରଣୟନ କଲେ।

ଭାଷା ଅାଇନ ସଂଶୋଧନ - ୧୯୮୫[ସମ୍ପାଦନା]

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରପାଇଁ ୧୯୮୫ରେ ଏକ ସର୍ଭେ କରିଥିଲେ। ପ୍ରଥମ ଥର ସର୍ବେକ୍ଷଣରେ ଏହା ପ୍ରତିଶତ ୬୦ ଥିଲା। ଏହାକୁ ଶତପ୍ରତିଶତ କରିବାପାଇଁ ଓଡ଼ିଆ ଅାଇନ- ୧୯୫୪ର ପ୍ରଥମ ସଂଶୋଧନ ଅାଣିଲେ। ତେବେ କେବଳ ଓଡ଼ିଆ ଟାଇପ ମେସିନ ପ୍ରସ୍ତୁତି ଓ କିଛି ଚିଠି ବ୍ୟତୀତ ଅାୁ କିଛି କରିପାରି ନ ଥିଲେ। ଏହାଙ୍କପରେ ୧୯୮୯ ମସିହାରେବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ କାଳରେ ଓଡ଼ିଆରେ ସରକାରି କାମ ପ୍ରାୟତଃ ବନ୍ଦ ହୋଇଯାଇଥିଲା। ୧୯୯୫ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକ ତୃତୀୟବାର ମୁଖ୍ୟମନ୍ତ୍ରୀ ହେବାପରେ ପୁନର୍ବାର ସର୍ଭେ କରିବାପରେ ଜଣାପଡିଥିଲା ଯେ ଓଡ଼ିଆ ଭାଷାର ସରକାରୀ ସ୍ତରରେ ବ୍ୟବହାର ପୂର୍ବାପେକ୍ଷା ୧୦ ପ୍ରତିଶତ ହ୍ରାସ ହୋଇଥିଲା। ଏଥର ସେ ଓଡ଼ିଆରେ ସରକାରି କାମପାଇଁ ଚିଠି ଲେଖିବା ସହ ଓଡ଼ିଆରେ ଫାଇଲ ନ ଅାସିଲେ ଫେରାଇ ଦେଉଥିଲେ। ଏହାଙ୍କ ପରେ ବର୍ଷକୁ ବର୍ଷ ଓଡ଼ିଆ ଭାଷାର ବ୍ୟବହାର ସଙ୍କୁଚିତ ହେବାକୁ ବସିଥିବାରୁ ଏକ ଆନ୍ଦୋଳନର ଆବଶ୍ୟକତା ପରିଲକ୍ଷିତ ହୋଇଥିଲା।

ଭାଷା ଅାନ୍ଦୋଳନ ୨୦୦୦ - ୨୦୧୦[ସମ୍ପାଦନା]

ଓଡ଼ିଶା ଓ ରାଜନୀତିଠାରୁ ଦୂରରେ ଥାଇ ପିତା ସ୍ୱର୍ଗତ ବିଜୁବାବୁଙ୍କ ଦେହାନ୍ତ ପରେ ନବୀନ ପଟ୍ଟନାୟକ ୧୯୯୭ରେ ରାଜନୀତି ଭିତରକୁ ପ୍ରବେଶ କରିଥିଲେ। ଏହାର ୧ ବର୍ଷ ପରେ ସେ ବିଜୁ ଜନତା ଦଳ ସ୍ଥାପନ କରିଥିଲେ। ୫ ମାର୍ଚ୍ଚ ୨୦୦୦ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାପରେ ଓଡ଼ିଆଜାତୀୟତାର ଦାୟରେ ନବଗଠିତ ଝାରଖଣ୍ଡ ରାଜ୍ୟ ଗଠନ ପୂର୍ବରୁ ସଢେଇକଳା ଓ ଖରସୁଅାଁ ମିଶ୍ରଣପାଇଁ ଓଡ଼ିଶାର ମାନ୍ୟବର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି କେନ୍ଦ୍ର ଗୃହମନ୍ତ୍ରୀ ଲାଲକୃଷ୍ଣ ଅାଡଭାନୀଙ୍କୁ ସାକ୍ଷାତ କରି ଦାବି କଲେ। ମାତ୍ର ଏହାକୁ କେନ୍ଦ୍ର ସିଧାସଳଖ ପ୍ରତ୍ୟାଖ୍ୟାନ କରିବା ଫଳରେ ପ୍ରଥମକରି ରାଜ୍ୟ ସରକାରଙ୍କ ନୀତି ଉପରେ ରାଜ୍ୟବାସୀ ଅସନ୍ତୁଷ୍ଟ ହେଲେ। ରାଜ୍ୟବାସୀଙ୍କୁ ଅାହୁରି ବ୍ୟଥିତ କଲା, ଯେତେବେଳେ ୨୦୦୪ ମସିହାରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଉଚ୍ଚଶିକ୍ଷା ବ୍ୟବସ୍ଥାରୁ ଓଡ଼ିଆ ଓ ସାହିତ୍ୟ ବିଭାଗ ଉଠାଇ ଦିଅାଗଲା। ଫଳରେ ରାଜ୍ୟସାରା ଏଭଳି ଅସନ୍ତୋଷ ବ୍ୟାପିଲା ଯେ ରାଜ୍ୟ ସରକାର ଉକ୍ତ ନିର୍ଦ୍ଦେଶ ପ୍ରତ୍ୟାହାର କରିବା ସହିତ ଓଡ଼ିଆର ପ୍ରଚାର, ପ୍ରସାରପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ପ୍ରତିଷ୍ଠା କଲେ। ତେବେ ଏହା କେବଳ ଅାଳଙ୍କାରିକ ଅନୁଷ୍ଠାନ ଭାବରେ ରହିଲା। ଅପରପକ୍ଷେ ୧୯୯ରେ ପ୍ରତିଷ୍ଠା ହୋଇଥିବା ସଂସ୍କୃତି ବିଶ୍ୱବିଦ୍ୟାଳୟ ବନ୍ଦ କରିବାର ଚକ୍ରାନ୍ତ କରାଗଲା। ଶିକ୍ଷା, ଶାସନ, ଚିକିତ୍ସା, ନ୍ୟାୟ ଓ ପ୍ରଶାସନରେ ଓଡ଼ିଆ ଭାଷା ବ୍ୟବହାର ହେଉ ନ ଥିବାରୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ କେହି ଦୃଢ ଭାବରେ ପ୍ରତିବାଦ କରିପାରୁ ନ ଥିଲେ।

