କପିଳେନ୍ଦ୍ର ଦେବ
କପିଳେନ୍ଦ୍ର ଦେବ (୧୪୩୫–୧୪୬୫, ଜନ୍ମ: କପିଳେନ୍ଦ୍ର ରାଉତ) ଜଣେ ଉତ୍କଳୀୟ ସମ୍ରାଟ ଥିଲେ । ତାଙ୍କ ସମୟରେ ଉତ୍କଳର ସୀମା ଉତ୍ତରରେ ଗଙ୍ଗା ନଦୀଠାରୁ ଦକ୍ଷିଣରେ କାବେରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ।[୧]ଯାଏଁ ଅଞ୍ଚଳ ଅଧୀକାର କରି "ଗଜପତି ଗୌଡେଶ୍ବର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଉପାଧୀ" ପାଇଥିଲେ ।[୨] ସେ ସୂର୍ଯ୍ୟ ବଂଶର ପ୍ରତିଷ୍ଠାତା ତଥା ପ୍ରଥମ ନରପତି ଥିଲେ । "ଗୌଡ଼େଶ୍ବର"ର ଅର୍ଥ ଗୌଡ଼ ଅର୍ଥାତ୍ ବଙ୍ଗର ଅଧୀଶ୍ବର ଏବଂ "ନବକୋଟି କର୍ଣାଟ କଳବର୍ଗେଶ୍ୱର"ର ଅର୍ଥ କର୍ଣ୍ଣାଟ (ବିଜୟନଗର ସାମ୍ରାଜ୍ଯ) ଏବଂ କଳବର୍ଗ (ବାହମନୀ ସାମ୍ରାଜ୍ୟର ପୂର୍ବତନ ରାଜଧାନୀ ନାମ ଥିଲା ଗୁଲବର୍ଗା)ର ନଅକୋଟି ଅଧିବାସୀଙ୍କର ପ୍ରଭୁ ।[୩] ସେ ନିଜକୁ ଜଗନ୍ନାଥଙ୍କ ପରମ ସେବକ ମଣୁଥିଲେ ଓ ଗଜପତି ଉପାଧିରେ ଭୂଷିତ କରିଥିଲେ ।[୪]
ଶାସନକାଳ
[ସମ୍ପାଦନା]କପିଳେନ୍ଦ୍ର ଦେବ ୧୪୩୫ରୁ ୧୪୬୫ ମସିହା ଯାଏଁ ଶାସନ କରିଥିଲେ । ୧୪୫୯ରୁ ୧୪୬୦ ଭିତରେ ସେ ଦାମୋଦରପୁର ଓ ଗୋପୀନାଥପୁର ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରିଥିଲେ ।[୪] ସେ ଗଙ୍ଗ ବଂଶର ଶାସନ (୪୯୮ରୁ ୧୪୩୫ ଖ୍ରୀଷ୍ଟାବ୍ଦ) ଅନ୍ତେ ସୂର୍ଯ୍ୟବଂଶର ପ୍ରତିଷ୍ଠା କରି ଶାସନ ଆରମ୍ଭ କରିଥିଲେ ।[୫] ସେ ଓ ତାଙ୍କ ପରର ବଂଶଧରମାନେ ସଂସ୍କୃତର ପ୍ରସାର କରିଥିଲେ ।[୬] ସେ ସଂସ୍କୃତ ନାଟକ ପରଶୁରାମ ବିଜୟ ରଚନା କରିଥିଲେ । ତାହାଙ୍କ ପୃଷ୍ଠପୋଷକତାରେ ଓଡ଼ିଆ ଭାଷା ସାହିତ୍ୟ ଉଲ୍ଲେଖନୀୟ ଭାବେ ଉନ୍ନତ ହେବା ସଙ୍ଗେ ସଙ୍ଗେ ସେ ଉତ୍କଳର କଳା ଓ ନିର୍ମାଣ ଯୋଜନାର ଉନ୍ନତି ନିମନ୍ତେ କାମ କରିଥିଲେ ।[୫] । କପିଳେନ୍ଦ୍ରଦେବଙ୍କ ସମସାମୟିକ ଆଦିକବି ସାରଳା ଦାସ ଓଡ଼ିଆ ଭାଷାର ସର୍ବବୃହତ୍ତ କାବ୍ୟ ମହାଭାରତ କାବ୍ୟ ରଚନା କରିଥିଲେ ।
ପୁରାଣରେ ବର୍ଣ୍ଣନା
