ବସନ୍ତ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ

ବସନ୍ତ ପଟ୍ଟନାୟକ ଥିଲେ ଜଣେ ଓଡ଼ିଆ ଭାଷା ସାମ୍ବାଦିକ ଯିଏ ଅନେକ ବର୍ଷ ଧରି ଚିତ୍ରପୁରୀ ପତ୍ରିକାର ସମ୍ପାଦନା କରିଥିଲେ।


ବସନ୍ତ ପଟ୍ଟନାୟକଙ୍କ ସମ୍ପାଦନାରେ କଟକରୁ ପ୍ରକାଶିତ ‘ଚିତ୍ରପୁରୀ’ ପତ୍ରିକା ପାଠକ ମହଲରେ ବେଶ ଆଦୃତ ହୋଇଥିଲା । କଟକରୁ ପ୍ରକାଶ ପାଇବା ପୂର୍ବରୁ ଏହା ଲିଥୋ ପ୍ରକ୍ରିୟାରେ ଛପା ହୋଇ କିଛି ଦିନ ପାଇଁ ବମ୍ବେରୁ ପ୍ରକାଶ ଲାଭ କରିଥିଲା । By Saral Kumar Das  February 19, 2020 [୧]

୧୯୩୦ ଦଶକ ମଧ୍ୟଭାଗରେ, ଏକ ନୂତନ ଚଳଚ୍ଚିତ୍ର କର୍ମୀ ଭାରତୀୟ ସିନେ ଧାରାକୁ ଆସିଲେ ଆଉ ସେମାନଙ୍କୁ କୁହାଗଲା ଚଳଚ୍ଚିତ୍ର ସମାଲୋଚକ । ସେମାନେ ଶିଳ୍ପ ଓ ଷ୍ଟାରଡମ୍ ଏବଂ ଚଳଚ୍ଚିତ୍ର ଓ ସର୍ବସାଧାରଣଙ୍କ ମଧ୍ୟରେ ସଂଯୋଗ ରେଖା ଟାଣିଲେ । ୧୯୩୦ ଏବଂ ୧୯୪୦ ଦଶକରେ ଭାରତୀୟ ଚଳଚ୍ଚିତ୍ର ସାମ୍ବାଦିକତାର ଆବିର୍ଭାବ ସିନେମା ଏବଂ ଶିଳ୍ପକୁ ନେଇ ଏକ ପ୍ରେରଣାପ୍ରଦ ଇତିହାସର ସୂତ୍ରପାତ କଲା । ଚଳଚ୍ଚିତ୍ର ସାମ୍ବାଦିକତା ଆକ୍ଷରିକ, ଦୃଶ୍ୟ ଭିତ୍ତିକ ଓ ବୈଷୟିକ ଧାରାରେ ଦର୍ଶକ ଓ ଚଳଚ୍ଚିତ୍ର ମଧ୍ୟରେ ସଂଯୋଗ ସେତୁ ନିର୍ମାଣ କଲା । ଏହି ସୂତ୍ରରୁ ଆସିଲା ଚଳଚ୍ଚିତ୍ର ପତ୍ରିକା ଏବଂ ତାହାର ଚର୍ଚ୍ଚା ଏହି ସ୍ତମ୍ଭରେ ହୋଇ ଆସୁଛି |

୧୯୫୮ ମସିହାରେ ଓଡ଼ିଆ ଯୁବକ ବସନ୍ତ ପଟ୍ଟନାୟକ ଚଳଚ୍ଚିତ୍ର ତାରକା ହେବା ପାଇଁ ବମ୍ବେରେ ନିଜ ଭାଗ୍ୟ ପରୀକ୍ଷା କରୁଥିଲେ ସଂଘର୍ଷ କରୁଥିଲେ । ତାଙ୍କୁ ସଫଳତା ମିଳିଲା ମିଳିଲା ନାହିଁ । ବିଫଳ ହୋଇ ବମ୍ବେରୁ ନିଜର ଓଡ଼ିଆ ହସ୍ତାକ୍ଷରରେ ଚଳଚ୍ଚିତ୍ର ପତ୍ରିକା ଚିତ୍ରପୁରୀ ଆରମ୍ଭ କଲେ । ଚିତ୍ରପୁରୀ ସଫଳ ହେଲା ଏବଂ କଟକକୁ ସ୍ଥାନାନ୍ତରିତ ହେଲା । ୧୯୫୯ ମସିହାରେ ଚିତ୍ରପୁରୀର କଟକରୁ ନିୟମିତ ପ୍ରକାଶନ ଆରମ୍ଭ ହେଲା ​​ଏବଂ ପତ୍ରିକା ଅଦ୍ୱିତୀୟ ମାନ୍ୟତା ହାସଲ କଲା ​​। By ସୂର୍ଯ୍ୟ ଦେଓ On Jul 17, 2021 [୨]

