ଗରୁଡ଼

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଗରୁଡ଼
Garuda by Hyougushi in Delhi.jpg
ଗରୁଡ଼, ଭଗବାନ ବିଷ୍ଣୁଙ୍କର ବାହାନ
Devanagari गरुड
Sanskrit Transliteration Garuḍa
Affiliation Eagle
Abode ବୈକୁଣ୍ଠ, କ୍ଷୀରସାଗର

ଗରୁଡ ଗୋଟିଏ ପକ୍ଷୀ ଜାତିର ପ୍ରାଣୀ । ହିନ୍ଦୁବୌଦ୍ଧ ଧର୍ମଗ୍ରନ୍ଥରେ ଗରୁଡ ବିଷୟରେ ଅନେକ କିଛି ଲେଖା ଥିବାର ଜଣାପଡେ । ହିନ୍ଦୁ ଧର୍ମ ଅନୁଯାୟୀ, ଗରୁଡ ବିଷ୍ଣୁଙ୍କ ବାହାନ ରୂପେ ଜଣାଶୁଣା । ହିନ୍ଦୁ ଶାସ୍ତ୍ରରେ ବର୍ଣିତ ବିଷ୍ଣୁଙ୍କ ବାହନ ଗରୁଡଙ୍କୁ ଦେବତା ରୂପେ ମଧ୍ୟ ପୂଜା କରାଯାଏ । ଗରୁଡ ସର୍ପଜାତୀୟ ପ୍ରାଣୀ ତଥା ନାଗ ସାପ ଜାତୀୟ ପ୍ରାଣୀର ଗୋଟିଏ ପରମ ଶତୃ ଭବେ ପରିଚିତ। ଗରୁଡ ବିଭିନ୍ନ ନାମରେ ଜଣାଶୁଣା ଯଥା:- ଚିରାଗ, ଗଗନେଶ୍ଵର, କାମାୟୁଷ, କାଶ୍ୟପି,ଖଗେଶ୍ଵର, ସୁଧାହରା, ତାରକ୍ଷ ଇତ୍ୟାଦି । ଭାଗବତ ଗୀତାରେ ବର୍ଣିତ ତଥ୍ୟ ଅନୁଯାୟୀ, କୁରୁକ୍ଷେତ୍ର ଯୁଦ୍ଧ ସମୟରେ ଶ୍ରୀକୃଷ୍ଣ ଗରୁଡଙ୍କୁ ପକ୍ଷୀରାଜ ବୋଲି ଆଖ୍ୟା ଦେଇଥିଲେ ।[୧]

ଯଦିଓ ଆଜିର ଯୁଗରେ ବିରଳପ୍ରାୟ ଏହି ପ୍ରାଣୀ ଦେଖିବାକୁ ମିଳେନାହିଁ ତଥାପି ଅନେକାଂଶ ସ୍ଥାନରେ ଛଞ୍ଚାଣ ଓ ଅମରପକ୍ଷୀକୁ ଗରୁଡ ଜାତୀୟ ପ୍ରାଣୀ ବୋଲି ପ୍ରସ୍ତୁତ କରାଯାଇଥାଏ । ଅନେକ ଧର୍ମଗ୍ରନ୍ଥରେ ଏହାକୁ ଏକ କାଳ୍ପନିକ ଜୀବରୂପେ ଚିତ୍ରଣ କରାଯାଇଛି । ହିନ୍ଦୁଧର୍ମ ଗ୍ରନ୍ଥ ଓ ପୁରାଣ ଇତ୍ୟଦିରେ ଗରୁଡକୁ ଏକ ଭିନ୍ନ ଜାତୀୟ ମନୁଷ୍ୟ ଓ ପକ୍ଷୀର ଏକ ମିଶ୍ରଣ ପ୍ରାଣୀ ଭାବରେ ଚିତ୍ରଣ କରାଯାଇଛି । ଗରୁଡର କର୍ମ ଓ ଚରିତ୍ରକୁ ହିନ୍ଦୁ ଓ ବୌଦ୍ଧ ଧର୍ମ ଗ୍ରନ୍ଥରେ ଅତି ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି । [୨]

