| ପାର୍ବତୀ |
 |
| ମହାଶକ୍ତି |
| ସଂସ୍କୃତ ଅନୁବାଦ |
Pārvatī(ପାର୍ବତୀ) |
| ଉପାଧି |
ଦେବୀ |
| ବାସସ୍ଥାନ |
ହିମାଳୟ, କୈଳାସ ପର୍ବତ |
| ମନ୍ତ୍ର |
Om Aim Hreem Kleem Chamundai Vicche |
| ଅସ୍ତ୍ର |
ତ୍ରିଶୁଳ, ଶଙ୍ଖ, ଚକ୍ର,ଗଦା, ପଦ୍ମ(କଇଁ) |
| ସାଥି |
ଶିବ |
| ବାହନ |
ସିଂହ (କେତେକ ରୂପରେ ବାଘ ) |
ପାର୍ବତୀ ହିନ୍ଦୁ ଦେବୀ ଭାବରେ ପୁଜ୍ୟ।ମହାଦେବ ଶିବଙ୍କ ସ୍ତ୍ରୀ ଓ ମହାଦେବୀ ଭାବରେ ପ୍ରଖ୍ୟାତ । ପାର୍ବତୀଙ୍କ ମାତାଙ୍କ ନାମ ମେନକା । ସେ ହିମାଳୟ ଙ୍କ ପୁତ୍ରି ଓ ଗଣେଶ ଓ କାର୍ତ୍ତିକେୟଙ୍କ ମାତା । ଉମା, ଗୌରୀ, ଅମ୍ବିକା, ଭବାନୀ ନାମରେ ମଧ୍ୟ ସେ ପୂଜାପାଇଥାନ୍ତି । ପାର୍ବତୀଙ୍କ ଜନ୍ମ ହେଇଥିବା ଶୁଣି ଦେବର୍ଷି ନାରଦ ହିମାଳୟଙ୍କ ଘରକୁ ଆସିଥିଲେ । ହିମାଳୟ ପଚାରିବାରୁନାରଦ ହିମାଳୟଙ୍କୁ ପାର୍ବତୀଙ୍କ ବିଷୟରେ କହିଥିଲେ ଯେ,ଆପଣଙ୍କ କନ୍ୟା ସର୍ବ ସୁଲକ୍ଷଣା ଓ ତାଙ୍କର ବିବାହ ଭଗବାନ ଶିବଙ୍କ ସହ ହେବ । କିନ୍ତୁ ମହାଦେବଙ୍କୁ ପତି ରୂପରେ ପାଇବାକୁ ତୁମ ପୁତ୍ରିଙ୍କୁ ଘୋର ତପସ୍ୟା କରିବାକୁ ପଡିବ।
ପାର୍ବତୀ ପୂର୍ବଜନ୍ମରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ସତୀ ରୂପରେ ଜନ୍ମ ନେଇଥିଲେଓ ଭଗବାନ ଶଙ୍କରଙ୍କ ପତ୍ନୀ ଥିଲେ।ପିତା ଦକ୍ଷ ପ୍ରଜାପତି ଯଜ୍ଞରେ ଯୋଗ ଦେବା ପାଇଁ ଶଙ୍କରରଙ୍କୁ ନିମନ୍ତ୍ରଣ କରିନଥିଲେ। ନିଜ ପତିଙ୍କ ଅପମାନକୁ ସହି ନ ପାରିବା କାରଣରୁ,ନିଜକୁ ଯଜ୍ଞାଗ୍ନିରେ ଭସ୍ମ କରିଦେଇଥିଲେ।ସେ ସମୟରେ ସତୀ ଭଗବାନ ହରିଙ୍କୁ ଏହି ବର ମାଗିଥିଲେ ଯେ ,ପ୍ରତ୍ୟେକ ଜନ୍ମରେ ମୋର ଶିବଙ୍କ ଚରଣରେ ସେବା କରିବାର ସୁଯୋଗ ରହୁ।ଏହି କାରଣରୁ ସେ ହିମାଳୟଙ୍କ ପୁତ୍ରି ପାର୍ବତୀଙ୍କ ରୂପରେ ପୂନଃର୍ଜନ୍ମ ନେଇଥିଲେ।
ପାର୍ବତୀ ହେଉଛନ୍ତି ଶିବଙ୍କ ଶକ୍ତି଼।ଶିବ ପରାଶକ୍ତି ଦ୍ଵାରା ପ୍ରକାଶିତ ହୁଅନ୍ତି । ଅର୍ଥାତ ଶିବଙ୍କ ଜ୍ୟୋତି ହେଉଛି ପରାଶକ୍ତି ।
ଦେବର୍ଷି ନାରଦଙ୍କ କଥାରେ ପ୍ରଭାବିତ ହେଇ ପାର୍ବତୀ ଶଙ୍କରଙ୍କ ପ୍ରତି ଅନୁରାଗ ହେଇଗଲେ ଏବଂ ତପସ୍ୟା କରିବାକୁ ଚାଲିଗଲେ । ଅନେକ ବର୍ଷ ପର୍ଯ୍ୟନ୍ତ କଠୋର ଉପବାସ ଓ ଘୋର ତପସ୍ୟା ପରେ ପାର୍ବତୀଙ୍କୁ ଶୂନ୍ୟବାଣୀ ହେଲା ଯେ, ତୁମର ମନକାମନା ପୂର୍ଣ୍ଣ ହେବ, ତୁମେ ବର୍ତ୍ତମାନ ଏହି ତପସ୍ୟାକୁ ତ୍ୟାଗ କରଏବଂ ତୁମ ପତି ରୂପରେ ଶିବ ଅବଶ୍ୟ ପ୍ରାପ୍ତ ହେବେ ।