ଜନ ସମ୍ମିଳନୀ, ଓଡ଼ିଶା[ସମ୍ପାଦନା]

ଓଡ଼ିଆ ଜାତୀୟତାବୋଧ ସୃଷ୍ଟି ପାଇଁ ଓଡ଼ିଆକୁ ଜ୍ଞାନ ଓ ବିକାଶର ଭାଷା ଭାବରେ ପ୍ରତିଷ୍ଠା କରି ଓଡ଼ିଶାର ଜମି, ଜଳ, ଜଙ୍ଗଲ ଓ ଖଣିଜ ସମ୍ପତ୍ତିର ସୁରକ୍ଷା ତଥା ଏହା ଉପରେ ନିଜର ଅଧିକାର ସାବ୍ୟସ୍ତ କରିବାର ମାନସିକତା ନେଇ ୨୧ ମାର୍ଚ୍ଚ ୨୦୦୯ ମସିହାରେ ଜନସମ୍ମିଳନୀ, ଓଡ଼ିଶା ନାମକ ଏକ ସାମାଜିକ ଅନୁଷ୍ଠାନ ଗଠନ କରାଗଲା । ଏହାର ପ୍ରଥମ ବୈଠକ ଭୁବନେଶ୍ୱରରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ଅାସିଥିବା ପ୍ରତିନିଧିମାନଙ୍କୁ ନେଇ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ୨୯ ମାର୍ଚ୍ଚ ୨୦୦୯ରେ ଅନୁଷ୍ଠିତ ହୋଇଥିଲା ।[୨୧][୨୨] ଏହି ଅାଲୋଚନାରେ ଓଡ଼ିଆର ଶାସ୍ତ୍ରୀୟ ମାନ୍ୟତା ଦାବି ମାଧ୍ୟମରେ ଓଡ଼ିଆ ଅାନ୍ଦୋଳନର ପୁନଃପ୍ରତିଷ୍ଠା କରାଯିବ ବୋଲି ନିଷ୍ପତ୍ତି ନିଅାଗଲା ।

ଭାଷା ଅାନ୍ଦୋଳନ ୨୦୧୦ -୨୦୧୫[ସମ୍ପାଦନା]

ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ ଓଡ଼ିଶା ସଚିବାଳୟବିଧାନ ସଭାରେ ଓଡ଼ିଆ ଭାଷାର ପ୍ରଚଳନ ହେଉ ନ ଥିବାରୁ ଭାଷା ଆନ୍ଦୋଳନ ଆଉଥରେ ଆରମ୍ଭ ହୋଇଥିଲା । ଓଡ଼ିଆରେ ପ୍ରକାଶିତ ରାଜ୍ୟର ପ୍ରାୟ ସବୁ ଖବରକାଗଜରେ ଇଂରାଜୀ ଭାଷାର ବିଜ୍ଞାପନ, ଓଡ଼ିଆ ଭାଷାଭାଷୀ ଲୋକଙ୍କଦ୍ୱାରା ଓଡ଼ିଆ ଭାଷା ଓଡ଼ିଆରେ ପାଠ ପଢ଼ିବା ପାଇଁ ଓ ପଢ଼ାଇବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କର ଅଭାବ, ଓଡ଼ିଆ ଟେଲିଭିଜନରେ ପ୍ରଦର୍ଶିତ ଅନେକ କାର୍ଯ୍ୟକ୍ରମର ଇଂରାଜୀ/ହିନ୍ଦୀ ନାମ, ଓଡ଼ିଆ ସିନେମା ଓ ଟେଲିଭିଜନର ବିଷୟବସ୍ତୁରେ ସଂପୂର୍ଣ୍ଣ ଅଣଓଡ଼ିଆ ଲୋକଙ୍କ ଜୀବନଶୈଳୀ ଓ ସଂସ୍କୃତିର ବର୍ଣ୍ଣନା ଆଦିକୁ ଆଧାର କରି ଏହି ଅାନ୍ଦୋଳନ ଆରମ୍ଭ ହୋଇଥିଲା । ଏହି ଦଶକରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତା ମିଳିବା ସହିତ ଓଡ଼ିଅା ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ କ୍ଲାସିକାଲ ଓଡ଼ିଅା ସଂସ୍ଥା ଗଠନ ତଥା ୬୦ବର୍ଷ ଧରି ଅଚଳ ଥିବା ଓଡ଼ିଶା ସରକାରୀ ଭାଷା ଅାଇନ-୧୯୫୪କୁ ସଚଳ କରିବାପାଇଁ ପ୍ରଥମକରି ସଂଶୋଧନ କରାଗଲା । ଏଥିପାଇଁ ବିଭିନ୍ନ ସ୍ତରରେ ଅାନ୍ଦୋଳନ ହୋଇଥିଲା ।

ଓଡ଼ିଆଭାଷା ସୁରକ୍ଷା ଅଭିଯାନ[ସମ୍ପାଦନା]

