ଶଙ୍କର ପ୍ରସାଦ ତ୍ରିପାଠୀ

ଉଇକିପିଡ଼ିଆ‌ରୁ
ଶଙ୍କର ପ୍ରସାଦ ତ୍ରିପାଠୀ
ଜନ୍ମ୧୯୬୧
ଶ୍ରୀରାମଚନ୍ଦ୍ରପୁର, ପୁରୀ
ଜାତୀୟତାଭାରତୀୟ
ପିତାମାତା(s)ଦୀନବନ୍ଧୁ ତ୍ରିପାଠୀ, ସାରଦା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଶଙ୍କର ପ୍ରସାଦ ତ୍ରିପାଠୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ସାହିତ୍ୟିକ ।[୧] ସେ ଉଭୟ ଓଡ଼ିଆଇଂରାଜୀ ଭାଷାରେ ଲେଖନ୍ତି । ସାହିତ୍ୟର ବିଭିନ୍ନ ବିଭାଗ, ଯଥା ନାଟକ, ଏକାଙ୍କିକା, ଉପନ୍ୟାସ ଆଦିରେ ତାଙ୍କର ପ୍ରବେଶ ରହିଥିଲେ ମଧ୍ୟ, ଜଣେ ନାଟ୍ୟକାର ଭାବରେ ସେ ବିଶେଷ ଭାବରେ ପରିଚିତ ।[୨]

ଶଙ୍କର ପ୍ରସାଦ ୧୯୬୧ମସିହାରେ ପୁରୀ ଜିଲ୍ଲାର ଶ୍ରୀରାମଚନ୍ଦ୍ରପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଦୀନବନ୍ଧୁ ତ୍ରିପାଠୀ ଓ ମାତାଙ୍କ ନାମ ସାରଦା । ସେ ଓଡ଼ିଆରେ ସ୍ନାତକୋତ୍ତର ଲାଭ କରିଛନ୍ତି । ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ସେ କାର୍ଯ୍ୟ କରିଛନ୍ତି ।

ସାହିତ୍ୟ ସର୍ଜନା[ସମ୍ପାଦନା]

ଏଯାବତ ଶଙ୍କର ପ୍ରସାଦଙ୍କର ୨୭ଟି ଓଡ଼ିଆ ନାଟକ, ୪ଟି ହିନ୍ଦୀ ନାଟକ, ୨ଟି ଇଂରାଜୀ ନାଟକ ପ୍ରକାଶ ପାଇଛି । ଏତଦ ଭିନ୍ନ ତାଙ୍କର ୧୪ଟି ଏକାଙ୍କିକା, ୯ଟି ଉପନ୍ୟାସ ମଧ୍ୟ ପ୍ରକାଶ ପାଇଛି ।

  • Behind the Shadow[୩]
  • ଶୁଣିବା ହେଉ ଏ କାହାଣୀ
  • ନାଦବିନ୍ଦୁ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୪(ଶୁଣିବା ହେଉ ଏ କାହାଣୀ)[୪]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ - ୨୦୧୫[୫]
  • ଜାତୀୟ ସ୍ଥରରେ ଶ୍ରେଷ୍ଠ ନାଟ୍ୟକାର ସମ୍ମାନ[୬]

ଆଧାର[ସମ୍ପାଦନା]

  1. D. N. Malhotra (2006). Sixty Years of Book Publishing in India, 1947-2007. Federation of Indian Publishers. ISBN 978-81-86519-06-6.
  2. Vision: Journal of the Institute of Economic & Social Studies. The Institute. 2006.
  3. "ଆର୍କାଇଭ୍ କପି". Archived from the original on 2016-05-29. Retrieved 2016-05-03. {{cite web}}: Cite has empty unknown parameter: |1= (help)
  4. http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
  5. http://sarbasadharana.com/?p=19685[permanent dead link]
  6. "ମଞ୍ଚର ମହାନାୟକ". ପ୍ରମେୟ ରବିବାର ୨୪-୩୦ଅପ୍ରେଲ ୨୦୧୬ ପୃଷ୍ଠା ୭. Retrieved 25 April 2016.[permanent dead link]