ଚିତ୍ରପୁରୀ

ଉଇକିପିଡ଼ିଆ‌ରୁ

ଚିତ୍ରପୁରୀ ଓଡ଼ିଆ ଭାଷାର ଏକ ପତ୍ରିକା। ବସନ୍ତ ପଟ୍ଟନାୟକଙ୍କ ସମ୍ପାଦିତ କଟକରୁ ପ୍ରକାଶିତ ଏହି ପତ୍ରିକାଟି ମୁଖ୍ୟତଃ କଥାଚିତ୍ର ସମ୍ବନ୍ଧୀୟ ଥିଲା।


୧୯୩୬ ମସିହାରେ ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ ମୁକ୍ତିଲାଭ କରିବା ପରେ କେତେକ ସମ୍ବାଦପତ୍ରରେ ସିନେମା ସଂକ୍ରାନ୍ତୀୟ ଖବର ଓ ସମୀକ୍ଷା ପ୍ରକାଶ ପାଇଥିଲେ ମଧ୍ୟ କାଳୀଚରଣ ତ୍ରିପାଠୀଙ୍କ ସମ୍ପାଦନାରେ ବ୍ରହ୍ମପୁରରୁ ଅପ୍ରେଲ ୧୯୫୧ମସିହାରେ ପ୍ରକାଶିତ ‘ସିନେ ଓଡ଼ିଶା’ ହେଉଛି ପ୍ରଥମ ଓଡ଼ିଆ ସିନେମା ପତ୍ରିକା । ପ୍ରଥମେ ପ୍ରକାଶିତ ପାଞ୍ଚଟି ଓଡ଼ିଆ ସିନେମା ପତ୍ରିକା ମଧ୍ୟରୁ ତିନିଟି ଯଥା- ‘ସିନେ ଓଡ଼ିଶା’, ‘କଳାଶ୍ରୀ’ (ଅଗଷ୍ଟ ୧୯୫୨, ସଂ. ଶିଶିର କୁମାର ପଟ୍ଟଦେବ) ଓ ‘ରୂପକଥା’ (ଫେବୃଆରୀ, ୧୯୫୬, ସଂ. ଗୋପାଳକୃଷ୍ଣ ପାଠୀ) ବ୍ରହ୍ମପୁରରୁ ପ୍ରକାଶିତ ହୋଇଥିଲା ବେଳେ, ‘ଚିତ୍ରଲେଖା’ (ଜୁଲାଇ ୧୯୫୧ ସଂ.ଲକ୍ଷ୍ମୀଧର ନାୟକ) କଟକରୁ ଓ  ‘ସିନେମା’ (ନଭେମ୍ବର, ୧୯୫୫, ସଂ ରାଜେନ୍ଦ୍ର ପ୍ରସାଦ ମହାପାତ୍ର) କଲିକତାରୁ ପ୍ରକାଶିତ ହୋଇଥିଲା । ହୁଏତ ଦକ୍ଷିଣ ଓଡ଼ିଶାରେ ସିନେମା ପ୍ରତି ଆଗ୍ରହ ତଥା ତେଲୁଗୁ ସିନେମା ଓ ପତ୍ରିକାର ପ୍ରଭାବରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ରହ୍ମପୁରରୁ ଏତେ ସଂଖ୍ୟକ ସିନେମା ପତ୍ରିକା ପ୍ରକାଶ ପାଇ ଥାଇପାରେ ।