ହିନ୍ଦୁ ଧର୍ମଗ୍ରନ୍ଥ ମହାଭାରତରେ ଗରୁଡର ଜନ୍ମ ଓ କର୍ମ ବିଷୟରେ ସବିଶେଷ ବ୍ୟାଖ୍ୟା କରାଯାଇଛି । ଉକ୍ତ ଗ୍ରନ୍ଥରେ ଥିବା ବର୍ଣ୍ଣନା ଅନୁଯାୟୀ କାଶ୍ୟପ ୠଷିଙ୍କୁ ଗରୁଡଙ୍କ ପିତା ଭାବେ ବର୍ଣ୍ଣନା କରାଯାଇଛି । ପ୍ରଜାପତି ଦକ୍ଷଙ୍କ ଦୁଇ କନ୍ୟା ବିନତା ଏବଂ କଦରୁଙ୍କୁ ସେ ବିବାହ କରିଥିଲେ । କାଶ୍ୟପ ଋଷି ନିଜର ଦୁଇ ପତ୍ନୀଙ୍କୁ ସେମାନଙ୍କ ଇଚ୍ଛା ମୁତାବକ, ବିନତାଙ୍କୁ ଦୁଇଟି ପୁତ୍ର ଓ କଦୁରୁଙ୍କୁ ଶହେଗୋଟି ସର୍ପ ଜାତୀୟ ପୁତ୍ର ପ୍ରାପ୍ତ ନିମନ୍ତେ ବରଦାନ କରିଥିଲେ । ଫଳସ୍ଵରୁପ ବିନତାଙ୍କ ଗର୍ଭରୁ ଯେଉଁ ଶିଶୁଟି ଜନ୍ମ ଲାଭ କଲା ସେ ଦେଖିବାକୁ ଉଭୟ ମନୁଷ୍ୟ ଓ ପକ୍ଷୀ ଜାତୀୟ ମିଶ୍ରଣ ପ୍ରାଣୀ ସ୍ଵରୁପ ଏକ ବିରଳ ଶିଶୁ ଥିଲା, ଏବଂ ଯାହାକୁ ଗରୁଡ ଗରୁଡ ନାମରେ ନାମକରଣ କରାଯାଇଥିଲା ।[୩]

ଗରୁଡ ଭଗବାନ ବିଷ୍ଣୁଙ୍କ ବାହାନ ହୋଇଥିବା ଯୋଗୁଁ ହିନ୍ଦୁଧର୍ମର ବୈଷ୍ଣବ ଧର୍ମାନୁଷ୍ଠାନ ଓ ମନ୍ଦିର ସମ୍ମୁଖରେ ଗରୁଡ ସ୍ତମ୍ବ ଅଥବା ଗରୁଡ ପ୍ରତିମୁର୍ତ୍ତି ପୂଜାପାଇଥାଏ । ଏପରିକି ମହାଭାରତରେ ବର୍ଣିତ ତଥ୍ୟ ଅନୁଯାୟୀ ଗୁରୁ ଦ୍ରୋଣାଚାର୍ଯ୍ୟ ନିଜର ସେନାବାହିନୀକୁ ଗରୁଡ ସେନା ନାମରେ ନାମିତ କରିଥିଲେ ଓ ପ୍ରଭୁ ଶ୍ରୀକୃଷ୍ଣ ନିଜର ନନ୍ଦିଘୋଷ ରଥର ପତାକରେ ଗରୁଡ ଚିହ୍ନକୁ ସ୍ଥାନ ଦେଇଥିଲେ । ପୁରୀ ରଥ ଯାତ୍ରା ସମୟରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ପତାକରେ ମଧ୍ୟ ଗରୁଡ ଚିହ୍ନ ପ୍ରତୀୟମାନ ହୁଏ ।

