ପାରିକୁଦ

ଉଇକିପିଡ଼ିଆ ରୁ
Jump to navigation Jump to search
ପାରିକୁଦ
"Parikud"
ଗ୍ରାମୀଣ ଦ୍ୱୀପ
ପାରିକୁଦ is located in ଓଡ଼ିଶା
ପାରିକୁଦ
ପାରିକୁଦ
Location in Odisha, India
ଅବସ୍ଥିତି: 19°35′36″N 85°19′08″E / 19.593313°N 85.318950°E / 19.593313; 85.318950Coordinates: 19°35′36″N 85°19′08″E / 19.593313°N 85.318950°E / 19.593313; 85.318950
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାପୁରୀ
ସରକାର
 • ବିଧାନ ସଭା ସଭ୍ୟଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ବି.ଜେ.ପି.)
 • ବି.ଡି.ଓ.ଭାସ୍କର ରାଇତୋ, ବି.ଡି.ଓ., କୃଷ୍ଣପ୍ରସାଦ
ଉଚ୍ଚତା1 m (3 ft)
ଜନସଂଖ୍ୟା (୨୦୧୧)
ଭାଷା
 • ସରକାରୀଓଡ଼ିଆ
IST (UTC+5:30)
ପିନ କୋଡ଼୭୫୨୦୩୨
ୱେବସାଇଟwww.odisha.gov.in

ପାରିକୁଦ (English: Parikud) ଚିଲିକା ହ୍ରଦ ମଧ୍ୟରେ ଥିବା ଏକ ଦ୍ୱୀପ । ଏହା କୃଷ୍ଣପ୍ରସାଦ ପଂଚାୟତ ସମିତିର ୯୬ଟି ମୌଜାକୁ ନେଇ ଗଠିତ । ଏହାର ଦୁଇ ପାର୍ଶ୍ୱରେ ଚିଲିକା ହ୍ରଦ ଓ ବଙ୍ଗୋପ ସାଗର ଅବସ୍ଥିତ । ଏହାର ପୂର୍ବ ପ୍ରାନ୍ତରେ ଚିଲିକା କୂଳରେ ଜହ୍ନିକୁଦା ଗ୍ରାମ ରହିଅଛି । ଜହ୍ନିକୁଦାଠାରୁ ଭାଷମାନ ପୋଲ ମାଧ୍ୟମରେ ଲୋକମାନେ ସାତପଡା ଓ ପୁରୀ ଯାତୟତ କରିଥାନ୍ତି । ଏଠାରେ ବାସ କରୁଥିବା ଲୋକମାନେ ମୁଖ୍ୟତଃ ଚାଷ ଏବଂ ମାଛ ଧରିବା କାର୍ଯ୍ୟଦ୍ୱାରା ନିଜର ଭରଣପୋଷଣ କରିଥାନ୍ତି ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପାରିକୁଦ, ୧୯.୫୯ ଉତ୍ତର ଅକ୍ଷାଂଶ ଓ ୮୫.୩୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ଏହାର ଦକ୍ଷିଣ-ପୂର୍ବରେ ବଙ୍ଗୋପସାଗର, ଉତ୍ତର-ପଶ୍ଚିମରେ ଚିଲିକା ହ୍ରଦ ଅବସ୍ଥିତ ।

ଗମନାଗମନି[ସମ୍ପାଦନା]

ପାରିକୁଦର ଏକ ପ୍ରମୁଖ ବଜାର ମାଲୁଦ, ଜାତୀୟ ରାଜପଥ ୫ ଠାରୁ ୨୩ କି.ମି. ଦୁରରେ ଅବସ୍ଥିତ । ଅନ୍ୟ ପ୍ରମୁଖ ବଜାର ଗୁଡିକ ହେଲା କୃଷ୍ଣପ୍ରସାଦ ବଜାର, ଚାରିଛକ ବଜାର ।

ଇତିହାସ[୧][୨][୩][ସମ୍ପାଦନା]

