ସୌରୀବନ୍ଧୁ କର

ଉଇକିପିଡ଼ିଆ‌ରୁ
(Souri Bandhu Karରୁ ଲେଉଟି ଆସିଛି)
ସୌରୀବନ୍ଧୁ କର
Born(1948-04-02)୨ ଅପ୍ରେଲ ୧୯୪୮
ଜଳସରପୁର, ଯାଜପୁର, ଓଡ଼ିଶା
Died୧୪ ଅପ୍ରେଲ ୨୦୨୦(2020-04-14) (ବୟସ ୭୨)
Children୩ ପୁଅ, ୧ ଝିଅ
Parentଅନାଥ ବନ୍ଧୁ କର
ସୁଭଦ୍ରା କର
Relativesବାଉରୀବନ୍ଧୁ କର
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର- ୨୦୧୨

ସୌରୀବନ୍ଧୁ କର (୨ ଅପ୍ରେଲ ୧୯୪୮ - ୧୪ ଅପ୍ରେଲ ୨୦୨୦), ଜଣେ ଶ୍ରମିକ ନେତା ଓ ଲେଖକ ଥିଲେ ।[୧][୨] ଗଳ୍ପ, ଶିଶୁସାହିତ୍ୟ ଓ ଜୀବନୀ ଆଦି ଓଡ଼ିଆ ସାହିତ୍ୟର ବହୁ ବିଭାଗରେ ସୌରୀବନ୍ଧୁ ଲେଖନି ଚାଳନା କରିଛନ୍ତି । ସେ ୨୦୧୨ ମସିହାରେ ମାନବତାର ମହାନ ତୀର୍ଥ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ଜୀବନୀ[ସମ୍ପାଦନା]

ସୌରୀବନ୍ଧୁ, ୧୯୪୮ ମସିହା ଅପ୍ରେଲ ୨ ତାରିଖରେ ଯାଜପୁର ଜିଲ୍ଲାର ଜଳସରପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଅନାଥ ବନ୍ଧୁ କର ଓ ମାତାଙ୍କ ନାମ ସୁଭଦ୍ରା କର । ସାହିତ୍ୟିକ ବାଉରୀବନ୍ଧୁ କର ତାଙ୍କର ସାନ ଭାଇ ।[୩] ଛାତ୍ରବସ୍ଥାରୁ ତାଙ୍କର ବାମପନ୍ଥୀ ଚିନ୍ତାଧାରା ରହିଥିଲା । କାନାରା ବ୍ୟାଙ୍କରୁ ସେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ଗୋଷ୍ଠୀର ଜାତୀୟ ସ୍ତରରେ ସେ ନେତୃତ୍ୱ ନେଇଥିଲେ । ସେ ଏଆଇଟିୟୁସି ସାଧାରଣ ସମ୍ପାଦକ, ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୪] ରାମକୃଷ୍ଣ ମିଶନ, ଓଡ଼ିଶା ଲେଖକ ସମବାୟ ସମିତି, ଲେଖକ ସାମୁଖ୍ୟ, ଓଡ଼ିଶା ପ୍ରଗତିବାଦୀ ଲେଖକ ସଂଘ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ଭଳି ଅନେକ ସାହିତ୍ୟ ଓ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।[୫] ତାଙ୍କର ୪ ସନ୍ତାନ ମଧ୍ୟରୁ ୩ଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ରଚନାବଳୀ[ସମ୍ପାଦନା]

ଜୀବନୀ[ସମ୍ପାଦନା]

  • ମାନବତାର ମହାନ ତୀର୍ଥ
  • ପରମହଂସ ଶ୍ରୀ ରାମକୃଷ୍ଣ
  • ରାଷ୍ଟ୍ରନିର୍ମାତା ନେହେରୁ

ଶିଶୁସାହିତ୍ୟ[ସମ୍ପାଦନା]

  • ଦେଶପ୍ରେମୀ ସ୍ୱାମୀ ବିବେକାନନ୍ଦ
  • ବାବାସାହେବ ଆମ୍ବେଦକର

ଗଳ୍ପ ସଙ୍କଳନ[ସମ୍ପାଦନା]

  • ପ୍ରଥମା
  • ନିଷ୍ପ୍ରଭ ଏକଲବ୍ୟ
  • ନରୋତ୍ତମ ଷଢ଼ଙ୍ଗୀର ଡାଏରୀ
  • ବଉଳର ମହକ

ପ୍ରବନ୍ଧ[ସମ୍ପାଦନା]

  • ବେଦାନ୍ତର ସ୍ୱର
  • ପାରିଜାତ ଫୁଲ ଓ ଦାଦନ ଶ୍ରମିକ
  • ବିସ୍ଥାପନର ସ୍ଥିତି ଓ ଗତି
  • ରାସ୍ତାରେ ବଞ୍ଚୁଥିବା ମଣିଷ

ଉପନ୍ୟାସ[ସମ୍ପାଦନା]

  • ପ୍ରତିଦ୍ୱନ୍ଦୀ
  • Echharama Putra[୬]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. https://www.telegraphindia.com/1160929/jsp/odisha/story_110773.jsp
  2. http://odisha.gov.in/e-magazine/Orissareview/2010/November/engpdf/14-16.pdf
  3. "ଆର ପାରିରେ ବିଶିଷ୍ଟ ଶ୍ରମିକ ନେତା ତଥା ସାହିତ୍ୟିକ ସୌରୀବନ୍ଧୁ କର". www.samajalive.in. ସମାଜ. Archived from the original on 10 November 2020. Retrieved 14 April 2020.
  4. "ପରଲୋକରେ ଟ୍ରେଡ ୟୁନିୟନ ନେତା ସୌରିବନ୍ଧୁ କର". odishatv.in. ଓଟିଭି. Archived from the original on 14 April 2020. Retrieved 14 April 2020.
  5. "ବିଶିଷ୍ଟ ଶ୍ରମିକ ନେତା ସୌରୀବନ୍ଧୁ କରଙ୍କ ପରଲୋକ". sambad.in/. ସମ୍ବାଦ. Archived from the original on 14 April 2020. Retrieved 14 April 2020.
  6. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 572–. ISBN 978-81-260-0873-5.
  7. http://odishasahityaakademi.org/sahitya-award13.php
  8. ଶୁଭାଶିଷ କର. "ଓଡ଼ିଶାରେ ଶ୍ରମିକ ଆନ୍ଦୋଳନ ଓ ସୌରୀବନ୍ଧୁ କର". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 13 April 2023.