ପଶ୍ଚିମ ଓଡ଼ିଶା

ଉଇକିପିଡ଼ିଆ ରୁ
Jump to navigation Jump to search

ପଶ୍ଚିମ ଓଡ଼ିଶା ( ଇଂରାଜୀ : Western Odisha ) ଓଡ଼ିଶାର କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ କରି ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟନ୍ତ ପରିବ୍ୟାପ୍ତ ଭୂଖଣ୍ଡକୁ ପଶ୍ଚିମ ଓଡ଼ିଶା କୁହା ଯାଏ । ଏହି ଅଞ୍ଚଳ ଭିତରେ ସମ୍ବଲପୁର ଜିଲ୍ଲା, ବଲାଙ୍ଗୀର , ବରଗଡ଼, ଦେବଗଡ଼ , ଝାରସୁଗୁଡା , କଳାହାଣ୍ଡି , ବୌଦ, ସୁନ୍ଦରଗଡ଼  ନୂଆପଡ଼ା ,ସୁବର୍ଣ୍ଣପୁର ଜିଲ୍ଲା ( ସୋନପୁର) ଜିଲ୍ଲା ସମୂହ ସହ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବ ଡିଭିଜନ ଅନ୍ତର୍ଭୁକ୍ତ । ଏହାକୁ କୋଶଳ ଅଞ୍ଚଳ ବୋଲି କହାଯାଏ । [୧]

ପଞ୍ଚମ ଶତାବ୍ଦୀ ପୂର୍ବରୁ ଏହି ଅଞ୍ଚଳ ଦକ୍ଷିଣ କୋଶଳ ନାମରେ ପରିଚିତ ଥିଲା ଏବଂ ଏହା ଏକ ବିଶାଳ ଭୌଗୋଳିକ ଅଞ୍ଚଳ ଥିଲା । ଏହା କୃଷିପ୍ରଧାନ ଅଞ୍ଚଳ ଭାବରେ ଏକ  ସାଂସ୍କୃତିକ  ସମନ୍ନ୍ୟୟ ପୂର୍ଣ ଅଞ୍ଚଳ ଥିଲା । ଏବେ କଳାହାଣ୍ଡି , କୋରାପୁଟ ଓ ବଲାଙ୍ଗିର ମରୁଡ଼ି ପ୍ରବଣ  ଜିଲ୍ଲା ଭାବେ KBK ନାମରେ ଚିହ୍ନିତ ହେଇ ଅନେକ ବର୍ଷ ହେଲା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କଦ୍ୱାରା ସ୍ୱତନ୍ତ୍ର ସାହାଯ୍ୟ ପ୍ରାପ୍ତ ହେଇଥିଲେ ମଧ୍ୟ ଖୁବ ଦରିଦ୍ର ଓ ଅନା ଟନ ଭିତରେ ଏହାର ଅଧିକାଂଶ ଅଧିବାସୀ ରହିଛନ୍ତି ।  ପୁଣି ପୁରା ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର 'ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ' ( WODC ) ଗଠନ କରିଛନ୍ତି ।

ସମଲେଶ୍ୱରୀ ମନ୍ଦିର , ସମ୍ବଲପୁର

ଇତିହାସ [ସମ୍ପାଦନା]

ରାମାୟଣରେ ମଧ୍ୟ କୋଶଳର ନାମ ଉଲ୍ଲେଖ ଥିବା ଜଣା ପଡେ । ଏହାକୁ ବୃହତ ଦଣ୍ଡକାରଣ୍ୟର ଅଂଶ ହିସାବରେ ବର୍ଣ୍ଣନା କରା ଯାଉଥିଲା । ସମ୍ରାଟ ଅଶୋକଙ୍କ କଳିଙ୍ଗ ବିଜୟ ସମୟରେ ଏହି ଅଞ୍ଚଳକୁ ଆଟବିକ ବୋଲି କୁହାଯାଉଥିବାର ଉଲ୍ଲେଖ ରହିଛି ।  

  • ସୋମ ରାଜବଂଶ :