ବୌଦ୍ଧଧର୍ମ ଗ୍ରନ୍ଥରେ ଗରୁଡଙ୍କୁ କେତେକ ବିଶିଷ୍ଟ ରାଜ୍ୟର ରାଜା ଓ ତାନ୍ତ୍ରୀକ ଶକ୍ତି ବିଶିଷ୍ଟ ଇଚ୍ଛାଧାରୀ ପୁରୁଷ ରୂପେ ମଧ୍ୟ ବର୍ଣ୍ଣନା କରାଯାଇଛି । ବୌଦ୍ଧ ଧର୍ମଗ୍ରନ୍ଥରେ ଯେଉଁ ଚାରିପ୍ରକାର ଗରୁଡ ରାଜାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ସେମାନେ ହେଲେ:- ମହା ଶକ୍ତିଶାଳୀ ଗରୁଡ ରାଜା, ବିଶାଳକାୟ ଗରୁଡ ରାଜା, ଇଚ୍ଛାପୂର୍ତ୍ତି ଗରୁଡ ରାଜା ଓ ସ୍ଵ-ଇଚ୍ଛାଧାରୀ ଗରୁଡ ରାଜା ଇତ୍ୟାଦି ।

ଗରୁଡ ଚିହ୍ନ- ଆଧୁନିକ ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ଗରୁଡ ଚିହ୍ନକୁ ସାଂସ୍କୃତିକ ଓ ଜାତୀୟ ଚିହ୍ନ ଭାବେ ବ୍ୟବହାର କରାଯାଉଛି । ଯେପରିକି:-

  • ଥାଇଲ୍ୟାଣ୍ଡଇଣ୍ଡୋନେସିଆର ଜାତୀୟ ସରକାରୀ ପ୍ରତୀକ ।
  • ଇଣ୍ଡୋନେସିଆର ଜାତୀୟ ବିମାନକୁ ଗରୁଡ ଇଣ୍ଡୋନେସିଆ ନାମରେ ନାମିତ କରାଯାଇଛି ।[୪]
  • ଇଣ୍ଡୋନେସିଆର ଜାତୀୟ ଫୁଟବଲ୍ ଦଳର ଚିହ୍ନ ହେଉଛି ଗରୁଡ ଚିହ୍ନ ।
  • ବାର୍ଲିଜାଭାରେ ଗରୁଡକୁ ସେମାନଙ୍କ ସାଂସ୍କୃତିକ ପ୍ରତୀକ ଭବେ ବ୍ୟବହାର କରାଯାଏ ।
  • ମଧ୍ୟ ଯୁଗର ହୋୟଂସାଳ ରାଜାଙ୍କ ଅଙ୍ଗରକ୍ଷୀଙ୍କୁ ଗରୁଡ ବୋଲି କୁହାଯାଉଥିଲା ।
  • ଭାରତୀୟ ଆକଶ ବାହିନୀର ଗୋଟିଏ ସ୍ଵତନ୍ତ୍ର ବାହିନୀକୁ ଗରୁଡ କମଣ୍ଡୋ ଫୋର୍ସ୍ ନାମରେ ନାମିତ କରାଯାଇଛି, ଯାହ ୨୦୦୪ ମସିହାରେ ଗଠନ କରଯାଇଥିଲା ।[୫]

ଆଧାର[ସମ୍ପାଦନା]

  1. "ଗରୁଡ ପୁରାଣ". S.V. Subrahmanyam. Retrieved 5 September 2015. 
  2. "ଗରୁଡ". The Hindu Universe. Retrieved 5 September 2015. 
  3. "ଗରୁଡ କାହାଣୀ". Youtube. Retrieved 5 September 2015. 
  4. "ଗରୁଡ ଇଣ୍ଡୋନେସିଆ". Garuda Indonesia (Persero). Retrieved 5 September 2015. 
  5. "ଗରୁଡ କମଣ୍ଡୋ ଫୋର୍ସ୍". Bharat Rakshak. Retrieved 5 September 2015. 

ବାହାର ତଥ୍ୟ[ସମ୍ପାଦନା]