ବସନ୍ତ ପଟ୍ଟନାୟକଙ୍କ ସମ୍ପାଦନାରେ କଟକରୁ ପ୍ରକାଶିତ ‘ଚିତ୍ରପୁରୀ’ ପତ୍ରିକା ପାଠକ ମହଲରେ ବେଶ ଆଦୃତ ହୋଇଥିଲା । କଟକରୁ ପ୍ରକାଶ ପାଇବା ପୂର୍ବରୁ ଏହା ଲିଥୋ ପ୍ରକ୍ରିୟାରେ ଛପା ହୋଇ କିଛି ଦିନ ପାଇଁ ବମ୍ବେରୁ ପ୍ରକାଶ ଲାଭ କରିଥିଲା । ସେହିପରି କଟକରୁ ପ୍ରକାଶିତ ବଂଶୀଧର ଭୂୟାଁଙ୍କ ସମ୍ପାଦନାରେ ‘ଇନ୍ଦ୍ରଧନୁ’ (୧୯୬୪) ଓ ରଣଧୀର ଦାସଙ୍କ ସମ୍ପାଦନାରେ ‘ଜୀବନରଙ୍ଗ’ (୧୯୭୭) ମଧ୍ୟ ବେଶ ଲୋକପ୍ରିୟ ହୋଇଥିଲା । ତେବେ ପରୀକ୍ଷିତ ଜେନାଙ୍କ ସମ୍ପାଦନାରେ ଭୁବନେଶ୍ୱରରୁ ପ୍ରକାଶିତ ‘ବାଣୀଚିତ୍ର’ (୧୯୭୦) ଓ କଟକରୁ ପ୍ରକାଶିତ ‘ଚଳଚ୍ଚିତ୍ର ଜଗତ’ (୧୯୭୭, ସଂ, ମଞ୍ଜୁଷା ପଟ୍ଟନାୟକ, ପରବର୍ତ୍ତୀ ସମୟରେ ଆଦିକନ୍ଦ ରାଉତ) ବେଶ ଆଦୃତ ହୋଇଥିଲା । କାଳୀ ପ୍ରସାଦ ଦାସ, ମଞ୍ଜୁଷା ପଟ୍ଟନାୟକ, ତପନ ବରାଳ, ସମରେନ୍ଦ୍ର ମହାପାତ୍ର, ଗୌରହରି ଦାସଙ୍କ ଭଳି କେତେକ ସମ୍ପାଦକ ଏକାଧିକ ସିନେମା ପତ୍ରିକାର ସମ୍ପାଦନା ଦାୟିତ୍ୱ ନିର୍ବାହ କରିଛନ୍ତି । ତେବେ ପ୍ରଖ୍ୟାତ ନିର୍ଦ୍ଦେଶକ କାର୍ତ୍ତିକ ଘୋଷଙ୍କ ସମ୍ପାଦନାରେ 'ଚିତ୍ର ଜଗତ' (୧୯୫୮) ଓ ନୀରଦ ମହାପାତ୍ରଙ୍କ ସମ୍ପାଦନାରେ 'ମନ ଫସଲ' (୧୯୭୮) ପତ୍ରିକା ପ୍ରକାଶିତ ହେବା ଉଲ୍ଲେଖଯୋଗ୍ୟ । ସମ୍ପଦ ମହାପାତ୍ରଙ୍କ ସମ୍ପାଦନାରେ ‘ସିନେ ସମ୍ବାଦ’ ମଧ୍ୟ ଜନପ୍ରିୟତା ଲାଭ କରିଥିଲା । ସରଳ କୁମାର ଦାସ By Saral Kumar Das  February 19, 2020 [୧]

