ପାରିକୁଦ
ପାରିକୁଦ
"Parikud" | |
---|---|
ଗ୍ରାମୀଣ ଦ୍ୱୀପ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ପୁରୀ |
Government | |
• ବିଧାନ ସଭା ସଭ୍ୟ | ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ବି.ଜେ.ପି.) |
• ବି.ଡି.ଓ. | ଭାସ୍କର ରାଇତୋ, ବି.ଡି.ଓ., କୃଷ୍ଣପ୍ରସାଦ |
Elevation | 1 m (3 ft) |
Population (୨୦୧୧) | |
• Total | ୮୯୩୭୧ |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+5:30 (IST) |
ଡାକ କୋଡ (ପିନ) | ୭୫୨୦୩୨ |
Website | www |
ପାରିକୁଦ (English: Parikud) ଚିଲିକା ହ୍ରଦ ମଧ୍ୟରେ ଥିବା ଏକ ଦ୍ୱୀପ । ଏହା କୃଷ୍ଣପ୍ରସାଦ ପଂଚାୟତ ସମିତିର ୯୬ଟି ମୌଜାକୁ ନେଇ ଗଠିତ । ଏହାର ଦୁଇ ପାର୍ଶ୍ୱରେ ଚିଲିକା ହ୍ରଦ ଓ ବଙ୍ଗୋପ ସାଗର ଅବସ୍ଥିତ । ଏହାର ପୂର୍ବ ପ୍ରାନ୍ତରେ ଚିଲିକା କୂଳରେ ଜହ୍ନିକୁଦା ଗ୍ରାମ ରହିଛି । ଜହ୍ନିକୁଦାଠାରୁ ଭାଷମାନ ପୋଲ ମାଧ୍ୟମରେ ଲୋକମାନେ ସାତପଡା ଓ ପୁରୀ ଯାତୟତ କରିଥାନ୍ତି । ଏଠାରେ ବାସ କରୁଥିବା ଲୋକମାନେ ମୁଖ୍ୟତଃ ଚାଷ ଏବଂ ମାଛ ଧରିବା କାର୍ଯ୍ୟଦ୍ୱାରା ନିଜର ଭରଣପୋଷଣ କରିଥାନ୍ତି ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ପାରିକୁଦ, ୧୯.୫୯ ଉତ୍ତର ଅକ୍ଷାଂଶ ଓ ୮୫.୩୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ଏହାର ଦକ୍ଷିଣ-ପୂର୍ବରେ ବଙ୍ଗୋପସାଗର, ଉତ୍ତର-ପଶ୍ଚିମରେ ଚିଲିକା ହ୍ରଦ ଅବସ୍ଥିତ ।
ଗମନାଗମନି
[ସମ୍ପାଦନା]ପାରିକୁଦର ଏକ ପ୍ରମୁଖ ବଜାର ମାଲୁଦ, ଜାତୀୟ ରାଜପଥ ୫ଠାରୁ ୨୩ କି.ମି. ଦୁରରେ ଅବସ୍ଥିତ । ଅନ୍ୟ ପ୍ରମୁଖ ବଜାରଗୁଡ଼ିକ ହେଲା କୃଷ୍ଣପ୍ରସାଦ ବଜାର, ଚାରିଛକ ବଜାର ।
ଇତିହାସ
