କାର୍ତ୍ତିକେୟ

ଉଇକିପିଡ଼ିଆ ରୁ
ଏହି ଲେଖାଟି ହିନ୍ଦୁ ଦେବତା କାର୍ତ୍ତିକେୟଙ୍କ ବାବଦରେ । ବାକିସବୁ ପାଇଁ, କାର୍ତ୍ତିକ ପ୍ରସଙ୍ଗଟି ଦେଖନ୍ତୁ ।
କାର୍ତ୍ତିକେୟ
ରାଜା ରବି ବର୍ମାଙ୍କ ଅଙ୍କିତ କାର୍ତ୍ତିକେୟ
ଯୁଦ୍ଧ ଓ ବିଜୟର ଦେବତା
ଉପାଧି ଦେବତା
ବାହନ ମୟୂର

ପୁରାଣାନ୍ତର ମତରେ ଅଗ୍ନିଦେବ ସପ୍ତର୍ଷିମାନଙ୍କ ଭାର୍ଯ୍ୟାମାନଙ୍କ ରୂପରେ ମୋହିତ ହେବାର ଜାଣି ପାରି ତାଙ୍କ ସ୍ତ୍ରୀ ସ୍ଵାହାଦେବୀ ଅରୁନ୍ଧତୀଙ୍କ ଛଡ଼ା ଅନ୍ୟ ଛଅ ଜଣ ଋଷିପତ୍ନୀଙ୍କ ରୂପ ଛଅଥର ଧାରଣ କରି ଅଗ୍ନିଙ୍କ ସହିତ ଛଥର ବିହାର କଲେ ଓ ଅଗ୍ନିଙ୍କ ବୀର୍ଯ୍ୟ କାଞ୍ଚନ କୁଣ୍ଡରେ ପଡ଼ିବାରୁ ସେହି ତେଜୋମୟ ରେତରୁ କାର୍ତ୍ତିକେୟ ଜନ୍ମିଲେ ୤

ପୌରାଣିକ[ସମ୍ପାଦନା]

ପୁରାଣମତେ ମହାଦେବ ପାର୍ବତୀଙ୍କୁ ସହବାସ କରିବା ସମୟରେ ଅଗ୍ନି କପୋତରୂପ ଧାରଣ କରି ଲୁଚି ରହିଥିଲେ ୤ ମହାଦେବଙ୍କ ରେତ ସ୍ଖଳିତ ହେବାରୁ ପାର୍ବତୀ ସେହି ଉଗ୍ରତେଜଃସମ୍ପନ୍ନ ତେଗଃକୁ ଗର୍ଭରେ ଧାରଣ କରିବାକୁ ଅସମର୍ଥ ହେବାରୁ ତାହା ଅଗ୍ନିଙ୍କ ଉପରେ ପତିତ ହେଲା ୤ ଅଗ୍ନି ତାହା ସମ୍ଭାଳି ନ ପାରି ସ୍ଵର୍ଗଗଙ୍ଗାରେ ପକାଇଲେ ୤ ଗଙ୍ଗା ତାହାକୁ ସମ୍ଭାଳି ନପାରି ଶରବଣରେ ପକାଇଲେ ୤ ସେହି ସମୟରେ କୃତ୍ତିକାଦି ଛଅ ଜଣ ଋଷିପତ୍ନୀ ଗଙ୍ଗାକୁ ଗାଧୋଇବାକୁ ଆସୁ ଆସୁ ଉକ୍ତ ରେତକୁ ଦେଖି ଯତ୍ନପୂର୍ବକ ରଖିବାରୁ ସେଥିରୁ ଛଅଟି ମୁଖଯୁକ୍ତ ଗୋଟିଏ କୁମାର ଜାତ ହୋଇ ଛଅ ମାଆଙ୍କଠାରୁ ସ୍ତନ୍ୟ ପିଇଲେ ୤ କାର୍ତ୍ତିକେୟ କୁମାରବ୍ରତଧାରୀ ଥିଲେ ୤ ଏହାଙ୍କର ଅନ୍ୟନାମ ଗଙ୍ଗାପୁତ୍ର, ସ୍କନ୍ଦ, କୁମାର, ଶରଜନ୍ମା, କ୍ରୌଞ୍ଚଦାରଣ, ଷଣୁଖ, ଷଡ଼ାନନ, ସେନାନୀ, ତାରକଜିତ୍, ଅଗ୍ନିକୁମାର, ଅଗ୍ନିଭୁ, ଗୁହ ୤ ଏହାଙ୍କ ବାହାନ ମୟୂର ୤ ଏ ଶରଦ୍ଵାରା କ୍ରୌଞ୍ଚ ପର୍ବତକୁ ବିଦ୍ଧ କରିଥିଲେ ୤ ଏ ଦେବସେନାଙ୍କ ସେନାପତି ହୋଇ ତାରକାସୁରଙ୍କୁ ଯୁଦ୍ଧରେ ବଧ କରିଥିଲେ ୤

ବାହାନ[ସମ୍ପାଦନା]

କାର୍ତ୍ତିକେୟଙ୍କର ବାହାନ ହେଉଛି ମୟୂର।ତାରକାସୁରର ବିନାଶ ପାଇଁ ତାଙ୍କୁ ଯେତେବେଳେ ବିଭିନ୍ନ ଦେବାଦେବୀ ବିଭିନ୍ନ ଆୟୁଧ ଓ ଭୂଷଣ ଦାନ କରୁଥିଲେ,ସେତିକି ବେଳେ ଗରୁଡ଼ ନିଜର ପୁତ୍ର ମୟୁରଙ୍କୁ ତାଙ୍କୁ ଦାନ କରିଥିଲେ।ସେହି ଗରୁଡ଼ ପୁତ୍ର ମୟୁର ହେଲେ କାର୍ତ୍ତିକେୟଙ୍କ ବାହାନ। ଅନ୍ୟ ଏକ ପୌରାଣିକ ଉପାଖ୍ୟାନ ଅନୁସାରେ ,ଦକ୍ଷିଣ ଭାରତର ମୟୁରପୁର ପର୍ବତଠାରେ କାର୍ତ୍ତିକେୟ ତାରକାସୁରକୁ ବିନାଶ କରିଥିଲେ ଏବଂ ତାରକାସୁର ଏକ ମୟୂର ରୂପରେ ପୁନର୍ଜନ୍ମ ନେଇଥିଲା।ସ୍କନ୍ଦପୁରାଣର ବୀରମହେନ୍ଦ୍ର କାଣ୍ଡ ଅନୁସାରେ,ମୟୁର ଏକ ଅସୁର।ସେ ସ୍କନ୍ଦ ବା ସୁବ୍ରହ୍ମଣ୍ୟ ବା କାର୍ତ୍ତିକେୟଙ୍କ ସହ ଯୁଦ୍ଧ କରିଥିଲା।ମହାଭାରତ ଆଦିପର୍ବର ୬୫ ଅଧ୍ୟାୟ ଅନୁସାରେ,ମୃତ୍ୟୁ ପରେ ମୟୂର ବିଶ୍ଵ ନାମକ ଏକ ରାଜା ରୂପେ ପୁନର୍ଜନ୍ମ ଗ୍ରହଣ କରିଥିଲା।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]