୧୯୫୮ ମସିହାରେ ଓଡ଼ିଆ ଯୁବକ ବସନ୍ତ ପଟ୍ଟନାୟକ ଚଳଚ୍ଚିତ୍ର ତାରକା ହେବା ପାଇଁ ବମ୍ବେରେ ନିଜ ଭାଗ୍ୟ ପରୀକ୍ଷା କରୁଥିଲେ ସଂଘର୍ଷ କରୁଥିଲେ । ତାଙ୍କୁ ସଫଳତା ମିଳିଲା ମିଳିଲା ନାହିଁ । ବିଫଳ ହୋଇ ବମ୍ବେରୁ ନିଜର ଓଡ଼ିଆ ହସ୍ତାକ୍ଷରରେ ଚଳଚ୍ଚିତ୍ର ପତ୍ରିକା ଚିତ୍ରପୁରୀ ଆରମ୍ଭ କଲେ । ଚିତ୍ରପୁରୀ ସଫଳ ହେଲା ଏବଂ କଟକକୁ ସ୍ଥାନାନ୍ତରିତ ହେଲା । ୧୯୫୯ ମସିହାରେ ଚିତ୍ରପୁରୀର କଟକରୁ ନିୟମିତ ପ୍ରକାଶନ ଆରମ୍ଭ ହେଲା ​​ଏବଂ ପତ୍ରିକା ଅଦ୍ୱିତୀୟ ମାନ୍ୟତା ହାସଲ କଲା ​​। ଚିତ୍ରପୁରୀ ସମ୍ଭବତଃ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ଯାହା ଏକ ଗଣିତରେ ପରିଣତ ହେଲା, ମାସକୁ ୫୦୦ କପି ବିକ୍ରି ହେଉଥିଲା | କେବେ କେବେ ହଜାରେ । ଗୁଜବ ଏବଂ ସମୀକ୍ଷା, ପର୍ଯ୍ୟବେକ୍ଷଣ ଏବଂ ମତର ମିଶ୍ରଣ ସହିତ ଚଳଚ୍ଚିତ୍ର ପ୍ରତି ଏକ ସମ୍ବେଦନ ସୃଷ୍ଟି କଲା ଚିତ୍ରପୁରୀ । ଚିତ୍ରପୁରୀର ପୃଷ୍ଠାଗୁଡ଼ିକରେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ସହିତ ବାସନ୍ତ ପଟ୍ଟନାୟକ ନିଜ ଫଟୋ, ଭ୍ରମଣର ବିବରଣୀ, ସୁଟ୍ ପରିହିତ ଚିତ୍ର ଛାପିଲେ । ଚହଳ ପଡିଲା ​​। ଅବଶ୍ୟ ସେ ପ୍ରଚାର ସୂତ୍ରଟି ବସନ୍ତ ପଟ୍ଟନାୟକଙ୍କ ନିଜର ନୁହେଁ, ଭାରତୀୟ ଚଳଚ୍ଚିତ୍ର ସାମ୍ବାଦିକତାର ଜନକ ବୋଲି ଯାହାଙ୍କୁ କୁହାଯାଏ ବାବୁରାଓ ପଟେଲ, ତାଙ୍କ ଶୈଳୀ ଓ ତାଙ୍କ ପତ୍ରିକା ‘ଫିଲ୍ମ ଇଣ୍ଡିଆ’ଦ୍ୱାରା ପ୍ରଭାବିତ ହୋଇଥିଲେ ବସନ୍ତ ପଟ୍ଟନାୟକ । By ସୂର୍ଯ୍ୟ ଦେଓ On Jul 17, 2021 [୨]