ଏକବିଂଶ ଶତାବ୍ଦୀରେ ଭାଷା ଆନ୍ଦୋଳନର ଦ୍ୱିତୀୟ ପର୍ଯ୍ୟାୟ ।

ଓଡ଼ିଆରେ ସରକାରୀ କାମ, ଓଡ଼ିଶାର ସମସ୍ତ ନିଯୁକ୍ତି ପରୀକ୍ଷା ଓଡ଼ିଆରେ କରିବା, ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ଅନ୍ୟ ଭାରତୀୟ ଭାଷା ଭଳି ଓଡ଼ିଆରେ କରିବା ଅାଦି ଦାବି ନେଇ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ଅାବାହକତ୍ୱରେ ଓଡ଼ିଆ ଭାଷା ସୁରକ୍ଷା ଅଭିଯାନ ନାମରେ୧୦ଟି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ମିଳିତ ମଞ୍ଚ ଭାବରେ ଗଠନ କରାଗଲା । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅଧିବକ୍ତା କ୍ଷୀରୋଦ ରାଉତଙ୍କ ସାହାଯ୍ୟକ୍ରମେ ୨୦୧୨ମସିହାରେ ମନୋରଂଜନ ମହାନ୍ତି ଓ ସୁବ୍ରତ କୁମାର ପୃଷ୍ଟି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓଡ଼ିଆପାଇଁ ଏକ ଜନସ୍ୱାର୍ଥ ମାମଲା ଦାୟର କଲେ, ଯାହା ଅାଜି ପର୍ଯ୍ୟନ୍ତ ବିଚାରାଧୀନ ଅଛି।[୨୩][୨୪]

ଓଡ଼ିଆଭାଷାର ଶାସ୍ତ୍ରୀୟତା[ସମ୍ପାଦନା]

ଜନସମ୍ମିଳନୀ ପକ୍ଷରୁ ପ୍ରଥମେ ବୌଦ୍ଧିକ ଅାନ୍ଦୋଳନ ମାଧ୍ୟମରେ ଜନଜାଗରଣ ସୃଷ୍ଟି କରାଯିବା ଉଦ୍ଦେଶ୍ୟରେ ବିଭିନ୍ନ ଅାଲୋଚନା ସଭା ଅାୟୋଜନ କରାଯିବା ସହିତ ଏହା ସପକ୍ଷରେ ବିଭିନ୍ନ ପ୍ରାମାଣିକ ତଥ୍ୟପୂର୍ଣ୍ଣ ପ୍ରବନ୍ଧମାନ ଲେଖାଗଲା । ସମାଜ ସମ୍ପାଦକ ଚନ୍ଦ୍ରଭାନୁ ପଟ୍ଟନାୟକ ଏହି ଖବରକାଗଜ ଅାନୁକୁଲ୍ୟରେ ଓଡ଼ିଆର ଶାସ୍ତ୍ରୀୟମାନ୍ୟତାପାଇଁ ୨୦୧୦ ମସିହା ଅଗଷ୍ଟ ୧ ତାରିଖରେ ଏକ ଅାଲୋଚନା ସଭା ଡାକିବା ସହିତ ସମାଜ ମାଧ୍ୟମରେ ଉଭୟ ବୌଦ୍ଧିକ ଓ ସାମାଜିକ ଅାନ୍ଦୋଳନ କରିବ ବୋଲି ନିଷ୍ପତ୍ତି ନେଇଥିଲେ । ୨୦୧୧ ଫେବୃଅାରି ୨୫ ତାରିଖରେ କେଦାରନାଥ ଗବେଷଣା ପ୍ରତିଷ୍ଠାନଦ୍ୱାରା ଅାଲୋଚନାଚକ୍ର ଅାୟୋଜନ କରାଗଲା । ଓଡ଼ିଆର ଶାସ୍ତ୍ରୀୟ ମାନ୍ୟତାପାଇଁ ୨୨ ଅଗଷ୍ଟ ୨୦୧୧ ମସିହାରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଏକ ଭାଷା କମିଟି ଗଠନ କଲେ । ତେବେ ଶାସ୍ତ୍ରୀୟତାପାଇଁ ଭିତ୍ତିପତ୍ର ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ଓଡ଼ିଆ ପ୍ରତିଷ୍ଠାନକୁ ଅାର୍ଥିକ ଅନୁଦାନ ପ୍ରଦାନ କରିବା ସତ୍ତ୍ୱେ କମିଟିର ଅନେକ ସଦସ୍ୟ ଶାସ୍ତ୍ରୀୟତା ଅସମ୍ଭବ ବୋଲି ମନେ କରିବାରୁ କମିଟି କୌଣସି କାର୍ଯ୍ୟ କରି ପାରି ନ ଥିଲା । ସଂସ୍କୃତି ବିଭାଗ ଅଧୀନରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହେଲା। ଏହି କମିଟିର ଅାବାହକ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ପାଦକ ଓ ଯୁଗ୍ମ ଅାବାହକ ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ଭାବରେ ମନୋନୀତ ହେଲେ। କମିଟିର ସଦସ୍ୟ ଭାବରେ ୮ଜଣ ବିଦ୍ୱାନଙ୍କୁ ମନୋନୀତ କରାଗଲା । ୩୦ ମାର୍ଚ୍ଚ ୨୦୧୩ ସୁଦ୍ଧା ବାକି ଥିବା ସଂଶୋଧନ କାର୍ଯ୍ୟ ପରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲେ ମଧ୍ୟ ଶେଷରେ ଏହା ମଇ ମାସ ୩୧ ତାରିଖରେ ପ୍ରଦାନ କରାଗଲା।[୨୫]

ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା[ସମ୍ପାଦନା]