[ସମ୍ପାଦନା]୧୭୭୪ ପୂର୍ବରୁ, ପାରିକୁଦ ବଙ୍କଡ (ବାଣପୁର) ରାଜାଙ୍କ ଅଧିନରେ ଥିଲା । ବଙ୍କଡ ସର୍ବଦା ଇଂରେଜମାନଙ୍କ ଆକ୍ରମଣର ଶିକାର ହେଉଥିବାରୁ, ରାଜା ଶ୍ରୀ ହରିସେବକ ମାନସିଂହ ପ୍ରଥମେ ପାରିକୁଦ ଆସିଥିଲେ ଏବଂ ନୃସିଂହଁଗଡ (ଗୁରୁବାଇ)ଠାରେ ନିଜର ରାଜଧାନୀ ପ୍ରତିଷ୍ଠା କରିଥିଲେ । ଶେଷରେ ରାଜା ଭାଗିରଥି ମାନସିଂହ ନିଜ ରାଜଧାନୀକୁ କୃଷ୍ଣପ୍ରସାଦ ସ୍ଥାନାନ୍ତରିତ କରିଥିଲେ ଏବଂ ୧୭୯୮ ମସିହାରେ ଏଠାରେ ରାଜପ୍ରସାଦ ନିର୍ମାଣ କରିଥିଲେ । ଚିଲିକାଦ୍ୱାରା ପରିବେଷ୍ଟିତ ହୋଇଥିବାରୁ, ଏହା ବହୁ ବର୍ଷ ପର୍ଯ୍ୟନ୍ତ ଇଂରେଜ ମାନଙ୍କ କବଳରୁ ରକ୍ଷା ପାଇପାରିଥିଲା । ଲୋକକଥାରେ ଅଛି ଏକ ଦୁଧ ବିକାଳି ବଗଦ୍ୱାରା ବଡ଼ ସାଗୁଣା ମରିବା କଥା ରାଜାଙ୍କୁ ଜଣାଇ ଥିଲେ, ଯାହା ଦ୍ୱାର ପ୍ରଭାବିତ ହୋଇ ରାଜା ନିଜ ରାଜଧାନୀ ଏଠାରେ ପ୍ରତିଷ୍ଠା କରିଥିଲେ । ପାରିକୁଦର ରାଜା ବ୍ରାହ୍ମଣମାନଙ୍କୁ ଏକ ଗ୍ରାମ (ସାସନ) ଦାନ କରିଥିଲେ ଯାହର ବର୍ତ୍ତମାନ ନାମ ଭାଗିରଥି ପୁର ସାସନ ଅଟେ ।[୧]
୧୮୦୩ ମସିହାରେ ଯେତେବେଳେ ଇଂରେଜମାନେ ଓଡ଼ିଶା ଆକ୍ରମାଣ କରିଥିଲେ, ମାଲୁଦର ଫତେ ମହମ୍ମଦ ନାମକ ଜଣେ ଡଙ୍ଗା ଚାଳକ କନ୍ଦାଖାଇଠାରେ ଇଂରେଜ ମାନଙ୍କୁ ପୁରୀ ଜିବା ପାଇଁ ରାସ୍ତା ଦେଖାଇଥିଲା । ଏହା ପ୍ରତି ବଦଳେରେ ଇଂରେଜ ପାରିକୁଦ ଓ ମାଲୁଦ ଅଞ୍ଚଳର ଅନେକ ଜମି ପ୍ରଦାନ କରିଥିଲେ ।
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୧୧ ମସିହାର ଭାରତୀୟ ଜନଗଣନା[୨] ଅନୁସାରେ, କୃଷ୍ଣପ୍ରସାଦ ବ୍ଲକର ମୋଟ ଜନସଂଖ୍ୟା ୮୯,୩୭୧ ଅଟେ । ସେଥି ମଧ୍ୟରୁ ୫୧% ଜଣ ପରୁଷ ହୋଇଥିବା ବେଳେ ୪୯% ଜଣ ନାରୀ ଅଟନ୍ତି । କୃଷ୍ଣପ୍ରସାଦ ବ୍ଲକର ସାକ୍ଷରତା ହାର ୭୨.୨୪% ଅଟେ । ଏହା ଜାତୀୟ ହାରଠାରୁ ୧.୮% ପ୍ରତିଶତ କମ ଅଟେ । ଏହି ବ୍ଲକର ୭୮% ପୁରୁଷ ଓ ୬୫% ମହିଳା ସାକ୍ଷର ଅଟନ୍ତି ।
ପାରିକୁଦର ୯୬ ମୌଜା (ଖଜଣା ଗ୍ରାମ)[୩]ଗୁଡ଼ିକ ହେଲା :
- ଅଲଣ୍ଡା
- ଦେଉଳପଡ଼ା
- ସାନଅଳ
- ନଳିତାକୁଦି
- ସିଆଣ୍ଡି
- ବରୁଣକୁଦା