ପୂର୍ବ ସମୟରେ ଅନେକ ସାନା ରାଜ୍ୟ ହିସାବରେ ଜମିଦାର ବା ମୁଖ୍ୟମାନଙ୍କଦ୍ୱାରା ଶାସିତ ହେଉଥିବା ଅଞ୍ଚଳ ସବୁକୁ ସୋମ ବଂଶର ରାଜା ତିବରଦେବ ଯାହାଙ୍କ ରାଜଧାନୀ ଆଧୁନିକ ଛତିଶଗଡ଼ର ଶ୍ରୀପୁରଠାରେ ଥିଲା, ସେ ସବୁକୁ ଅଧିକାର କରି ନେଇ ଦକ୍ଷିଣ କୋଶଳ ନାମରେ ରାଜ୍ୟ ଗଠନ କରିଥିଲେ ।ତତ୍ ପରେ ୬୪୦ ମସିହାରେ ଜନ୍ମେଜୟ ମହାଭାବ ଗୁପ୍ତ ନାମକ ରାଜା ରାଜୁତି କାଲେ ଏବଂ ସେ ତାଙ୍କର ରାଜଧାନୀ ବିନିତପୁର ( ବର୍ତମାନ ବିନିକା )କୁ ଉଠେଇ ଆଣିଥିଲେ । ପରେ ତାହା ସୋନପୁରରେ ବସେଇଥିଲେ । ୧୦ ମ ଶତାବ୍ଦୀର ମଧ୍ୟ ବେଳକୁ ସୋମ ବଂଶୀୟ ରାଜା ଯଯାତି ଶାସନ କଲେ ଏବଂ ସେ ପୁରା ଉତ୍କଳ ଅଧିଗ୍ରହଣ କରି ତାଙ୍କ ରାଜଧାନୀ ଭାବେ ଯଯାତିନଗରକୁ କରିଥିଲେ । ସେହି ସମୟରେ ସୋନପୁରରେ ଜଣେ ଅଧିନସ୍ଥ ରାଜାଙ୍କୁ ରଖିଥିଲେ । 

  • ଚୋଳ ରାଜବଂଶ :

୧୦୪୦ ମସିହା ବେଳକୁ ଚୋଳ ବଂଶ ରାଜା ରାଜେନ୍ଦ୍ର ଚୋଳଙ୍କ ସେନାପତି ଯଶୋରାଜ ସୋନପୁର ଆକ୍ରମଣ କରି ଅଧିକାର କରିନେଲେ ଓ ତାଙ୍କ ବଂଶର ୪ ଜଣ ରାଜା ପଶ୍ଚିମ ଓଡ଼ିଶାକୁ ୧୧୧୦ ମସିହା ଯାଏ ଶାସନ କାଲେ । 

  • କଲଚୁରୀ ରାଜୁତିକାଳ :

୧୧୧୦ ମସିହାରେ ପୁଣି କଲଚୁରୀ ବଂଶର ଶାସକ ଯଜଲ୍ଲ ଦେବ ଷୋନେପୁର ଆକ୍ରମଣ କରି ଅଧିକାର କରିନେଲେ ଓ ଛତିଶଗଡ଼ ସହ ପୁଣି ମିଶେଇ ଦେଲେ । ଏହା ୧୨୩୮ ଯାଏ ସେହି ବଂଶଦ୍ୱାରା ଶାସିତ ହେଲା । 

  • ଗଙ୍ଗ ରାଜୁତିକାଳ :

୧୨୩୮ରେ ଗଙ୍ଗବଂଶର ଅନଙ୍ଗଭୀମ ଦେବ ପଶ୍ଚିମ ଓଡ଼ିଶା ଅଧିଗ୍ରହଣ କଲେ । 

  • ଚୌହାନ ରାଜୁତିକାଳ :

୧୩୨୦ ବେଳକୁ ପୁଣି ଏହି ଅଞ୍ଚଳର ଶାସନ ପରିବର୍ତନ ହେଲା ଯେତେବେଳେ ଚୁହାଁ ବଂଶର ରମାଇ ଦେବ ପାଟଣାଗଡ଼ ସହରକୁ ରାଜଧାନୀ କରି ତାଙ୍କର ରାଜ୍ୟ ସ୍ଥାପନ କଲେ । ସେ ନିଜକୁ ' ହୀରାଖଣ୍ଡ ନୃପତି ' ଭାବେ ପରିଚୟ ଦେଲେ  । 

