ଶ୍ୟାମାମଣି ପଟ୍ଟନାୟକ
ପଦ୍ମଶ୍ରୀ କୋକିଳକଣ୍ଠୀ ଶ୍ୟାମାମଣି ଦେବୀ | |
---|---|
ଜନ୍ମ | ଶ୍ୟାମାମଣି ପଟ୍ଟନାୟକ ୨୧ ଡିସେମ୍ବର ୧୯୩୮ |
ବୃତ୍ତି | ଓଡ଼ିଶୀ କଣ୍ଠଶିଳ୍ପୀ |
ଶୈଳୀ | ଓଡ଼ିଶୀ ସଙ୍ଗୀତ |
ବୈବାହିକ-ସାଥୀ | ମାୟାଧର ବେହେରା |
ପିତାମାତା | ରାଜେନ୍ଦ୍ର ମୋହନ ପଟ୍ଟନାୟକ ନିଶାମଣି ପଟ୍ଟନାୟକ |
ସମ୍ପର୍କୀୟ | କାଳୀଚରଣ ପଟ୍ଟନାୟକ |
ପୁରସ୍କାର | ଓଡ଼ିଶା ସଂଗୀତ ନାଟକ ଏକୋଡମୀ ପୁରସ୍କାର |
ୱେବସାଇଟ | shyamamanidevi.com |
ଦସ୍ତଖତ | |
ପଦ୍ମଶ୍ରୀ ଶ୍ୟାମାମଣି ଦେବୀ (ଜନ୍ମ : ୨୧ ଡିସେମ୍ବର ୧୯୩୮, ଶ୍ୟାମାମଣି ପଟ୍ଟନାୟକ) ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ । ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ ଯଥା ଓଡ଼ିଶୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ, ଇତ୍ୟାଦି ସଙ୍ଗେ ସଙ୍ଗେ ସେ ପଲ୍ଲୀ ଏବଂ ଆଧୁନିକ ଗୀତ ମଧ୍ୟ ଗାୟନ କରିଛନ୍ତି । ଓଡ଼ିଶୀ ସଙ୍ଗୀତର ଦୁଇଜଣ ପ୍ରମୁଖ ଗୁରୁ - ସିଂହାରୀ ଶ୍ୟାମସୁନ୍ଦର କର ଏବଂ ବାଳକୃଷ୍ଣ ଦାସଙ୍କଠୁ ସେ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିବାରୁ ତାଙ୍କ ଗାୟନ ଶୈଳୀରେ ଉଭୟଙ୍କ ଛାପ ରହିଛି । ଅନେକ ପାରମ୍ପରିକ ଓଡ଼ିଶୀ ଗୀତକୁ ରେକର୍ଡ଼ କରି ସେ ବେଶ ଜନାଦୃତ ହୋଇପାରିଛନ୍ତି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଶ୍ୟାମାମଣି ପଟ୍ଟନାୟକ ୧୯୩୮ ମସିହା ଡିସେମ୍ବର ମାସ ୨୧ ତାରିଖ ଦିନ କଟକ ଜିଲ୍ଲାସ୍ଥିତ ବାଙ୍କୀ ସବଡିଭିଜନ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ରାଜେନ୍ଦ୍ର ମୋହନ ପଟ୍ଟନାୟକ ଏବଂ ମାତାଙ୍କ ନାମ ନିଶାମଣି ପଟ୍ଟନାୟକ । ସେ ଏକ ସଂଗୀତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ତାଙ୍କର କକା ଅଟନ୍ତି । ପାଞ୍ଚ ଜଣ ଭାଇ ଭଉଣୀଙ୍କ ମଧ୍ୟରେ ସେ ଥିଲେ ସର୍ବକନିଷ୍ଠା । ଏକ ରକ୍ଷଣଶୀଳ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିବାରୁ ପିଲାବେଳେ ସଙ୍ଗୀତରେ ତାଙ୍କ ଆଗ୍ରହ ଯୋଗୁଁ ସେ ଅନେକ ନିନ୍ଦା ସହ୍ଯ କରିଥିଲେ । ତାଙ୍କର ସଂଗୀତ ପ୍ରତି ଆଗ୍ରହ ଥିିଲା ତଥାପି ତତଳକାଳୀନ ରକ୍ଷଣଶୀଳ ସମାଜ ତାଙ୍କୁ ତାହା କରିବା ପାଇଁ ନିରୁତ୍ସାହିତ କଲା । ପିତା ରାଜେନ୍ଦ୍ର ପଟ୍ଟନାୟକ ଏବଂ କକା କାଳୀଚରଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନ ଓ ପ୍ରୋତ୍ସାହନ କ୍ରମେ ସେ ସଙ୍ଗୀତ ଅଧ୍ୟୟନ ଅବିଚ୍ଛିନ୍ନ ରଖିପାରିଥିଲେ । ଅତି ଅଳ୍ପ ବୟସରୁ ରେଡ଼ିଓରେ କଣ୍ଠଦାନ କରି ଜଣେ ଶିଶୁ ସଙ୍ଗୀତଜ୍ଞ ହିସାବରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ।
କର୍ମ ଜୀବନ
[ସମ୍ପାଦନା]ଶ୍ୟାମାମଣି ପଟ୍ଟନାୟକ ମାତ୍ର ୧୨ ବର୍ଷ ବୟସରେ ଆକାଶବାଣୀ କଟକରେ ୧୯୫୦ ମସିହାରେ ସ୍ଥାନ ପାଇଥିଲେ । ସେତେବେଳକୁ ପାରିଶ୍ରମିକ ବାବଦକୁ କେବଳ ନାରଙ୍ଗ ଚକୋଲେଟ୍ ଦିଆଯାଉଥିଲା । ପାଠ ସାଙ୍ଗକୁ ସଂଗୀତ ତାଙ୍କର ଜୀବନର ସାଥୀ ଭାବରେ ପ୍ରତିୟମାନ । ପିଲାଟିଦିନରୁ ସଂଗୀତ ପ୍ରତି ସେ ଉତ୍ସାହିତ ଥିଲେ । ସେ ଲତା ମଙ୍ଗେସକର, ନୁର୍ ଜାହାନ୍, ରାଜକୁମାରୀ ଏବଂ ସିଦ୍ଧେଶ୍ୱରୀ ଦେବୀଙ୍କର ଗୀତ ଶୁଣି ସଙ୍ଗୀତ ଗାନର ମୂଳ ପଦ୍ଧତିକୁ ଶିକ୍ଷା କରିଥିଲେ । ୧୯୪୩ରୁ ୧୯୪୪ ମସିହାରେ ତାଙ୍କ ବାପା ଗ୍ରାମଫୋନଟିଏ ଘରକୁ ଆଣିବା ପରେ ତାଙ୍କ ମନରେ ସଂଗୀତ ପ୍ରତି ଉତ୍ସାହ ଜାଗ୍ରତ ହେଇଥିଲା ଏବଂ ସେହି ଦିନଠୁ ସଂଗୀତ ପ୍ରତି ଅନୁପ୍ରାଣିତ ହେଇଥିଲେ । ସେ ପ୍ରଖ୍ୟାତ ଓଡ଼ିଶୀ ସଙ୍ଗୀତ ଗୁରୁଦ୍ୱୟ ଦେଶରଜା ସିଂହାରୀ ଶ୍ୟାମସୁନ୍ଦର କର ଏବଂ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କଠାରୁ ସଂଗୀତ ଶିକ୍ଷା କରିଥିଲେ । ପରେ ଗୁରୁ କୁଣ୍ଡଳ ଆଦିନାରାୟଣ ରାଓଙ୍କଠାରୁ ହିନ୍ଦୁସ୍ଥାନୀ ସଂଗୀତ ଶିକ୍ଷା ଲାଭ କରିଥିଲେ ।[୧]
ଶିକ୍ଷାଗତ ଯୋଗ୍ୟତା
[ସମ୍ପାଦନା]ଶ୍ୟାମାମଣି ପଟ୍ଟନାୟକ କଟକସ୍ଥିତ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସ୍ନାତକ ଉପାଧୀ ଲାଭ କରିଥିଲେ । ସେ କଟକସ୍ଥିତ ସଙ୍ଗୀତ ନାଟକ ଏକାଡେମୀରୁ 'ସଙ୍ଗୀତ ବିଶାରଦ' କରିଥିଲେ । ଗୁରୁ ସିଂହାରୀ ଶ୍ୟାମସୁନ୍ଦର କର ଏବଂ ବାଳକୃଷ୍ଣ ଦାସଙ୍କଠାରୁ ଜାତୀୟ ସଂଗୀତ ସମାଜ, କଟକରେ ଶିକ୍ଷା ଲାଭକରିଥିଲେ। ୧୯୮୫ ମସିହାରେ ପୁଣେସ୍ଥିତ ଗନ୍ଧର୍ବ ମହାବିଦ୍ୟାଳୟଠାରୁ 'ସଙ୍ଗୀତ ଅଳଙ୍କାର' ଲାଭ କରିଥିଲେ । ପ୍ରଫେସର ବି. ଆର. ନବରଙ୍ଗଙ୍କ ତତ୍ତ୍ୱାବଧାନରେ ମୁମ୍ବାଇରେ ଶିକ୍ଷା କରିଥିଲେ । ପ୍ରଫେସର ବି. ଆର. ଦେଓଧରଙ୍କ ତତ୍ତ୍ୱାବଧାନରେ ଭଏସ କଲଚର ଉପରେ ଶିକ୍ଷା ଲାଭ କରିଥିଲେ ।
ବୈବାହିକ ଜୀବନ
[ସମ୍ପାଦନା]ଶ୍ୟାମାମଣି ଦେବୀ ୰ ମାୟାଧର ବେହେରାଙ୍କୁ ବିବାହ କରିଥିଲେ । ତାଙ୍କ ସ୍ୱାମୀ ଜଣେ ମେଡ଼ିସିନ ପ୍ରାକଟିସନର ଥିଲେ । ସ୍ୱାମୀଙ୍କ ପ୍ରେରଣା ଓ ସହଯୋଗଦ୍ୱାରା ତାଙ୍କ ସଙ୍ଗୀତ ଜୀବନ ଫଳମୟ ହୋଇଛି ବୋଲି ସେ କହିଛନ୍ତି । ଶ୍ୟାମାମଣିଙ୍କର ଗୋଟିଏ ପୁତ୍ର ଏବଂ ଦୁଇଟି କନ୍ୟା ଅଛନ୍ତି । ତାଙ୍କ ସଙ୍ଗୀତ ଜୀବନ କେବେହେଲେ ପାରିବାରିକ ଜୀବନ ଉପରେ କୌଣସି ଖରାପ ପ୍ରଭାବ ପକାଇନଥିଲା ବୋଲି ସେ ବ୍ୟକ୍ତ କରିଛନ୍ତି ।
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସଙ୍ଗୀତ ନାଟକ ଏକୋଡମୀ ପୁରସ୍କାର, ୧୯୯୪[୨]
- ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ଼, ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ, ୨୦୦୪
- ଡକ୍ଟେରଟ ଉପାଧି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ , ୨୦୧୨[୩]