- ହରିଚନ୍ଦନପୁର
- ଗୋବରଧୁଳି
- ତଳଙ୍ଗିରି
- ଉଦୟଗିରି
- ଜମୁନା
- ବଡ଼ଅଳ
- ଇପିଙ୍ଗ
- ନବା
- ଗୋପାଳପୁର
- ବ୍ରହ୍ମପୁର
- ବାଲିଜଗନ୍ନାଥପୁର
- ସିପିୟା
- କୁମାରପୁର
- ତାଳତଳା
- ତିଛିଣି
- ଖଳାମୁହଁ
- ମାଳଦେଇକୁଦା
- ଫତେପୁର
- ଓରା
- ମଏସାଂ
- କମଳାସିଂ
- ମର୍ଦରାଜପୁର
- ସାମନ୍ତରାପୁର
- ରସଦିଗାଁ
- ଚିତ୍ରକୋଟ
- ଉଠାଣିକୁଦା
- କାଳିଜାଇ ପାହାଡ
- ଅଦଲାବାଦ
- ଅଣୁଆ
- ପରଳା
- ବାରିପଦର
- କୁରୁପାଳ
- ରାମଲେଙ୍କା
- କାଣ୍ଡେଶ୍ୱର
- ଅଲଣ୍ଡା ପାଟଣା
- ବଡ଼ଦଣ୍ଡା
- ନଳବଣ
- ସିଆଳ
- ନୋଳିପାଟଣା
- ଭବାନିପୁର
- ବଡ଼ଝାଡ
- ପାଟନାସି
- ନନ୍ଦଳା
- ପିଟିସାଳ
- ତିତିପ
- ରସକୁଦି
- ବୁବ୍ଦିବର
- କହ୍ନେଇପୁର
- ନୂଆପଡା
- ଖିରିସାହି
- ଜେନାପୁର
- ପାଇକେରାପୁର
- ବାଲିପାଟପୁର
- ବାଲିପୋଖରି
- ନୁଆଗାଁ
- ଜାଗିରିକୁଦା
- ସାହାବାଜପୁର
- କୁମ୍ପୁରି
- ଅଁଳାକୁଦା
- ମିଠାକୁଅଁ
- ଗଉରିସାହି
- କଡକାଣି
- ହୁଞ୍ଜନ
- ଚଢେୟା
- କଣ୍ଡରାଗାଁ
- ଖୋଲଗଞ୍ଜ
- ମୋରଡା
- ଗୁରୁବାଇ
- ଗୋମୁଣ୍ଡିଆ
- ଝାରକଟା
- ମଳକୁଦା
- ବ୍ରାହ୍ମଣଦେଓ
- ଫୁଲବାରି
- ଖଟିଆକୁଦି
- ପଥରଗଞ୍ଜ
- ନୁଆଗାଁ
- ଜହ୍ନିକୁଦା
- ଟୁବୁକା
- ପଥରକଟା
- ଅରଖକୁଦା
- ପାଟଣାସି
- କଳଦ
- କୃଷ୍ଣପ୍ରସାଦ(ସାମନ୍ତ ସାହି, ପାଇକ ସାହି, ଦଳବେହେରା ସାହି)
- ମାଲୁଦଖାସ
- ଗିଲିନାସି
- ଖଟିସାହି
- ସାନ୍ତରାପୁର
- ଗୋଲପୁର
- ବଡ଼କୁଦା
- ବଜ୍ରକୋଟ
ପାଣିପାଗ
[ସମ୍ପାଦନା]ସମୁଦ୍ର କୂଳରେ ଅବସ୍ଥିତ ହେତୁ ଏଠାରେ ଅତ୍ୟଧିକ ଖରା କିମ୍ବ ଥଣ୍ଡା ଅନୁଭୂତ ହୁଏ ନାହିଁ । ଏଠାରେ ବର୍ଷାଋତୁ ଚାଷ ପାଇଁ ଅନୁକୂଳ ହୋଇଥାଏ ।
କଳା ଓ ସଂସ୍କୃତି
[ସମ୍ପାଦନା]କଥାରେ ଅଛି ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ଏହି ପରମ୍ପରା ପାରିକୁଦରେ ମଧ୍ୟ ପରିଲ୍ଲିଖିତ ହୁଏ । ଏଠାରେ ପାଳନ କରାଯାଉ ଥିବା କିଛି ପ୍ରମୁଖ ପର୍ବପର୍ବାଣିଗୁଡ଼ିକ ହେଲା :