ଓଡ଼ିଆର ଶାସ୍ତ୍ରୀୟ ମାନ୍ୟତା, ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ କ୍ଲାସିକାଲ ଓଡ଼ିଆ ସଂସ୍ଥା ପ୍ରତିଷ୍ଠା ତଥା ଓଡ଼ିଆକୁ ଜ୍ଞାନ ଓ ବିକାଶର ଭାଷା ଭାବରେ ପ୍ରତିଷ୍ଠା କରିବାପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କମିଟି[୨୬] ନିର୍ଦ୍ଦେଶକ୍ରମେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ୨୮ ନଭେମ୍ବର ୨୦୧୧ରେ ପଞ୍ଜିକୃତ ସଂସ୍ଥା ଭାବରେ ଗଠନ କରାଗଲା । ଏହି ସଂସ୍ଥାଦ୍ୱାରା ଓଡ଼ିଆର ଶାସ୍ତ୍ରୀୟ ମାନ୍ୟତା ପାଇଁ ଗବେଷଣାତ୍ମକ ଭିତ୍ତିପତ୍ର ପ୍ରସ୍ତୁତ କରାଯାଇ[୨୭][୨୮] ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାକୁ ପ୍ରଦାନ କରାଯାଇଥିଲା। ଏହି ସଂସ୍ଥା ପକ୍ଷରୁ ଓଡ଼ିଶା ସରକାରଙ୍କୁ ବେସରକାରୀ ଭାବରେ କିମ୍ବା ସହଭାଗିତା ଭିତ୍ତିରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାପାଇଁ ରାଜ୍ୟସରକାରଙ୍କୁ ଅାବଶ୍ୟକୀୟ ପ୍ରସ୍ତାବ ଦେଇଥିଲେ।[୨୯]

ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା[ସମ୍ପାଦନା]

ଓଡ଼ିଆକୁ ଜ୍ଞାନ ଓ ବିକାଶର ଭାଷା ଭାବରେ ପ୍ରତିଷ୍ଠା କରିବାକୁ ବିଧାୟିକା ସିପ୍ରା ମଲ୍ଲିକ ବିଧାନ ସଭାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ବିଲ ଉପସ୍ଥାପନ କଲେ । ୨୩ ଜୁଲାଇ ୨୦୧୩ରେ ଓଡ଼ିଆ ଶାସ୍ତ୍ରୀୟତାର ପ୍ରଥମ ଯୋଗ୍ୟତା ହାସଲ କରିବା ପରେ ୨୦୧୪ ମସିହାର ସାଧାରଣ ନିର୍ବାଚନୀ ଇସ୍ତାହାରରେ ସମସ୍ତ ରାଜନୈତିକ ଦଳ ଏହାକୁ ପ୍ରତିଷ୍ଠା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ୧୮ ଅଗଷ୍ଟ ୨୦୧୭ରେ ଓଡ଼ିଶା ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ବିଲ୍-୨୦୧୭ ବିଧାନ ସଭାରେ ଗୃହୀତ କଲେ।[୩୦][୩୧][୩୨][୩୩][୩୪]

ଶାସ୍ତ୍ରୀୟ ଓଡ଼ିଆ କ୍ରିୟାନୁଷ୍ଠାନ କମିଟି[ସମ୍ପାଦନା]

ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଅା ୩୦ ଫେବୃଅାରୀ ୨୦୧୨ ମସିହାରେ ପ୍ରଥମ କରି ସଂସଦରେ ପ୍ରଶ୍ନ ଉଠାଇଥିଲେ । ଏହାପରେ ପ୍ରାକ୍ତନ ମନ୍ତ୍ରୀ ଶେକ ମତଲୁବ ଅଲ୍ଲୀଙ୍କଦ୍ୱାରା ୭ ଜୁନ ୨୦୧୨ତାରିଖରେ ଅାୟୋଜିତ ଅାଲୋଚନାଚକ୍ରରେ ଶିକ୍ଷାବିତ, ସାହିତ୍ୟିକ, ରାଜନେତା, ସାମ୍ବାଦିକଗଣ ଉପସ୍ଥିତ ରହି ଶାସ୍ତ୍ରୀୟ ଓଡ଼ିଆକ୍ରିୟାନୁଷ୍ଠାନ କମିଟି ଗଠନ କରିଥିଲେ । ଏହି କମିଟି ଉଭୟ ରାଜଣୈତିକ ଓ ବୌଦ୍ଧିକ ଚାପ ସୃଷ୍ଟି କରିବାପାଇଁ ପଦକ୍ଷେପ ନେଇଥିଲା ।[୩୫]

ମନ୍ତ୍ରୀସ୍ତରୀୟ କମିଟି ଗଠନ[ସମ୍ପାଦନା]

