ବେଲ
| ବେଲ | |
|---|---|
| Scientific classification | |
| Kingdom: | |
| (unranked): | |
| (unranked): | |
| (unranked): | |
| Order: | |
| Family: | |
| Subfamily: | |
| Tribe: | |
| Genus: | Aegle Corrêa
|
| Species: | A. marmelos
|
| Binomial name | |
| Aegle marmelos (L.) Corr.Serr.
| |
ଏହା ଏକ ଦ୍ରୁମ ଜାଦୀୟ ଉଦ୍ଭିଦ। ଭାରତର ପ୍ରାୟ ସବୁ ଅଞ୍ଚଳରେ ଏହା ଦେଖାଯାଏ। ଗଛଟି କଣ୍ଟାଯୁକ୍ତ ହୋଇଥାଏ। ଫଳର ବାହାର ଆବରଣ ଶକ୍ତ ହୋଇଥାଏ। ପତ୍ର ତିନିଟି ଶାଖାଯୁକ୍ତ ହୋଇଥାଏ।
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]


ବେଲପତ୍ର ଅଳ୍ପ କଟୁରସ, ପାଚକ, ଅଗ୍ନିବର୍ଧକ, କାନ୍ତି ବର୍ଧକ, ରକ୍ତଶୋଧକ, ପ୍ରଫୁଲ୍ଲତା କାରକ, ଜ୍ୱର, କାଶ, କୃମି, ହୃଦୟରୋଗ, କାମଳ, ଶୋଥ, ଅଜୀର୍ଣ, ପାଣ୍ଡୁ, ଯକୃତ, ପ୍ଳୀହା, ଗୁଳ୍ମ, ଶୂଳ, ବମନ ଓ ଅତିସାର ନାଶକ।
କଞ୍ଚାବେଲ ମଧୁର ମିଶ୍ରିତ କଷାୟ ରସ, ଉଷ୍ଣବୀର୍ଯ୍ୟ, ପାଚକ, ମଳରୋଧକ ଓ କଫ, କୃମି, ଅଜୀର୍ଣ, ଜ୍ୱର, ଅଗ୍ନିମାନ୍ଦ୍ୟ, ଦୁର୍ବଳତା ନିବାରକ।
ପାଚିଲାବେଲ ମଧୁରରସ, ଶୀତଳ, ତୃପ୍ତିପ୍ରଦ, ଗୁରୁପାକ, ଶୁକ୍ରବର୍ଧକ ଓ ଅତିସାର, ଉନ୍ମାଦ, ଶୂଳ, ଶୁକ୍ରଦୋଷ ଓ ଅଜୀର୍ଣ ନିବାରକ ଅଟେ।
ଅନ୍ୟାନ୍ୟ ଭାଷାରେ ନାମ
[ସମ୍ପାଦନା]ଓଡ଼ିଆରେ ବେଲ, ବିଲ୍ୱ,
ବଙ୍ଗଳାରେ ବେଲ୍,
ହିଂଦିରେ ବେଲ୍,
ତେଲୁଗୁରେ ମାଫୁଡୁଚେଟ୍ଟୁ
ସଂସ୍କୃତରେ ବିଲ୍ୱ, ତ୍ରିପତ୍ର, ଶିବାପ୍ରିୟ, ସତ୍ୟଫଳ, ଶ୍ରୀଫଳ, ଲକ୍ଷ୍ମୀପ୍ରିୟ, ଲକ୍ଷ୍ମୀପ୍ରିୟ, ଗନ୍ଧଶ୍ରେଷ୍ଠ, ମହାଫଳ, ଶିବଦ୍ରୁମ, ଶାଂଡିଲ୍ୟ, କପୀତନ, ମହାକପିତ୍ଥ ଆଦି କୁହାଯାଏ।
ବ୍ୟବହାର
[ସମ୍ପାଦନା]ଏହାର ପତ୍ର ଫଳ ଓ ମୂଳକୁ ରୋଗରେ ବ୍ୟବହାର କରାଯାଏ। ପାଚିଲାଫଳକୁ ପଣା କରି ପିଇଥାନ୍ତି। ଓଡ଼ିଶାରେ ବିଷୁବ ସଂକ୍ରାନ୍ତିରେ ଏହି ପଣାକୁ ଦିଅଁଙ୍କ ପାଖରେ ଭୋଗ ଲଗାଯାଏ ଓ ତୁଳସୀ ଚଉଁରାରେ ବସନ୍ତରା ଠେକିରେ ରଖାଯାଏ। ବେଲ ପଣା ଏକ ଲୋକପ୍ରିୟ ପାନୀୟ। ଏଥିପାଇଁ ବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି ନାମରେ ବିଦିତ। ବେଲ ବୈଶାଖ ମାସକୁ ପାଚେ। ଅନ୍ୟ ସମୟରେ ବ୍ୟବହାର କରିବାପାଇଁ ବେଲସଢ଼ା ଭାବରେ ଏହାକୁ ସଂରକ୍ଷଣ କରାଯାଏ। ଆୟୁର୍ବେଦର ଦଶମୂଳ ଭିତରୁ ଏହା ଗୋଟିଏ।
ବେଲପତ୍ର ମହାଦେବଙ୍କର ପ୍ରିୟ ବୋଲି ଲୋକେ ଏହାକୁ ଶିବଙ୍କୁ ଅର୍ପଣ କରିଥାନ୍ତି। ବେଲପତ୍ର ଶିବପୂଜାର ଏକ ଅପରିହାର୍ଯ୍ୟ ବସ୍ତୁ। ବେଲଗଛରେ ଦେବତାମାନେ ବାସ କରିବାର ମାନ୍ୟତା ରହିଛି। ତେଣୁ ଲୋକମାନେ ଏହି ଗଛକୁ ପୂଜା କରିଥାନ୍ତି।
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