  • ମରାଠା ଶାସନ :
  • ବ୍ରିଟିଶ ଶାସନ :

ସ୍ୱତନ୍ତ୍ର କୋଶଳ ରାଜ୍ୟ ଆନ୍ଦୋଳନ [ସମ୍ପାଦନା]

ଓଡ଼ିଶାର ଗଡଜାତ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ସ୍ୱରଉତ୍ତୋଳନପାଇଁ ଉପକୂଳରେ ପ୍ରଜାମଣ୍ଡଳ ଭଳି ପଶ୍ଚିମ ଓଡ଼ିଶାରେ କୋଶଳୋତ୍କଳ ପ୍ରଜା ପରିଷଦ ଗଠନ ହୋଇଥିଲା। ବୃହତ ଓଡ଼ିଶା ଗଠନ ପରିପ୍ରେକ୍ଷୀରେ ଏହା ୧୯୪୮ ମସିହାର ଉତ୍କଳ ସମ୍ମିଳନୀ ସହ ମିଶ୍ରିତ ହୋଇ ଓଡ଼ିଶା ପ୍ରଦେଶ କଂଗ୍ରେସ ସହ ସମକକ୍ଷ ଅନ୍ୟ ଏକ ରାଜନୈତିକ ଦଳ ଭାବରେ ଉଭା ହେଲା। ପରେ ଏହାର ନାମ ଗଣତନ୍ତ୍ର ଦଳ ଓ ସ୍ୱତନ୍ତ୍ର ଦଳ ବାବରେ ଚିହ୍ନିତ ହେଲା। ତେବେ ଏହି ସମୟରେ ହୀରାକୁଦ ନଦୀବନ୍ଧ ଯୋଜନାରେ ସରଳ ଅାଦିବାସୀ ତଥା ସ୍ଥାନୀୟ ଜନସାଧାରଣଙ୍କୁ ବିସ୍ଥାପନ ନୀତିରେ ଯେଉଁଭଳି ଭାବରେ ପକ୍ଷପାତିତାପୂର୍ଣ୍ଣ ବିଚାର କରାଗଲା, ତାହା ହିଁ କୋଶଳ ଅାନ୍ଦୋଳନକୁ ଜନ୍ମ ଦେଲା। ବିଶେଷକରି ଏହି ସମୟରେ ଅଣଓଡିଅାଙ୍କ ଅାଗମନ ଫଳରେ ସେମାନଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଭିତରେ ଛନ୍ଦି ହୋଇ ପଶ୍ଚିମ ଓଡ଼ିଶା ଆଞ୍ଚଳିକ ବୈଷମ୍ୟର ଶିକାର ହେଇଥିବାର ଅଭିଯୋଗ ହେଇଆସୁଥିବାରୁ ଏହି ଅଞ୍ଚଳରେ ବିଭିନ୍ନ ସ୍ଥାନ, ବିଶେଷ ରୂପେ ବଲାଙ୍ଗିର , ନୂଆପଡା , କଳାହାଣ୍ଡି ବରଗଡ଼ ପରି ଅନୁନ୍ନତ ଅଞ୍ଚଳରେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନପାଇଁ ଅନେକ ନେତା ଆନ୍ଦୋଳନ କରୁଛନ୍ତି।

ପ୍ରସ୍ତାବିତ କୋଶଳ ରାଜ୍ୟର ମାନଚିତ୍ର 

ଭୌଗୋଳିକ ସ୍ଥିତି ଓ ଜଳବାୟୁ[ସମ୍ପାଦନା]

ପ୍ରାକୃତିକ ସମ୍ପଦ [ସମ୍ପାଦନା]

ଗନ୍ଧମାର୍ଦ୍ଦନ ପାର୍ବତୀୟ ଇଲାକା

ଜାତି ପ୍ରଜାତି [ସମ୍ପାଦନା]