ଓଡ଼ିଆ ସଂଗ୍ରାମ ସମିତି ପକ୍ଷରୁ ଅାୟୋଜିତ ଅନଶନ ।

ଓଡ଼ିଆକୁ ଶାସନର ଭାଷା କରିବା ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ ହେବ ବୋଲି ଗ୍ରହଣ କରି କିଛି ସଦସ୍ୟ ଓ ଏବଂ ରାଜ୍ୟ ସରକାରଙ୍କ ୫ଜଣ ମନ୍ତ୍ରୀଙ୍କୁ (ଗଣଶିକ୍ଷା ଓ ଶିଳ୍ପମନ୍ତ୍ରୀ ଦେବୀପ୍ରସାଦ ମିଶ୍ର (ଅଧ୍ୟକ୍ଷ), ଅାଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ, ସୂଚନା, ଲୋକସମ୍ପର୍କ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଜ୍ଞାନ ଓ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଅାରୁଖଙ୍କ) ନେଇ ଏକ କମିଟି ତିଆରି ହେଲା ।[୩୬] ସରକାରଙ୍କ ଭାଷା ପରାମର୍ଶଦାତା ଭାବେ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ମନୋନୀତ କରାଗଲା।[୩୭] [୩୮] କମିଟିର ପ୍ରଥମ ବୈଠକ ୧ ଅଗଷ୍ଟ ୨୦୧୫ ତାରିଖରେ ସଚିବାଳୟ ପ୍ରକୋଷ୍ଠରେ ବସିଥିଲା । ଏହି ବୈଠକରେ ଓଡ଼ିଆ ସଂଗ୍ରାମ ସମିତିର ସମସ୍ତ ଦାବି କମିଟି ଗ୍ରହଣ କରିବା ସହିତ ପର୍ଯ୍ୟାୟକ୍ରମେ ଏସବୁ କାର୍ଯ୍ୟକାରି କରିବାପାଇଁ ବିଭିନ୍ନ ବୈଠକରେ ଅାଲୋଚନା କରାଯିବ ଏବଂ ଅାଉ ଯଦି କାହାର କିଛି ମତାମତ ଦେବାର ଥିବ, ସେଥିପାଇଁ ଏକ ୱେବସାଇଟ ଖୋଲାଯାଇ ଏହାରି ମାଧ୍ୟମରେ ନିଜର ମତ ଦେବାକୁ ନିଷ୍ପତ୍ତି ନିଅାଗଲା । ଏଥି ସହିତ ଏକ ସ୍ୱତନ୍ତ୍ର ଭାଷାନୀତି ପ୍ରସ୍ତୁତ କରିବାପାଇଁ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଅାଗଲା । ପରେ ୫ ନଭେମ୍ବର ୨୦୧୫, ୨୧ ନଭେମ୍ବର ୨୦୧୫, ୬ ଜାନୁଅାରୀ ୨୦୧୬ ଓ ୨୫ ଅପ୍ରେଲ ୨୦୧୬ ତାରିଖରେ କମିଟି ବୈଠକ ବସି ଓଡ଼ିଆ ସରକାରୀ ଭାଷା ଅଧିନିୟମ-୧୯୫୪ ସଂଶୋଧନ ଓ ସରକାରି କାମ ଓଡ଼ିଆରେ କରିବା, ମଡେଲ ସ୍କୁଲର ଶିକ୍ଷା ମାଧ୍ୟମ ଓଡ଼ିଆ ହେବା, ଓଡ଼ିଆ ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତି, ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଅାଦି ବିଷୟରେ ନିଷ୍ପତ୍ତି ନିଅାଗଲା । ୨୦୧୫ ଡିସେମ୍ବର ୧୭ ତାରିଖରେ ନବୀନ ପଟ୍ଟନାୟକ ସଚିବ ସ୍ତରୀୟ ବୈଠକ ପରେ ଓଡ଼ିଆ ପାଇଁ ୧୪ ସୂତ୍ରୀ କାର୍ଯ୍ୟକ୍ରମ ଘୋଷଣା କଲେ । ୨୯ସେପ୍ଟେମ୍ବର ୨୦୧୬ ତରିଖରେ ଓଡ଼ିଶା ବିଧାନ ସଭାରେ ଓଡ଼ିଆ ଆଇନ (ସଂଶୋଧନ)-୧୯୫୪ ବହୁମତରେ ଗୃହୀତ ହେଲା।[୩୯][୪୦]

ଭାଷା ଅାନ୍ଦୋଳନ ୨୦୧୬[ସମ୍ପାଦନା]