୧୭୭୪ ପୂର୍ବରୁ, ପାରିକୁଦ ବଙ୍କଡ (ବାଣପୁର) ରାଜାଙ୍କ ଅଧିନରେ ଥିଲା । ବଙ୍କଡ ସର୍ବଦା ଇଂରେଜ ମାନଙ୍କ ଆକ୍ରମଣର ଶିକାର ହେଉଥିବାରୁ, ରାଜା ଶ୍ରୀ ହରିସେବକ ମାନସିଂହ ପ୍ରଥମେ ପାରିକୁଦ ଆସିଥିଲେ ଏବଂ ନୃସିଂହଁଗଡ (ଗୁରୁବାଇ)ଠାରେ ନିଜର ରାଜଧାନୀ ପ୍ରତିଷ୍ଠା କରିଥିଲେ । ଶେଷରେ ରାଜା ଭାଗିରଥି ମାନସିଂହ ନିଜ ରାଜଧାନୀକୁ କୃଷ୍ଣପ୍ରସାଦ ସ୍ଥାନାନ୍ତରିତ କରିଥିଲେ ଏବଂ ୧୭୯୮ ମସିହାରେ ଏଠାରେ ରାଜପ୍ରସାଦ ନିର୍ମାଣ କରିଥିଲେ । ଚିଲିକାଦ୍ୱାରା ପରିବେଷ୍ଟିତ ହୋଇଥିବାରୁ, ଏହା ବହୁ ବର୍ଷ ପର୍ଯ୍ୟନ୍ତ ଇଂରେଜ ମାନଙ୍କ କବଳରୁ ରକ୍ଷା ପାଇପାରିଥିଲା । ଲୋକକଥାରେ ଅଛି ଏକ ଦୁଧ ବିକାଳି ବଗଦ୍ୱାରା ବଡ ସାଗୁଣା ମରିବା କଥା ରାଜାଙ୍କୁ ଜଣାଇ ଥିଲେ, ଯାହା ଦ୍ୱାର ପ୍ରଭାବିତ ହୋଇ ରାଜା ନିଜ ରାଜଧାନୀ ଏଠାରେ ପ୍ରତିଷ୍ଠା କରିଥିଲେ । ପାରିକୁଦର ରାଜା ବ୍ରାହ୍ମଣ ମାନଙ୍କୁ ଏକ ଗ୍ରାମ (ସାସନ) ଦାନ କରିଥିଲେ ଯାହର ବର୍ତ୍ତମାନ ନାମ ଭାଗିରଥି ପୁର ସାସନ ଅଟେ ।

୧୮୦୩ ମସିହାରେ ଯେତେବେଳେ ଇଂରେଜ ମାନେ ଓଡ଼ିଶା ଆକ୍ରମାଣ କରିଥିଲେ, ମାଲୁଦର ଫତେ ମହମ୍ମଦ ନାମକ ଜଣେ ଡଙ୍ଗା ଚାଳକ କନ୍ଦାଖାଇଠାରେ ଇଂରେଜ ମାନଙ୍କୁ ପୁରୀ ଜିବା ପାଇଁ ରାସ୍ତା ଦେଖାଇଥିଲା । ଏହା ପ୍ରତି ବଦଳେରେ ଇଂରେଜ ପାରିକୁଦ ଓ ମାଲୁଦ ଅଞ୍ଚଳର ଅନେକ ଜମି ପ୍ରଦାନ କରିଥିଲେ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୧୧ ମସିହାର ଭାରତୀୟ ଜନଗଣନା[୪] ଅନୁସାରେ, କୃଷ୍ଣପ୍ରସାଦ ବ୍ଲକର ମୋଟ ଜନସଂଖ୍ୟା ୮୯,୩୭୧ ଅଟେ । ସେଥି ମଧ୍ୟରୁ ୫୧% ଜଣ ପରୁଷ ହୋଇଥିବା ବେଳେ ୪୯% ଜଣ ନାରୀ ଅଟନ୍ତି । କୃଷ୍ଣପ୍ରସାଦ ବ୍ଲକର ସାକ୍ଷରତା ହାର ୭୨.୨୪% ଅଟେ । ଏହା ଜାତୀୟ ହାର ଠାରୁ ୧.୮% ପ୍ରତିଶତ କମ ଅଟେ । ଏହି ବ୍ଲକର ୭୮% ପୁରୁଷ ଓ ୬୫% ମହିଳା ସାକ୍ଷର ଅଟନ୍ତି ।

