ନମ୍ରତା ଦାସ
ନମ୍ରତା ଦାସ | |
---|---|
ଜନ୍ମ | ନମ୍ରତା ଦାସ ୩ ଅପ୍ରେଲ ୧୯୬୭ |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୭୩ରୁ- ଏବେଯାଏଁ |
ପିତାମାତା(s) | ଅକ୍ଷୟ କୁମାର ଦାସ, ବିଷ୍ଣୁପ୍ରିୟା ଦାସ |
ସମ୍ପର୍କୀୟ | ମନସ୍ୱିନୀ(ଭଉଣୀ) |
ନମ୍ରତା ଦାସ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ।[୧] ଓଡ଼ିଆ କଥାଚିତ୍ର ଜଗତରେ ସେ ଡଲି ଅପା ନାମରେ ମଧ୍ୟ ପରିଚିତ । ୧୯୭୩ ମସିହାରେ ନମ୍ରତା ଓଡ଼ିଆ ଚଳଚ୍ଚିତ୍ର ଧରିତ୍ରୀରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ କନକଲତା, କୃଷ୍ଣ ସୁଦାମା, ବଳିଦାନ, ରାମାୟଣ, କାବେରୀ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ନମ୍ରତା କେନ୍ଦ୍ରାପଡ଼ା ଜିଲ୍ଲାର ଅଳପୁଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜେଜେବାପା ଜଣେ ଜମିଦାର ଥିଲେ । ନମ୍ରତାଙ୍କର ଜଣେ ବଡ଼ ଭଉଣୀ ଥିଲେ ଏବଂ ତାଙ୍କ ତଳେ ଛୋଟ ଭାଇଟିଏ ଥିଲା । ପିଲାଦିନରୁ ତାଙ୍କ ମାଆ ମୃତ୍ୟୁବରଣ କରିବା ପରେ ତାଙ୍କ ବାପା ଆଉ ଥରେ ବିବାହ କରିଥିଲେ । ସାବତ ମାଆଙ୍କର ତିନୋଟି ଝିଅ ଏବଂ ଗୋଟିଏ ପୁଅ ହେଇଥିଲା । ଏହାର କିଛିଦିନ ପରେ ତାଙ୍କର ବାପାଙ୍କର ମୃତ୍ୟୁ ହୋଇଥିଲେ । ସେତେବେଳକୁ ନମ୍ରତାଙ୍କର ବଡ଼ ଭଉଣୀଙ୍କର ବିବାହ ହୋଇସାରିଥିଲା, ତେଣୁ ଘର ସମ୍ଭାଳିବାକୁ ନମ୍ରତା ଅଭିନୟକୁ ନିଜର ନିଶା ସହ ପେଶା ଭାବରେ ବାଛି ନେଇଥିଲେ ।
ନମ୍ରତା ତାଙ୍କର ଗାଆଁରେ ବିଦ୍ୟାଳୟ ସହ ମହାବିଦ୍ୟାଳୟ ଶିକ୍ଷା ମଧ୍ୟ ଶେଷ କରିଥିଲେ । ତାଙ୍କ ବାପା କଟକରେ ଚାକିରୀ କରିଥିବାରୁ ପରେ ପରେ ସେମାନଙ୍କର ପରିବାର କଟକକୁ ସ୍ଥାନାନ୍ତର ହୋଇଯାଇଥିଲା । ନମ୍ରତା ବିବାହ କରିନାହାନ୍ତି ।[୨] ସେ ତାଙ୍କର ବଡ଼ ଭଉଣୀଙ୍କର ଝିଅକୁ ନିଜର ଝିଅ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ନମ୍ରତା ଦେବୀ କଥାଚିତ୍ର, ମଞ୍ଚ, ବେତାର ଓ ଦୂରଦର୍ଶନରେ ଅଭିନୟ କରିଛନ୍ତି । ୯/୧୦ବର୍ଷ ବୟସରୁ ସେ ସ୍କୁଲ ନାଟକରେ ଅଭିନୟ ଆରମ୍ଭ କରିଥିଲେ । ବାପା ଓ ବଡ଼ ଭଉଣୀ ମନସ୍ୱିନୀଙ୍କ ପ୍ରେରଣା ତାଙ୍କୁ ଅଭିନୟକୁ ବୃତ୍ତି ଭାବରେ ଆବୋରୀ ନେବାରେ ସହାୟକ ହୋଇଥିଲା । କଟକ କଳା ବିକାଶ କେନ୍ଦ୍ରରେ ସେ ଦୁଷ୍ମନ୍ତ-ଶକୁନ୍ତଳା ନାଟକରେ ଶକୁନ୍ତଳା ଭୂମିକାରେ ଅଭିନୟ କରୁଥିଲେ । ସେହି ନାଟକର ଦର୍ଶକ ଭାବରେ ଥିଲେ ପ୍ରଯୋଜକ ଧୀର ବିଶ୍ୱାଳ ଓ ଚିତ୍ରପୁରୀ ପତ୍ରିକାର ସମ୍ପାଦକ ବସନ୍ତ ପଟ୍ଟନାୟକ । ନମ୍ରତାଙ୍କ ଅଭିନୟ ପଟୁତା ଦେଖି, ଧୀର ବିଶ୍ୱାଳ ତାଙ୍କୁ ଧରିତ୍ରୀ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ଓ ସେଠାରୁ ତାଙ୍କର ସିନେମା ଅଭିନୟ ଆରମ୍ଭ ହୋଇଥିଲା । ଏଯାବତ ସେ ୫ଶହରୁ ଉର୍ଦ୍ଧ୍ୱ ଓଡ଼ିଆ କଥାଚିତ୍ର, ୧ହଜାରରୁ ଉର୍ଦ୍ଧ୍ୱ ମଞ୍ଚନାଟକ ତଥା ବେତାର ଓ ଦୂରଦର୍ଶନ ପାଇଁ ଅନେକ ଧାରାବାହିକରେ ଅଭିନୟ କରିସାରିଛନ୍ତି ।[୩]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୧୯୭୩ | ଧରିତ୍ରୀ | ||
କନକଲତା | |||
୧୯୭୬ | କୃଷ୍ଣ ସୁଦାମା | ||
୧୯୭୮ | ପ୍ରିୟତମା | ||
ବଳିଦାନ | |||
୧୯୮୦ | ରାମାୟଣ | କୌସଲ୍ୟା | |
ଅନୁରାଧା | |||
୧୯୮୧ | ଅକ୍ଷି ତୃତୀୟା | ||
୧୯୮୨ | ଅଷ୍ଟରାଗ | ||
୧୯୮୩ | କାବେରୀ | ପାର୍ବତୀ | |
୧୯୮୭ | ତୁଣ୍ଡ ବାଇଦ | ଟିମାର ମାଆ | |
୧୯୮୮ | ବୋହୂ ହେବ ଏମିତି | ||
୧୯୮୯ | ପଞ୍ଚୁ ପାଣ୍ଡବ | ||
୧୯୯୦ | ପରଦେଶୀ ଚଢ଼େଇ | ||
୧୯୯୨ | ପଞ୍ଜୁରୀ ଭିତରେ ସାରୀ | ବୀଣାର ସମ୍ପର୍କୀୟା | |
ମାଆ | |||
୧୯୯୩ | ଭାଗ୍ୟ ହାତେ ଡୋରି | ଆଲୋକର ମାଆ | |
୧୯୯୪ | ଗଢ଼ି ଜାଣିଲେ ଘର ସୁନ୍ଦର | ରଞ୍ଜୁର ମାଆ | |
ସୁନା ଭାଉଜ | ଶୋଭା | ||
ଭାଇ ହେଲା ଭଗାରି | ବୀଣା | ||
୧୯୯୫ | ସୁନା ପଞ୍ଜୁରି | ||
ରକତ କହିବ କିଏ କାହାର | ରୂପାର ମାଆ | ||
୧୯୯୬ | ସକଳ ତୀର୍ଥ ତୋ ଚରଣେ | ଅମରର ମାଆ | |
୧୯୯୭ | ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୁର | ||
ଲକ୍ଷେ ଶିବ ପୂଜି ପାଇଛି ପୁଅ | |||
ଗଙ୍ଗା ଯମୁନା | ସୂର୍ଯ୍ୟର ମାଆ | ||
୧୯୯୮ | ସ୍ତ୍ରୀ | ସାଗରର ମାଆ | |
ରୂପା ଗାଁର ସୁନାକନିଆଁ | |||
୧୯୯୯ | ଶୋଳ ଶୁକ୍ରବାର | ||
ପୁଅ ଭାଙ୍ଗିଦେଲା ସୁନା ସଂସାର | |||
ମାଆ ଗୋଜବାୟାଣୀ | ଶାନ୍ତିର ଶାଶୁ | ||
ଧର୍ମ ନିକିତି | ଯଶୋଦା | ||
ପବିତ୍ର ବନ୍ଧନ | ସାବିତ୍ରୀ | ||
କଳ୍କୀ ଅବତାର | |||
୨୦୦୦ | ବାବୁ ପର୍ଶୁରାମ | ||
୨୦୦୧ | ମୋ କୋଳ ତୋ ଝୁଲଣା | ||
ଗାରେ ସିନ୍ଦୂର ଧାରେ ଲୁହ | |||
ଧର୍ମ ଦେବତା | |||
୨୦୦୨ | ସେଇ ଝିଅଟି | ||
ରହିଛି ରହିବି ତୋରି ପାଇଁ | ରାକେଶର ମାଆ | ||