[ସମ୍ପାଦନା]କପିଳେନ୍ଦ୍ର ଦେବଙ୍କ ବାବଦରେ ମାଦଳା ପାଞ୍ଜିରେ କାହାଣୀମାନ ଦୃଷ୍ଟିଗୋଚର ହୋଇଥାଏ । ସେଥିମଧ୍ୟରୁ କପିଳା ମୁଣ୍ଡ ଉପରେ ସାପ ଫଣା ଟେକି ଛାଇକୁ ପ୍ରତିରୋଧ କରିବା ଏବଂ ସେ ରାଜା ହେବା କାହାଣୀ ରହିଛି:
କପିଳ ଗଛମୂଳେ ଶୋଇଅଛନ୍ତି ମୁହଁରେ ଖରା ପଡ଼ିଲାକୁ ନାଗସାପ ଫଣା ଟେକିଅଛି । ଏମନ୍ତ ଦେଖି କପିଳ କି ବ୍ରାହ୍ମଣ ଉଠାଇ ଦେଖିଲେ କିଛି ଆପଦ ନାହିଁ । ସେ ଦିନୁ ବ୍ରାହ୍ମଣ କପିଳଠାରେ ବଡ଼ ସୁଖ କରିଥାଇ । ଥୋକାଏ ଦିନ ଉତ୍ତାରେ ବ୍ରାହ୍ମଣ ଘରୁ କପିଳ ବାହାର ହୋଇ ତେରାଟିଆଙ୍କ ସଙ୍ଗେ ସାଙ୍ଗ ହୋଇ ଚୋରି କଲେ । ପୁଣି ଥୋକାଏ ଦିନ ଉତ୍ତାରୁ ଭିକାରି ହୋଇ ଶ୍ରୀପୁରୁଷୋତ୍ତମ କ୍ଷେତ୍ରେ ମାଗି ଖାଆନ୍ତି । ଏମନ୍ତରେ ରାଜା ବିମ୍ବଳାଇଙ୍କଠାରେ ଦେଖି ବୋଇଲେ ତୁମ୍ଭେ କି ଲୋକ । କପିଳ କହିଲେ ଆମ୍ଭେ ସୂର୍ଯ୍ୟବଂଶୀ ରାଉତ । ଏଥକୁ ରାଜା କହିଲେ ଆମ୍ଭଠାରେ ଚାକର ରହ । ଏଥକୁ କପିଳ ରାଉତ ଚାକର ରହିଲେ । ଥୋକାଏ ଦିନ ଉତ୍ତାରୁ ପରମେଶ୍ୱର କପିଳ ରାଉତଙ୍କୁ ରାଜା କରି ଆଜ୍ଞା ଦେଲେ ।[୭]
ଆଧାର
[ସମ୍ପାଦନା]- ↑ Elite Women of India.
- ↑ Orissa Review. ଏପ୍ରିଲ ୨୦୧୧. ପୃ.୧୮
- ↑ ଓଡ଼ିଆ ଇତିହାସ ; ପୃଷ୍ଠା ୭୨ ; ଲେଖକ ଡକ୍ଟର ଅତୁଲ ଚନ୍ଦ୍ର ପ୍ରଧାନ ।
- ↑ ୪.୦ ୪.୧ Patnaik N. "Sacred geography of Puri: structure and organisation, and cultural role of a pilgrim centre". Gyan Books, 2006 ISBN 9788178354774. pp. 239
- ↑ ୫.୦ ୫.୧ Sherry Simon, Paul St-Pierre. Changing the terms: translating in the postcolonial era. University of Ottawa Press, 2000. ISBN 978-0-7766-0524-1 Length 305 pages]
- ↑ Mallik. Basanta Kumar. Paradigms of dissent and protest: social movements in Eastern India. AD 1400-1700. Manohar Publishers & Distributors, 2004. University of Michigan. Digitized 21 Jul 2009. ISBN 9788173045226. pp. 229
- ↑ ମାଦଳା ପାଞ୍ଜି