ପାରିକୁଦର ୯୬ ମୌଜା (ଖଜଣା ଗ୍ରାମ)[୫] ଗୁଡିକ ହେଲା :

  1. ଅଲଣ୍ଡା
  2. ଦେଉଳପଡ଼ା
  3. ସାନଅଳ
  4. ନଳିତାକୁଦି
  5. ସିଆଣ୍ଡି
  6. ବରୁଣକୁଦା
  7. ହରିଚନ୍ଦନପୁର
  8. ଗୋବରଧୁଳି
  9. ତଳଙ୍ଗିରି
  10. ଉଦୟଗିରି
  11. ଜମୁନା
  12. ବଡଅଳ
  13. ଇପିଙ୍ଗ
  14. ନବା
  15. ଗୋପାଳପୁର
  16. ବ୍ରହ୍ମପୁର
  17. ବାଲିଜଗନ୍ନାଥପୁର
  18. ସିପିୟା
  19. କୁମାରପୁର
  20. ତାଳତଳା
  21. ତିଛିଣି
  22. ଖଳାମୁହଁ
  23. ମାଳଦେଇକୁଦା
  24. ଫତେପୁର
  25. ଓରା
  26. ମଏସାଂ
  27. କମଳାସିଂ
  28. ମର୍ଦରାଜପୁର
  29. ସାମନ୍ତରାପୁର
  30. ରସଦିଗାଁ
  31. ଚିତ୍ରକୋଟ
  32. ଉଠାଣିକୁଦା
  33. କାଳିଜାଇ ପାହାଡ
  34. ଅଦଲାବାଦ
  35. ଅଣୁଆ
  36. ପରଳା
  37. ବାରିପଦର
  38. କୁରୁପାଳ
  39. ରାମଲେଙ୍କା
  40. କାଣ୍ଡେଶ୍ୱର
  41. ଅଲଣ୍ଡା ପାଟଣା
  42. ବଡଦଣ୍ଡା
  43. ନଳବଣ
  44. ସିଆଳ
  45. ନୋଳିପାଟଣା
  46. ଭବାନିପୁର
  47. ବଡଝାଡ
  48. ପାଟନାସି
  49. ନନ୍ଦଳା
  50. ପିଟିସାଳ
  51. ତିତିପ
  52. ରସକୁଦି
  53. ବୁବ୍ଦିବର
  54. କହ୍ନେଇପୁର
  55. ନୂଆପଡା
  56. ଖିରିସାହି
  57. ଜେନାପୁର
  58. ପାଇକେରାପୁର
  59. ବାଲିପାଟପୁର
  60. ବାଲିପୋଖରି
  61. ନୁଆଗାଁ
  62. ଜାଗିରିକୁଦା
  63. ସାହାବାଜପୁର
  64. କୁମ୍ପୁରି
  65. ଅଁଳାକୁଦା
  66. ମିଠାକୁଅଁ
  67. ଗଉରିସାହି
  68. କଡକାଣି
  69. ହୁଞ୍ଜନ
  70. ଚଢେୟା
  71. କଣ୍ଡରାଗାଁ
  72. ଖୋଲଗଞ୍ଜ
  73. ମୋରଡା
  74. ଗୁରୁବାଇ
  75. ଗୋମୁଣ୍ଡିଆ
  76. ଝାରକଟା
  77. ମଳକୁଦା
  78. ବ୍ରାହ୍ମଣଦେଓ
  79. ଫୁଲବାରି
  80. ଖଟିଆକୁଦି
  81. ପଥରଗଞ୍ଜ
  82. ନୁଆଗାଁ
  83. ଜହ୍ନିକୁଦା
  84. ଟୁବୁକା
  85. ପଥରକଟା
  86. ଅରଖକୁଦା
  87. ପାଟଣାସି
  88. କଳଦ
  89. କୃଷ୍ଣପ୍ରସାଦ
  90. ମାଲୁଦଖାସ
  91. ଗିଲିନାସି
  92. ଖଟିସାହି
  93. ସାନ୍ତରାପୁର
  94. ଗୋଲପୁର
  95. ବଡକୁଦା
  96. ବଜ୍ରକୋଟ