ଓଡ଼ିଆରେ ସରକାରି କାର୍ଯ୍ୟ ନ ହେବାରୁ ୧୩ ଅପ୍ରେଲ୨୦୧୬ ତାରିଖରେ ପୂର୍ବନିଷ୍ପତ୍ତି ଅନୁସାରେ ସମ୍ମାନଜନକ ବିଷୁବ ପୁରସ୍କାର ବିଜେତା ପ୍ରଫେସର ନଟବର ଶତପଥୀ କଟକର ବିଷୁବ ମଣ୍ଡପରୁ ସିଧାସଳଖ ଭୁବନେଶ୍ୱର ଅାସି ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ, ଶ୍ରୀ ସୁଭାଷ ପଟ୍ଟନାୟକ ଓ ତୁଷାରକାନ୍ତି ଶତପଥୀଙ୍କ ଗହଣରେ ସରକାରି ଉଦାସୀନତା ନିରବ ପ୍ରତିବାଦ ସ୍ୱରୂପ କଳାପତାକା ଅଭିଯାନରେ ଯୋଗ ଦେଲେ।[୪୧] ଏହିଦିନ ମଧ୍ୟ କାହ୍ନୁଚରଣ ବେହୁରା, ପ୍ରମୋଦ ଦେବ ପ୍ରମୁଖଙ୍କ ନେତୃତ୍ୱରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟକ୍ଷ ଅାନ୍ଦୋଳନ ମାଧ୍ୟମରେ ପ୍ରଶାସନିକ ଅଧିକାରୀଙ୍କୁ ଭାଷା ସଚେତନ କରାଇବାରେ ଲାଗିଥିଲେ।[୪୨] [୪୩]। କଟକରେ ମଧ୍ୟ ପ୍ରଫେସର ନଟବର ଶତପଥୀ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରସଂସଦର ପ୍ରାକ୍ତନ ସଭାପତି ତଥା ସମାଜସେବୀ ସଂଜୀବ ପତ୍ରୀଙ୍କ ନେତୃତ୍ୱରେ ଗଠିତ ରେଭେନ୍ସା ବଞ୍ଚାଅ କମିଟି ପକ୍ଷରୁ ଏକ ବିରାଟ ଜନ ପଟୁଅାର ଓ ପ୍ରତିବାଦ ସଭା ଅାୟୋଜନ କରାଯାଇଥିଲା।[୪୪] [୪୫] ମନ୍ତ୍ରୀସ୍ତ୍ରରୀୟ କମିଟିର ୪ର୍ଥ ବୈଠକ ୨୫ଅପ୍ରେଲ ୨୦୧୬ରିଖରେ ଅନୁଷ୍ଠିତ ହୋଇ ଓଡ଼ିଆ ଭାଷାକୁ କେବଳ ଶାସନ ଓ ପ୍ରଶାସନର ଭାଷା ନୁହେଁ, ରୋଜଗାର ଓ ଜ୍ଞାନବିଜ୍ଞାନର ଭାଷା ଭାବରେ ପ୍ରତିଷ୍ଠିତ କରିବାପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ମଡେଲ ସ୍କୁଲ ଶିକ୍ଷା ମାଧ୍ୟମ ଓଡ଼ିଆରେ କରିବା, ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ସରକାରି ଓ ବେସରକାରୀ ବିଦ୍ୟାଳୟରେ ଓଡ଼ିଆ ଏକ ବାଧ୍ୟତାମୂଳକ ବିଷୟ ଭାବରେ ଗ୍ରହଣ କରାଯିବା, ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ନିଯୁକ୍ତ ଶିକ୍ଷକମାନଙ୍କ ଭାଷା ସମ୍ପର୍କୀତ ଗୁଣାତ୍ମକ ଶୈକ୍ଷିକ ବିକାଶପାଇଁ ବୈଷୟିକ ତାଲିମ ସହିତ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଶିକ୍ଷକ ନିଯୁକ୍ତି କରିବା, ଓଡ଼ିଆରେ ଶାସନର ମୌଳିକ ସମସ୍ୟା ଦୂରପାଇଁ ରାଜ୍ୟର ସମସ୍ତ ନିଯୁକ୍ତିଭିତ୍ତି ପରୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଓଡ଼ିଆରେ କରାଯିବା, ପ୍ରତିବର୍ଷ ଭାଷାପକ୍ଷ, ଭାଷା ସପ୍ତାହ ପାଳନ ଆଦି ନିଷ୍ପତ୍ତି ନିଆଯାଇଥିଲା। [୪୬]। ଏହି ପ୍ରସ୍ତାବକୁ ୨୪ ମଇ ୨୦୧୬ ତାରିଖ[୪୭] ଓ ୧୨ଅଗଷ୍ଟ ୨୦୧୬ ତାରିଖରେ ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକ ଅନୁମୋଦନ କରିବାରୁ ଗବେଷଣାଭିତ୍ତିକ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା [୪୮] ସହିତ ୧୯୫୪ମସିହାରୁ ତ୍ରୁଟିପୂର୍ଣ୍ଣ ଭାବରେ ପ୍ରଚଳିତ ଓଡ଼ିଆ ସରକାରି ଭାଷା ଆଇନକୁ ସଂଶୋଧନ କରି ୨୧ମଇ ୨୦୧୬ ତାରିଖରେ ଗୃହୀତ ଅଧ୍ୟାଦେଶକୁ ଆଇନରେ ପରିଣତ କରିବାପାଇଁ ବାଟ ଫିଟିଥିଲା।[୪୯] । ଏହାପରେ ଗତ ୨୯ସେପ୍ଟେମ୍ବର ୨୦୧୬ ତରିଖରେ ଓଡ଼ିଶା ବିଧାନ ସଭାରେ ଓଡ଼ିଆ ଆଇନ(ସଂଶୋଧନ)-୧୯୫୪ ବହୁମତରେ ଗୃହୀତ ହେଲା[୫୦] [୫୧]। ଏହି ଅଧିନିୟମରେ ଓଡ଼ିଆରେ କାର୍ଯ୍ୟ କରିବାପାଇଁ ସମୀକ୍ଷା ବ୍ୟବସ୍ଥା ରହିଲା । ତେବେ ଆଶାନୁରୂପ ଭାବରେ ଏହା କାର୍ଯ୍ୟକ୍ଷମ ହେଉ ନ ଥିବାରୁ ମନ୍ତ୍ରୀସ୍ତରିୟ କମିଟି ସଦସ୍ୟ ତଥା ବିଶିଷ୍ଟ ଭାଷାବିତ ଡକ୍ଟର ନଟବର ଶତପଥୀଙ୍କ ନେତୃତ୍ୱରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଛାତ୍ରସଂସଦ ସଭାପତି ସଂଜୀବ ପତ୍ରୀ, ନିଳାଦ୍ରୀ ସଂଗଠନର ସଭାପତି ବିଶ୍ୱନାଥ ରଣା ଓ ସାଧାରଣ ସମ୍ପାଦକ କପିଳ ମହାନ୍ତି, ସମାଜସେବୀ ପ୍ରମୋଦ ଦେବଙ୍କ ସହଭାଗିତାରେ ପୁଣି ଥରେ ଭାଷା ଆନ୍ଦୋଳନ କରିବାକୁ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇ କେଉଁଝରର ବଡବିଲଠାରେ ଏହାର ଶୁଭାରମ୍ଭ କରିଥିଲେ। [୫୨] ଏହାପୂର୍ବରୁ ଶାସ୍ତ୍ରୀୟ ଓଡ଼ିଆ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ସହସ୍ରାଧିକ ଜନସମାଗମ ଜରିଆରେ ଗଣସତ୍ୟାଗ୍ରହ କରାଯିବା ସହିତ ୧୯ ନଭେମ୍ବର ୨୦୧୬ରୁ ରାଜ୍ୟବ୍ୟାପୀ ଗଣ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରାଯାଇଥିଲା[୫୩] । ଓଡ଼ିଶା ସରକାର ଓଡ଼ିଆକୁ ଗୁରୁତ୍ୱ ଦେଉ ନ ଥିବାରୁ ରାଜ୍ୟର ଓଡ଼ିଆ ଭାଷାପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଥିଲା। ଏହି ଅବସରରେ ଓଡ଼ିଶା ଓ ଓଡ଼ିଶା ବାହାରର ବିଭିନ୍ନ ସାମାଜିକ, ସାଂସ୍କୃତିକ ସଂଗଠନ ସଂପୃକ୍ତ ଆନ୍ଦୋଳନକୁ କ୍ରିୟାଶୀଳ କରି ଗଢ଼ି ତୋଳିବାର ସଂକଳ୍ପ ଗ୍ରହଣ କରିଥିଲେ ।

ଆଧାର[ସମ୍ପାଦନା]