ଜନସଂଖ୍ୟା [ସମ୍ପାଦନା]

ଅଧିବାସୀ  ଅନୁସୂଚିତ ଜାତି  ଅନୁସୂଚିତ ବର୍ଗ 

କଳା ଓ ସଂସ୍କୃତି [ସମ୍ପାଦନା]

ଲୋକ ଗୀତ ଓ ଲୋକ ନୃତ୍ୟ [ସମ୍ପାଦନା]

ସମଗ୍ର ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲୋକ ଗୀତା ଓ ଲୋକ ନାଚର ପରମ୍ପରା ଅତି ପ୍ରାଚୀନ ଓ ଖୁବ ଉନ୍ନତ ।

ଲୋକ ବାଦ୍ୟ [ସମ୍ପାଦନା]

ରଙ୍ଗବତୀ [ସମ୍ପାଦନା]

"ରଙ୍ଗବତୀ' ହଉଛି ପଶ୍ଚିମ ଓଡ଼ିଶାରୁ ସୃଷ୍ଟି ହେଇଥିବା ଏକ ବିଶ୍ୱ ପ୍ରସିଦ୍ଧ ଗୀତ । ଜିତେନ୍ଦ୍ର ହରିପାଲ ଏହି ଗୀତଟିକୁ ଆଉଜଣେ ସମ୍ବଲପୁରୀ ଗାୟିକା କ୍ରୀଷ୍ଣା ପଟେଲଙ୍କ ସହ କୋଶଳୀ ଭାଷାରେ ଗାଇଥିଲେ । " ରଙ୍ଗବତୀ "ର ଉପସ୍ଥାପନା ପରେ ୭୦ ଦଶକରେ ତାହା ଏତେ ଲୋକପ୍ରିୟ ହେଲା ଯେ ଗାଁ ଗହଳି , ସହର ବଜାର ସବୁଆଡେ ଦେଶ ସାରା ଏହି ଧୁନ ଚାଲିଥିଲା ବର୍ଷ ବର୍ଷ ଧରି । ବିଶେଷ କରି ବାହାଘର ଶୋଭାଯାତ୍ରାରେ ଯାଉଥିବା ବେଣ୍ଡ ପାର୍ଟି ମାନଙ୍କରେ ଏହି ଗୀତାର ଧୁନ ନିଶ୍ଚୟ ବାଜୁଥିଲା ଦଶନ୍ଧି ଦଶନ୍ଧି ଧରି । ଏବେ ଭି ବାଜୁଥିବାର ଦେଖାଯାଏ । ଏବେ ଭି ସର୍ବତ୍ର ଏହି ଗୀତ ଚଳୁଛି , ମୂଳ ରୂପରେଖରେ , ରିମିକ୍ସରେ ଆଉ ସବୁ ଭାରତୀୟ ଭାଷା ତଥା କିଛି ବିଦେଶୀ ଭାଷାରେ ମଧ୍ୟ ।

ମୃତିକା କଳା [ସମ୍ପାଦନା]

ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ଶାଢୀ [ସମ୍ପାଦନା]