ଧର୍ମ ସହିଲେ ହେଲା | |||
ସିନ୍ଦୂର ନୁହେଁ ଖେଳଘର | |||
୨୦୦୩ | ବିଧାତା | ||
ସତ ମିଛ | |||
ଏଇଠି ସ୍ୱର୍ଗ ଏଇଠି ନର୍କ | |||
ସାବତ ମାଆ | |||
୨୦୦୪ | କଣ୍ଢେଇ ଆଖିରେ ଲୁହ | ||
୨୦୦୬ | ଶାଶୁଘର ଚାଲିଯିବି | ||
ଦେ ମା ଶକ୍ତି ଦେ | |||
୨୦୦୭ | ମୁଁ ତୋତେ ଲଭ୍ କରୁଛି | ||
ମହାନାୟକ | |||
ଲକ୍ଷ୍ମୀ ପ୍ରତିମା | |||
ଚକା ଚକା ଭଉଁରୀ | |||
କାଳୀ ଶଙ୍କର | |||
୨୦୦୮ | ମୋତେ ଆଣିଦେଲ ଲକ୍ଷେ ଫଗୁଣ | ||
୨୦୦୯ | ଆରେ ସାଥି ଆ | ||
ଅଭିମନ୍ୟୁ | |||
୨୦୧୦ | ତୁ ଥିଲେ ମୋ ଡର କାହାକୁ | ||
ତୋ ଆଖିରେ ମୁଁ | ଲକ୍ଷ୍ମୀ | ||
ପ୍ରେମ ଅଢ଼େଇ ଅକ୍ଷର | |||
୨୦୧୧ | ଏ ମନ ଖୋଜେ ମନଟିଏ | ||
ମନେ ରହିବ ଏ ପ୍ରେମ କାହାଣୀ | |||
୨୦୧୨ | ରାଜୁ ଆୱାରା | ଆକାଶର ମାଆ | |
୨୦୧୩ | ଟାର୍ଗେଟ୍ | ||
ହାତ ଧରି ଚାଲୁଥା | |||
ତୁ ମୋ ଦେହର ଛାଇ | |||
କେହି ଜଣେ ଭଲ ଲାଗେରେ | |||
ସନ୍ଦେହି ପ୍ରିୟତମା | |||
ଗଡ଼୍ବଡ଼୍ | |||
୨୦୧୪ | ସିନ୍ଦୂର | ||
ଜୟ ହିନ୍ଦ୍ | |||
୨୦୧୫ | ଯିଏ ଯାହା କହୁ ମୋର ଢୋ | ||
କିଏ ଦବ ଟକ୍କର | |||
୨୦୧୬ | ତୁ କହିବୁ ନା ମୁଁ |
ଅଭିନୀତ ଧାରାବାହିକ
[ସମ୍ପାଦନା]ଧାରାବାହିକ | ଚେନାଲ | ଭୂମିକା |
---|---|---|
ସମ୍ପର୍କ | ଡିଡି ଓଡ଼ିଆ | |
ମା | ଡିଡି ଓଡ଼ିଆ | |
ଗାୟତ୍ରୀ | ଇ ଟିଭି ଓଡ଼ିଆ | |
ଦୁର୍ଗା | ତରଙ୍ଗ ଟିଭି | ସୂର୍ଯ୍ୟର ଜେଜେମା |
ତୋ ଅଗଣାରେ ତୁଳସୀ ମୁଁ | ସାର୍ଥକ ଟିଭି | ନିଶାର ଜେଜେମା |
ତାରା ତାରିଣୀ | ତରଙ୍ଗ ଟିଭି | ଜେଜେମା |
ମଙ୍ଗୁଳା କନ୍ୟା | ସିଦ୍ଧାର୍ଥ ଟିଭି | ଜେଜେମା |
ଆଧାର
[ସମ୍ପାଦନା]- ↑ "ଚାଲିଗଲେ ବାପା". ସମାଜ. 24 August 2018. Retrieved 27 August 2018.[permanent dead link]
- ↑ "Aparajita: Namrata Das- Story of A Successful Actress". କନକ ନ୍ୟୁଜ. Aug 14, 2016. Retrieved 24 March 2017.
- ↑ [ଧରିତ୍ରୀ ୨୦/୦୪/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨ "ଧରିତ୍ରୀ ଆଳାପ"]. www.dharitri.com/Bhubaneswar/200417/p12.htm. Retrieved 20 April 2017.
{{cite news}}
: Check|url=
value (help)
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନମ୍ରତା ଦାସ