ପାଣିପାଗ[ସମ୍ପାଦନା]

ସମୁଦ୍ର କୂଳରେ ଅବସ୍ଥିତ ହେତୁ ଏଠାରେ ଅତ୍ୟଧିକ ଖରା କିମ୍ବ ଥଣ୍ଡା ଅନୁଭୂତ ହୁଏ ନାହିଁ । ଏଠାରେ ବର୍ଷାଋତୁ ଚାଷ ପାଇଁ ଅନୁକୂଳ ହୋଇଥାଏ ।

କଳା ଓ ସଂସ୍କୃତି[ସମ୍ପାଦନା]

ଜଗତେଶ୍ୱର ଦେବ ମନ୍ଦିର, ନବା
ଜଗତେଶ୍ୱର ଦେବ ମନ୍ଦିର, ନବା

କଥାରେ ଅଛି ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ଏହି ପରମ୍ପରା ପାରିକୁଦରେ ମଧ୍ୟ ପରିଲ୍ଲିଖିତ ହୁଏ । ଏଠାରେ ପାଳନ କରାଯାଉ ଥିବା କିଛି ପ୍ରମୁଖ ପର୍ବପର୍ବାଣି ଗୁଡିକ ହେଲା :

ପଞ୍ଚୁଦୋଳ ଯାତ୍ରା

ପାରିକୁଦର କିଛି ପ୍ରତିଷ୍ଠିତ ମନ୍ଦିର ଗୁଡିକ ହେଲା:[୬]

  1. ବାବା ଜଗତେଶ୍ୱର ଦେବ - ନବା
  2. ପାଣ୍ଡେଶ୍ୱର ଦେବ - ତିତିପ
  3. କମଳେଶ୍ୱରଦେବ - ଦେଉଳପଡା
  4. ସର୍ବେଶ୍ୱର ଦେବ - ମହିସା
  5. ଝାଡେଶ୍ୱର ଦେବ - ବଡଝାଡ
  6. ବାଲିଙ୍ଗଶ୍ୱର ଦେବ - ଗୋପାଳପୁର
  7. ବଟେଶ୍ୱର ଦେବ - ଗୋମୁଣ୍ଡିଆ
  8. ଗୋପିନାଥ ଦେବ - ବାଲି ସାସନ
  9. ଗୁପ୍ତେଶ୍ୱର ଦେବ - ନୁଆପଡା
  10. ଦଧିବାମନ ଦେବ - ଗୁରୁବାଇ
  11. ରାଧାକାନ୍ତ ଦେବ - ଜହ୍ନିକୁଦା
  12. ନୀଳ କଣ୍ଠେଶ୍ୱର ଦେବ - କୃଷ୍ଣପ୍ରସାଦ
  13. ଦଧିବାମନ ଦେବ – ମାଲୁଦ
  14. ଶ୍ରୀ ଜଗନ୍ନାଥ ମନ୍ଦିର – ମାଲୁଦ
  15. ନୀଳକଣ୍ଠେଶ୍ୱର ଦେବ - ଅଲଣ୍ଡା
  16. ବଟେଶ୍ୱର ଦେବ - ମୋରଡା
  17. ଦଧିବାମନ ଦେବ - ସିଆଳ
  18. ଜଗତେଶ୍ୱର ଦେବ - ସିଆଣ୍ଡି
  19. ମା କନକ ଦୁର୍ଗା ଦେବୀ - କୃଷ୍ଣପ୍ରସାଦ
  20. ଶ୍ରୀ ଜଗନ୍ନାଥ ମନ୍ଦିର – କୃଷ୍ଣପ୍ରସାଦ
  21. ମା ଚର୍ଚିକା ଦେବୀ - ନୁଆପଡା