- ପଣା ଯାତ୍ରା
- ପଂଚୁଦୋଳ ଯାତ୍ରା
- ଦସଦୋଳ ଯାତ୍ରା
- ଚନ୍ଦନ ଯାତ୍ରା
- ରଜ ପର୍ବ
- କାର୍ତ୍ତିକ ପୂର୍ଣ୍ଣିମା
- ଦୋଳ ପୂର୍ଣ୍ଣିମା
- ମକର ସଂକ୍ରାନ୍ତି
- ମହା ଶିବରାତ୍ରୀ
- ଦୁର୍ଗା ପୂଜା
- ଦଶହରା
- ଦୀପାବଳି
ପାରିକୁଦର କିଛି ପ୍ରତିଷ୍ଠିତ ମନ୍ଦିରଗୁଡ଼ିକ ହେଲା:
- ବାବା ଜଗତେଶ୍ୱର ଦେବ - ନବା
- ରଘୁନାଥ ଦେବ-ତାଳତଳା
- ପାଣ୍ଡେଶ୍ୱର ଦେବ - ତିତିପ
- କମଳେଶ୍ୱରଦେବ - ଦେଉଳପଡା
- ସର୍ବେଶ୍ୱର ଦେବ - ମହିସା
- ଝାଡେଶ୍ୱର ଦେବ - ବଡ଼ଝାଡ
- ବାଲିଙ୍ଗଶ୍ୱର ଦେବ - ଗୋପାଳପୁର
- ବଟେଶ୍ୱର ଦେବ - ଗୋମୁଣ୍ଡିଆ
- ଗୋପିନାଥ ଦେବ - ବାଲି ସାସନ
- ଗୁପ୍ତେଶ୍ୱର ଦେବ - ନୁଆପଡା
- ଦଧିବାମନ ଦେବ - ଗୁରୁବାଇ
- ରାଧାକାନ୍ତ ଦେବ - ଜହ୍ନିକୁଦା
- ନୀଳ କଣ୍ଠେଶ୍ୱର ଦେବ - କୃଷ୍ଣପ୍ରସାଦ
- ଦଧିବାମନ ଦେବ – ମାଲୁଦ
- ଶ୍ରୀ ଜଗନ୍ନାଥ ମନ୍ଦିର – ମାଲୁଦ
- ନୀଳକଣ୍ଠେଶ୍ୱର ଦେବ - ଅଲଣ୍ଡା
- ବଟେଶ୍ୱର ଦେବ - ମୋରଡା
- ଦଧିବାମନ ଦେବ - ସିଆଳ
- ଜଗତେଶ୍ୱର ଦେବ - ସିଆଣ୍ଡି
- ମା କନକ ଦୁର୍ଗା ଦେବୀ - କୃଷ୍ଣପ୍ରସାଦ
- ଶ୍ରୀ ଜଗନ୍ନାଥ ମନ୍ଦିର – କୃଷ୍ଣପ୍ରସାଦ
- ମା ଚର୍ଚିକା ଦେବୀ - ନୁଆପଡା
ଶିକ୍ଷାନୁଷ୍ଠାନ
[ସମ୍ପାଦନା]ପାରିକୁଦରେ ଅନେକ ମାଧ୍ୟମିକ ଓ ଉଚ୍ଚ ବିଦ୍ୟାଳୟ ଅଛି । ସେମାନଙ୍କ ମଧ୍ୟରୁ କିଛି ପ୍ରମୁଖ ବିଦ୍ୟାଳୟଗୁଡ଼ିକ ହେଲା :
- ମାୟାଧର ମାନସିଂହ ମେମୋରିଆଲ ଉଚ୍ଚ ବିଦାଳୟ, ନନ୍ଦଳା
- ମାଲୁଦ ଉଚ୍ଚ ବିଦାଳୟ, ମାଲୁଦ
- ଗୋପନାଥ ଦେବ ବିଦ୍ୟାପୀଠ, ବାଲିଜଗନ୍ନାଥପୁର
- ତିଛିଣ ଉଚ୍ଚ ବିଦାଳୟ, ତିଛିଣ
- ପାରିକୁଦ ଲଖ୍ମଣ ଚନ୍ଦ୍ର ବିଦ୍ୟାପୀଠ, କୃଷ୍ଣପ୍ରସାଦ
ପାରିକୁଦର ପ୍ରମୁଖ କଲେଜ :
- କନ୍ଦାଖାଇ କଳା ଓ ବିଜ୍ଞାନ ମହା ବିଦ୍ୟାଳୟ, ବଜ୍ରକୋଟ
- ରୁକ୍ମୁଣୀଦେବୀ ଚିଲିକା ମହା ବିଦ୍ୟାଳୟ, ଚିଲିକା ନୁଆପଡା
- ରାମଚଣ୍ଡୀ ମହିଳା ମହା ବିଦ୍ୟାଳୟ, ତିତିପ