ଓଡ଼ିଆ ତରୁଣ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ, ଆହୁରି ଆଶ୍ଚର୍ଯ୍ୟ ହେଲେ ସେତେବେଳେ, ଯେତେବେଳେ ନିଜେ ଦିଲୀପ କୁମାର ଯାଇ ତାଙ୍କୁ ପାଛୋଟି ଆଣିଲେ । କିଏ ସେ? କିଏ ଜଣେ କହିଲେ ସେ ଆର୍‌. କେ. କରଞ୍ଜିଆ, ପ୍ରଖ୍ୟାତ ଚଳଚ୍ଚିତ୍ର ସାମ୍ବାଦିକ । ଚଳଚ୍ଚିତ୍ର ସମ୍ବାଦିକ! ଯାହାଙ୍କ ପାଇଁ ନିଜେ ଦିଲୀପ କୁମାର ଅପେକ୍ଷା କରନ୍ତି, ସୁଟିଂ ବନ୍ଦ ହୋଇଯାଏ, ନିଜେ ଦିଲୀପ କୁମାର ଯାହାଙ୍କୁ ପାଛୋଟି ଆଣନ୍ତି! ତରୁଣଙ୍କ ବିଚାର ବଦଳିଗଲା, ସେ ସ୍ଥିର କଲେ ଚଳଚ୍ଚିତ୍ରରେ ଅଭିନୟ ନହେଲା ନାହିଁ, ଚଳଚ୍ଚିତ୍ର ସାମ୍ବାଦିକ ହେବେ । ହୁଏତ ତାଙ୍କୁ ବି ଏମିତି ତାରକାମାନେ ଅପେକ୍ଷା କରିପାରନ୍ତି । ସେୟା ହେଲା, ୧୯୫୯ରୁ ସେ ବମ୍ବେରୁ ଓଡ଼ିଆରେ ହାତଲେଖା ପତ୍ରିକା ‘ଚିତ୍ରପୁରୀ’ ଆରମ୍ଭ କଲେ । ଛାପିବା ପାଇଁ ଅର୍ଥ ନ ଥାଏ, ନିଜେ ହାତରେ ଲେଖି ତାହାର ଲିଥୋ କରି ବମ୍ବେର ଓଡ଼ିଆମାନଙ୍କୁ ବିକ୍ରି କଲେ । ତିନିଟି ସଂଖ୍ୟା ପ୍ରକାଶିତ ହେଲା । ଳୋକପ୍ରିୟ ହେଲା ।

ବମ୍ବେର କେତେକ ଓଡ଼ିଆ ଆର୍ଥିକ ସାହାଯ୍ୟ ବି କଲେ । ସେମାନଙ୍କ ଲେଖା ବି ପ୍ରକାଶିତ ହେଲା । ‘ଚିତ୍ରପୁରୀ’ର ଜନ୍ମଜାତକ ଲେଖାହେଲା ବମ୍ବେରେ । ଯିଏ ଲେଖିଥିଲେ ସେ ତରୁଣ ଥିଲେ ବସନ୍ତ ପଟ୍ଟନାୟକ । ଆଖିଏ ସ୍ୱପ୍ନ ନେଇ ବମ୍ବେ ଯାଇଥିଲେ ଚଳଚ୍ଚିତ୍ରରେ ଅଭିନୟ କରିବାକୁ, ବମ୍ବେରୁ ଆଖିଏ ସ୍ୱପ୍ନ ନେଇ ଫେରିଆସିଲେ କଟକ । ସେ ସ୍ୱପ୍ନ ଥିଲା ଓଡ଼ିଆରେ ଚଳଚ୍ଚିତ୍ର ପତ୍ରିକା ପ୍ରକାଶନର ସ୍ୱପ୍ନ । By ସୂର୍ଯ୍ୟ ଦେଓ On Jul 24, 2021 [୩]

  1. link, Get; Facebook; Twitter; Pinterest; Email; Apps, Other (2020-02-19). "ଓଡ଼ିଆ ସିନେମା ପତ୍ରିକାର ସୁଦୀର୍ଘ ଇତିହାସ". Retrieved 2023-11-24. {{cite web}}: |last2= has generic name (help)
  2. "ଛାୟାଲିପି : ଗଳ୍ପ ପରି ଲାଗେ, ଗଳ୍ପ ନୁହେଁ ମୋଟେ". Odisha Sambad (in ଆମେରିକୀୟ ଇଂରାଜୀ). 2021-07-17. Retrieved 2023-11-24.
  3. "ଚିତ୍ରପୁରୀ : ଅନାମ-ନାମ". Odisha Sambad (in ଆମେରିକୀୟ ଇଂରାଜୀ). 2021-07-24. Retrieved 2023-11-24.