ଶିକ୍ଷାନୁଷ୍ଠାନ[ସମ୍ପାଦନା]

ପାରିକୁଦରେ ଅନେକ ମାଧ୍ୟମିକ ଓ ଉଚ୍ଚ ବିଦ୍ୟାଳୟ ଅଛି । ସେମାନଙ୍କ ମଧ୍ୟରୁ କିଛି ପ୍ରମୁଖ ବିଦ୍ୟାଳୟ ଗୁଡିକ ହେଲା :

  • ମାୟାଧର ମାନସିଂହ ମେମୋରିଆଲ ଉଚ୍ଚ ବିଦାଳୟ, ନନ୍ଦଳା
  • ମାଲୁଦ ଉଚ୍ଚ ବିଦାଳୟ, ମାଲୁଦ
  • ଗୋପନାଥ ଦେବ ବିଦ୍ୟାପୀଠ, ବାଲିଜଗନ୍ନାଥପୁର
  • ତିଛିଣ ଉଚ୍ଚ ବିଦାଳୟ, ତିଛିଣ
  • ପାରିକୁଦ ଲଖ୍ମଣ ଚନ୍ଦ୍ର ବିଦ୍ୟାପୀଠ, କୃଷ୍ଣପ୍ରସାଦ

ପାରିକୁଦର ପ୍ରମୁଖ କଲେଜ :

  • କନ୍ଦାଖାଇ କଳା ଓ ବିଜ୍ଞାନ ମହା ବିଦ୍ୟାଳୟ, ବଜ୍ରକୋଟ
  • ରୁକ୍ମୁଣୀଦେବୀ ଚିଲିକା ମହା ବିଦ୍ୟାଳୟ, ଚିଲିକା ନୁଆପଡା
  • ରାମଚଣ୍ଡୀ ମହିଳା ମହା ବିଦ୍ୟାଳୟ, ତିତିପ

ସ୍ୱାସ୍ଥ୍ୟ ସେବା[ସମ୍ପାଦନା]

ଚିଲିକା ନୁଆପଡାଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି । କୃଷ୍ଣପ୍ରସାଦଠାରେ ମଧ୍ୟ ଏକ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ।

ରାଜନୀତି[ସମ୍ପାଦନା]

ପାରିକୁଦ, ବ୍ରହ୍ମଗିରି (କ୍ରମିକ ସଂଖ୍ୟା: ୧୦୮) ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜୟ କୁମାର ଦାସ ବର୍ମା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କଠାରୁ ୧,୩୪୧  ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

ପ୍ରମୁଖ ବ୍ୟକ୍ତିତ୍ତ୍ୱ[ସମ୍ପାଦନା]

  • ମାୟାଧର ମାନସିଂହ - ଓଡ଼ିଆ କବି ଓ ଲେଖକ
  • ଲଳିତ ମାନସିଂହ - ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ଓ ବୈଦେଶିକ ସଚିବ
  • ଉଦୟନାଥ ଜେନା, ତିତିପ - ଚିଲିକା ଗାନ୍ଧୀ
  • ସଞ୍ଜୟ କୁମାର ଦାସ ବର୍ମା - ପୂର୍ବତନ ବିଧାନ ସଭା ସଭ୍ୟ, ବ୍ରହ୍ମଗିରି
  • ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର - ପୂର୍ବତନ ବିଧାନ ସଭା ସଭ୍ୟ, ବ୍ରହ୍ମଗିରି
  • ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର - ବିଧାନ ସଭା ସଭ୍ୟ, ବ୍ରହ୍ମଗିରି
  • ଅଜୟ କୁମାର ଜେନା - ପୂର୍ବତନ ବିଧାନ ସଭା ସଭ୍ୟ, ବ୍ରହ୍ମଗିରି

ଏହା ମଧ୍ୟ ଦେଖ[ସମ୍ପାଦନା]

ଆଧାର[ସମ୍ପାଦନା]