କାର୍ତ୍ତିକେୟ
| ଏହି ଲେଖାଟି ଏକ ମୁଣ୍ଡିଆ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରନ୍ତେ । |
| କାର୍ତ୍ତିକେୟ | |
|---|---|
ରାଜା ରବି ବର୍ମାଙ୍କ ଅଙ୍କିତ କାର୍ତ୍ତିକେୟ |
|
| ଯୁଦ୍ଧ ଓ ବିଜୟର ଦେବତା | |
| ଉପାଧି | ଦେବତା |
| ବାହନ | ମୟୂର |
ପୁରାଣମତେ ମହାଦେବ ପାର୍ବତୀଙ୍କୁ ସହବାସ କରିବା ସମୟରେ ଅଗ୍ନି କପୋତରୂପ ଧାରଣ କରି ଲୁଚି ରହିଥିଲେ ମହାଦେବଙ୍କ ରେତ ସ୍ଖଳିତ ହେବାରୁ ପାର୍ବତୀ ସେହି ଉଗ୍ରତେଜଃସମ୍ପନ୍ନ ତେଗଃକୁ ଗର୍ଭରେ ଧାରଣ କରିବାକୁ ଅସମର୍ଥ ହେବାରୁ ତାହା ଅଗ୍ନିଙ୍କ ଉପରେ ପତିତ ହେଲା ଅଗ୍ନି ତାହା ସମ୍ଭାଳି ନ ପାରି ସ୍ଵର୍ଗଗଙ୍ଗାରେ ପକାଇଲେ ଗଙ୍ଗା ତାହାକୁ ସମ୍ଭାଳି ନପାରି ଶରବଣରେ ପକାଇଲେ ସେହି ସମୟରେ କୃତ୍ତିକାଦି ଛଅ ଜଣ ଋଷିପତ୍ନୀ ଗଙ୍ଗାକୁ ଗାଧୋଇବାକୁ ଆସୁ ଆସୁ ଉକ୍ତ ରେତକୁ ଦେଖି ଯତ୍ନପୂର୍ବକ ରଖିବାରୁ ସେଥିରୁ ଛଅଟି ମୁଖଯୁକ୍ତ ଗୋଟିଏ କୁମାର ଜାତ ହୋଇ ଛଅ ମାଆଙ୍କଠାରୁ ସ୍ତନ୍ୟ ପିଇଲେ କାର୍ତ୍ତିକେୟ କୁମାରବ୍ରତଧାରୀ ଥିଲେ ଏହାଙ୍କର ଅନ୍ୟନାମ ଗଙ୍ଗାପୁତ୍ର, ସ୍କନ୍ଦ, କୁମାର, ଶରଜନ୍ମା, କ୍ରୌଞ୍ଚଦାରଣ, ଷଣୁଖ, ଷଡ଼ାନନ, ସେନାନୀ, ତାରକଜିତ୍, ଅଗ୍ନିକୁମାର, ଅଗ୍ନିଭୁ, ଗୁହ ଏହାଙ୍କ ବାହାନ ମୟୂର ଏ ଶରଦ୍ଵାରା କ୍ରୌଞ୍ଚ ପର୍ବତକୁ ବିଦ୍ଧ କରିଥିଲେ ଏ ଦେବସେନାଙ୍କ ସେନାପତି ହୋଇ ତାରକାସୁରଙ୍କୁ ଯୁଦ୍ଧରେ ବଧ କରିଥିଲେ
ପୁରାଣାନ୍ତର ମତରେ ଅଗ୍ନିଦେବ ସପ୍ତର୍ଷିମାନଙ୍କ ଭାର୍ଯ୍ୟାମାନଙ୍କ ରୂପରେ ମୋହିତ ହେବାର ଜାଣି ପାରି ତାଙ୍କ ସ୍ତ୍ରୀ ସ୍ଵାହାଦେବୀ ଅରୁନ୍ଧତୀଙ୍କ ଛଡ଼ା ଅନ୍ୟ ଛଅ ଜଣ ଋଷିପତ୍ନୀଙ୍କ ରୂପ ଛଅଥର ଧାରଣ କରି ଅଗ୍ନିଙ୍କ ସହିତ ଛଥର ବିହାର କଲେ ଓ ଅଗ୍ନିଙ୍କ ବୀର୍ଯ୍ୟ କାଞ୍ଚନ କୁଣ୍ଡରେ ପଡ଼ିବାରୁ ସେହି ତେଜୋମୟ ରେତରୁ କାର୍ତ୍ତିକେୟ ଜନ୍ମିଲେ