Jump to content

ଚମ୍ପା

ଉଇକିପିଡ଼ିଆ‌ରୁ

ଚମ୍ପା
Scientific classification
Kingdom:
(unranked):
Angiosperms
(unranked):
Magnoliids
Order:
Magnoliales
Family:
Magnoliaceae
Genus:
Magnolia
Binomial name
Magnolia champaca

ଚମ୍ପା ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଶ୍ୱେତଚମ୍ପା, କନକଚମ୍ପା ଭେଦରେ ଏହା ଦୁଇ ପ୍ରକାରର । ଏହା ଛଡ଼ା ଗୋବରି ଚମ୍ପା, ଜହୁରି ଚମ୍ପା, ଚିନିଚମ୍ପା ବା ଚେଣିଚମ୍ପା, ଦୋଳିଚମ୍ପା, ଭୁଇଁ ଚମ୍ପା, ସୁଲତାନୀ ଚମ୍ପା ଓ କାଠଚମ୍ପା ପରି ଅନେକ ପ୍ରକାରର ଚମ୍ପା ରହିଛି। ହେଲେ ଏଗୁଡ଼ିକ ଚମ୍ପକ ଜାତିର ନୁହେଁ । ଏଥି ମଧ୍ୟରେ ଶ୍ୱେତ ଓ କନକଚମ୍ପା ପ୍ରଧାନ । କନକଚମ୍ପା ଏମାନଙ୍କ ଭିତରେ ଶ୍ରେଷ୍ଠ, ଏହାର ଫୁଲ ହଳଦିଆ ରଙ୍ଗର ଓ ସୁଗନ୍ଧଯୁକ୍ତ । ଚମ୍ପାଫୁଲ ଭିତରେ ଥିବା କେଶରରେ ଅତି ଛୋଟ ଛୋଟ ପୋକ ରହିଥାନ୍ତି। ଏହାକୁ ଶୁଙ୍ଘିଲାମାତ୍ରେ ସେମାନେ ନାସା ପଥକୁ ଯାଇ କ୍ଷତ ଜନ୍ମାନ୍ତି । ଫଳରେ ପୀନସ ରୋଗର ସୂତ୍ରପାତ ହୁଏ । ତେଣୁ ଚମ୍ପା ଫୁଲକୁ ଶୁଙ୍ଘିବା ନିଷେଧ। ନାଗଚମ୍ପା ନାମରେ ଆଉ ଏକ ପ୍ରକାର ଚମ୍ପା ମଧ୍ୟ ରହିଛି ।

ଚମ୍ପାଫୁଲର ତୀବ୍ରଗନ୍ଧ ଯୋଗୁଁ ଏଥିରେ ଭଅଁର ବସେନାହିଁ । ଏହି ଗଛର କାଠ ବହୁତ ମଜବୁତ ।

ବିବିଧ ଭାରତୀୟ ପ୍ରାଦେଶିକ ନାମ

[ସମ୍ପାଦନା]
ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଚମ୍ପା
ସଂସ୍କୃତ ଚମ୍ପକ, ଚାମ୍ପେୟ, କଟପୁଷ୍ପ, ହେମପୁଷ୍ପ, ନାଗପୁଷ୍ପ, ଉଗ୍ରଗନ୍ଧି, କୁସୁମାଧିକ, ଶୁଣ୍ୟଗନ୍ଧ, ଭ୍ରମରାତିଥି, ସୁରଭି, ଦିପପୁଷ୍ପ, ସୁକୁମାର, ପୀତପୁଷ୍ପ, ବନଦୀପ, ଭୃଙ୍ଗମୋହି, ଅସିଗନ୍ଧକ, ସ୍ୱର୍ଣ୍ଣପୁଷ୍ପ, ସୁଭଗ ଆଦି କୁହାଯାଏ।
ହିନ୍ଦୀ ଚମ୍ପକ चम्पक
ତେଲୁଗୁ ପୁଗୁଲୁ పుగులు
ବଙ୍ଗଳା ଚାମ୍ପା চাম্পা

ଶାସ୍ତ୍ରୋକ୍ତ ଗୁଣ

[ସମ୍ପାଦନା]
କନକ ଚମ୍ପା

କଟୁତିକ୍ତ କଷାୟ ରସ, ଶୀତଳ। ମାତ୍ରା ଚାରି ଅଣାରୁ ଆଠ ଅଣା । କୁଷ୍ଠ, ବ୍ରଣ, ଦାହ, କୃମି, ପିତ୍ତ ପ୍ରକୋପ, ମୂତ୍ରକୃଚ୍ଛ୍ର ନିବାରକ ।

ବ୍ୟବହାର

[ସମ୍ପାଦନା]

