କାଳୀ

ଉଇକିପିଡ଼ିଆ ରୁ
କାଳୀ
ସଂସ୍କୃତ ଅନୁବାଦ Kālī
ଉପାଧି ଦେବୀ
ଅସ୍ତ୍ର ଖଡ୍ଗ
ସାଥି ଶିବ

କାଳରୂପୀ ଶିବଙ୍କର ଶକ୍ତି କାଳୀ ନାମରେ ପରିଚିତା; ଚଣ୍ଡାସୁର ବଧ ସମୟରେ ଏହାଙ୍କର ଉତ୍ପତ୍ତି; ଏ ରକ୍ତବୀଜର ରକ୍ତ ପାନ କରିଥିଲେ ୤ ଦକ୍ଷଯଜ୍ଞ ସମୟରେ ସତୀ ଏହି ମୂର୍ତ୍ତି ଧାରଣ କରିଥିଲେ ୤ ମା’ କାଳୀ ସ୍ୱରୂପରେ ଭୟଙ୍କର କୃଷ୍ଣକାୟା, ଚତୁର୍ଭୁଜା, ନଗ୍ନା, ଲୋଳଜିହ୍ୱା (ଲହକା ଜିଭ), ମୁଣ୍ଡମାଳାଧାରିଣୀ ୤ ତାଙ୍କର ଗୋଟିଏ ହାତ ଛିନ୍ନ-ମସ୍ତକ (ନରମୁଣ୍ଡ ବା ଖପର) ଧାରିଣୀ, ଅନ୍ୟଟି ଖଡ୍ଗ (ଖଣ୍ଡା)ରେ ଶୋଭିତ, ତୃତୀୟଟି ତ୍ରିଶୁଳ ଧାରଣ କରି ପାପୀ ରାକ୍ଷସମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରେ ଏବଂ ଚତୁର୍ଥଟି ଭକ୍ତମାନଙ୍କୁ ଅଭୟ ମୁଦ୍ରାରେ ଆଶ୍ୱାସନା ଓ ଆଶୀର୍ବାଦ ଦେଇଥାଏ ୤ ଭୀଷଣ ଭୟଙ୍କର ରୂପରେ ସେ ଶିବଙ୍କ ଉପରେ ଦଣ୍ଡାୟମାନା ୤

ଥରେ ଶୁମ୍ଭ ଏବଂ ନିଶୁମ୍ଭ ନାମକ ଦୁଇ ଜଣ ରାକ୍ଷସ ଭୀଷଣ ଶକ୍ତିଶାଳୀ ହୋଇ ଦେବତା ମାନଙ୍କୁ ପ୍ରପୀଡ଼ିତ କରି ଭୀତତ୍ରସ୍ତ କରି ଦେଲେ ୤ ଦେବତାମାନେ ମା’ଙ୍କର ସୁରକ୍ଷା ଭିକ୍ଷା କଲେ ୤ ମା’ ଦୁର୍ଗା ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ କନ୍ୟା ଭାବରେ ରାକ୍ଷସଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଲେ ୤ କିନ୍ତୁ ରାକ୍ଷସ ଦ୍ୱୟ ତାଙ୍କର ଦୁଇ ସହକାରୀ ଚଣ୍ଡା ଓ ମୁଣ୍ଡାଙ୍କୁ ପଠାଇ ମା’ଙ୍କୁ ଧରି ଆଣିବାକୁ ଆଦେଶ ଦେଲେ ୤ ମା’ ତତ୍‌କ୍ଷଣାତ୍‌ ସେମାନଙ୍କୁ ସଂହାର କରି ଚାମୁଣ୍ଡେଶ୍ୱରୀ ନାମରେ ବିଦିତା ହେଲେ ୤ ଏଥିରେ ବ୍ୟଥିତ ହୋଇ ଶୁମ୍ଭ, ନିଶୁମ୍ଭ ରକ୍ତବୀଜ ନାମକ ଏକ ପରାକ୍ରମୀ ରାକ୍ଷସକୁ ପଠାଇଲେ ୤ ରକ୍ତବୀଜ ପାଇଥିବା ବର ଅନୁଯାୟୀ ତାର ପ୍ରତି ରକ୍ତବିନ୍ଦୁ ଭୂତଳପାତ ହେଲେ ଗୋଟିଏ ରାକ୍ଷସ ପୁଣି ଜନ୍ମ ନେଉଥିଲା ୤ ଏହି ଅନିବାର୍ଯ୍ୟ ଶକ୍ତିକୁ ପରାହତ କରିବା ପାଇଁ ମା’ ମହାକାଳୀ ରୂପ ଧାରଣ କରି ରକ୍ତବୀଜର ରକ୍ତବିନ୍ଦୁ ତଲେ ପଡ଼ିବା ପୂର୍ବରୁ ତାକୁ ପିଇ ଦେଉଥିଲେ ୤ ଏହି ପ୍ରକ୍ରିୟାରେ ରକ୍ତବୀଜର ବର କାର୍ଯ୍ୟ କରିପାରିଲା ନାହିଁ ଏବଂ ମା ତାକୁ ବିନାଶ କରିଦେଲେ ୤ ଏହାପରେ ଦେବୀ ଶୁମ୍ଭ ନିଶୁମ୍ଭ କୁ ବଧ କଲେ ୤ ଏହାପରେ କିନ୍ତୁ ଦେବୀଙ୍କର କ୍ରୋଧ ଓ ଶକ୍ତିର ଅବସାନ ଘଟିଲା ନାହିଁ ୤ ମୃତ୍ୟୁର ଭୟଙ୍କର ନୃତ୍ୟରେ ସେ ସବୁକିଛି ଧ୍ୱଂସ କରି ଚାଲିଲେ ୤ ଦେବତାମାନେ ପ୍ରାର୍ଥନା କଲେ ମଧ୍ୟ ମା ଶାନ୍ତ ହେଲେ ନାହିଁ ୤ ଶେଷରେ ଶିବ ଯୁଦ୍ଧକ୍ଷେତ୍ରରେ ମୃତାହତ ରାକ୍ଷସମାନଙ୍କ ମଧ୍ୟରେ ମା’ଙ୍କର ଜୟଯାତ୍ରା ମାର୍ଗରେ ଶୋଇଗଲେ ଏବଂ ଯେତେବେଳେ ମା’ଙ୍କର ପାଦ ଶିବଙ୍କ ବକ୍ଷାଘାତ କଲା ସେ ଜିଭ କାମୁଡ଼ି ପକାଇ, ସ୍ତମ୍ଭୀଭୂତ ତତ୍‌କ୍ଷଣାତ୍‌ ଶାନ୍ତ ହୋଇଗଲେ ଏହି ରୂପେ ସୃଷ୍ଟି ଧ୍ୱଂସମୁଖରୁ ରକ୍ଷା ପାଇଥିଲା ୤

[ଏହାକୁ ବଦଳାନ୍ତୁ] ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା