ମଙ୍ଗୋଲିଆ

ଉଇକିପିଡ଼ିଆ‌ରୁ
ମଙ୍ଗୋଲିଆ ପତାକା
ମଙ୍ଗୋଲିଆ ଅବସ୍ଥିତି

ମଙ୍ଗୋଲିଆ ମଧ୍ୟ-ପୂର୍ବ ଏସିଆରେ ଥିବା ଏକ ଦେଶ । ହେଲେ ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ୧୯୫୫ ଡିସେମ୍ବର ୨୪ ତାରିଖରେ ପ୍ରତିଷ୍ଠା ହୋଇଥିଲା । ସୋଭିଏତ ସଂଘ ବାଦ୍ ଭାରତ ଏପରି ପ୍ରଥମ ଦେଶ ଥିଲା ଯିଏ ମଙ୍ଗୋଲିଆ ପ୍ରତି ବନ୍ଧୁତାର ହାତ ବଢାଇଥିଲା । ୧୯୭୧ରେ ମଙ୍ଗୋଲିଆ ବଙ୍ଗଳାଦେଶ ମୁକ୍ତି ସଂଗ୍ରାମ ଅବସରରେ ଭାରତକୁ ସମର୍ଥନ କରିଥିଲା ।

ଇତିହାସ[ସମ୍ପାଦନା]

ଚେଙ୍ଗିଜ୍ ଖାଁ ନାମକ ଜଣେ ଯୋଦ୍ଧା ୧୨୦୬ଖଷ୍ଟାବ୍ଦରେ ମଙ୍ଗୋଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ଏହା ପରବର୍ତ୍ତୀ ସମୟରେ ମଙ୍ଗୋଲିଆ ନାମରେ ପରିଚିତ ହେଲା । ଏହି ସାମ୍ରାଜ୍ୟରେ ଚୀନଠାରୁ ମଧ୍ୟଏସିଆର ଇରାନ, ଇରାକ, ତୁର୍କୀ ଏବଂ ଇଉରୋପର ପୋଲାଣ୍ଡ ସୀମା ପର୍ଯ୍ୟନ୍ତ ଅଞ୍ଚଳ ଅନ୍ତର୍ଭୁକ୍ତ ଥିଲା । ଏକ ସମୟରେ ପ୍ରାୟ ସମ୍ପୂର୍ଣ୍ଣ ଏସିଆ ଏହି ସାମ୍ରାଜ୍ୟ କବ୍ଜାରେ ରହିଥିଲା ।

ଭୂଗୋଳ[ସମ୍ପାଦନା]

୧୫,୬୪, ୧୧୬ ବର୍ଗ କି.ମି.[୧] କ୍ଷେତ୍ରଫଳ ବିଶିଷ୍ଟ ମଙ୍ଗୋଲିଆ ପୃଥିବୀର ଉନବିଂଶ (୧୯ଶ) ସର୍ବବୃହତ ଅଞ୍ଚଳ ଥିବା ଦେଶ । ଏହା ଉପକୂଳ ନଥିବା ଦ୍ୱିତୀୟ ସର୍ବବୃହତ ଦେଶ । ଏହି ଦେଶରେ ପ୍ରାୟ ୩୦ ଲକ୍ଷ ଲୋକ ବାସ କରନ୍ତି ।

ମଙ୍ଗୋଲିଆର ରାଜଧାନୀ ଉଲାନବାଟରରେ ରହିଛି ୧୩୧ଫୁଟର ଚେଙ୍ଗିଜ୍ ଖାଁ ଏକ ଘୋଡାରେ ବସିଥିବାର ପ୍ରତିମୂର୍ତ୍ତି ଯାହା ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ।

ଧର୍ମ[ସମ୍ପାଦନା]

ମଙ୍ଗୋଲିଆର ସର୍ବାଧିକ ଲୋକ ବୌଦ୍ଧ ଧର୍ମାବଲମ୍ବୀ ।

ପ୍ରଶାସନିକ ବିଭାଜନ[ସମ୍ପାଦନା]

ମଙ୍ଗୋଲିଆ ୨୧ଟି ପ୍ରଦେଶ (ସ୍ଥାନୀୟ ଭାଷା: ଏମାଗ (aimags)), ଓ ୩୨୯ଟି ଜିଲ୍ଲାରେ (ସ୍ଥାନୀୟ ଭାଷା: ସମ (sums)) ବିଭକ୍ତ ।[୨] ରାଜଧାନୀ ଉଲାନବାଟର ପ୍ରଦେଶ ମାନ୍ୟତାପ୍ରାପ୍ତ ଏକ ସ୍ୱୟଂଶାସିତ ରାଜଧାନୀ ସହର ।

ଭାଷା[ସମ୍ପାଦନା]

ଏଠାକାର ସରକାରୀ ଭାଷା ମଙ୍ଗୋଲିଆନ୍ । ଏହା ସହିତ ତୁର୍କି ଏବଂ ଋଷୀୟ ଭାଷା ବି ଏଠାରେ ପ୍ରଚଳିତ । ମହାଭାରତ ଧାରାବାହିକକୁ ମଙ୍ଗୋଲୀୟ ଭାଷାରେ ଡବ୍ କରି ଉଲାନବଟୋର ଟିଭିରେ ପ୍ରସାରିତ କରାଯାଇଛି । ହିନ୍ଦୀ ଫିଲ୍ମ ବି ଏଠାରେ ଖୁବ୍ ଲୋକପ୍ରିୟ । ପଞ୍ଚତନ୍ତ୍ର, ରାମାୟଣ, ଶକୁନ୍ତଳା, କାମସୂତ୍ର, ଗୋଦାନ ଏବଂ କଟି ତଙ୍ଗ ଆଦିକୁ ମଧ୍ୟ ମଙ୍ଗୋଲୀୟ ଭାଷାରେ ପ୍ରକାଶ କରାଯାଇସାରିଛି ।

ଆଧାର[ସମ୍ପାଦନା]

  1. "Countries by area". CIA World Factbook. Archived from the original on 2020-05-29. Retrieved 2013-06-28.
  2. Givaandondogiin Purevsambuu (2006). Mongolia. Montsame News Agency. p. 46. ISBN 978-99929-0-627-9.