Jump to content

ଅର୍ଚ୍ଚନା ନାୟକ (ସାହିତ୍ୟିକ)

ଉଇକିପିଡ଼ିଆ‌ରୁ
ଅର୍ଚ୍ଚନା ନାୟକ
ଜନ୍ମ (1947-07-16) ୧୬ ଜୁଲାଇ ୧୯୪୭ (ବୟସ ୭୭)
ପବନପୁର, ବାଲୁଗାଁ
ଜାତୀୟତାଭାରତୀୟ
ଶିକ୍ଷାପିଏଚଡ଼ି
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ୱେବସାଇଟhttp://www.drarchananayak.com/

ଅର୍ଚ୍ଚନା ନାୟକ (ଜନ୍ମ: ୧୬ ଜୁଲାଇ ୧୯୪୭; ଜନ୍ମସ୍ଥାନ: ବାଲୁଗାଁ), ଜଣେ ଓଡ଼ିଆ କଥାଶିଳ୍ପୀ ।[] ଉପନ୍ୟାସ, ଗଳ୍ପ, ଗୀତିକବିତା, ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ଆଦି ବିଭିନ୍ନ ବିଭାଗରେ ଅର୍ଚ୍ଚନା ନିଜ ଲେଖନୀ ଚାଳନା କରିଛନ୍ତି ।

ତାଙ୍କ ପିତାଙ୍କ ନାମ ହେଲା କ୍ଷେତ୍ରମୋହନ ନାୟକ ଓ ମାତାଙ୍କ ନାମ ହେଲା ପ୍ରେମଲତା ଦେବୀ । ସେ ରେଭେନ୍ସା ବାଳିକା ବିଦ୍ୟାଳୟରୁ ମାଟ୍ରିକ, ଶୈଳବାଳା ମହାବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟରୁ ଉଚ୍ଚତର ଶିକ୍ଷା ଲାଭ କରିଥିଲେ । ୧୯୮୪ରେ ସେ 'ଓଡ଼ିଆ କାବ୍ୟରେ ଶିବ' ସଂପର୍କିତ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ଡିଗ୍ରୀ ଲାଭ କରିଥିଲେ । ଅର୍ଚ୍ଚନା ଆକାଶବାଣୀ କଟକର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର । ସେ ସାହିତ୍ୟ ପତ୍ରିକା ସାବିତ୍ରୀର ସମ୍ପାଦିକା ଓ ଆଧ୍ୟାତ୍ମିକ ପତ୍ରିକା ଆସ୍ପୃହାର ମୁଖ୍ୟ ସମ୍ପାଦିକା ।

ରଚନାବଳୀ

[ସମ୍ପାଦନା]

ଗଳ୍ପ

  • କେତେ ଦୃଶ୍ୟ ୧୯୯୧
  • ଅରଣ୍ୟ ଅଭିସାର ୧୯୯୫
  • କୁହୁଡ଼ି ପକ୍ଷୀ ଓ ଅନ୍ୟାନ୍ୟ ଗଳ୍ପ ୧୯୯୭
  • ଅନ୍ୟ ନାୟିକା
  • ଅନ୍ୟ ନାୟିକା ଓ ଅନ୍ୟାନ୍ୟ କଥା
  • ଭୁଲ ଠିକଣାରେ ଚିଠି
  • ଶ୍ରମଣାର ପୃଥିବୀ
  • ଚିତ୍ର ପ୍ରତିମା
  • ସ୍ୱପ୍ନ ଗୋଧୂଳି
  • କାଳ୍ପନିକ ସତ୍ୟ
  • ଅର୍ଚ୍ଚନା ନାୟକଙ୍କ କଥାବିଚିତ୍ରା
  • ଅର୍ଚ୍ଚନା ନାୟକଙ୍କ ସ୍ମରଣୀୟ ଗଳ୍ପ
  • ଅର୍ଚ୍ଚନା ନାୟକଙ୍କ ନିର୍ବାଚିତ ଗଳ୍ପ
  • ନକ୍ଷତ୍ରର ଭାଷା
  • ସାକ୍ଷୀ ଠାକୁରାଣୀ
  • କୁହୁଡ଼ି ପକ୍ଷୀ ଓ ସ୍ୱପ୍ନ ଗୋଧୂଳି (ଏକତ୍ର)
  • ହଂସପ୍ରହରୀ ୨୦୧୩
  • ଗନ୍ଧର୍ବ ବୀଣା
  • ସୁମଣି ଚଉରା
  • ମଣି ସନ୍ଧାନ ୨୦୧୯
  • ଚିତ୍ରଲେଖାର ଚିତ୍ର ୨୦୨୦
  • ରାଗ ଚନ୍ଦ୍ରିକା
  • କଳ୍ପଲୋକର ଛାୟା

ଉପନ୍ୟାସ

  • ରାଣୀ ଶ୍ୟାମାବତୀ ୨୦୧୯
  • ସାତପଦ୍ମର ଦ୍ୱୀପ
  • ସୀତା ୨୦୨୨ (ମନୋରମା ପବ୍ଲିଶର୍ସ)

ନାଟକ/ଏକାଙ୍କିକା

  • ଯକ୍ଷିଣୀ ସମ୍ବାଦ - ୨୦୦୪ (ଶାଶ୍ୱତି ପ୍ରକାଶିନୀ)
  • ଏକାଙ୍କିକା ସମଗ୍ର
  • ଅଚିହ୍ନା ଆକାଶ - ୧୯୮୭ (ନାଳନ୍ଦା ପ୍ରକାଶନ)
  • ଅମ୍ବପାଲ୍ଲୀ - ୧୯୯୨, ୨୦୧୨ (ଦିବ୍ୟଦୂତ ପ୍ରକାଶନୀ)
  • ନୀଳପରୀ ଓ ଅନ୍ୟାନ୍ୟ ଏକାଙ୍କିକା ୧୯୯୫