ନିଜେ ସମ୍ପାଦକ ବିଭିନ୍ନ ତାରକାଙ୍କ ସହ ଛବି ଉଠାଇ ଛାପୁଥିଲେ । ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାକୁ ବ୍ୟାବସାୟିକ ଦିଗ ଦେବାରେ ‘ଚିତ୍ରପୁରୀ’ ହେଉଛି ‘ବତିଘର’ । ସେହି ବତିର ଅଭା ନେଇ ପରେ ଅନ୍ୟ ଚଳଚ୍ଚିତ୍ର ପତ୍ରିକା ବ୍ୟବସାୟ କରିଛନ୍ତି, ‘ଚିତ୍ରପୁରୀ’ ଫର୍ମୁଲାକୁ ଅନୁସରଣ କରିଛନ୍ତି ।... ୧୯୬୦ ମସିହାରେ କଟକରୁ ଛପା ଅକ୍ଷରରେ ପ୍ରକାଶିତ ହେଲା ‘ଚିତ୍ରପୁରୀ’। ବମ୍ବେରୁ ଯେଉଁ ଅନୁଭବ ସେ ଆଣିଥିଲେ, ଓଡ଼ିଶାରେ ବି ସେମିତି କରିବାକୁ ଚାହିଁଲେ । ଏକ: ‘ଚିତ୍ରପୁରୀ’କୁ ଆର୍ଥିକ ସାହାୟତା ପାଇଁ ସେ ପତ୍ରିକାକୁ ଦୁଇ ଭାଗରେ ବିଭକ୍ତ କଲେ । ସିନେମା ଓ ସାହିତ୍ୟ ସମ୍ପର୍କିତ ଲେଖା ଓ ପାରିବାରିକ ଲେଖା । ପାରିବାରିକ ଲେଖା ଅର୍ଥ ସଂସ୍କୃତି ଅନୁରାଗୀ ପରିବାର ଓ ବ୍ୟକ୍ତିବିଶେଷଙ୍କ ରୁଚି ସମ୍ବନ୍ଧିତ ଲେଖା । ଦୁଇ: ଚିଠି ଆକାରରେ ବ୍ୟକ୍ତିଗତ ଅନୁଭବ ଛାପିଲେ, ଯେମିତିକି ଶରତ ପୂଜାରୀଙ୍କ ଚିଠି ବା ଝରଣା ଦାସଙ୍କ ଚିଠି ବା କେଳୁଚରଣ ମହାପାତ୍ରଙ୍କ ଚିଠି। ଶିରୋନାମା ଦେଲେ ‘ବୁଲୁଭାଇଙ୍କୁ ଚିଠି’ ସମ୍ପାଦକ ବସନ୍ତ ପଟ୍ଟନୟକ ଅପେକ୍ଷା ‘ବୁଲୁଭାଇ’ ନାମରେ ସେ ଅଧିକ ପରିଚିତ ହେଲେ । ତିନ: ମଝି ମଝିରେ ବମ୍ବେ ଗଲେ, ତାରକାମାନଙ୍କ ସହ ଚିତ୍ରପୁରୀ ପତ୍ରିକା ଓ ନିଜ ଫଟୋ ପତ୍ରିକାରେ ଛାପିଲେ । ଚାର: ଅନେକ ଓଡ଼ିଆ ତାରକାଙ୍କ ଫଟୋ ଛପା ହେଲା, ଅନେକ ଅନାମ , ଅଚିହ୍ନା ଫଟୋ ବି ଛାପି ଚିହ୍ନା କରାଗଲା । ପାଞ୍ଚ: ଓଡ଼ିଶାର ବିଭିନ୍ନ ସ୍ଥାନରେ ‘ଚିତ୍ରପୁରୀ ନାଇଟ୍‌’ ଆୟୋଜନ କରାଗଲା, ଏଥିରେ ଓଡ଼ିଶାର ଚିତ୍ର ତାରକାମାନେ ଯୋଗଦେଲେ । ପତ୍ରିକାର ପ୍ରଚାର, ପ୍ରସାର ଓ ବ୍ୟବସାୟ ଦିଗରେ ଏହା ଥିଲା ଅଭିନବ ପଦକ୍ଷେପ । By ସୂର୍ଯ୍ୟ ଦେଓ On Jul 24, 2021 [୩]