ସମ୍ବଲପୁରୀ ହସ୍ତତନ୍ତ୍ର ଶାଢୀ ଏବେ ସାରା ଭାରତରେ ଆଦୃତ ହେବା ସହ ବିଶ୍ୱରେ ମଧ୍ୟ ପ୍ରସିଦ୍ଧ । ଏହି ସମ୍ବଲପୁର ଶାଢୀର ବୈଶିଷ୍ୟ ହେଲା ଏହାର ଅତୁଳନୀୟ ସୁନ୍ଦର ଡିଜାଇନ ଓ ରଙ୍ଗ । ବୟନଶିଳ୍ପୀ ମାନେ ଏହି ଶାଢୀ ବୟନ ସମୟରେ ଏଥିରେ ସୁନ୍ଦର ପ୍ରାକୃତିକ ଡିଜାଇନ କରିଥାନ୍ତି , ଯାହା କଳ ତିଆରି ଶାଢୀରେ ହେଇନଥାଏ । ଏହାର ରଙ୍ଗ କରିବା ପ୍ରଣାଳୀ ମଧ୍ୟ ଖୁବ ସ୍ୱତନ୍ତ୍ର ଓ ପ୍ରକୃତି ଲବ୍ଧ ରଙ୍ଗରୁ । ଏହି ରଙ୍ଗ ଏପରି ତିଆରି ହେଇଥାଏ ଯେ ଏହା ବହୁବର୍ଷ ପରେ ମଧ୍ୟ ମଳିନ ପଡି ନ ଥାଏ । ପଶ୍ଚିମ ଓଡ଼ିଶାର ବରପାଲି , ବରଗଡ , ସୋନପୁର , ବଲାଙ୍ଗିର ଆଦି ଅଞ୍ଚଳରେ ବହୁ କଳାକାର ଏହି ଶାଢୀ ତିଆରି କାର୍ଯ୍ୟରେ ଅଛନ୍ତି । ଶାଢୀ ସହ ସୁନ୍ଦର ଚଦର , ପଟ୍ଟଚିତ୍ର , ରୁମାଲ ଆଦି ମଧ୍ୟ ବହୁଳ ପ୍ରଚାଳନ ହୁଏ ।

ଖାଦ୍ୟପେୟ [ସମ୍ପାଦନା]

ଶିକ୍ଷା [ସମ୍ପାଦନା]

ପଶ୍ଚିମ ଓଡ଼ିଶାର ସର୍ବପୁରାତନ ମହାବିଦ୍ୟାଳୟ , ଗଙ୍ଗାଧର ମହାବିଦ୍ୟାଳୟ

ମୁଖ୍ୟ ଶିଳ୍ପାନୁଷ୍ଠାନ ଓ ଖଣିଜ ସମ୍ପଦ [ସମ୍ପାଦନା]

ସମଗ୍ର ପଶ୍ଚିମ ଓଡ଼ିଶାରେ ବିଭିନ୍ନ ପ୍ରକାର ଖଣିଜ ସମ୍ପଦ ଭର୍ତି ହେଇ ରହିଛି । ତାଳଚେର ଓ ବ୍ରଜରାଜନଗରର ବିସ୍ତିର୍ଣ ଅଞ୍ଚଳରେ ଖୋଲା ଓ ଭୂତଳ କୋଇଲା ଖଣି ସବୁ ରହିଛି । ଗନ୍ଧମାର୍ଦନ ପାର୍ବତୀୟ ଇଆକାରେ ବକ୍ସାଇଟ, ଲୁହାପଥର ଖଣି ସବୁ ରହିଛି । ତା ଛଡା ପଶ୍ଚିମ ଓଡ଼ିଶାରେ ବିପୁଳ ପରିମାଣର ଚୂନପଥର ଖଣି ସବୁ ରହିଛି । ଏହି ଖଣିଜ ପଦାର୍ଥର ବ୍ୟବହାର ପାଇଁ ପଶ୍ଚିମ ଓଡ଼ିଶାରେ ବହୁ ସଂଖ୍ୟାରେ କଳ କାରଖାନା ମନ ପ୍ରତିଷ୍ଠା ହେଇଛି । ରାଉରକେଲା ଇସ୍ପାତ କାରଖାନା ଦେଶର ଏକ ସର୍ବପୁରତନ ଓ ବୃହତ ଇସ୍ପାତ କାରଖାନା ହେଇଥିବା ବେଳେ ସାଂପ୍ରତିକ , ଭୂଷଣ ଷ୍ଟିଲ , ଶ୍ୟାମ ଷ୍ଟିଲ, ଅର୍ଜ୍ୟନ , ପରି ଆହୁରି ଅନେକ ଇସ୍ପାତ କାରଖାନା ମାନ ଏହି ଅଞ୍ଚଳରେ ସ୍ଥାପିତ ହେଲାଣି । ରାଜଗାଙ୍ଗପୁର ଓ ବରଗଡଠାରେ ସିମେଣ୍ଟ କାରଖାନା , ଝାରସୁଗୁଡାଠାରେ ବିର୍ଲା ଆଲୁମିନିୟମ,ବେଦାନ୍ତ ଆଲୁମିନା , ଏହି ପରି ଅନେକ ବୃହତ ଶିଳ୍ପ ସାଙ୍ଗକୁ ମାଧ୍ୟମ ଓ କ୍ଷୁଦ୍ର କାରଖାନା ସବୁ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳକୁ ଶିଳ୍ପ ନଗରିରେ ପରିଣତ କରିଦେଲାଣି ।

