ରବି ତ୍ରିପାଠୀ
ଦେଖଣା
ରବି ତ୍ରିପାଠୀ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧୯୩୬ |
| ବୃତ୍ତି | କଥାକାର |
| ଭାଷା | ଓଡ଼ିଆ, ଇଂରାଜୀ |
| ଜାତୀୟତା | ଭାରତୀୟ |
| ସାହିତ୍ୟ କୃତି | କାଦମ୍ବିନୀ ଆମରି ଗାଁ ଝିଅ |
| ପୁରସ୍କାର | ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୭) |
ରବି ତ୍ରିପାଠୀ (ଜନ୍ମ: ୧୯୩୬) ଜଣେ ଭାରତୀୟ ଓଡ଼ିଆ-ଭାଷୀ କଥାକାର। ସେ ୨୦୦୭ ମସିହାରେ କାଦମ୍ବିନୀ ଆମରି ଗାଁ ଝିଅ ପାଇଁ ଜୀବନୀ ଓ ଭ୍ରମଣ ସାହିତ୍ୟ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ରବି ତ୍ରିପାଠୀ ୧୯୩୬ ମସିହାରେ ଜନ୍ମଗ୍ରହଣ କରିଥିଲେ । କଟକ କଲିଜିଏଟ୍ ସ୍କୁଲ ଓ ରେଭେନସାରୁ ଆଇ ଏସ୍ ସି ପାସ୍ କରି ଭୁବନେଶ୍ୱର କୃଷି କଲେଜରୁ ସ୍ନାତକ ଏବଂ କଲିକତା ବିଶ୍ୱବିଦ୍ୟାଳୟରୁ କୃଷିରେ ସ୍ନାତକୋତ୍ତର ଉପାଧି ଲାଭ କରିଥିଲେ । ଶିକ୍ଷା ସମାପ୍ତି ପରେ ସେ ଓଡ଼ିଶା ସରକାରଙ୍କ କୃଷି ସେବାରେ ଚାକିରୀ କରିଥିଲେ । ଲେଖାଲେଖିରେ ଆଗ୍ରହୀ ହୋଇ ସେ କେତେଖଣ୍ଡି ଜୀବନୀ ଓ ଅନୁବାଦ କରିଯାଇଛନ୍ତି । କାଦମ୍ବିନୀ ଆମରି ଗାଁ ଝିଅ ପାଇଁ ସେ ୨୦୦୭ରେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
ରଚନାବଳୀ
[ସମ୍ପାଦନା]- କାଦମ୍ବିନୀ ଆମରି ଗାଁ ଝିଅ
- ପର୍ବତପୁତ୍ର ଓ ଅନ୍ୟାନ୍ୟ ଗଳ୍ପ
ସମ୍ମାନ
[ସମ୍ପାଦନା]୨୦୦୭ : ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର କାଦମ୍ବିନୀ ଆମରି ଗାଁ ଝିଅ ପାଇଁ
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2019-09-23. Retrieved 2024-12-28.
{{cite web}}: Cite has empty unknown parameter:|1=(help)