ସ୍ୱାସ୍ଥ୍ୟ ସେବା
[ସମ୍ପାଦନା]ଚିଲିକା ନୁଆପଡାଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି । କୃଷ୍ଣପ୍ରସାଦଠାରେ ମଧ୍ୟ ଏକ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ।
ରାଜନୀତି
[ସମ୍ପାଦନା]ପାରିକୁଦ, ବ୍ରହ୍ମଗିରି (କ୍ରମିକ ସଂଖ୍ୟା: ୧୦୮) ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜୟ କୁମାର ଦାସ ବର୍ମା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କଠାରୁ ୧,୩୪୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।
ପ୍ରମୁଖ ବ୍ୟକ୍ତିତ୍ତ୍ୱ
[ସମ୍ପାଦନା]- ମାୟାଧର ମାନସିଂହ - ଓଡ଼ିଆ କବି ଓ ଲେଖକ
- ଲଳିତ ମାନସିଂହ - ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ଓ ବୈଦେଶିକ ସଚିବ
- ଉଦୟନାଥ ଜେନା, ତିତିପ - ଚିଲିକା ଗାନ୍ଧୀ
- ସଞ୍ଜୟ କୁମାର ଦାସ ବର୍ମା - ପୂର୍ବତନ ବିଧାନ ସଭା ସଭ୍ୟ, ବ୍ରହ୍ମଗିରି
- ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର - ପୂର୍ବତନ ବିଧାନ ସଭା ସଭ୍ୟ, ବ୍ରହ୍ମଗିରି
- ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର - ବିଧାନ ସଭା ସଭ୍ୟ, ବ୍ରହ୍ମଗିରି
- ଅଜୟ କୁମାର ଜେନା - ପୂର୍ବତନ ବିଧାନ ସଭା ସଭ୍ୟ, ବ୍ରହ୍ମଗିରି
ଏହା ମଧ୍ୟ ଦେଖ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ http://odisha.gov.in/e-magazine/Orissareview/2009/Jan/engpdf/47-49.pdf
- ↑ http://censusindia.gov.in/pca/cdb_pca_census/PCA%20CDB-2118-F-Census.xlsx
- ↑ "ଆର୍କାଇଭ୍ କପି" (PDF). Archived from the original (PDF) on 2016-02-16. Retrieved 2016-02-17.
{{cite web}}
: Cite has empty unknown parameter:|1=
(help)