ହିନ୍ଦୁସ୍ତାନ

ଉଇକିପିଡ଼ିଆ‌ରୁ
Indo-ଗଙ୍ଗାର ପଥ

ହିନ୍ଦୁସ୍ତାନ (pronunciation ) ଉତ୍ତ/ଉତ୍ତର-ପଶ୍ଚିମ ଭାରତୀୟ ଉପ-ମହାଦ୍ୱୀପ ପାଇଁ ଏକ ଭୌଗଳିକ ଶବ୍ଦ ଅଟେ , କେବେ କେବେ ସମଗ୍ର ଉପ-ମହାଦ୍ୱୀପ ପାଇମଧ୍ୟ ବ୍ୟବହାର ହୋଇଥାଏ ।[୧][୨] 11 ବିଂ ଶତାବ୍ଦୀରେ ତୁର୍କୀ ବିଜୟ ସମୟରେ ହିନ୍ଦ ଏବଂ ହିନ୍ଦୁସ୍ତାନ ଶବ୍ଦ ଫରାସୀ ଏବଂ ଆରବୀରେ ରହିଥିଲା ।

ବ୍ୟୁତ୍ପତି[ସମ୍ପାଦନା]

ଅଶୋକ ପରପୋଲା ଅନୁସାରେ, ପ୍ରୋଟୋ-ଇରାନୀ ଭାଷାର ଧ୍ୱନି ପରିବର୍ତ୍ତନ * s > h 850-600 BCE ପୂର୍ବ ମଧ୍ୟରେ ହୋଇଥିଲା । [୩] ଏଥିପାଇଁ ଋକବେଦ ସପ୍ତ ସିନ୍ଧଭା (ସାତ ନଦୀର ଭୂମି) ଜେଣ୍ଡ ଅବେସ୍ତାରେ "ହପ୍ତା ହିନ୍ଦୁ" ହୋଇଗଲା ।

515 BCE ପୂର୍ବେ , "ଦାରିୟସ ", ସିନ୍ଧୁ ଘାଟିକୁ ନିଜ ସାମ୍ରାଜ୍ୟରେ ଅଧିକାର କରିନେଲେ, ଯେପରି ସିନ୍ଧୁ ନଦୀର ସଂସ୍କୃତ ନାମ "ସିନ୍ଧୁ"ରୁ ଭୂମି "ହିନ୍ଦୁ" କୁହାଗଲା । [୪] ଜେରକ୍ସେସ ସମୟରେ, ଶବ୍ଦ ସିନ୍ଧୁ ପୂର୍ବରେ ଭୂମିରେ ଲାଗୁ କରାଯାଇଥିଲା । [୫]

11ବିଂ ଶତାବ୍ଦୀରେ , ଘଜନାଭିଦର ସାଟେଲାଇଟ ଷ୍ଟେଟ ପଞ୍ଜାବର ଲହୋରରେ ରାଜଧାନୀ ସହିତ "ହିନ୍ଦୁସ୍ତାନ' ରୂପେ ଜଣାଯିବାରେ ଲାଗିଲା ।[୬]

ଦିଲ୍ଲୀ ସୁଲତାନେଟ ଏବଂ ମୋଗଲ ସାମ୍ରାଜ୍ୟର ଶାସକମାନେ ନିଜ ପ୍ରଭୁତ୍ୱକୁ ଡାକିଥିଲେ, ଦିଲ୍ଲୀର ପାଖାପାଖି କେନ୍ଦ୍ରିତ "ହିନ୍ଦୁସ୍ତାନ" ନାମରେ ।

ବର୍ତ୍ତମାନ ଉପଯୋଗ[ସମ୍ପାଦନା]

ଭୌଗୋଳିକ କ୍ଷେତ୍ର[ସମ୍ପାଦନା]

"ହିନ୍ଦୁସ୍ତାନ" ଶବ୍ଦର ଅର୍ଥ ବର୍ତ୍ତମାନରେ ଅଲଗା ରହିଛି, ଐତିହାସିକ ରୂପେ ଏହା ଉତ୍ତର ଭାରତ; ଗଙ୍ଗା ପଥ ପାଇଁ ଲାଗୁ କରାଯାଇଛି , ହିମାଳୟ ଏବଂ ବିନ୍ଧ୍ୟ ପର୍ବତମାଳା ମଧ୍ୟରେ , [୭] ଏବଂ ସିନ୍ଧୁ ନଦୀ ବେସିନ ପାକିସ୍ତାନରେ ।[୮][୯]