ପ୍ରବନ୍ଧ/ସମାଲୋଚନା

  • ପଣ୍ଡିତ ଗୋପବନ୍ଧୁ ଦାସ[]
  • ଓଡ଼ିଆ କାବ୍ୟରେ ଶିବ ୧୯୯୫
  • ନିର୍ବାଚିତ ପ୍ରବନ୍ଧ
  • ଭାରତର ଲୋକକଥା
  • ସମୀକ୍ଷା ସଞ୍ଚୟନ
  • ପ୍ରବନ୍ଧ ଭାରତୀ
  • ଶବ୍ଦର ସ୍ୱାକ୍ଷର ୨୦୨୪
  • ଦୃଷ୍ଟି ଓ ଦିଗନ୍ତ (ନବଦିଗନ୍ତ ପବ୍ଲିକଶନ୍)
  • ପୃଥିବୀର ନିୟତି ଓ ସମୂହ ଯୋଗ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକ)

ଗୀତିକବିତା

  • ଜହ୍ନରାତ୍ରି ବର୍ଷାରାତି - ୧୯୯୯ (ଅନନ୍ୟା ପ୍ରକାଶନ)
  • କଇଁଫୁଲର ଗୀତି
  • ଗୀତି ଶତକ ୨୦୨୪
  • ଗୀତି-ପ୍ରଣତି

ଅନୁବାଦ/ଜୀବନୀ

  • ଶ୍ରୀ ଅରବିନ୍ଦ ଓ ନୂତନ ପୃଥିବୀ - ୨୦୦୭ (କଟକ ଷ୍ଟୁଡେଣ୍ଟସ ଷ୍ଟୋର)
  • ଶ୍ରୀ ଅରବିନ୍ଦ
  • ଅତିମାନବ : ସମ୍ଭାବନା ଓ ପ୍ରତିଶ୍ରୁତି (ଯୁଗ୍ମ: ମହାପାତ୍ର ନୀଳମଣୀ ସାହୁ)
  • ରୁରୁ ପ୍ରିୟମ୍ବଦା ଅରବିନ୍ଦ - ୨୦୦୩ (ଗ୍ରନ୍ଥମନ୍ଦିର)
  • ଯୁଗାବତାର ଶ୍ରୀମା ଶ୍ରୀଅରବିନ୍ଦ
  • ଜାତୀୟ ଚେତନାର ଉଦଗାତା ମଧୁସୁଦନ
  • ସୌରଦୀପ୍ତ ପଥର ଯାତ୍ରୀ ମହାପାତ୍ର ନୀଳମଣୀ ସାହୁ

ଶିଶୁ ସାହିତ୍ୟ

  • ରାଜୁ ଓ ପରୀ

ସଂପାଦନା/ସଂକଳନ

  • ନିର୍ବାଚିତ ରଚନାବଳୀ : ବିଶ୍ୱନାଥ କର
  • କୁନ୍ତଳା କୁମାରୀ ଚୟନିକା[]
  • ଓଡ଼ିଆ ଭକ୍ତି ସଙ୍ଗୀତ - ୨୦୦୭ (କେନ୍ଦ୍ର ସାହିତ୍ୟ ଏକାଡେମୀ)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ସାହିତ୍ୟ ଭାରତୀ ସମ୍ମାନ - ୨୦୨୪[]
  • ଭଞ୍ଜ ଭାରତୀ ସମ୍ମାନ
  • କୁନ୍ତଳା କୁମାରୀ ପୁରସ୍କାର[]
  • ଜେମା ସାମନ୍ତ ସୃଜନୀ ପୁରସ୍କାର - ୨୦୧୯
  • ସତ୍ୟବାଦୀ ସାରସ୍ୱତ ସମ୍ମାନ - ୨୦୧୯[]
  • ପ୍ରଜାତନ୍ତ୍ର ପ୍ରଚାର ସମିତି ପୁରସ୍କାର - ୧୯୬୯,୧୯୭୦
  • ଗୋକର୍ଣ୍ଣିକା ପୁରସ୍କାର - ୧୯୮୮
  • ରାଷ୍ଟ୍ରୀୟ ମହିଳା ସଂସ୍ଥାନ - ୧୯୯୬[]
  1. Sahitya Akademi (2006). Annual Report. Sahitya Akademi.
  2. Pritish Acharya (11 March 2008). National Movement and Politics in Orissa, 1920-1929. SAGE Publications. pp. 111–. ISBN 978-93-5280-260-9.
  3. D. S. Rao (2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 125–. ISBN 978-81-260-2060-7.
  4. "କଥାଶିଳ୍ପୀ ଡକ୍ଟର ଅର୍ଚ୍ଚନା ନାୟକ ପାଇବେ 'ସାହିତ୍ୟ ଭାରତୀ ସମ୍ମାନ'". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 10 March 2024. Retrieved 10 March 2024.
  5. "କଥା ଝରକା". କଥା ପତ୍ରିକା (ଜୁନ ୨୦୨୩): ୪୭. 28 June 2023. Retrieved 28 June 2023.
  6. "ଡ.ଅର୍ଚ୍ଚନା ନାୟକ ପାଇବେ 'ସତ୍ୟବାଦୀ ସାରସ୍ୱତ ସମ୍ମାନ'". www.samajalive.in. ସମାଜ. Retrieved 8 May 2019.
  7. Valerie Henitiuk; Supriya Kar (12 December 2016). Spark of Light: Short Stories by Women Writers of Odisha. Athabasca University Press. pp. 235–. ISBN 978-1-77199-167-4.