ମମତା ମହନ୍ତ
ମମତା ମହନ୍ତ | |
---|---|
ସାଂସଦ: ରାଜ୍ୟ ସଭା | |
କାର୍ଯ୍ୟକାଳ ଅପ୍ରେଲ ୨୦୨୦ – ୩୧ ଜୁଲାଇ ୨୦୨୪ | |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ବିଜୁ ଜନତା ଦଳ (ଇସ୍ତଫା: ୩୧ ଜୁଲାଇ ୨୦୨୪) |
ଜୀବନ ସାଥୀ | ବିଜୟ କୁମାର ମହନ୍ତ[୧] |
ବୃତ୍ତି | ରାଜନୀତିଜ୍ଞ |
ମମତା ମହନ୍ତ ଜଣେ ଭାରତୀୟ ରାଜନୀତିଜ୍ଞା । ସେ ବିଜୁ ଜନତା ଦଳର ସଦସ୍ୟ ଭାବରେ ଭାରତୀୟ ସଂସଦର ଉପର ସଦନରେ ରାଜ୍ୟ ସଭାର ସାଂସଦ ଭାବରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ । ୩୧ ଜୁଲାଇ ୨୦୨୪ରେ, ସେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ ।[୨] ୨୦୨୦ ମସିହାରେ ଓଡ଼ିଶାରେ ୪ ଗୋଟି ରାଜ୍ୟ ସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ସେ ଚାରିଜଣ ପ୍ରାର୍ଥୀଙ୍କ ମଧ୍ୟରୁ ରଜ୍ୟ ସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ।[୩][୪][୫]
ରାଜନୈତିକ ଜୀବନ
[ସମ୍ପାଦନା]ମମତା ମହନ୍ତ ୨୦୧୨ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ । ୨୦୨୪ ମସିହା ଯାଏଁ, ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ ।[୬] ରାଜନୀତିର ଆରମ୍ଭରୁ, ସେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୧୨ ମସିହାରେ ବିଶୋଇ ବ୍ଲକ୍ର ୩୪ ନମ୍ବର ଜୋନ୍ରୁ ଜିଲ୍ଲା ପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ମହିଳା ମୋର୍ଚ୍ଚା ସଭାପତି କରାଯାଇଥିଲା ।[୭] ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳ ପାଇଁ ତାଙ୍କର କୁଦୁମୀ ଆଦିବାସୀ ସମ୍ପ୍ରଦାୟର ଭୋଟ୍ ସଂଗ୍ରହର ମୂଳଭାର ଗ୍ରହଣ କରିଥିଲେ ।[୮]
ଆଧାର
[ସମ୍ପାଦନା]- ↑ "Mamata Mohanta(BJD):(ORISSA) - Affidavit Information of Candidate:". myneta.info. Retrieved 5 September 2021.
- ↑ Otv, News Desk. "ବିଜେଡି ଛାଡ଼ିଲେ, ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ". ବିଜେଡି ଛାଡ଼ିଲେ, ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ. Retrieved 2024-07-31.
- ↑ "4 BJD Candidates Set To Be Elected Unopposed To RS". Republic World. 14 March 2020. Retrieved 14 March 2020.
- ↑ "4 BJD candidates set to be elected unopposed to RS". Outlook. 13 March 2020. Retrieved 14 March 2020.
- ↑ "ବିଜେଡିର ରାଜ୍ୟସଭା ପ୍ରାର୍ଥୀ : ସୁବାସ ସିଂ, ମୁନ୍ନା ଖାଁ, ମମତା ମହନ୍ତ ଓ ସୁଜିତ କୁମାରଙ୍କ ନାଁରେ ନବୀନଙ୍କ ମୋହର". Prameyanews7. 7 March 2020. Retrieved 5 September 2021.
- ↑ "Odisha MP Mamata Mohanta quits BJD, resigns from Rajya Sabha seat | Sambad English" (in ଆମେରିକୀୟ ଇଂରାଜୀ). 2024-07-31. Retrieved 2024-07-31.
- ↑ "କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ମମତା ମହାନ୍ତ". Sambad (in ଆମେରିକୀୟ ଇଂରାଜୀ). 2024-07-31. Retrieved 2024-07-31.
- ↑ "Women, Kudumi community top on Mamata's agenda". The New Indian Express. 8 March 2020. Retrieved 5 September 2021.