କଳିଙ୍ଗ ଯୁଦ୍ଧ

ଉଇକିପିଡ଼ିଆ ରୁ
କଳିଙ୍ଗ ଯୁଦ୍ଧ
Date ଖ୍ରୀ.ପୂ:୨୬୨ - ଖ୍ରୀ.ପୂ:୨୬୧
Location କଳିଙ୍ଗ, ଭାରତ
Result Decisive Maurya victory
Territorial
changes
Kalinga annexed by Maurya Empire
Belligerents
ମୌର୍ଯ୍ୟ ସାମ୍ରାଜ୍ୟ କଳିଙ୍ଗ
Commanders and leaders
ଅଶୋକ Unknown(a young king age between 10-12 years governed by group of ministers,after his father death), Commander-Nandi Dev Ghosh, Vim Dev Mahapatra
Strength
Total 400,000 60,000 infantry,[୧]
1,000 cavalry,[୧]
700 war elephants[୧]
Casualties and losses
100,000 200,000+ (exaggerated figures by Asoka himself)[୨][୩]
(including civilians)

ଚନ୍ଦ୍ରଗୁପ୍ତବିନ୍ଦୁସାରଙ୍କ ରାଜତ୍ଵ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ଵାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ରୋମାଞ୍ଚକର ବିଭୀଷିକା ବର୍ଣ୍ଣିତ ହୋଇଛି । [୪]

ଏହି ଯୁଦ୍ଧରେ ଏକଲକ୍ଷ ଲୋକ ନୀହତ ହୋଇଥିଲେ । ଦେଢ଼ଲକ୍ଷ ଲୋକ ବନ୍ଦୀହୋଇ ଦେଶାନ୍ତରକୁ ପ୍ରେରିତ ହୋଇଥିଲେ ଏବଂ ପ୍ରାୟ ସେହି ସଂଖ୍ୟକ ବ୍ୟକ୍ତି ଯୁଦ୍ଧ ପର ଅବସ୍ଥାରେ ଆହାତ , ରୋଗାକ୍ରାନ୍ତ କିମ୍ବା ବୁଭୁକ୍ଷୁ ହୋଇ ମୃତ୍ୟୁମୂଖରେ ପଡିଥିଲେ । କଳିଙ୍ଗ ଯୁଦ୍ଧ ବୌଦ୍ଧ ଧର୍ମ ତଥା ପୃଥିବୀର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା । ଏହି ଯୁଦ୍ଧର ଦାରୁଣ ପରିଣତି ଅଶୋକଙ୍କ ମନରେ ଗଭୀର ଦୁଃଖ ଓ ଅନୁତାପ ଜାତ କରିଥିଲା । ହିଂସା ପ୍ରଣୋଦିତ ତରବାରିର ଜୟ ଜୟ ନୁହେଁ, ମାନବ-ହୃଦୟକୁ ଜୟ କରିବା ହିଁ ପ୍ରକୃତ ଜୟ ବୋଲି ଅନୁଭବ କରି ଅଶୋକ ଅସ୍ତ୍ର ପରିତ୍ୟାଗ କଲେ । ଉପଗୁପ୍ତ ନାମକ ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସି ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହା ପରେ ସତ୍ୟ ଓ ଅହିଂସା ବଳରେ ସେ ମାନବ ହୃଦୟକୁ ଜୟ କରିବା ପାଇଁ ଆତ୍ମ ନିୟୋଗ କଲେ ।

ଯୁଦ୍ଧର କାରଣ[ସମ୍ପାଦନା]

ଫଳାଫଳ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Pliny the Elder (77 AD), Natural History VI, 22.1, quoting Megasthenes (3rd century BC), Indika, Fragm. LVI.
  2. Ashoka the Great (r. 272-231 BC), Edicts of Ashoka, Major Rock Edict 13.
  3. Radhakumud Mookerji (1988). Chandragupta Maurya and His Times. Motilal Banarsidass Publ. ISBN 81-208-0405-8.
  4. http://indiansaga.com/history/magadha_kalinga.html

ବାହାର ତଥ୍ୟ[ସମ୍ପାଦନା]