ଚିନ୍ତାମଣି ଜେନା (ନାଟ୍ୟକାର)
ଚିନ୍ତାମଣି ଜେନା | |
---|---|
ଜନ୍ମ | ଚିନ୍ତାମଣି ଜେନା ୧୫ ଅପ୍ରେଲ ୧୯୩୮ ପଞ୍ଚହରା, ପଣ୍ଡୁଆ, କେନ୍ଦୁଝର |
ମୃତ୍ୟୁ | ୪ ଜୁଲାଇ ୨୦୧୭ ପଞ୍ଚହରା, ଘସିପୁରା, କେନ୍ଦୁଝର | (ବୟସ ୭୯)
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ(କଳା) |
ପ୍ରସିଦ୍ଧି | ନାଟ୍ୟକାର |
ଚିନ୍ତାମଣି ଜେନା (୧୫ ଅପ୍ରେଲ ୧୯୩୮ - ୪ ଜୁଲାଇ ୨୦୧୭) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ଥିଲେ ।[୧] ସେ ପ୍ରାୟ ୧୨୦ଟି ନାଟକ ରଚନା କରିଥିଲେ । ନାଟ୍ୟକାରଭାବରେ ବେଶୀ ପରିଚିତି ଥିଲେ ମଧ୍ୟ ଉପନ୍ୟାସ ଓ ଏକାଙ୍କିକା ଭଳି ସାହିତ୍ୟ ରଚନା ତଥା ମଞ୍ଚରେ ଅଭିନୟ ଓ ନିର୍ଦ୍ଦେଶନା କରୁଥିଲେ ।
ନାଟ୍ୟକାର ଜୀବନ
[ସମ୍ପାଦନା]ନାଟ୍ୟକାର ଭାବରେ ଚିନ୍ତାମଣି ବହୁ ପୁରସ୍କାର ଲାଭ କରିଥିଲେ ।[୨] ଓଡ଼ିଶା ତଥା ଓଡ଼ିଶା ବାହାରେ ଚିନ୍ତାମଣି ଜେନାଙ୍କର ବହୁ ନାଟକ ପରିବେଷିତ ହୋଇଥିଲା । ତାଙ୍କ ଲିଖିତ ନାଟକ ଓ ଉପନ୍ୟାସ ଗୁଡିକୁ ନେଇ ଚଳଚ୍ଚିତ୍ର ମଧ୍ୟ ତିଆରି କରିଯାଇଛି । ତାଙ୍କ ନାଟକ "ସନ୍ଧ୍ୟାତାରା"କୁ ନେଇ ଓଡ଼ିଶା ଚଳଚ୍ଚିତ୍ର ସନ୍ଧ୍ୟାତାରା ଓ ଉପନ୍ୟାସ "ସରପଞ୍ଚ ପୁଅ"କୁ ନେଇ ସିନ୍ଦୁର ବିନ୍ଦୁ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା ।
ନାଟକ
[ସମ୍ପାଦନା]- ସନ୍ଧ୍ୟାତାରା[୩]
- ଶତାବ୍ଦୀର ଆର୍ତ୍ତନାଦ
- ତାଜମହଲର ଶିଳ୍ପୀ
- ଅନ୍ୟ ଏକ ବିପ୍ଳବ
- ରକ୍ତ ତିଳକ
- ତିମିର ତୀର୍ଥରେ ଏକ ରାତି[୪]
- ଧୁମକେତୁ
- ସୂର୍ଯ୍ୟଦୋୟ ପୁର୍ବେ
- ଏକଲବ୍ୟ
- ଜ୍ୱାଳାମୁଖୀ[୫]
ଉପନ୍ୟାସ
[ସମ୍ପାଦନା]- ସରପଞ୍ଚ ପୁଅ
ଏକାଙ୍କିକା
[ସମ୍ପାଦନା]- ଧର୍ମାବତାର ଓ ଅନ୍ୟାନ୍ୟ ଏକାଙ୍କିକା
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୨ ("ଧର୍ମାବତାର ଓ ଅନ୍ୟାନ୍ୟ ଏକାଙ୍କିକା" ପାଇଁ)[୬]
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୨
- ନାଟ୍ୟାଚାର୍ଯ୍ୟ
- ନାଟ୍ୟଭୂଷଣ
- କଳାଭୂଷଣ
- କଳାଗୌରବ[୭]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଚିନ୍ତାମଣି, କେନ୍ଦୁଝର ଜିଲ୍ଲାର ପଣ୍ଡୁଆ ପଞ୍ଚାୟତ ଅନ୍ତର୍ଗତ ପଞ୍ଚହରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୨୦୧୭ମସିହା ଜୁଲାଇ ୪ତାରିଖରେ କେନ୍ଦୁଝର ଜିଲ୍ଲାର ଘସିପୁରା ଅନ୍ତର୍ଗତ ସାଇଁକୂଳସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିଲା । ସେ ଭାରତୀୟ ଦୂର ସଂଚାର ସେବା ଅଧିନରେ ଚାକିରି କରୁଥିଲେ ।[୮]
ଆଧାର
[ସମ୍ପାଦନା]- ↑ Dinanath Pathy; Orissa Media Centre (Bhubaneswar, India); Working Artists' Association of Orissa (1999). The continuity in the flux, Orissa. Harman Pub. House in collaboration with Working Artists Association of Orissa and Orissa Media Centre, Bhubaneswar. ISBN 978-81-86622-31-5.
- ↑ https://www.telegraphindia.com/1160105/jsp/odisha/story_62149.jsp
- ↑ "Playwright Chintamani Jena no more | Sambad English". Sambad English (in English). Bhubaneswar: sambadenglish.com. 4 July 2017. Archived from the original on 15 September 2020. Retrieved 15 September 2020.
{{cite news}}
: CS1 maint: unrecognized language (link) - ↑ http://odishasuntimes.com/2017/07/04/odisha-sahitya-akademi-awardee-chintamani-jena-no-more/
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 503–. ISBN 978-81-260-0873-5.
- ↑ http://www.odiaspotnews.in/webpage/detailnews/2591/10
- ↑ "ନାଟ୍ୟକାର ଚିନ୍ତାମଣି ଜେନାଙ୍କ ପରଲୋକ". ସମ୍ବାଦ ୦୫/୦୭/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Archived from the original on 10 July 2017. Retrieved 5 July 2017.
- ↑ http://www.eodishasamachar.com/?p=9333[permanent dead link]