Jump to content

କରଞ୍ଜ

ଉଇକିପିଡ଼ିଆ‌ରୁ

କରଞ୍ଜ
କରଞ୍ଜ ଫୁଲ
Scientific classification
Kingdom:
Subkingdom:
Superdivision:
Division:
Class:
Subclass:
Order:
Family:
Genus:
Species:
M. pinnata
Binomial name
Millettia pinnata []
(L.) Panigrahi
Synonyms

Cytisus pinnatus L.
Derris indica (Lam.) Bennet
Galedupa indica Lam.
Galedupa pinnata (L.) Taub.
Pongamia glabra Vent.
Pongamia mitis Kurz
Pongamia pinnata (L.) Pierre[]

କରଞ୍ଜ ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଏହା ଜଳ ବହୁଳ ସ୍ଥାନରେ ସାଧାରଣତଃ ବଢିଥାଏ। ଏହାର ଡାଳକୁ ଲୋକେ ଦାନ୍ତକାଠି କରିଥାନ୍ତି। ଏହାର ପତ୍ର ମଧ୍ୟମ ଆକାରର, ମୁନିଆ। ଏହାର ଫଳ ଟାଣ, ଦେଖିବାକୁ ବୃକକ ଆକାରର। ଫଳ ଭିତରେ ଗୋଟିଏ ମାତ୍ର ମଞ୍ଜି ରହିଥାଏ।

ବିବିଧ ଭାଷାରେ ନାମ

[ସମ୍ପାଦନା]
ଭାଷାନାମ
ଓଡ଼ିଆକରଞ୍ଜ
ସଂସ୍କୃତକରଞ୍ଜ
ହିନ୍ଦୀKaranja
ଗୁଜରାଟୀKaranj
ତାମିଲPonga
ତେଲୁଗୁGaanuga
ବଙ୍ଗଳାKaranja
ମରାଠିKaranja
ମାଲୟାଲମMinnari
ବର୍ମିଜKalar Tamar
EnglishPongamia pinnata

ବ୍ୟବହାର

[ସମ୍ପାଦନା]

ଔଷଧୀୟ

[ସମ୍ପାଦନା]
  • ଶରୀରରୁ କୃମି ଦୂରୀକରଣ, ଆଖିର ରୋଗ, ଯୋନିର ରୋଗ, ଚର୍ମ ରୋଗ, ଆବୁ, ଅର୍ଶ, ଘାଆ, କୁଣ୍ଡିଆ, ତଳିପେଟରେ ପାଣି ଜମା ହେବା, ତଳିପେଟ ପ୍ଳୀହା ବଢ଼ିବା, ଯକୃତର ସଙ୍କୋଚନ ଆଦିରେ ଏହାର ପ୍ରୟୋଗ ହୋଇଥାଏ।
  • ଏହା ପାକସ୍ଥଳୀକୁ ସୁସ୍ଥ ଓ ଶକ୍ତିଶାଳୀ କରେ। ଏହା ଭୋକ ବଢାଏ, ଆନ୍ତରିକ କ୍ଷତ ଦୂର କରେ, ଦେହରୁ ବିଷ ଓ ବିଜାତୀୟ ଦ୍ରବ୍ୟକୁ ବାହାର କରିଦିଏ।
  • ହଜମରେ ସାହାଯ୍ୟ କରେ ଓ ଏହା ମୃଦୁ ବିରେଚକ।
  • ପିତ୍ତ ବିକାର ଓ ମଧୁମେହରେ ଗୁଣକାରୀ।
  • ରକ୍ତ ଶୋଧକ, କାନଟଣା ନିବାରକ, ପୁରୁଣା ଜ୍ୱର ଓ ହାଇଡ୍ରୋସିଲ ଦୂର କରେ।
  • ଆଣ୍ଠୁ-ଗଣ୍ଠିର ଯନ୍ତ୍ରଣା, ଚର୍ମରେ ଧଳା ଦାଗ, କୁଣ୍ଡିଆ, କୁଷ୍ଠ, ଘାଆ, ମୂତ୍ର ବିକାର, ମୁଣ୍ଡବିନ୍ଧା, ଯକୃତ ପ୍ରଦାହରେ ଏହା ଗୁଣକାରୀ।

ଏହାର ସର୍ବାଙ୍କ ଔଷଧୀୟ ଗୁଣରେ ଭରା। ଏହାର ଛେଲିର ସିଝା, ପତ୍ର ଓ ଫୁଲ ଉପରୋକ୍ତ ବିଭିନ୍ନ ରୋଗରେ କାମରେ ଆସିଥାଏ।

କରଞ୍ଜ ଫଳ

ଅନ୍ୟାନ୍ୟ

[ସମ୍ପାଦନା]
  • କରଞ୍ଜ ଡାଳ ଦାନ୍ତ କାଠି ରୂପେ ବ୍ୟବହାର କରାଯାଏ। ଏହାର ତେଲକୁ ମଧ୍ୟ ଲୋକେ ବିଭିନ୍ନ ଚର୍ମ ରୋଗରେ ଓ ଆଣ୍ଠୁ-ଗଣ୍ଠି ବାତରେ ମାଲିସ କରିବାପାଇଁ ବ୍ୟବହାର କରିଥାନ୍ତି।
  1. "Plants profile for Millettia pinnata (pongame oiltree)". PLANTS Profile. United States Department of Agriculture. Archived from the original on 2012-06-06. Retrieved 2012-03-30.
  2. "Millettia pinnata (L.) Panigrahi". Germplasm Resources Information Network. United States Department of Agriculture. 2006-01-31. Retrieved 2010-05-02.

ବାହାର ଆଧାର

[ସମ୍ପାଦନା]
  • Plants That Heal by Dr. J C Kurian, Oriental Watchman Publishing House, Pune, India