ବୈକଳ୍ପିକ ରୂପେ, ଏହା ଦୁଇ ଭୌଗୋଳିକ କ୍ଷେତ୍ରରେ ସମ୍ବନ୍ଧିତ ବହୁ ଅଂଶରେ ଯୋଡ଼ି ହୋଇପାରେ; ମଧ୍ୟଯୁଗୀୟ କାଳରେ ସିନ୍ଧୁ ନଦୀ ବେସିନ (ପୂର୍ବ ପାକିସ୍ତାନ), କିମ୍ବା ଉତ୍ତର ଭାରତର ଏକ କ୍ଷେତ୍ର, ଯମୁନା ନଦୀର ପୂର୍ବ ଏବଂ ଦକ୍ଷିଣ ବିନ୍ଧ୍ୟ ପର୍ବତମାଳା, ଯେଉଁଠାରେ ହିନ୍ଦୁସ୍ତାନୀ ଭାଷା କୁହାଯାଏ ।

ଲୋକ[ସମ୍ପାଦନା]

ଭାରତରେ ହିନ୍ଦୁସ୍ତାନୀ ଭାଷା କହୁଥିବା ଲୋକମାନଙ୍କ ମଧ୍ୟରେ ଏକ ପ୍ରୟୋଗରେ, ହିନ୍ଦୁସ୍ତାନ ଏକ ଭାରତୀୟମାନଙ୍କୁ ସନ୍ଦର୍ଭିତ କରିଥାଏ , ହୁଏତ ସେମାନେ ଧାର୍ମିକ ଅନୁସାରେ ଯୋଡିହୋଇ ଥାନ୍ତୁ ।

ଭାଷା[ସମ୍ପାଦନା]

ହିନ୍ଦୁସ୍ତାନୀର ମଧ୍ୟ ହିନ୍ଦୁସ୍ତାନୀ ଭାଷାକୁ ସନ୍ଦର୍ଭିତ କରିବା ପାଇଁ ଉପଯୋଗ କରାଯାଏ (ହିନ୍ଦୀ ସହିତ ଭ୍ରମିତ ହେବ ନାହିଁ), ଯାହା ଉର୍ଦ୍ଦୁ ସହିତ ହିନ୍ଦୁସ୍ତାନୀର ଏକ ରେଜିଷ୍ଟର ଅଟେ, ସେହି ଭାଷାର ଏକ ଅନ୍ୟ ରେଜିଷ୍ଟର ଯାହା ବର୍ତ୍ତମାନ ପଶ୍ଚିମ ଉତ୍ତର ପ୍ରଦେଶ, ଦକ୍ଷିଣ ଉତ୍ତରା ଖଣ୍ଡ ଏବଂ ଦିଲ୍ଲୀ କ୍ଷେତ୍ରର ଖରବେଳି ଭାଷାରୁ ବାହାରିଥାଏ ।

ଆଧାର[ସମ୍ପାଦନା]

  1. "Hindustan: Definition". Thefreedictionary.com. Retrieved 2012-05-15.
  2. Sindh: An Introduction Archived October 20, 2007, at the Wayback Machine.
  3. Parpola 2015, Chapter 9.
  4. Parpola 2015, Chapter 1.
  5. Sharma 2002, p. 3.
  6. J. T. P. de Bruijn, art. HINDU at Encyclopædia Iranica Vol. XII, Fasc. 3, pp. 311-312, available online at http://www.iranicaonline.org/articles/hindu, accessed 6-05-2016
  7. "Hindustan". Encyclopædia Britannica, Inc. 2007. Retrieved 2007-05-02.
  8. A Geography of Hindustan, Ancient and Modern, American Ceylon Mission, 1843.
  9. chambers's encyclopaedia: a dictionary of universal knowledge for the people. 1878. p. 537.