କପିଳେନ୍ଦ୍ର ଦେବ

ଉଇକିପିଡ଼ିଆ ରୁ
Jump to navigation Jump to search

କପିଳେନ୍ଦ୍ର ଦେବ (୧୪୩୫ - ୧୪୬୫ ଖ୍ରୀଷ୍ଟାବ୍ଦ) ଓଡ଼ିଶାର ଜଣେ ଦିଗବିଜୟୀ ସମ୍ରାଟ ଥିଲେ ।ତାଙ୍କ ସମୟରେ ଓଡ଼ିଶା ତଥା ଉତ୍କଳ ଭୂଖଣ୍ଡ ଉତ୍ତରରେ ଗଙ୍ଗା ନଦୀ ଠାରୁ ଦକ୍ଷିଣରେ କାବେରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେ ସୂର୍ଯ୍ୟ ବଂଶର ପ୍ରତିଷ୍ଠାତା ତଥା ପ୍ରଥମ ନରପତି ଥିଲେ ।ସେ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଓ ଗଜପତି ଉପାଧିରେ ଭୂଷିତ କରିଥିଲେ ।[୧]ସେ ଉତ୍ତରରେ ଗଙ୍ଗା ଠାରୁ ଦକ୍ଷିଣରେ ତ୍ରିଚିନାପଲ୍ଲିନିକଟରେ ଥିବା ଗୋଦାବରୀ[୨]ଯାଏଁ ଅଞ୍ଚଳ ଅଧୀକାର କରିଥିଲେ ଓ "ଗଜପତି ଗୌଡେଶ୍ବର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଉପାଧୀ" ଧାରଣ କରିଥିଲେ । [୩] "ଗୌଡେଶ୍ବର"ର ଅର୍ଥ ଗୌଡ ଅର୍ଥାତ୍ ବଙ୍ଗର ଅଧୀଶ୍ବର । "ନବକୋଟି କର୍ଣାଟ କଳବର୍ଗେଶ୍ୱର"ର ଅର୍ଥ କର୍ଣାଟ (ବିଜୟନଗର ସାମ୍ରାଜ୍ଯ) ଏବଂ କଳବର୍ଗ (ବାହମନୀ ସାମ୍ରାଜ୍ୟର ପୂର୍ବତନ ରାଜଧାନୀ ନାମ ଥିଲା ଗୁଲବର୍ଗ)ର ନଅକୋଟି ଅଧିବାସୀଙ୍କର ପ୍ରଭୁ ।[୪]

ଶାସନକାଳ[ସମ୍ପାଦନା]

କପିଳେନ୍ଦ୍ର ଦେବ ୧୪୩୫ରୁ ୧୪୬୫ ଖ୍ରୀଷ୍ଟାବ୍ଦ ଯାଏଁ ଶାସନ କରିଥିଲେ । ୧୪୫୯ରୁ ୧୪୬୦ ଖ୍ରୀଷ୍ଟାବ୍ଦ ଭିତରେ ସେ ଦାମୋଦରପୁର ଓ ଗୋପିନାଥପୁର ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରିଥିଲେ ।[୧] କପିଳେନ୍ଦ୍ର ଗଙ୍ଗ ବଂଶର ଶାସନର (୪୯୮ରୁ ୧୪୩୫ ଖ୍ରୀଷ୍ଟାବ୍ଦ) ଅନ୍ତେ ସୂର୍ଯ୍ୟବଂଶର ପ୍ରତିଷ୍ଠା କରି ଶାସନ ଆରମ୍ଭ କରିଥିଲେ । [୫] ସେ ଓ ତାଙ୍କ ପରର ବଂଶଧରମାନେ ସଂସ୍କୃତର ପ୍ରସାର କରିଥିଲେ ।[୬]କପିଳେନ୍ଦ୍ରଦେବ "ପରଶୁରାମ ବିଜୟ" ନାମକ ସଂସ୍କୃତ ନାଟକ ରଚନା କରିଥିଲେ । ତାହାଙ୍କ ପୃଷ୍ଠପୋଷକତାରେ ଓଡ଼ିଆ ଭାଷା ସାହିତ୍ୟର ଉତ୍ତରୋତ୍ତର ଉନ୍ନତି ସାଧିତ ହୋଇଥିଲା । ଆଦିକବି ଶୂଦ୍ରମୁନି ସାରଳା ଦାସ କପିଳେନ୍ଦ୍ରଦେବଙ୍କ ସମସାମୟିକ ଥିଲେ ଓ ଓଡ଼ିଆ ଭାଷାର ସର୍ବବୃହତ୍ତ ମହାଭାରତ କାବ୍ୟ ରଚନା କରିଥିଲେ । ସେ ମଧ୍ଯ ଓଡ଼ିଶାରେ କଳା ଓ ନିର୍ମାଣ ଯୋଜନାର ଉନ୍ନତି ନିମନ୍ତେ କାମ କରିଥିଲେ ।[୫]