- ଗୁରୁ ସିଂହାରୀ ସମ୍ମାନ, ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀ ପକ୍ଷରୁ, ୨୦୧୪[୪]
- ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ଼, କଟକ ନୃତ୍ୟଉତ୍ସଭ, ୨୦୧୫
- ଗୁରୁ ସହଦେବ ପାଢ଼ୀ ମେମୋରିଆଲ ସମ୍ମାନ, ୨୦୧୬[୫][୬]
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୧୭[୭]
- ଦେବପ୍ରସାଦ ଦାସ ସମ୍ମାନ, ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେସନ୍ ପକ୍ଷରୁ, ୨୦୧୮[୮]
- କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୨୦୧୯[୯]
- ପଦ୍ମଶ୍ରୀ ସମ୍ମାନ, ୨୦୨୨[୧୦]
ଆଧାର
[ସମ୍ପାଦନା]- ↑ "ସମ୍ବାଦ". ୩ ଅଗଷ୍ଟ ୨୦୧୫.
{{cite news}}
: Check date values in:|date=
(help) - ↑ "Odisha Sangeet Natak Akademy Award Winners (1970-2012)" (PDF). Odisha Reference Annual - 2011. Government of Odisha: 104–108. 2011. Archived from the original (PDF) on 2020-12-08. Retrieved 2022-02-08.
- ↑ "AWARDS, SAMMANS, TITLES". Shyamamanidebi.com. Archived from the original on 25 March 2017. Retrieved 20 March 2017.
- ↑ Oct 15, TNN / Updated; 2014; Ist, 12:33. "Odissi ragas take centre stage at concert | Bhubaneswar News - Times of India". The Times of India (in ଇଂରାଜୀ). Retrieved 2022-01-25.
{{cite web}}
:|last2=
has numeric name (help)CS1 maint: numeric names: authors list (link) - ↑ "ଶ୍ୟାମାମଣି ଦେବୀଙ୍କୁ ଗୁରୁ ସହଦେବ ପାଢ଼ୀ ମେମୋରିଆଲ ସମ୍ମାନ". ଧରିତ୍ରୀ. Retrieved 14 October 2016.
- ↑ "TITLES". Shyamamanidebi.com. Archived from the original on 22 March 2017. Retrieved 20 March 2017.
- ↑ "Guru Kelucharan Mohapatra Award 2017 announced". newindianexpress.com. Retrieved 5 September 2017.
- ↑ "Debaprasad Utsav to honour Odissi exponent". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). 2018-10-27. Retrieved 2022-01-25.
- ↑ "Odisha Sangeet Natak Akademi awards announced". Kalinga TV. Retrieved 4 July 2021.
- ↑ "Padma Awards 2022 announced". ସୂଚନା ଓ ଲୋକସମ୍ପର୍କ ବିଭାଗ, ଭାରତ. Archived from the original on ୨୫ ଜାନୁଆରୀ ୨୦୨୨. Retrieved 26 January 2022.
{{cite web}}
: Check date values in:|archivedate=
(help)