ପଶ୍ଚିମ ଓଡ଼ିଶାର କିମ୍ବଦନ୍ତୀ ବ୍ୟକ୍ତିତ୍ୱ [ସମ୍ପାଦନା]

ବରପାଲିରେ ଜନ୍ମିତ କବି ଗଙ୍ଗାଧର ମେହେରପ୍ରକୃତି କବି ନାମରେ ଓଡ଼ିଶାରେ ପ୍ରସିଦ୍ଧ । ତାଙ୍କର କାବ୍ଯ କବିତା ସବୁ ଓଡ଼ିଆ ଭାଷା ସାହିତ୍ଯର ଅମୂଲ୍ୟ ସମ୍ପଦ ଭାବେ ରହିଛି । ତାଙ୍କ ଲିଖିତ କାବ୍ଯ ସବୁ ବିଶ୍ୱବିଦ୍ୟାଳୟ ମାନଙ୍କରେ ପାଠ୍ୟ ପୁସ୍ତକ ଭାବେ ବ୍ୟବହୃତ ହୁଏ ଓଡ଼ିଆ ଭାଷା ସାହିତ୍ୟ ପାଇଁ । ତାଙ୍କ ବ୍ଯତୀତ ପଶ୍ଚିମ ଓଡ଼ିଶାରୁ ଅନୁଗୁଳ ଅଞ୍ଚଳରୁ ରାଧାମୋହନ ଗଡନାୟକ , ସୁନ୍ଦରଗଡ ଅଞ୍ଚଳରୁ କବି ବିନୋଦ ଚନ୍ଦ୍ର ନାୟକ , ସମ୍ବଲପୁର ଅଞ୍ଚଳର ପଲ୍ଲି କବି ହଳଧର ନାଗ ଇତ୍ୟାଦି ଅନେକ କବି ତାଙ୍କର ସାହିତ୍ୟ ସୃଷ୍ଟି ପାଇଁ ସ୍ମରଣୀୟ ରହିଛନ୍ତି । ବିନୋଦ ଚନ୍ଦ୍ର ନାୟକ ତାଙ୍କ ' ସରୀସୃପ " କବିତାବଳୀ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ମଧ୍ୟ ପାଇଥିଲେ । ରାଜନୀତି କ୍ଷେତ୍ରରେ ପଶ୍ଚିମ ଓଡ଼ିଶାରୁ ରାଜେନ୍ଦ୍ର ନାରାୟଣ ସିଂଦେଓ ଏବଂ ହେମାନନ୍ଦ ବିଶ୍ୱାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ମଣ୍ଡନ କରିଥିଲେ । କ୍ରିଡାରେ ସୁନ୍ଦରଗଡ଼ର ହକି ଖେଳାଳି ମାନେ ଭାରତୀୟ ଦଳ ପାଇଁ ଅନ୍ତର୍ରାଷ୍ଟ୍ରୀୟ ଖେଳରେ ଭାଗ ନେଇ ଓଡ଼ିଶା ପାଇଁ ବହୁତ ସମ୍ମାନ ଆଣିଛନ୍ତି । ସେମାନଙ୍କ ମଧ୍ୟରୁ ଦିଲୀପ ତିର୍କୀ , ଇଗଣେଶ ତିରକୀ , ପ୍ରବୋଧ ତିରକୀ, ଇତ୍ୟାଦି ପ୍ରମୁଖ । ଦିଲୀପ ଭାରତୀୟ ଜାତୀୟ ହକି ଦଳର ଅଧିନାୟକ ମଧ୍ୟ ଥିଲେ ।

ଦର୍ଶନୀୟ ସ୍ଥାନ [ସମ୍ପାଦନା]

ଆଧାର[ସମ୍ପାଦନା]