ପୁରାଣରେ ବର୍ଣ୍ଣନା[ସମ୍ପାଦନା]

ଗଜପତି କପିଳେନ୍ଦ୍ର ଦେବଙ୍କ ବାବଦରେ ମାଦଳା ପାଞ୍ଜିରେ କାହାଣୀମାନ ଦୃଷ୍ଟିଗୋଚର ହୋଇଥାଏ । ସେଥିମଧ୍ୟରୁ କପିଳା ମୁଣ୍ଡ ଉପରେ ସାପ ଫଣା ଟେକି ଛାଇକୁ ପ୍ରତିରୋଧ କରିବା ଏବଂ ସେ ରାଜା ହେବା କାହାଣୀଟି ହେଉଛି:

"କପିଳ ଗଛମୂଳେ ଶୋଇଅଛନ୍ତି ମୁହଁରେ ଖରା ପଡ଼ିଲାକୁ ନାଗସାପ ଫଣା ଟେକିଅଛି । ଏମନ୍ତ ଦେଖି କପିଳ କି ବ୍ରାହ୍ମଣ ଉଠାଇ ଦେଖିଲେ କିଛି ଆପଦ ନାହିଁ । ସେ ଦିନୁ ବ୍ରାହ୍ମଣ କପିଳଠାରେ ବଡ ସୁଖ କରିଥାଇ । ଥୋକାଏ ଦିନ ଉତ୍ତାରେ ବ୍ରାହ୍ମଣ ଘରୁ କପିଳ ବାହାର ହୋଇ ତେରାଟିଆଙ୍କ ସଙ୍ଗେ ସାଙ୍ଗ ହୋଇ ଚୋରି କଲେ । ପୁଣି ଥୋକାଏ ଦିନ ଉତ୍ତାରୁ ଭିକାରି ହୋଇ ଶ୍ରୀପୁରୁଷୋତ୍ତମ କ୍ଷେତ୍ରେ ମାଗି ଖାଆନ୍ତି । ଏମନ୍ତରେ ରାଜା ବିମ୍ବଳାଇଙ୍କଠାରେ ଦେଖି ବୋଇଲେ ତୁମ୍ଭେ କି ଲୋକ । କପିଳ କହିଲେ ଆମ୍ଭେ ସୂର୍ଯ୍ୟବଂଶୀ ରାଉତ । ଏଥକୁ ରାଜା କହିଲେ ଆମ୍ଭଠାରେ ଚାକର ରହ । ଏଥକୁ କପିଳ ରାଉତ ଚାକର ରହିଲେ । ଥୋକାଏ ଦିନ ଉତ୍ତାରୁ ପରମେଶ୍ୱର କପିଳ ରାଉତଙ୍କୁ ରାଜା କରି ଆଜ୍ଞା ଦେଲେ ।"[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ Patnaik N. "Sacred geography of Puri: structure and organisation, and cultural role of a pilgrim centre". Gyan Books, 2006 ISBN 9788178354774. pp. 239
  2. Elite Women of India.
  3. Orissa Review. ଏପ୍ରିଲ ୨୦୧୧. ପୃ.୧୮
  4. ଓଡ଼ିଆ ଇତିହାସ ; ପୃଷ୍ଠା ୭୨ ; ଲେଖକ ଡକ୍ଟର ଅତୁଲ ଚନ୍ଦ୍ର ପ୍ରଧାନ ।
  5. ୫.୦ ୫.୧ Sherry Simon, Paul St-Pierre. Changing the terms: translating in the postcolonial era. University of Ottawa Press, 2000. ISBN 978-0-7766-0524-1 Length 305 pages]
  6. Mallik. Basanta Kumar. Paradigms of dissent and protest: social movements in Eastern India. AD 1400-1700. Manohar Publishers & Distributors, 2004. University of Michigan. Digitized 21 Jul 2009. ISBN 9788173045226. pp. 229
  7. ମାଦଳା ପାଞ୍ଜି