କବି ପ୍ରସାଦ ମିଶ୍ର

ଉଇକିପିଡ଼ିଆ‌ରୁ
କବି ପ୍ରସାଦ ମିଶ୍ର
କବି ପ୍ରସାଦ ମିଶ୍ର
ଜନ୍ମ(1938-08-10)୧୦ ଅଗଷ୍ଟ ୧୯୩୮


[୧]
କାଜୀବଜାର,କଟକ, ଓଡ଼ିଶା
ମୃତ୍ୟୁ୧୫ ମାର୍ଚ୍ଚ ୨୦୧୪(2014-03-15) (ବୟସ ୭୫)
କଟକ
ମୃତ୍ୟୁର କାରଣହୃଦଘାତ
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଚିକିତ୍ସା ବିଜ୍ଞାନ)
ଶିକ୍ଷାନୁଷ୍ଠାନରେଭେନ୍‌ସା କଲିଜିଏଟ ସ୍କୁଲ, ରେଭେନ୍ସା ମହାବିଦ୍ୟାଳୟ,ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ
ପ୍ରସିଦ୍ଧିଚିକିତ୍ସକ,ଲେଖକ,ଜଗନ୍ନାଥ ସଂସ୍କୃତିର ପ୍ରଚାରକ
ବୈବାହିକ-ସାଥୀଆରତିପ୍ରୀତି ମିଶ୍ର
ସନ୍ତାନବିକାଶ, ବିବେକ
ପିତାମାତା(s)ପୂର୍ଣଚନ୍ଦ୍ର ମିଶ୍ର, ଭବାନୀ ଦେବୀ

କବି ପ୍ରସାଦ ମିଶ୍ର ଜଣେ ଭାରତୀୟ ବକ୍ତା, ଲେଖକ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ।

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

କବି ପ୍ରସାଦ ୧୯୩୮ ମସିହାର ରାକ୍ଷୀ ପୂର୍ଣ୍ଣିମା ତିଥିରେ କଟକର କାଜୀବଜାରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ ପୂର୍ଣଚନ୍ଦ୍ର ମିଶ୍ର ଓ ମାତାଙ୍କ ନାମ ଭବାନୀ ଦେବୀ । ଅବସର ପ୍ରାପ୍ତ ପ୍ରଶାସକ ତଥା ଜଗନ୍ନାଥ ସଂସ୍କୃତିର ପ୍ରଚାରକ ରବୀନ୍ଦ୍ର ନାରାୟଣ ଓ ନାଲକୋର ବରିଷ୍ଠ ଅଧିକାରୀ ଦେବୀପ୍ରସାଦ ତାଙ୍କର ଅନ୍ୟ ଦୁଇ ଭ୍ରାତା ଅଟନ୍ତି । ସେ କଟକର ରେଭେନ୍‌ସା କଲିଜିଏଟ ସ୍କୁଲ, ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରି ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟଚଣ୍ଡୀଗଡ଼ରୁ ଭେଷଜ ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭକରିଥିଲେ । ସ୍ୱର୍ଗତ ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କର ଶିଷ୍ୟ ଭାଗରେ, ପିଲାଟିଦିନରୁ ଉତ୍କଳୀୟ ଓ ଭାରତୀୟ କଳା, ସଂସ୍କୃତି, ଧର୍ମ ଓ ସାହିତ୍ୟରେ ତାଙ୍କର ଅନୁରାଗ ରହିଥିଲା ।

ସାମାଜିକ ଓ ବୃତିଗତ ଜୀବନ[ସମ୍ପାଦନା]

କବି ପ୍ରସାଦ ମିଶ୍ର ଚଣ୍ଡୀଗଡ଼, ଦିଲ୍ଲୀଆମେରିକା ଆଦି ବହୁସ୍ଥାନରେ ଶିକ୍ଷା ଓ ଗବେଷଣାରେ ଲିପ୍ତରହି, ବହୁ ମୌଳିକ ପ୍ରବନ୍ଧ ରଚନା କରି, ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ । ରାଉରକେଲାର ଇସ୍ପାତ ଜେନେରାଲ ହାସପାତାଲ, ଚେନ୍ନାଇର ଆପୋଲୋ ତଥା ଭୁବନେଶ୍ୱରର ଆପୋଲୋ ଓ କଳିଙ୍ଗ ହାସପାତାଲରେ ବହୁ ବର୍ଷ ଧରି ଜଣେ ହୃଦରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କଲାପରେ, ସେ କିଛି ବର୍ଷ ହେଲା, ଭୁବନେଶ୍ୱରରେ ମାଗଣାରେ ଚିକିତ୍ସା ପ୍ରଦାନ କରିଆସୁଥିଲେ ।

ସେ ଓଡ଼ିଆଇଂରାଜୀ ଭାଷାର ଜଣେ ସୁବକ୍ତା ଓ ଲେଖକ ଭାବରେ ମଧ୍ୟ ପ୍ରତିଷ୍ଠା ଲାଭକରିଥିଲେ । ବିଶେଷକରି ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କର ବଳିଷ୍ଠ ଭୂମିକା ରହିଆସିଛି । ଚେନ୍ନାଇଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ସେ, ରୋଟାରୀ କ୍ଳବ ଓ ମଦର ଟେରେସାଙ୍କ ଅନୁଷ୍ଠାନ ଆଦି ସହ ଜଡ଼ିତ ରହି ବହୁ ସେବାମୂଳକ କାମରେ ଅଂଶଗ୍ରହଣ କରିଥିଲେ । ଚିକିତ୍ସା ବିଜ୍ଞାନ ଓ ଆଧ୍ୟାତ୍ମିକତା ଉପରେ ସେ ବହୁ ପୁସ୍ତକ ରଚନା କରିଯାଇଛନ୍ତି ।

ରଚନାବଳୀ[ସମ୍ପାଦନା]

  • ବାଇଶି ପାହାଚ
  • ହୃଦରୋଗର କାରଣ ଓ ନିରାକରଣ
  • ଭଗବାନ ଶ୍ରୀ ରମଣ ମହର୍ଷି
  • ମୁଁ କିଏ
  • ତିନିଟି ପୃଥିବୀ [୨]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]