  1. Ravi Kalia (1994). Bhubaneswar: From a Temple Town to a Capital City. SIU Press. pp. 45–. ISBN 978-0-8093-1876-6.
  2. Bandita Devi (1 January 1992). Some Aspects of British Administration in Orissa, 1912-1936. Academic Foundation. pp. 214–. ISBN 978-81-7188-072-0.
  3. Nivedita Mohanty (1982). Oriya Nationalism: Quest for a United Orissa, 1866-1936. Manohar.
  4. Prakash Chandra Panda (1 January 1984). British administration in Orissa, 1912-1936. Inter-India Publications.
  5. "ଓଡ଼ିଶା ପ୍ରଶାସନିକ ଭାଷା ଅାଇନ-୧୯୫୪ (ଓଡ଼ିଆ)" (PDF). ସାଧାରଣ ପ୍ରଶାସନ ବିଭାଗ, ଓଡ଼ିଶା ସରକାର.
  6. "ଓଡ଼ିଆ ଅଧିନିୟମ-୧୯୫୪(ଇଂରାଜୀ)" (PDF). ସାଧାରଣ ପ୍ରଶାସନ ବିଭାଗ, ଓଡ଼ିଶା ସରକାର.
  7. "ପରବର୍ତ୍ତୀ ନିର୍ଦ୍ଦେଶନାମା". ସାଧାରଣ ପ୍ରଶାସନ ବିଭାଗ, ଓଡ଼ିଶା ସରକାର.
  8. ମାନସିଂହ, ମାୟାଧର. ଓଡ଼ିଆ ସାହିତ୍ୟର ଇତିହାସ. ନୂଅାଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ.
  9. ଦାସ, ଜନାର୍ଦ୍ଦନ (1870). "ପ୍ରେରିତ ପତ୍ର". ଉତ୍କଳ ଦୀପିକା. (୪୦): ୧୫୭.
  10. ଆଧୁନିକ ଓଡ଼ିଆ ସାହିତ୍ୟ: ବିକାଶର ପୃଷ୍ଠଭୂମି (୧୯୭୯). ଗଞ୍ଜାମରୁ ଦୁଇଟି ପ୍ରେରିତ ପତ୍ର (୧ମ ed.). ନଟବର ସାମନ୍ତରାୟ. p. ୧୫୨-୧୫୮. Check date values in: |date= (help)
  11. ପୃଷ୍ଟି, ସୁବ୍ରତ କୁମାର. "ଓଡ଼ିଆ ଭାଷାର ପ୍ରଥମ ସହୀଦ" (PDF). ଓଡ଼ିଶା ସରକାର.
  12. ପୃଷ୍ଟି, ସୁବ୍ରତ କୁମାର. ଭାଷା ଓ ଜାତୀୟତା. ବିଦ୍ୟାଧରପୁର: ଲେଖକ. p. 112. ISBN 978-81-921406-2-9.
  13. ପୃଷ୍ଟି, ସୁବ୍ରତ କୁମାର. "ଓଡ଼ିଆଭାଷାର ପ୍ରଥମ ସହିଦ" (PDF). ଉତ୍କଳ ପ୍ରସଙ୍ଗ. 73 (9): 44-48.
  14. ଓଡ଼ିଆ ଭାଷା ଆନ୍ଦୋଳନ (୭.୧୧.୨୦୧୬). [୧୬ ଅକ୍ଟୋବର ୧୯୦୧, ପୃ-୯୦ "ଭାଷା ଓ ଜାତୀୟତା"] Check |url= value (help). ସମ୍ବଲପୁର ହିତୈଷିଣୀ. Retrieved 6 November 2016. Check date values in: |date= (help)
  15. ପୃଷ୍ଟି, ସୁବ୍ରତ କୁମାର. ଭାଷା ଓ ଜାତୀୟତା, ପ୍ରଥମ ପ୍ରକାଶ ୨୦୧୦. କଟକ: ଲେଖକ. p. ୧୧୨. ISBN 978-81-921406-2-9.
  16. ସୁବ୍ରତ କୁମାର ପୃଷ୍ଟି. ଓଡ଼ିଆ ଭାଷା ସାହିତ୍ୟ ପରିଚୟ (ଦ୍ୱିତୀୟ ସଂସ୍କରଣ ed.). କଟକ: ଏ.କେ. ମିଶ୍ର ପବ୍ଲିର୍ଶସ ପ୍ରାଇଭାଟ ଲିମିଟେଡ. p. 226-230. ISBN 978-81921347-1-0.
  17. ଅାଚାର୍ଯ୍ୟ, ପ୍ରୀତିଶ. ଓଡ଼ିଶା ଇତିହାସ, ଦ୍ୱିତୀୟ ପୁନର୍ମୁଦ୍ରଣ : ଫେବ୍ରୁଅାରି, ୨୦୧୪. ଭୁବନେଶ୍ୱର: ଅାମ ଓଡ଼ିଶା. p. 227. ISBN 81-89436-12-0.
  18. ପ୍ରବୋଧ କୁମାର ମିଶ୍ର. ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ. pp. ପୃ - ୬୫.
  19. "Parliamentary Debate 'House of Lords'". No - 4. Vol-II. 2 Dec 1912.
  20. "EXTRACT FROM THE SECRETARY OF STATE'S SPEECH". 24 Dec 1932.
  21. ସମାଜ, ନିଜ ପ୍ରତିନିଧିଙ୍କଠାରୁ (୩୧. ୩ .୨୦୯୯). "ଓଡ଼ିଆଭାଷା, ସାହିତ୍ୟ, ଓ ସଂସ୍କୃତିର ସୁରକ୍ଷା ନେଇ ଜନ ସମ୍ମିଳନୀରେ ଗୁରୁତ୍ୱ ଆରୋପ". Check date values in: |date= (help)
  22. ଦୈନିକ ପର୍ଯ୍ୟବେକ୍ଷକ, ନିଜ ପ୍ରତିନିଧିଙ୍କଠାରୁ (୩୦. ୩. ୨୦୦୯). "ଓଡ଼ିଆତ୍ୱର ଉନ୍ମେଷପାଇଁ ଏକ ନିଷ୍ଠାପର ଉଦ୍ୟମ ଲୋଡା". p. 11. Check date values in: |date= (help)
  23. PATNAIK, LALMOHAN. "Odia plea back in HC". THE TELEGRAPH. Retrieved 4 November 2017.
  24. PATNAIK, LALMOHAN (16 April 2013). "Odia plea back in HC". THE TELEGRAPH.
  25. ପୃଷ୍ଟି, ସୁବ୍ରତ କୁମାର. "ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା: ଦାବି ନୁହେଁ ଅଧିକାର" (PDF). ଉତ୍କଳ ପ୍ରସଙ୍ଗ. ସ୍ୱତନ୍ତ୍ର ସଂଖ୍ୟା. ୭୦: ୮୪.