ଚିତ୍ରପୁରୀ’ ଯେପର୍ଯ୍ୟନ୍ତ ପ୍ରକାଶିତ ହୋଇଛି ଏତେ ଭିନ୍ନ ଭିନ୍ନ ଆକାରରେ ପ୍ରକାଶିତ ହୋଇଛି ଯେ ସମ୍ଭବତଃ ଅନ୍ୟ କୌଣସି ପତ୍ରିକା ଇତିହାସରେ ଯେମିତି ହୋଇ ନଥିବ । ଏହାପଛରେ ସମ୍ଭବତଃ ଏକମାତ୍ର କାରଣ ଏହା ହୋଇପାରେ ବିଭିନ୍ନ କଟିଂ ପେପର୍‌କୁ ସମ୍ପାଦକ ତଥା ପ୍ରକାଶକ ଭିନ୍ନ ଭିନ୍ନ ସମୟରେ ବ୍ୟବହାର କରୁଥିଲେ । ଯେଣୁ ସେ ବିଭିନ୍ନ ସମ୍ବାଦପତ୍ରର ବଳକା ନ୍ୟୁଜ୍ ପ୍ରିଣ୍ଟ କିଣୁଥିଲେ ଏବଂ ସେଥିରେ ‘ଚିତ୍ରପୁରୀ’ ଛାପୁଥିଲେ ଏଣୁ ସେହି ପ୍ରିଣ୍ଟ ଏକ ନିଦ୍ଦିଷ୍ଟ ଆକାରର ହେଉଥିଲା । ଏହି ଆକାର ପ୍ରାୟତଃ ପୂଜା ସଂଖ୍ୟାରେ ପ୍ରକାଶିତ ହେଉଥିଲା । ବାକି ସମୟରେ ଆକାର ଛୋଟ ବଡ଼ ବା ଭିନ୍ନ ଭିନ୍ନ ହେବାର କାରଣ ହେଉଛି ପ୍ରେସରେ ରଦ୍ଦି ଭାବେ ଥିବା କଟିଂ କାଗଜର ବ୍ୟବହାର । କଟିଂ କାଗଜରେ ପ୍ରିଣ୍ଟ କଲାବେଳେ ଯେତେବେଳେ ଯେଉଁ ଆକାର ହେଲା, ସେହି ଆକାରରେ ଛପାଗଲା । ସେଥିପାଇଁ ‘ଚିତ୍ରପୁରୀ’ ଏକ ନିର୍ଦ୍ଦିଷ୍ଟ ପ୍ରେସରେ ଛପା ହେଉ ନଥିଲା । କେତେବେଳେ ଲିପିକା ପ୍ରେସ୍‌ରେ ତ କେତେବେଳେ ପ୍ରକାଶ ପ୍ରିଣ୍ଟର୍ସରେ, ଭିନ୍ନଭିନ୍ନ ଆକାରର ସଂଖ୍ୟା ଭିନ୍ନଭିନ୍ନ ପ୍ରେସ୍‌ରେ ଛପା ହେଉଥିଲା ।... ଏଣେ ଦୁଇଜଣଙ୍କ ସୌଜନ୍ୟରୁ ମିଳିଥିବା ବିଜ୍ଞାପନ ସେହି ସଂଖ୍ୟାରେ ଛପା ହେବାକୁ ବାଧ୍ୟ । ଅତଏବ ପ୍ରଚ୍ଛଦରେ ବି ସେମାନଙ୍କ ଛବି ଛପା ହେବାକୁ ବାଧ୍ୟ, ସେମାନଙ୍କ ସମ୍ବନ୍ଧିତ ଲେଖା ବି ଛପା ହେବାକୁ ବାଧ୍ୟ । ଏହି ବାଧ୍ୟତାମୂଳକ ପରିସ୍ଥିତିରୁ ପତ୍ରିକାକୁ ସିଧା ଓଲଟା କରି ଛପାଗଲା, ଦୁଇଟି ପ୍ରଚ୍ଛଦ କରାଗଲା । ଏବଂ ଜନ୍ମ ନେଲା ଦୁଇଟି ସାମ୍ନା ପ୍ରଚ୍ଛଦ ଥିବା ପୃଥିବୀର ପ୍ରଥମ ପତ୍ରିକା: ‘ଚିତ୍ରପୁରୀ’!

ଏକ ପାଖରେ ଛପାଗଲା ପ୍ରଫୁଲ୍ଲ କରଙ୍କ ଛବି, ଅନ୍ୟ ପାଖରେ ପ୍ରଣବ ପଟ୍ଟନାୟକଙ୍କ ଛବି [୪]By ସୂର୍ଯ୍ୟ ଦେଓ On Aug 1, 2021By ସୂର୍ଯ୍ୟ ଦେଓ On Aug 1, 2021

  1. link, Get; Facebook; Twitter; Pinterest; Email; Apps, Other (2020-02-19). "ଓଡ଼ିଆ ସିନେମା ପତ୍ରିକାର ସୁଦୀର୍ଘ ଇତିହାସ". Retrieved 2023-11-24. {{cite web}}: |last2= has generic name (help)
  2. "ଛାୟାଲିପି : ଗଳ୍ପ ପରି ଲାଗେ, ଗଳ୍ପ ନୁହେଁ ମୋଟେ". Odisha Sambad (in ଆମେରିକୀୟ ଇଂରାଜୀ). 2021-07-17. Retrieved 2023-11-24.
  3. "ଚିତ୍ରପୁରୀ : ଅନାମ-ନାମ". Odisha Sambad (in ଆମେରିକୀୟ ଇଂରାଜୀ). 2021-07-24. Retrieved 2023-11-24.
  4. "ଚିତ୍ରପୁରୀ : କେତେ ସିଧା କେତେ ଓଲଟା ? କେତେ ରଙ୍ଗ କେତେ ରୂପ?". Odisha Sambad (in ଆମେରିକୀୟ ଇଂରାଜୀ). 2021-08-01. Retrieved 2023-11-24.