ମୁଖ୍ୟତଃ ଏହାର ପତ୍ର ଫୁଲ ଓ ଛେଲିକୁ ଔଷଧ ରୂପରେ ବ୍ୟବହାର କରାଯାଏ।

  • ଜ୍ୱର, କାଶ, କୃମି, ବାୟୁ ବିକୃତି, ପେଟ କାମୁଡା, ଶୂଳ ଆଦିରେ ଏହାର ପତ୍ରର ରସକୁ ମହୁ ସହିତ ସେବନ କରାଯାଏ।
  • ଯାବତୀୟ ଚର୍ମ ରୋଗରେ ଚମ୍ପା ପତ୍ରକୁ ହଳଦୀ ସହିତ ବାଟି ଲଗାଯାଏ।
  • ଗୋଡ଼ ଫଟାରେ ଏହାର ଫଳକୁ ବାଟି ଲଗାଯାଏ।
  • ପ୍ରମେହାଦିରେ ଏହାରୁ ଫୁଲକୁ ଜଳରେ ସିଝାଇ ସେବନ କରାଯାଏ।
  • ବ୍ରଣ ଓ ବାଗୀ ଆଦିରେ ଏ ଗଛର ମୂଳ ଓ ଛେଲିକୁ ଘୋଳଦହି ସହିତ ବାଟି ଲେପ ଦିଆଯାଏ।
  • ଉନ୍ମାଦ ଓ ଅପସ୍ମାର ଆଦିରେ ଏହାର ତଟକା ପତ୍ରକୁ ଗାଈଘିଅ ଲଗାଇ ମୁଣ୍ଡରେ ଦେଇ ତା’ ଉପରେ ପଗଡ଼ି ବାନ୍ଧିଲେ ଉପକାର ମିଳେ।
  • ପିଲାମାନଙ୍କ କୃମିରେ ଚମ୍ପାପତ୍ରର ରସ ସହିତ ସମପରିମିତ ଅଦାରସ ମିଶାଇ ଖାଇଲେ ଉପକାର ମିଳେ।
  • ଚମ୍ପା ଗଛର ଛେଲିକୁ ଶୁଖାଇ କୁଟି ଚୂର୍ଣ୍ଣ କରି, ତାକୁ ରାଶି କିମ୍ବା ନଡ଼ିଆ ତେଲରେ ସାତ ଦିନ ପର୍ଯ୍ୟନ୍ତ ଭେଦାଇ ଛାଣି ମୁଣ୍ଡରେ ଲଗାଇଲେ ଉକୁଣି ଦୂର ହୁଅନ୍ତି।
  • ଆମବାତ, ଆଣ୍ଠୁଗଣ୍ଠି ଦରଜ ଓ ମୁଣ୍ଡ ବ୍ୟଥାରେ ଏହାର ଫୁଲକୁ ତେଲ ସହିତ ପ୍ରୟୋଗ କରାଯାଏ।
  • ବାଳ ଝଡୁଥିଲେ ଚମ୍ପାଫୁଲକୁ ନଡ଼ିଆ ତେଲରେ ପକାଇ, ତାକୁ କିଛି ଦିନ ରଖି ସେହି ତେଲକୁ ମୁଣ୍ଡରେ ମାରିଲେ ଚୁଟି ଉପୁଡା ବନ୍ଦ ହୁଏ।
  • ଚମ୍ପାଗଛ ମୂଳରୁ ଛେଲି ଆଣି ପାଣିରେ ସିଝାଇ, ଛାଣି ସେହି ପାଣିରେ ମିଶ୍ରି ଗୁଣ୍ଡା ମିଶାଇ ପାନ କଲେ ଋତୁସ୍ରାବ ହୋଇ ପେଟ ଭଲ ରହେ।
  • ଚମ୍ପାପତ୍ରକୁ ଅତି ଚିକ୍କଣ କରି ବାଟି ଗୋବରେ ମିଶାଇ ଲିପିଲେ, ସେ ଘରୁ ଅସରପା ଚାଲି ଯାଆନ୍ତି।
  • ଚମ୍ପାପତ୍ର, କୁକୁର ଛେଲିଆପତ୍ର ଓ ହଳଦୀ ଏ ତିନି ଦ୍ରବ୍ୟକୁ ଏକାଠି ବାଟି ପିଲାମାନଙ୍କ ଦେହରେ ଲେପ ଦେଲେ ଫୋଟକା ଆଦି ଭଲ ହୋଇଯାଏ।

ଚମ୍ପା ଶିବଙ୍କର ଅତି ପ୍ରିୟ ପୁଷ୍ପ। ପୁତ୍ରକାମୀ ବ୍ୟକ୍ତି ଶିବଙ୍କୁ ଆଶ୍ରୟ କରି ଏକଲକ୍ଷ ଚମ୍ପାଫୁଲ ଶିବଙ୍କୁ ଅର୍ପଣ କଲେ ପୁତ୍ରଲାଭ କରେ ବୋଲି ବିଶ୍ୱାସ ରହିଛି।

ବାହାର ଆଧାର

[ସମ୍ପାଦନା]
  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ
  • ଶ୍ରୀ ଲକ୍ଷ୍ମଣ ମିଶ୍ରଙ୍କର ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା।

ବାହାର ଲିଙ୍କ

[ସମ୍ପାଦନା]

ଆହୁରି ଦେଖନ୍ତୁ

[ସମ୍ପାଦନା]