  26. Singh, Minati (11/7/2011). "Language Versity on the Cards". Times of India. p. 2. Check date values in: |date= (help)
  27. "ଶାସ୍ତ୍ରୀୟମାନ୍ୟତାପାଇଁ ସଂସ୍କୃତି ବିଭାଗକୁ ଭିତ୍ତିପତ୍ର". ସମାଜ. ୨୮/୧୨/୨୦୧୨. Check date values in: |date= (help)
  28. "ଶାସ୍ତ୍ରୀୟମାନ୍ୟତାପାଇଁ ଭିତ୍ତିପତ୍ର ପ୍ରସ୍ତୁତି". ସମାଜ. ୨୩/୦୨/୨୦୧୩. Check date values in: |date= (help)
  29. "ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା". ସମାଜ. ୧୯/୧୨/୨୦୧୨. Check date values in: |date= (help)
  30. "ASSEMBLY PASSES ODIA UNIVERSITY BILL".
  31. "Odisha passes bill for setting up first Odia language university".
  32. "Odisha Assembly passes bill to set up Odia University".
  33. "Odisha Assembly passes Odia University Bill, 2017".
  34. "ODIA UNIVERSITY ACT-2017" (PDF).
  35. Debi Prasanna Pattanayak, Subrat Kumar Prusty (2013). CLASSICAL ODIA. KIIS Foundation,New Delhi. ISBN 978-81-925616-3-9.
  36. "ବୈଠକ ବିବରଣୀ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ" (PDF). ଓଡ଼ିଶା ସରକାର.
  37. "ମନ୍ତ୍ରୀସ୍ତରୀୟ କମିଟି ଗଠନ". ସାଧାରଣ ପ୍ରଶାସନ ବିଭାଗ, ଓଡ଼ିଶା ସରକାର.
  38. "ଅାଠଦିନ ପରେ ଭାଙ୍ଗିଲା ଅନଶନ". ପ୍ରମେୟ. ୯ ଜୁଲାଇ ୨୦୧୫. Check date values in: |date= (help)
  39. "Odisha official language act to be amended". Times of India.
  40. "Odisha Official Language (Amendment) Rule, 2016 passed in". indiatoday.
  41. "କଳାପତାକା ଧରି ଚାଲିଲେ ବୁଦ୍ଧିଜୀବୀ". ସମ୍ବାଦ. ୧୪ ଅପ୍ରେଲ ୨୦୧୬. Check date values in: |date= (help)
  42. "୪ ପ୍ରଶାସକଙ୍କ ଘରେ ଲାଗିଲା ଓଡ଼ିଆ ନାମଫଳକ". ନିତିଦିନ.
  43. "ଓଡ଼ିଆ ନୂଅାବର୍ଷରେ ଭାଷାପ୍ରେମୀ ତାତିଲେ". ପ୍ରମେୟ.
  44. "ସମାଜ ତା ୨ମଇ୨୦୧୬". ସମାଜ.
  45. "କଟକରେ ଯୋର ଧରିଲା ଭାଷା ଅାନ୍ଦୋଳନ". ସମ୍ବାଦ. ୩ ମଇ ୨୦୧୬. Check date values in: |date= (help)
  46. "କାର୍ଯ୍ୟକ୍ଷମ ହେବ ଓଡ଼ିଆ ସରକାରି ଭାଷା ଆଇନ". The Samaja. 26.4.2016. Retrieved 6 November 2016. Check date values in: |date= (help)
  47. "Odia must for official communication in the state of Odisha". The Indian Express Dt. 25 may 2016.
  48. "ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତି". ସଞ୍ଚାର. 13.8.2016. Check date values in: |date= (help); |access-date= requires |url= (help)
  49. "ଆଜିଠୁ ଓଡ଼ିଆରେ ଶାସନ". ପ୍ରମେୟ. 13.8.2016. Retrieved 6 November 2016. Check date values in: |date= (help)
  50. "ଓଡ଼ିଶାସରକାରି ଭାଷା ବିଲ ପାସ୍". ପ୍ରମେୟ. ୨୯.୯.୨୦୧୬. Retrieved 6 November 2016. Check date values in: |date= (help)
  51. "ଓଡ଼ିଆ ସରକାରି ଭାଷା ( ସଂଶୋଧିତ) ବିଧେୟକ ପାରିତ". ସମାଜ. ୨୯.୯.୨୦୧୬. Retrieved 6 November 2016. Check date values in: |date= (help)
  52. "ଓଡ଼ିଆ ଭାଷା ସୁରକ୍ଷାପାଇଁ ଶୋଭାଯାତ୍ରା". ସମାଜ. ୧୭ ଅକ୍ଟୋବର ୨୦୧୬. Check date values in: |date= (help)
  53. "ଗାନ୍ଧୀ ଜୟନ୍ତୀରେ ଶାସ୍ତ୍ରୀୟ ଓଡ଼ିଆ କ୍ରିୟାନୁଷ୍ଠାନ କମିଟିର ଗଣ ସତ୍ୟାଗ୍ରହ : ଭାଷାପାଇଁ ନଭେମ୍ବର ୧୯ରୁ ଆନ୍ଦୋଳନ". ସମ୍ବାଦ. 3.10.2016. Retrieved 6 November 2016. Check date values in: |date= (help)